ବନମାଳୀ ବାରିକ ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଅକ୍ଟୋବର ୨ ତାରିଖ ତଥା ଗାନ୍ଧୀ ଜୟନ୍ତୀ । ଏହି ଅବସରରେ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାଅନୁଷ୍ଠାନ ମାନଙ୍କରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଆଡ଼କଟା ସ୍ଥିତ ବନମାଳୀ ବାରିକି ମହାବିଦ୍ୟାଳୟର ଅଧକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ତଥା ପରିବେଶବିତ ବାମନ ଚରଣ ବାରିକି ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସରୋଜ କୁମାର ପଣ୍ଡା ଅବସରପ୍ରାପ୍ତ ସେନା ଅଧିକାରୀ ଦଶପଲ୍ଲା, ସଂମାନିତ ଅତିଥି ଭାବେ ମହାବିଦ୍ୟାଳୟର ଇଂରାଜି ବିଭାଗର ଅଧ୍ୟାପକ ଦୁର୍ଯୋଧନ ପରିଡା, ତର୍କଶାସ୍ତ୍ର ବିଭାଗର ଅଧ୍ୟାପକ ଭାଗିରଥି ପ୍ରଧାନ, ଇତିହାସ ବିଭାଗର ଅଧ୍ୟାପିକା ପ୍ରଜ୍ଞା ପରମିତା ରଥ ମଞ୍ଚାସିନ ଥିଲେ ।

ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କଲେଜ ପରିସରରୁ ଗାନ୍ଧୀଙ୍କ ଜୀବନୀ ଉପରେ ସ୍ଲୋଗାନ ଦେଇ ଶୋଭାଯାତ୍ରାକରି ଆଡକଟା ଗ୍ରାମପରିଭ୍ରମଣ କରିବା ସହିତ କଲେଜ ପରିସରରେ ସ୍ଵଛତା କାଯ୍ୟକ୍ରମ କରିଥିଲେ। ଗାନ୍ଧୀସବୁ ସମୟରେ ଅନ୍ୟାୟ ବିରୋଧରେ ସଂଘର୍ଷ କରିବା ସହିତ ଧାରଣା ଏବଂ ସତ୍ୟର ମାର୍ଗରେ ସର୍ବଦା ଯିବାକୁ କୁଣ୍ଠାବୋଧ କରିନଥିଲେ ବୋଲି ଅଧକ୍ଷ ମତବ୍ୟକ୍ତ କରିଥିଲେ । ସତ୍ୟ ଓ ଅହିଂସାକୁ ନେଇ ସର୍ବଦା ବାପୁଙ୍କ ବିଚର ସାରା ବିଶ୍ବରେ ମାର୍ଗଦର୍ଶନ କରିବା ସହ ପ୍ରେରଣା ଦେଇଥିଲେ ବୋଲିମୁଖ୍ୟ ଅତିଥି ବରିଷ୍ଠ ଶିକ୍ଷାବିତ ତଥା ପରିବେଶବିତ ବାମନ ଚରଣ ବାରିକି ମତବ୍ୟକ୍ତ କରିଥିଲେ। ତାଙ୍କର ସେହି ବିଚାରକୁ ନେଇ ଅକ୍ଟୋବର ୨ ତାରିଖ ଦିନଟିକୁ ସାରା ବିଶ୍ୱରେ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଭାବରେ ପାଳନ କରାଯାଏ ବୋଲି ମୁଖ୍ୟ ବକ୍ତା ସରୋଜ କୁମାର ପଣ୍ଡା ମତବ୍ୟକ୍ତ କରିଥିଲେ। ଏହିଦିନ ଭାରତର ସ୍ଵାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଭଳି ଜାତୀୟ ଦିବସ ଭାବରେ ପାଳନ କରାଯାଏ ବୋଲି ଇତିହାସ ବିଭାଗର ଅଧ୍ୟାପିକା ପ୍ରଜ୍ଞା ପରମିତା ରଥ ମତବ୍ୟକ୍ତ କରିଥିଲେ।

Related posts