ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ପକ୍ଷରୁ ଗାନ୍ଧୀ ଜୟନ୍ତି ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ମତେ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଆଜି ଗାନ୍ଧୀ ଜୟନ୍ତି ପାଳିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା କୋର୍ଟ ପରିସରରୁ ପ୍ରଭାତ ଫେରି କାର୍ଯ୍ୟକ୍ରମ କରାଯିବା ସହ ଉକ୍ତ ଦିବସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ଆଇନରେ ଥିବା ବିଧି ବ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରଞ୍ଜୁଲତା ଲେଙ୍କା ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଚେତା ପ୍ରିୟଦର୍ଶିନି ମହାପାତ୍ର, ବରିଷ୍ଠ ପ୍ରାଧ୍ୟାପକ ଉମ୍ମର ମଲ୍ଲିକଙ୍କ ସମେତ ବହୁ ଆଇନଜୀବି, ଗ୍ରାମୀଣ ଆଇନ ସହାୟତା କର୍ମୀ, ଛାତ୍ର ଛାତ୍ରୀ, ଜିଲ୍ଲା କୋର୍ଟ କର୍ମଚାରୀ ଯୋଗ ଦେଇଥିଲେ । କୋର୍ଟ ପରିସରରେ ଥିବା ସମ୍ମିଳନୀ କକ୍ଷରେ…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ନିଜସ୍ବ ଭବନ ପରିସରରେ ପାଳିତ ହୋଇଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ତଥା ଅଧ୍ଯକ୍ଷ ସମାଜସେବୀ ଶ୍ରୀଧର ସାହୁ ପ୍ରଦୀପ ପ୍ରଜ୍ଜ୍ବଳନ କରି ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଧୂପ ଅର୍ପଣ କରିଥିଲେ। ଶ୍ରୀଯୁକ୍ତ ସାହୁ ଉପସ୍ଥିତ ହଷ୍ଟେଲ ଅନ୍ତେବାସୀ ଛାତ୍ରଛାତ୍ରୀ ଓ ଗୁରୁଜୀଗୁରୁମା ମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ, ଅହିଂସା ଓ ଶାନ୍ତିର ଦେବଦୂତ ସାଜି ଭାରତ ମାତାର ସନ୍ତାନ ରୂପେ ଆବିର୍ଭାବ ହୋଇଥିଲେ। ଗାନ୍ଧୀଜୀଙ୍କର ଅକ୍ଳାନ୍ତ ପରିଶ୍ରମ ଓ ଅହିଂସା ନିଷ୍ଠା ବଳରେ ଦେଶ ଆଜି ସ୍ବାଧୀନ। ଦେଶର ପ୍ରାକ୍ତନ ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଅନୁଭବ କରିଥିଲେ…

Read More

ବନମାଳୀ ବାରିକ ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଅକ୍ଟୋବର ୨ ତାରିଖ ତଥା ଗାନ୍ଧୀ ଜୟନ୍ତୀ । ଏହି ଅବସରରେ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାଅନୁଷ୍ଠାନ ମାନଙ୍କରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଆଡ଼କଟା ସ୍ଥିତ ବନମାଳୀ ବାରିକି ମହାବିଦ୍ୟାଳୟର ଅଧକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ତଥା ପରିବେଶବିତ ବାମନ ଚରଣ ବାରିକି ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସରୋଜ କୁମାର ପଣ୍ଡା ଅବସରପ୍ରାପ୍ତ ସେନା ଅଧିକାରୀ ଦଶପଲ୍ଲା, ସଂମାନିତ ଅତିଥି ଭାବେ ମହାବିଦ୍ୟାଳୟର ଇଂରାଜି ବିଭାଗର ଅଧ୍ୟାପକ ଦୁର୍ଯୋଧନ ପରିଡା, ତର୍କଶାସ୍ତ୍ର ବିଭାଗର ଅଧ୍ୟାପକ ଭାଗିରଥି ପ୍ରଧାନ, ଇତିହାସ ବିଭାଗର ଅଧ୍ୟାପିକା ପ୍ରଜ୍ଞା ପରମିତା ରଥ ମଞ୍ଚାସିନ ଥିଲେ ।…

