ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ର ପ୍ରମୁଖ ନାଟ୍ୟ ସଂସ୍ଥାମାନଙ୍କ ମିଳିତ ସହଯୋଗରେ ଗଠିତ ନାଟ୍ୟାନୁଷ୍ଠାନ ମଞ୍ଚାୟନ ତରଫରୁ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଡିସେମ୍ବର ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ମଞ୍ଚାୟନର ସଭାପତି ଯାମିନୀକାନ୍ତ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ଏହି ନାଟ୍ୟ ମହୋତ୍ସବକୁ ନୟାଗଡ଼ର ଜିଲ୍ଲାପାଳ ଡା. ପୋମା ଟୁଡୁ ଉଦଘାଟନ କରୁଥିବା ବେଳେ ଉଦଘାଟନୀ ସଂଧ୍ୟାରେ ଶତାବ୍ଦୀର କଳାକାର ଭୁବନେଶ୍ୱର ତରଫରୁ ଦର୍ପନାରାୟଣ ସେଠୀଙ୍କ ନିର୍ଦ୍ଦେଶିତ ତଥା ସର୍ବଭାରତୀୟ ସ୍ତରରେ ପ୍ରଶଂସିତ ନାଟକ ‘ବାଞ୍ଛାର ବଗିଚା’ ଅଭିନୀତ ହେବ । ଦ୍ୱିତୀୟ ସଂଧ୍ୟାରେ ନୟାଗଡ଼ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏହି ସଂଧ୍ୟାରେ ଜୀବନରେଖା ଭୁବନେଶ୍ୱରର ବହୁ…
Read MoreYear: 2021
ଭର୍ଚୁଆଲ ମୋଡ଼ରେ ଆନ୍ତର୍ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତା
ନୟାଗଡ଼,(ନୟାଗଡ ଦର୍ପଣ): ଓଡ଼ିଶା ଟାଇକୋଣ୍ଡ ସଂଘ, ପୁରୀ, ଭାରଡ ଓ ଥାଇଲାଣ୍ଡ ସ୍ଥିତ ହିରୋଜ୍ ଟାଇକୋଣ୍ଡ ସଂଗଠନ, ଯୁଗ୍ମ ଭାବେ ପ୍ରଥମ ବିଶ୍ବସ୍ତରୀୟ ଟାଇକୋଣ୍ଡ ଭର୍ଚୁଆଲ ଆନ୍ତର୍ଜାତିୟ ପ୍ରତିଯୋଗିତା ୨୦୨୧ ଅନୁଷ୍ଠିତ କରୁଛନ୍ତି । ଏହା ତା ୨୨ ଡିସେମ୍ବର ୨୦୨୧ ଠାରୁ ତା ୨୭ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଚାଲିବ, ଏଥିରେ ଦୁଇ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ପ୍ରଥମ ଟି ହେଲା ପୁମସେଇ (ପ୍ରୟୋଗ) ଓ ଅନ୍ଯଟି ଦୃତ ଗୋଡ ଦ୍ବାରା ପ୍ରହାର ପ୍ରତିଯୋଗିତା । ଏହାକୁ ଆନ୍ତର୍ଜାତୀୟ ସ୍ତରରେ ପରିଚାଳନା କରିବା ପାଇଁ ଥାଇଲାଣ୍ଡ ସ୍ଥିତ ଜି.ଏମ.ଏ.ସି. ସିଷ୍ଟମର ସହାୟତା ନିଆଯାଇଛି । ଏଥିରେ ବିଶ୍ୱର ୧୪ ଟି ଦେଶର ପ୍ରାୟ ୯୯୬ ଜଣ ପ୍ରତିଯୋଗୀ ଉଭୟ ପୁମସେଇ ଓ ଦୃତ ଗୋଡ ଦ୍ବାରା ପ୍ରହାର ରେ ଭାଗ ନେଇଛନ୍ତି ।…
Read Moreୟୁନିସେଫ୍ ତରଫରୁ ଦଣ୍ଡୋର ସ୍କୁଲ ପରିଦର୍ଶନ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ୟୁନିସେଫ୍ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପଞ୍ଚାୟତିରାଜ ବିଭାଗ, ଓଡ଼ିଶା ସରକାର ତରଫରୁ ମିଳିତ ଭାବେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର କୁରାଳ ଏବଂ ହରିଡାବନ୍ଧ ପଞ୍ଚାୟତକୁ “ଶିଶୁମିତ୍ର” ପଞ୍ଚାୟତ ଭାବେ ଘୋଷଣା କରାଯାଇଥିବା ଜଣାପଡ଼ିଛି। ଏ ଅବସରରେ ଆଜି ପରିସ୍ଥିତିର ଆକଳନ ପାଇଁ ୟୁନିସେଫର ପରାମର୍ଶଦାତା ଅଶୋକ କୁମାର ମହାପାତ୍ର ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓଡ଼ିଶା ସରକାରଙ୍କ ତରଫରୁ ପୂର୍ବତନ ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷା ରଞ୍ଜୁବାଳା ନନ୍ଦ କୁରାଳ ପଞ୍ଚାୟତ ଗସ୍ତ କରି ପ୍ରାଥମିକ ଭାବେ ଦଣ୍ଡୋର ଉ.