ଜଗନ୍ନାଥଙ୍କ ଉପରେ ଆଧାରିତ ‘କାଳିଆ କଳା’ ଲୋକାର୍ପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରୀଜଗନ୍ନାଥ ଚିତ୍ର ଗୀତି ଶତକ ପୁସ୍ତକ କାଳିଆ କଳା ନବବର୍ଷ ୨୦୨୩ ପୂର୍ବାହ୍ନରେ ନୟାଗଡ଼ ପୁରୁଣା ସହରସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶତାଧିକ ଶ୍ରୀଜଗନ୍ନାଥ ଆଶ୍ରିତଙ୍କ ଗହଣରେ ଲୋକାର୍ପିତ ହୋଇଯାଇଛି। ‘କାଳିଆ କଳା’ ପୁସ୍ତକରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶରେ ୧୦୪ଗୋଟି ଫୋଟୋ ସମେତ ପ୍ରତ୍ୟେକ ବେଶକୁ ନେଇ ଶ୍ଳୋକ ମଧ୍ୟ ସ୍ଥାନିତ କରାଯାଇଛି। ମୁଖ୍ୟ ଉଦ୍ୟକ୍ତା ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନାଟ୍ୟଭୂଷଣ ବିଜୟ ଚୌଧୁରୀ, କବି ଗୋଦାବରୀଶ ମିଶ୍ରଙ୍କ ସମେତ ନୟାଗଡ଼ର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ସାମ୍ବାଦିକ ଏହି ଲୋକାର୍ପଣ ଉତ୍ସବରେ ଯୋଗଦେଇଥିଲେ। ଏହି ଅବସରରେ ସମସ୍ତ ଜ୍ଞାନୀ ଗୁଣୀ, କବି ସାହିତ୍ୟିକଙ୍କ ଉପସ୍ଥିତି ନୂଆବର୍ଷ ଭେଟଘାଟ କାର୍ଯ୍ୟକୁ ଅଧିକ ସ୍ମରଣୀୟ କରିଦେଇଥିଲା। ପୁସ୍ତକର ପ୍ରକାଶିକା ଶ୍ରୀମତୀ ନିରୂପମା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲା।

Read More

ସଜେଇ ହେଉଛି ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ ସ୍ୟାଣ୍ଡରିସର୍ଟ

ଗଣିଆ,(ନୟାଗଡ଼ ଦର୍ପଣ): ସଜେଇ ହେଉଛି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ବଡ଼ମୂଳ ମଙ୍ଗାନାସୀସ୍ଥିତ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସାତକୋଶିଆ ସ୍ୟାଣ୍ଡରିସର୍ଟ। ଶୀତ ତଥା ପର୍ଯ୍ୟଟନ ଋତୁ ପ୍ରବେଶ କରୁଥିବା ବେଳେ ପ୍ରତିବର୍ଷ ଭଳି ଚଳିତବର୍ଷ ପର୍ଯ୍ୟଟକଙ୍କ ପାଇଁ ସ୍ୟାଣ୍ଡରିସର୍ଟ ସାଜସଜ୍ଜା ଚାଲିଥିବା ଦେଖିବାକୁ ମିଳିଛି। ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀର ବାଲୁକା ଶଯ୍ୟାରେ ଲାଗୁଥିବା କଟେଜ୍‌ ଗୁଡ଼ିକର ନିମାର୍ଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା। ଆସନ୍ତା ୧୫ତାରିଖରେ ଏହାର ଶୁଭ ଉଦ୍‌ଘାଟନ କରାଯିବ । ଏ ନେଇ ମୁଦୁଲୀଗାଡ଼ିଆ, ମା’ ସାତଭଉଣୀ ପର୍ଯ୍ୟଟନ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ୧୬ଟି ଅଣଶୀତତାପ ନିତମ୍ବିତ ଅସ୍ଥାୟୀ ଟେଣ୍ଟ୍ ନିର୍ମାଣ କରାଯିବାକୁ ନିଷ୍ପତ୍ତିନିଆଯାଇଥିବା ବେଳେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ଆବଶ୍ୟକସ୍ଥଳେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶ କ୍ରମେ ଟେଣ୍ଟ ସଂଖ୍ୟାକୁ ବୃଦ୍ଧି କରାଯିବ। ସାତକୋଶିଆ…