Read More

ପାଞ୍ଚ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ପାଞ୍ଚ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସମାଜ ଆନୁକୁଲ୍ୟ ତଥା ଉତ୍କଳ ସ୍ୱାଭିମାନ ମଞ୍ଚର ସହଯୋଗରେ ପ୍ରତିଷ୍ଠିତ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଉଚ୍ଚଶିକ୍ଷା ତଥା କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦାନ କରି ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଉପରେ ଉପସ୍ଥିତ ଶିକ୍ଷକ ମାନଙ୍କୁ ଉଦବୋଧନ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ଯୋଗଦାନ କରିଥିବା ବେଳେ ଅନ୍ୟତମ ଅତିଥିଭାବେ ଉତ୍କଳ ସ୍ୱାଭିମାନ ମଞ୍ଚ ରାଜ୍ୟ ସଭାପତି ରାଧାକାନ୍ତ ଦାଶ, ପୁରୀ ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ପ୍ରସନ୍ନ କୁମାର ହୋତା, ଅତିରିକ୍ତ…

Read More

ସମର୍ପଣ (ବୃଦ୍ଧାଶ୍ରମ)ରେ ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳନ

ନୟାଗଡ଼,(ନୟାଗଡ଼ ଦର୍ପଣ):- ଜିଲ୍ଲା ସ୍ବାସ୍ଥ୍ଯ ସମିତି, ନୟାଗଡ଼ ତରଫରୁ ସମର୍ପଣ (ବୃଦ୍ଧାଶ୍ରମ)ରେ ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳନ ହୋଇଯାଇଛି। ସମର୍ପଣ ପରିଚାଳନା କମିଟିର କାର୍ଯ୍ଯନୀର୍ବାହୀ ସଦସ୍ଯ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡାକ୍ତର ପୁଷ୍ପାନିଳିମା ଲାକ୍ରା ମୁଖ୍ଯ ଅତିଥି ଭାବେ ଯୋଗଦେଇ ବାର୍ଦ୍ଧକ୍ଯ ଅବସ୍ଥାରେ ମନୁଷ୍ଯର କର୍ତ୍ତବ୍ଯ ବିଷୟରେ ଆଲୋଚନା କରିବା ସହିତ ଈଶ୍ବର ଉପାସନା ଓ ସାତ୍ତ୍ୱିକ ଭୋଜନ କରି ବାର୍ଦ୍ଧକ୍ଯ ସମୟରେ ନିରୋଗ ରହିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ଯ ଅଧିକାରୀ ଡାକ୍ତର ଶରତ କୁମାର ଦାଶ, ଲେପର୍ସି କାଉନସିଲର ଡାକ୍ତର ଦେବ ଦୁର୍ଲଭ ନାୟକ, ଡାକ୍ତର ସ୍ନିଗ୍ଧା ଲଳିତା ନନ୍ଦ ଯୋଗଦେଇ ଅତୀତକୁ ଭୁଲି ମନ ଆନନ୍ଦରେ ଏହି ଆଶ୍ରମରେ ରହି ଭଗବାନଙ୍କ ନାମ କୀର୍ତ୍ତନ…

Read More

ମରିଯିବୁ ସିନା ହେଲେ ପ୍ରତଦିନ ଜଗତ କଲ୍ୟାଣ ପାଇଁ ଶିବଲିଙ୍ଗରେ ଜଳ ଢାଳୁଥିବୁ

ଶୈବ ପରିବାରରେ ଜନ୍ମନେଇଛୁ, ସମାଜ ସେବା କରୁଚୁ କରିବୁ ରାଜସୁନାଖଳା(ନୟାଗଡ଼ ଦର୍ପଣ): “ପେଟ ପଛେ ପୋଡିଯାଉ। ଛଟପଟ ହୋଇ ମରିଯିବୁ ସିନା ହେଲେ ପ୍ରତଦିନ ଜଗତ କଲ୍ୟାଣ ପାଇଁ ଶିବଲିଙ୍ଗରେ ଜଳ ଢାଳୁଥିଲୁ, ଢାଳୁଛୁ, ସେମିତି ଢାଳୁଥିବୁ ମଧ୍ୟ।ନ ମିଳୁ ସହାୟତା। ହେବୁ ପଛେ ପାତର ଅନ୍ତରର ଶିକାର କିନ୍ତୁ ସମାଜର ସେବା କରୁଥିବୁ ବଞ୍ଚିଥିବ ପର୍ଯ୍ୟନ୍ତ”। ଏହା କୌଣସି ଯାତ୍ରା କି ସିନେମାର ସଂଳାପ ନୁହେଁ। ବରଂ ମନରେ କୋହକୁ ଚାପିରଖି ସମାଜ ସେବା କରିବାକୁ ଆଗେଇ ଆସି ଏଭଳି କହିଛନ୍ତି ସାମାଜିକ ଗଣ ମାଧ୍ୟମ ଆଗରେ ନୟାଗଡ଼ ଜିଲ୍ଲା ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘର ମୁଖପାତ୍ର ତଥା ଶୈବବିପ୍ର ପ୍ରଦୀପ କୁମାର ରଣା।ପ୍ରକାଶ ଥାଉକି,ବୈଷୟିକ କରୋନା ମହାମାରୀ ଯୋଗୁଁ ଦୀର୍ଘଦିନ ଧରି ଶୈବପୀଠ ଗୁଡିକ ବନ୍ଦ ରହିବାରୁ ଏହି ସେବାୟତମାନେ ନାହିଁ ନଥିବା…

