ଝାଡ଼ପଡା ଠାରେ ନୂତନ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ

ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ବ୍ଲକ ଅନ୍ତର୍ଗତ ଝାଡ଼ପଡା ଗ୍ରାମ ପଞ୍ଚାୟତର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଝାଡ଼ପଡା ଠାରେ ଦ୍ୱିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ଓଡ଼ିଶାରେ ୨୦୪ ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି ।ଏହି ଅବସରରେ ରଣପୁର ବ୍ଲକ ଅନ୍ତର୍ଗତ ଝାଡ଼ପଡା ଠାରେ ଏକ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ନିର୍ମାଣ ପାଇଁ ବାଚସ୍ପତି ସୁରମା ପାଢୀଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରଣପୁର ବିଡ଼ିଓ ମନୋଜ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବନଲତା ବେହେରା,ସରପଞ୍ଚ…

Read More

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର ମନୋଜ ତ୍ରିପାଠୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ କ୍ଳବ୍ ପରିଦର୍ଶନ କଲେ ୩୨୬୨ ଜିଲ୍ଲା ଗଭର୍ଣ୍ଣର ରୋଟାରୀଆନ ମନୋଜ କୁମାର ତ୍ରିପାଠୀ। ତାଙ୍କ ସହିତ ଥିଲେ ପ୍ରଥମ ମହିଳା ତଥା ଇନରହୁଇଲ ଚେୟାରମ୍ୟାନ ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀ । ଏହି ଅବସରରେ ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍  ବସିରନ୍ ବିବିଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗଭର୍ଣ୍ଣର ଶ୍ରୀଯୁକ୍ତ ତ୍ରିପାଠୀ  ମଞ୍ଚାସୀନ ହୋଇ ରୋଟାରୀ କ୍ଳବ୍ ନୟାଗଡ଼ର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି କ୍ଳବ୍ ସେବା କ୍ଷେତ୍ରରେ ଓଡିଶାର ଏକ ଅଗ୍ରଣୀ କ୍ଳବ୍ ଭାବେ ନିଜର ପରିଚୟ ସ୍ରୁଷ୍ଟି କରିପାରିଛି ବୋଲି କହିଥିଲେ। ରୋଟାରୀ କ୍ଳବ୍ ର ଫିଜିଓଥେରାପି କେନ୍ଦ୍ର ଓ ଆମ୍ବୁଲାନ୍ସର ଉପଯୋଗିତା ସହିତ ବୃକ୍ଷ ରୋପଣ, ଓଡ଼ିଆ ସାମ୍ବାଦିକତା ଦିବସ,…

Read More

‘ଭୂତ ସହ ରାତିଏ’ର ଶୁଭ ମହୁରତ

ନୟାଗଡ଼, (ନୟାଗଡ଼ ଦର୍ପଣ): ରହସ୍ୟ ରୋମାଞ୍ଚ ଭରା ଚଳଚିତ୍ର “ଭୂତ ସହ ରାତିଏ”ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ସଂନ୍ଧ୍ୟାରେ ମା ଦକ୍ଷିଣକାଳୀଙ୍କ ମନ୍ଦିର ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ୧୨ ତାରିଖରୁ ଏହାର ସୁଟିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା କହିଛି। ଏହି ଅବସରରେ ସିନେମାରେ ଅଭିନୟ କରୁଥିବା କଳାକାରଙ୍କ ସହ ବହୁ ବରିଷ୍ଠ ନାଟ୍ୟକାର ଓ ନାଟ୍ୟ ନିର୍ଦେଶକ ଯୋଗ ଦେଇ ଫିଲ୍ମ ର ସଫଳତା କାମନା କରିଛନ୍ତି। ଗୀତିକଳ୍ପ ହରିଶ ପ୍ରଧାନଙ୍କ କାହାଣୀକୁ ନେଇ ନେଇ ସିନେମା ପ୍ରସ୍ତୁତ ହେଉଥିଲା ବେଳେ ପ୍ରଯୋଜକ ଅଛନ୍ତି ନିଜେ ହରିଶ ପ୍ରଧାନ। ନିର୍ଦେଶନା ଦାୟିତ୍ୱ ନିର୍ବାହ କରୁଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥ। ନୟାଗଡ଼ ଦର୍ପଣ ନିବେଦିତ ଏହି ସିନେମାର ପୋଷ୍ଟ ପ୍ରଡକ୍ସନ ଦାୟିତ୍ୱ ଯଯାତି କେଶରୀଙ୍କ…

Read More

ଅଲୋଷ୍ଟାର ତୃତୀୟ ଥର ପାଇଁ ସାଧାରଣ ସମ୍ପାଦକ ହେଲେ ସୁକାନ୍ତ
ବେହେରା, ଦୁଇଦିନିଆ ସାମ୍ବିଧାନିକ ସମ୍ମିଳନୀ ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ଚାଲିଥିବା ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଆଲୋଷ୍ଟ)ର ୩୨ ତମ ରାଜ୍ୟସ୍ତରୀୟ ଦୁଇ ଦିନିଆ ସାମ୍ବିଧାନିକ ସମ୍ମିଳନୀ ଓ ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ୩୭ ତମ ଶ୍ରାଦ୍ଧ ବାର୍ଷିକୀ ଆଲୋଚନା ଚକ୍ର ଆଜି ଉଦଯାପିତ ହୋଇଯାଇଛି। ଏଥିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନିର୍ବାଚନ ପ୍ରକ୍ରିୟାରେ ପୁରୀ ଜିଲ୍ଲାର ସୁକାନ୍ତ କୁମାର ବେହେରା ତୃତୀୟ ଥର ପାଇଁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ସେହିପରି ସଭାପତି ଭାବେ ଯାଜପୁରର ନିର୍ମଳା ପଣ୍ଡା ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଜୟପ୍ରକାଶ ପଣ୍ଡା, କବିରାଜ ବିଶ୍ୱାଳ ଏବଂ ଧନେଶ୍ୱର ପାତ୍ର ନିର୍ବାଚିତ ହୋଇଛନ୍ତି। ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ଯୁଧିଷ୍ଠିର ପ୍ରଧାନ, କୋଷାଧକ୍ଷ ସୁଦର୍ଶନ ସ୍ୱାଇଁ ନିର୍ବାଚିତ ହୋଇଥିବା ବେଳେ ମୁଖ୍ୟ ଉପଦେଷ୍ଟା…