Read More

ଶରଣକୁଳ ଲଡୁବାବା ପୀଠରେ କାଉଡ଼ିଆଙ୍କ ଭିଡ଼

ନୟାଗଡ଼,(ନୟାଗଡ଼ ଦର୍ପଣ): ଦୁଇ ବର୍ଷ କାଳ କରୋନା ପାଇଁ ଶ୍ରାବଣ ମାସରେ କାଉଡିଆ ମାନେ ପାଣିଭାର ଆଣିବା ଉପରେ ରୋକ ଲାଗିଥିବା ବେଳେ ଏଇ ବର୍ଷ କଟକଣା ନ ଥିବାରୁ ନୟାଗଡ଼ ଜିଲ୍ଲାର ଶରଣକୁଳ ଠାରେ ବିଜେ ପ୍ରତକ୍ଷ୍ୟ ଓ ପାତାଳ ଗର୍ଭୁତ। ଛତ୍ରାକାର ଲିଙ୍ଗ ପ୍ରଭୁ ଲଡୁବାବଙ୍କ ପୀଠରେ ଏଇ ବର୍ଷ ଶ୍ରାବଣମାସ ପ୍ରଥମ ସୋମବାର ଦିନ ପ୍ରାୟ ୪୦୦୦ରୁ ଉର୍ଦ୍ଧ୍ବ ବୋଲବମ ଭକ୍ତ ଆସି ନିଜର ମନସ୍କାମନା ପୂରଣ ନିମନ୍ତେ ପ୍ରଭୁ ଲଡୁବାବଙ୍କ ମସ୍ତକରେ ପାଣି ଢାଳି ଥିଲେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ମାନସିକ କରିଥିବା କାଉଡ଼ିଆମାନେ କଣ୍ଟିଲୋ ନୀଳମାଧଵ ପୀଠ ମହାନଦୀରୁ ପାଣି ଉଠାଇ ସେଠାରେ ହୋମଯଜ୍ଞ ପରେ ପାଣି ଭାର ଧରି ପ୍ରାୟ ୬୦ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ଆସିଥିଲେ । ଶରଣକୁଳ ମନ୍ଦିର ପ୍ରଶାସନ…

Read More

“ସୋହମ” ପରିସରରେ ଶୋକସଭା ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): “ସୋହମ” ସଂଗଠନ କାର୍ଯ୍ୟାଳୟ ଠାରେ ଭାରତର ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ତଥା ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ଓ ବୈଜ୍ଞାନିକ ପଦ୍ମଭୂଷଣ ଡଃ. ତ୍ରିଲୋଚନ ପ୍ରଧାନ, ପଦ୍ମଶ୍ରୀ ନନ୍ଦ ସାର୍ ଓ ଭାରତର ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ସମେତ ଅନ୍ୟ ୧୨ ଜଣ ସହିଦଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ବିଦ୍ୟାଧର ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଏକ ଶୋକସଭା ଅନୁଷ୍ଠିତ ହୋଯାଇଛି । ପ୍ରଥମେ ସମସ୍ତ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ଶ୍ରୀଯୁକ୍ତ ଆଚାର୍ଯ୍ୟ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନ ଓ ପଦ୍ମଶ୍ରୀ ନନ୍ଦ ସାରଙ୍କ ଶିକ୍ଷା ପ୍ରତି ଅବଦାନ ଓ ସହିଦ ମାନଙ୍କ ବୀର ଗାଥାର ସ୍ମୃତି ଚାରଣ କରିଥିଲେ । ତତ୍ପରେ ସଂଗଠନ ର ସଂପାଦକ ଶ୍ରୀ କାମାକ୍ଷା ପ୍ରସାଦ ଦାଶ ବୈଜ୍ଞାନିକ…