Read More

ସ୍ୱର୍ଗତ ଶିକ୍ଷକଙ୍କ ସ୍ମୃତିରେ ପୁସ୍ତକ ପ୍ରଚ୍ଛଦ ଲୋକାର୍ପଣ

ଓଡ଼ଗାଁ,(୩୦/୦୯):- ଓଡ଼ଗାଁ ଆଦର୍ଶ ଥାନା ଅଧୀନସ୍ଥ ବାହାଡାଝୋଲା ଅନ୍ତର୍ଗତ ମାଣିକପାଟଣା ଗ୍ରାମର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ, କବି ତଥା ପ୍ରଥମ ‘ନୟାଗଡ ଇତିହାସ’ର ଲେଖକ ସ୍ୱର୍ଗତ କୈଳାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସ୍ମୃତିରେ ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୁତ୍ର ପ୍ରଶାନ୍ତ କୁମାର ପାଣିଗ୍ରାହୀ ଓ ପୁତ୍ରବଧୁ ପ୍ରିୟଦର୍ଶନୀ ମହାପାତ୍ରଙ୍କ ଦ୍ବାରା ପ୍ରସ୍ତୁତ “ସମର୍ପଣ” ନାମକ ଏକ ସ୍ମୃତିପତ୍ରିକାର ପ୍ରଚ୍ଛଦ ଓଡ଼ଗାଁ ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର ପରିସରରେ ଲୋକାର୍ପିତ ହୋଇଯାଇଛି। ଉକ୍ତ ଉତ୍ସବରେ ସମ୍ବାଦ ସାହିତ୍ୟଘର ସଭାପତି ଦିବାକର ନାୟକ, ସ୍ଥାନୀୟ ଶ୍ରୀ ଶ୍ରୀ ରଘୁନାଥ ସାରସ୍ବତ ସଂସଦର ପ୍ରତିଷ୍ଠାତା ଲୋକନାଥ ମିଶ୍ର, ସଭାପତି ପଞ୍ଚାନନ ପଣ୍ଡା, ଉପସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ, ସମ୍ପାଦକ ବ୍ୟଙ୍ଗକାର ଭାବଗ୍ରାହୀ ମହାପାତ୍ର, ସହସମ୍ପାଦକ ଯୁବକବି ଯଶୋବନ୍ତ ପଟ୍ଟନାୟକ, କବି ପ୍ରହଲ୍ଲାଦ ବେହେରା, ରମାକାନ୍ତ ପ୍ରଧାନ, ଅରୁଣ କୁମାର ସାହୁ,…

Read More

ରୋଟାରୀ କ୍ଲବର ଡିଫିଟ୍ ଡାଇବେଟିସ କାର୍ଯ୍ୟକ୍ରମ

ଖଣ୍ଡପଡ଼ା,(୨୯/୦୯): ନୟାଗଡ ରୋଟାରୀ କ୍ଲବ ଆନୁକୂଲ୍ୟରେ ଏକ ଡାଇବେଟିସ ପରୀକ୍ଷା ଏବଂ ସଚେତନତା କାର୍ଯ୍ୟକ୍ରମ ଖଣ୍ଡପଡା ବ୍ଲକ ସ୍ଥିତ ଶିଖରପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ୧୦୦ ରୁ ଉର୍ଦ୍ଧ୍ବ ଲୋକଙ୍କର ଡାଇବେଟିସ ପରୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ବିଭିନ୍ନ ଗ୍ରାମରେ ଆୟୋଜନ କରିବାର ଲକ୍ଷ ରହିଛି ବୋଲି ନୟାଗଡ଼ ରୋଟାରୀ କ୍ଲବର ସଭାପତି ଧିରେନ୍ଦ୍ର କୁମାର ପଟ୍ଟନାୟକ ସୁଚନା ଦେଇଛନ୍ତି। ଏ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରୋଟାରୀ କ୍ଲବ ସଂପାଦକ ମିହିର ରଞ୍ଜନ ନାୟକ, ରୋଟାରୀ କ୍ଲବର ସଦସ୍ୟ ବ୍ରଜେନ୍ଦ୍ର ପଟ୍ଟନାୟକ, ପ୍ରବିର ପୃଷ୍ଟି, ବାସୁଦେବ ସାହୁ, ଆଦିତ୍ୟ ମିଶ୍ର ଏବଂ ଆର.ସି.ସି. ଶିଖରପୁରର ସଭାପତି, ସଂପାଦକ ଓ ସଦସ୍ୟମାନେ । ରୋଟାରୀ କ୍ଲବର ଏପରି ସେବା କାର୍ଯ୍ୟକ୍ରମକୁ ସ୍ଥାନୀୟ ଗ୍ରାମବାସୀମାନେ ଭୁୟସୀ ପ୍ରଶଂସା କରିଥିଲେ ।

