ଦୁଇ ନାବାଳିକା ବିବାହ ଅଟକାଇଲା ଚାଇଲ୍ଡ ଲାଇନ

ନୟାଗଡ଼/ନୂଆଗାଁ: ଚାଇଲ୍ଡ ଲାଇନ ଏବଂ ପୁଲିସର ମିଳିତ ଉଦ୍ୟମରେ ଦୁଇଟି ନାବାଳିକା ବିବାହ ବନ୍ଦ ହୋଇଥିବା ଜଣାଯାଇଛି । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବିରୁଡ଼ା ଗ୍ରାମରେ ଏକ ନାବାଳିକା ବିବାହ କରାଯିବା ନେଇ ପ୍ରସ୍ତୁତି ଚାଲିଥିବା ବେଳେ ବିବାହ ବନ୍ଦ କରଯାଇଛି । ବିରୁଡ଼ା ଗ୍ରାମର ନିରଞ୍ଜନ ମୁଦୁଲିଙ୍କ ସହ ବିବାହ ପାଇଁ କନ୍ୟାକୁ ବାପଘରୁ ଅଣାଯାଇଥିବା ବେଳେ ନାବାଳିକା କନ୍ୟାକୁ ଉଦ୍ଧାର କରି ସିଡ୍ବ୍ୟୁସିରେ ହାଜର କରାଯାଇଥିଲା । ପରେ ପରେ ସେଠାରୁ ପରିବାର ଲୋକଙ୍କ ହେପାଜତରେ ଛଡ଼ା ଯାଇଥିବା ଜଣାଯାଇଛି ।

ସେହିଭଳି ଭାବେ ନୂଆଗାଁ ଅଞ୍ଚଳର ଜଣେ ନାବାଳିକା ସହ ଓଡ଼ଗାଁ କୋରପିଠା ଗ୍ରାମର ଲକ୍ଷ୍ମୀଧର ସାହୁଙ୍କ ବିବାହ ପାଇଁ ସ୍ଥିର ହୋଇଥିବା ବେଳେ ଏହାକୁ ମଧ୍ୟ ଚାଇଲ୍ଡ ଲାଇନ ଏବଂ ପୁଲିସର ମିଳିତ ଉଦ୍ୟମରେ ବନ୍ଦ କରାଯାଇଥିବା ଜଣାପଡ଼ିଛି।

Related posts