ପ୍ରା.ବିଦ୍ୟାଳୟ ଗସ୍ତ କରିଥିଲେ।ଅଧିକାରୀମାନେ ସକାଳ ୧୦ଟାରୁ ୧୨:୩୦ଟା ପର୍ଯ୍ୟନ୍ତ ବିଦ୍ୟାଳୟ ପରିଦର୍ଶନ ସମୟରେ ଏହାର ସମସ୍ତ ତଥ୍ୟ ସଂଗ୍ରହ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ତଥା ସୁବିଧା ଅସୁବିଧା ସମ୍ପର୍କରେ ପଚାରି…
Read Moreନୟାଗଡ଼ରେ ‘ସକ୍ଷମ ହିଁ ଶକ୍ତି’ ରାଜ୍ୟରେ ପ୍ରଥମ ପ୍ରକଳ୍ପ
ନୟାଗଡ଼,(ନୟାଗଡ ଦର୍ପଣ): ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଏବଂ ଦକ୍ଷତା ବିକାଶ ସହ କିଭଳି ରୋଜଗାର କ୍ଷମ ହେବେ ସେ ନେଇ ଆଜି ଏକ ନୂଆ ପ୍ରକଳ୍ପ ‘ସକ୍ଷମ ହିଁ ଶକ୍ତି’ର ଶୁଭାରମ୍ଭ କରାଯାଇଛି । ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଖୁଣ୍ଟୁବନ୍ଧ ଆଇଟିଆଇ କ୍ୟାମ୍ପସ୍ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସକ୍ଷମ ହିଁ ଶକ୍ତି’ ପ୍ରକଳ୍ପକୁ ଉଦଘାଟନ୍ କରିଛନ୍ତି । ରାଜ୍ୟରେ ଏହି ପ୍ରକଳ୍ପ ନୟାଗଡ଼ ଜିଲ୍ଲାରେ ପ୍ରଥମେ କରାଯାଇଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା ମାନଙ୍କୁ ଅତ୍ୟାଧୁନିକ କପଡା ସିଲାଇ ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯିବ । ଏକାଥରକେ ୪୫ ଜଣ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଆବାସିକ ତାଲିମ…
Read Moreଜଳ ସଂରକ୍ଷଣ ଉପରେ ସଚେତନତା ସଭା
ନୟାଗଡ଼,(ନୟାଗଡ଼ ଦର୍ପଣ); ଅନନ୍ୟା ଫାଉଣ୍ଡେସନ୍ ଓ ନେହେରୁ ଯୁବ କେନ୍ଦ୍ର, ନୟାଗଡ଼ ତରଫରୁ ଆଜି ବୋଲଗଡ଼ ସ୍ଥିତ ସଚିଦେବା ବିଜ୍ଞାନ କୋଚିଂ ସେଣ୍ଟରରେ ଜଳ ସଂରକ୍ଷଣ ଉପରେ ଏକ ସଚେତନତା ସଭା ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଅନନ୍ୟା ଫାଉଣ୍ଡେସନ ତରଫରୁ ଆଶୁତୋଷ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନସ କୁମାର ମହାପାତ୍ର, ଗାନ୍ଧି କୁମାର ସାହୁ ଓ ବିକାଶ ଷଡ଼ଙ୍ଗୀ ଅତିଥି ଭାବେ ଯୋଗ ଦେଇଥିଲେ। ଜଳ ସଂରକ୍ଷଣ ଉପରେ ଅତିଥିମାନେ ସମ୍ୟକ ସୂଚନା ଦେବା ପରେ ପ୍ରତିଯୋଗୀମାନେ ଜଳ ସଂରକ୍ଷଣ ଉପରେ ନିଜର ଅଭିଭାଷଣ ରଖି ପୁରସ୍କାର ଗ୍ରହଣ କରିଥିଲେ। ପ୍ରଜ୍ଞା ପରମିତା ଦାସ, ସାହାନା ଅକ୍ତର୍, ନୀଳମାଧଵ ପରିଡ଼ା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶେଷରେ ଅନନ୍ୟା ଫାଉଣ୍ଡେସନ…