Read More

ମାଛ ଚାଷ ତାଲିମ ଶିବିର ଉଦଘାଟିତ

ନୟାଗଡ,(୨୮/୦୯): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତ ତାଲିମ ପ୍ରତିଷ୍ଠାନ, ନୟାଗଡ ତରଫରୁ ଜିଲ୍ଲାର ୨୫ ଜଣ ତାଲିମାର୍ଥୀଙ୍କୁ ନେଇ ୧୦ଦିନ ଧରି ହେବାକୁ ଥିବା ମାଛ ଚାଷ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ଯୁବକ ଓ ମହିଳା ତାଲିମାର୍ଥୀ ଯୋଗଦାନ କରିଥିଲେ । ତାଲିମର ଉଦଘାଟନ ଦିବସରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଡ. ସୁରେନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମାର୍ଥୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଉନ୍ନତି ଭିତ୍ତିକ ଯୋଜନା ବିଷୟରେ ଅବଗତ କରାଇଥିଲେ । ଜିଲ୍ଲାରେ ମାଛ ଚାଷକୁ ଏକ ବ୍ୟବସାୟ ଭିତିକ ଚାଷ ହିସାବରେ ଅପଣାଇ ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ ଚାଷ କଲେ ଉତ୍ପାଦନ ହାରକୁ ବହୁଳମାତ୍ରାରେ ବୃଦ୍ଧି କରାଯାଇ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଜିଲ୍ଲାରୁ ବେରୋଜଗାରୀ ସମସ୍ୟା ଦୂର ହୋଇପାରିବ…

Read More

‘ଆଶ୍ରୟ’ରେ ପାଳନ କଲେ ଯମଜ ସନ୍ତାନଙ୍କ ପ୍ରଥମ ଜନ୍ମବାର୍ଷିକୀ

ଓଡ଼ଗାଁ,(୨୮/୦୯): ବାହାଡ଼ାଝୋଲା ମାଣିକପାଟଣା ଗ୍ରାମର ପ୍ରଶାନ୍ତ କୁମାର ପାଣିଗ୍ରାହୀ ଓ ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ମହାପାତ୍ରଙ୍କ ଯମଜ ସନ୍ତାନଙ୍କ ପ୍ରଥମ ଜନ୍ମବାର୍ଷିକୀ ଶରଣକୁଳ ବାଉଁଶିଆ ସ୍ଥିତ ଆଶ୍ରୟ ଦିବ୍ୟାଙ୍ଗ ସେବାଗ୍ରାମରେ ପାଳନ କରିଛନ୍ତି । ପ୍ରଶାନ୍ତଙ୍କ ପିତା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ସୁଲେଖକ କୈଳାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଥିବା କାରଣରୁ ଏହି ଦମ୍ପତି ନିରାଡ଼ମ୍ବର ସହକାରେ ସେମାନଙ୍କ ସନ୍ତାନଙ୍କ ପ୍ରଥମ ଜନ୍ମବାର୍ଷିକୀ ଆଶ୍ରୟ ଦିବ୍ୟାଙ୍ଗ ସେବାଗ୍ରାମରେ ଶିକ୍ଷାର୍ଥୀଙ୍କ ସହିତ ଅତିବାହିତ କରିଥିବା ବେଳେ ୩୫ ଜଣଙ୍କୁ ବହି, ଖାତା, କଲମ, ଡ୍ରଇଂ ସିଟ୍, ରଙ୍ଗ ତୁଳୀ ଓ ବିସ୍କୁଟ୍ ପ୍ରଦାନ କରିଛନ୍ତି । ଆଶ୍ରୟର ପ୍ରତିଷ୍ଠାତା ଲୋକନାଥ ଦାଶଙ୍କ ଉପସ୍ଥିତିରେ ସମସ୍ତଙ୍କୁ ପାଠ୍ୟ ଉପକରଣ ଦିଆଯାଇଥିବା ସୂଚନା ମିଳିଛି ।

Read More