Read More

ନୟାଗଡ଼ ଟାଉନ ପୋଲିସକୁ ସଫଳତା, ୮୨ଗ୍ରାମ ବ୍ରାଉନ ସୁଗାର ଜବତ, ୫ଗିରଫ

ନୟାଗଡ଼ ହାଉସିଂ ବୋର୍ଡ କଲୋନୀରେ ଟାଉନ ପୋଲିସ ଓ ସ୍ପେଶାଲ ଟାସ୍କଫୋର୍ସ ଚଢ଼ାଉ କରି ୮୨ଗ୍ରାମ ୪୬୦ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୫ଜଣ ବେପାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେହେଲେ ଖୋର୍ଦ୍ଧା ଜିଲ୍ଲାର ମୁନା ଦାସ, ନୟାଗଡ଼ ବ୍ଳକ ଭାଟସାହି ଗାଁର ବିଶ୍ଵ ଜେନା, ବୈକୁଣ୍ଠ ଦାସ, ସୁବର୍ଣ୍ଣଦେଇପୁର କାଳୁ ଓରଫ ସୁରେଶ ପ୍ରଧାନ, ମୁକ୍ତାପୁର ଗାଁର ପବିତ୍ର ରାଉତ। ମୁଖ୍ୟ ଅଭିଯୁକ୍ତ ମୁନାର ଘର ଖୋର୍ଦ୍ଧା ଜିଲ୍ଲା ହୋଇଥିବା ବେଳେ ସେ ବାଇକରେ ବ୍ରାଉନ ସୁଗାର ଆଣି ନୟାଗଡ଼ ସହରର ହାଉସିଂ ବୋର୍ଡ କଲୋନୀରେ ଦୀର୍ଘଦିନ ଧରି ବେପାର ଚଳାଇଥିଲା। ରେଡ଼ ବେଳେ ଅଭିଯୁକ୍ତମାନଙ୍କ ଠାରୁ ୩ଟି ବାଇକ, ୫ଶହ ୭୦ଟଙ୍କା ସହ ୮୨ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ କରିଛି ପୋଲିସ। ସମସ୍ତ ୫ଅଭିଯୁକ୍ତଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵାସ୍ଥ୍ୟ…

Read More

ଲଣ୍ଡା ହେଉଛି ପାହାଡ଼, ଧ୍ୱଂସ ବିଧ୍ଵଂସ ସବୁଜବନାନୀ

ଦିନ ରାତି ବ୍ଲାଷ୍ଟିଙ୍ଗ କରି ଖୁଲମଖୁଲା ଲୁଟୁଛନ୍ତି ଖଣି ମାଫିଆ… କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର… ତ୍ରାହି ତ୍ରାହି ଡାକୁଛନ୍ତି ସ୍ଥାନୀୟ ବାସିନ୍ଦା… #nayagarhdarpan #bhapur #Nayagarh

Read More

ନିର୍ମାଣ ଚାଲିଛି ନୟାଗଡ଼ରେ ଦ୍ୱିତୀୟ ଅଯୋଧ୍ୟା

ନୟାଗଡ଼ରେ ଦ୍ୱିତୀୟ ଅଯୋଧ୍ୟା ! ପାହାଡ଼ ଉପରେ ଚାଲିଛି ଭବ୍ୟ ରାମ ମନ୍ଦିର ନିର୍ମାଣ l ଭାପୁର ବ୍ଲକ ଫତେଗଡ଼ ପାହାଡ଼ ଶିଖରରେ ନିର୍ମାଣ ହେଉଛି ଏକ ସୁନ୍ଦର ଏବଂ ଆକର୍ଷଣୀୟ ମନ୍ଦିର l

Read More