Read Moreଭାରତୀୟ ଅନୁବାଦ ସାହିତ୍ୟ ଆନୁକୂଲ୍ୟରେ ‘ଅନୂଦିତ କବିତା ପାଠ’ ଆୟୋଜିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଅନୁବାଦ ସାହିତ୍ୟକୁ ଅଧିକ ସମୃଦ୍ଧ କରିବା ତଥା ବିଭିନ୍ନ ଭାଷାର ଅନୁବାଦକମାନଙ୍କ ମଧ୍ୟରେ ସଂପର୍କ ଦୃତିଭୂତ ନିମନ୍ତେ ଗଠିତ ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନ୍ ଲାଇନ୍ ମାଧ୍ୟମରେ ଅନୂଦିତ କବିତା ପାଠ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଅନୁବାଦକ ତଥା ସ୍ତମ୍ଭକାର ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଆୟୋଜିତ ଏହି ଜାତୀୟସ୍ତରର ସାରସ୍ଵତ କାର୍ଯ୍ୟକ୍ରମରେ ଖ୍ୟାତନାମା ଅନୁବାଦକ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗୀୟ ମୁଖ୍ୟ ଡ.ସଞ୍ଜୟ କୁମାର ସିଂ ଅଧ୍ୟକ୍ଷତା କରିଥିବାବେଳେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସଂସ୍କୃତ, ହିନ୍ଦୀ, ଇଂରାଜୀ, ଓଡ଼ିଆ ଭାଷାର ବିଦ୍ୱାନ ଡ.ହରେକୃଷ୍ଣ ମେହେର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅନୁବାଦ ସାହିତ୍ୟ ହିଁ ସମଗ୍ର ବିଶ୍ୱର ସାହିତ୍ୟିକ, ପାଠକମାନଙ୍କୁ ଯୋଡିବାର ଏକ ସଶକ୍ତ ମାଧ୍ୟମ, ଅନୁବାଦ ଦ୍ୱାରା ବିଭିନ୍ନ ଦେଶ ବା ରାଜ୍ୟର ସାମାଜିକ, ରାଜନୈତିକ, ଅର୍ଥନୈତିକ ସର୍ବୋପରି ବିଭିନ୍ନ…
Read Moreନୟାଗଡ଼ ଟାଇକୋଣ୍ଡ ସ୍ପୋର୍ଟସ ଆସୋସିଏସନର ୧୫ତମ କଲରବେଲ୍ଟ ପ୍ରମୋସନ ଟେଷ୍ଟ
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଇକୋଣ୍ଡ ସ୍ପୋର୍ଟସ ଆସୋସିଏସନ ଓ ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମୀ ତରଫରୁ ୧୫ତମ ଟାଇକୋଣ୍ଡ କଲର ବେଲ୍ଟ ପ୍ରମୋସନ ଟେଷ୍ଟ ନିୟୁରାଜବାଟିରେ ଥିବା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରମୋସନ ଟେଷ୍ଟରେ ନୟାଗଡ ଜିଲ୍ଲାରୁ ୫୧ଜଣ ଛାତ୍ରଛାତ୍ରୀ ବିଭିନ୍ନ ବେଲ୍ଟ ଯଥା ଏଲୋ ବେଲ୍ଟ, ଗ୍ରୀନ ବେଲ୍ଟ, ବ୍ଲୁ ବେଲ୍ଟ, ଓ ରେଡ ବେଲ୍ଟ ପରୀକ୍ଷା କରାଯାଇଥିଲା । ଏହି ବେଲ୍ଟ ପରୀକ୍ଷାରେ ପରିକ୍ଷାର୍ଥୀମାନେ ହାତ ଗୋଡ ସାହାଯ୍ୟରେ ପଟା ଓ ଇଟା ଭାଙ୍ଗିବା କଳା ପ୍ରଦର୍ଶନ କରିଥିଲେ । ବାଳିକା ମାନେ ଆତ୍ମରକ୍ଷା କଳା ପ୍ରଦର୍ଶନ କରିଥିଲେ ।ଏହି ପ୍ରମୋସନ ଟେଷ୍ଟରେ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ସ୍ବାସ୍ଥ୍ୟ ସମ୍ପର୍କରେ…
Read Moreନୟାଗଡ଼ ଗସ୍ତରେ ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ପ୍ରମୋଦ ମେର୍କାପ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍କାପ ନୟାଗଡ଼ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏଥିସହିତ ଆୟୋଗର ସଦସ୍ୟ ଦିଗବିଜୟ ନାଥ ପାଢ଼ୀ, ସଦଶ୍ୟ ସମରେନ୍ଦ୍ର ଷଡ଼ଙ୍ଗୀ, ପ୍ରଶାସନିକ ଅଧିକାରୀ ଓ ପରାମର୍ଶଦାତା ତମାଲ ରେଜା ପ୍ରମୁଖ ଯୋଗଦେଇଥିଲେ । ପ୍ରଶାସନ ପକ୍ଷରୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ଓ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାର ମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ଅଧ୍ୟକ୍ଷ ସରକାରୀ ସୁଲଭ ମୁଲ୍ୟ ଦୋକାନ, ଶରଣକୁଳ ଗ୍ରା.ପ. ରେ ରେସନ କାର୍ଡଧାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ସେମାନଙ୍କର ଭଲ ମନ୍ଦ ବୁଝିଥିଲେ । ଏଥି ସହିତ ମିଶନ ଶକ୍ତି ଏସଏଚଜିର ଜୀବିକା ଓ ଦୃଷ୍ଟି ସମ୍ବଳୀୟ କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ ।…
Read Moreଓଡ଼ଗାଁ ଗ୍ରସ୍ତରେ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ସଚିବ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କ ଖାଦ୍ୟ ଆୟୋଗ ସଚିବ ଓଡ଼ଗାଁ ଗ୍ରସ୍ତରେ ଆସି ବିଭିନ୍ନ ଛତୁ ଫାର୍ମ, ଗାଈ ଫାର୍ମ, ସ୍ବୟଂ ସହାୟକ ଗୋଷ୍ଠୀ, ମିସନ ଶକ୍ତି ଗୃହ ଆଦି ବୁଲି ଦେଖିଛନ୍ତି। ସୂଚନାଥାଉକି, ଓଡ଼ିଶା ରାଜ୍ୟ ଆୟୋଗ ସଚିବ ପ୍ରମୋଦ କୁମାର ମେକାର୍ପ, ଖାଦ୍ୟ ଆୟୋଗ କମିଟର ସଦସ୍ୟ ଦିଗବିଜୟ ନାଥ ପାଢୀ, ପ୍ରଶାସନିକ ଅଧିକାରୀ ସମରେନ୍ଦ୍ର ଷଡ଼ଙ୍ଗୀ, ପରାମର୍ଶଦାତା ତମାଲ ରେଜା ଓ ନୟାଗଡ଼ର ଜିଲ୍ଲା ପ୍ରଶାସନିକ ଅଧିକାରୀ ଓଡ଼ଗାଁ ବ୍ଲକ୍ ଶରଣକୁଳର କିଛି ହିତାଧିକାରୀଙ୍କ ସହିତ ଆଲେଚନା କରିବା ପରେ ହରିହରପୁର ଠାରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସହିତ ଆଲୋଚନା କରିଥିଲେ। ସେଠାରେ ଥିବା ଛତୁଫାର୍ମ ଓ ଗାଈ ଫାର୍ମ ବୁଲି ଦେଖିଥିଲେ। ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ସାହାଯ୍ୟ ସହଯୋଗ ଠିକ୍ ଭାବେ ମିଳୁଛି କି ନାହିଁ ସେ ବିଷୟରେ…
Read Moreସିଦ୍ଧ ମହାବୀର କଳାକାର ସଂଘର ବାର୍ଷିକ ମହୋତ୍ସବ
ଭାପୁର,(ନୟାଗଡ଼ ଦର୍ପଣ): ଭାପୁର ବ୍ଳକ ଅନ୍ତର୍ଗତ ଶ୍ରୀ ଶ୍ରୀ ସିଦ୍ଧ ମହାବୀର କଳାକାର ସଂଘ ଜାମୁସାହି ଆନୁକୁଲ୍ୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ତ୍ରୟୋଦଶ ବାର୍ଷିକୀ ରାଜ୍ୟସ୍ତରୀୟ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଭାପୁର ବିଡ଼ିଓ ଡ଼ଃ. ଜନ୍ମେଜୟ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ସାହୁ, ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଟ୍ଟନାୟକ, ଶିକ୍ଷକ ତଥା ସାହିତ୍ୟିକ ମନୋଜ କୁମାର ଶତପଥୀ, ମାଟିଆ ସ୍ୱାଇଁ, ଜୟକୃଷ୍ଣ ବାରିକ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ପ୍ରାଣକୃଷ୍ଣ ମହାରଣା, ରବୀନ୍ଦ୍ର କୁମାର ମହାରଣା, କୃଷ୍ଣଚନ୍ଦ୍ର ସାହୁଙ୍କ ଭଜନ ପରିବେଷଣ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା। ମହୋତ୍ସବ ଉପଲକ୍ଷେ ଭାପୁର ଅଞ୍ଚଳର ବହୁ କୃତିଧାରୀ ସମ୍ବର୍ଦ୍ଧିତ ପ୍ରତିଭୁ ସର୍ବୋପରି ଶିଶୁ କଳାକାର ସୁନୀତି ଆର୍ଯ୍ୟା, ସୋନାକ୍ଷୀ ମହାରଣା, ଶରତ…
Read More