Read More

ଜୋନ ସଭାପତି ଚୟନ ପାଇଁ ଜିଲ୍ଲାର ୨୪ ଜିଲ୍ଲା ପରିଷଦ ଜୋନରେ କଂଗ୍ରେସ ସାଙ୍ଗଠନିକ ବୈଠକ

ଜୁନ ୨୫ ମଧରେ ସାରିବା ପାଇଁ ବ୍ଲକ ସଭାପତିମାନଙ୍କୁ ପ୍ରସ୍ତାବ ଦେଲା ଜିଲ୍ଲା କଂଗ୍ରେସ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବ୍ୟାପି ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନ/ମଣ୍ଡଳମାନଙ୍କରେ କଂଗ୍ରେସ ସଭାପତି ଚୟନ ପାଇଁ ସାଙ୍ଗଠନିକ ବୈଠକ ଆୟୋଜନ କରାଯାଇ ବ୍ଲକ କଂଗ୍ରେସ ସଭାପତି ମାନେ ପ୍ରତ୍ୟେକ ଜୋନରୁ ସଭାପତି ପାଇଁ ଅନ୍ୟୁନ ତିନି ଜଣଙ୍କ ନାମ ଡିସିସିକୁ ସୁପାରିଶ କରିବା ପାଇଁ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଜିଲ୍ଲାର ଆଠଗୋଟି ବ୍ଲକ ସଭାପତିଙ୍କୁ ଚିଠି କରିଛନ୍ତି। ଏଆଇସିସି ଏବଂ ପିସିସି ମାର୍ଗଦର୍ଶିକା ଅନୁସାରେ ପ୍ରତ୍ୟେକ ଜୋନ/ମଣ୍ଡଳ ସ୍ତରୀୟ ସଭାପତି ଚୟନ ପାଇଁ ସମ୍ପୃକ୍ତ ଜୋନର ପ୍ରତ୍ୟେକ ବୁଥରୁ ବିଏଲଏ-୨ଙ୍କ ସମେତ ସର୍ବନିମ୍ନ ପାଞ୍ଚଜଣ ଲେଖାଏଁ ଦଳୀୟ କର୍ମୀଙ୍କ ଉପସ୍ଥିତି ବାଧ୍ୟତାମୂଳକ କରାଯାଇଛି। ଏହି ବୈଠକରେ କର୍ମୀ ମାନଙ୍କ ଦ୍ୱାରା ମନୋନୀତ ଦକ୍ଷ ସଙ୍ଗଠକଙ୍କୁ ଜୋନ…

Read More

ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କଲେ ବାଚସ୍ପତି

ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାଡ଼ପଡା ଗୋଦାବରୀଶ ମିଶ୍ର ନୋଡାଲ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ପରିସରରେ ନିମ ଗଛ ରୋପଣ କଲେ ବାଚସ୍ପତି ସୁରମା ପାଢ଼ୀ। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ରଣପୁର ବନାଞ୍ଚଳ ଅଧିକାରୀ ସିଦ୍ଧୁ ସିଂହ , ନୟାଗଡ଼ ଜିଲ୍ଲା ବିଜେପି ଉପ ସଭାପତି ନିର୍ମଳ କୁମାର ମତ୍ତଗଜସିଂହ, ଝାଡ଼ପଡା ସରପଞ୍ଚ ସୌରୀବନ୍ଧୁ ସାହୁ, ତ୍ରିନାଥ ଉଦୟସିଂହ, ସଞ୍ଜୀବ କୁମାର ପରିଡ଼ା, ହରିବନ୍ଧୁ ଜଗଦ୍ଦେବ, ପ୍ରମୋଦ ରାଉତରାୟ, ମାଧବ ଚନ୍ଦ୍ର ରାଉତ,ଗଣେଶ୍ୱର ମାନ୍ଧାତା ଙ୍କ ସମେତ ରଣପୁର ବ୍ଲକ୍ ଶିକ୍ଷା ଅଧିକାରୀ,ସ୍ଥାନୀୟ ଶିକ୍ଷକ,ଶିକ୍ଷୟତ୍ରୀ, ବରିଷ୍ଠ ନାଗରିକ, ପ୍ରକୃତି ପ୍ରେମୀ ତଥା ଜନସାଧାରଣ ଉପସ୍ଥିତ ଥିଲେ । ସୁରମା ପାଢ଼ୀଙ୍କ ଉପସ୍ଥିତିରେ “ବୃକ୍ଷ ହିଁ ଜୀବନ”ର ନାରା ଦେବା ସହ ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ନିଆଯାଇଥିଲା। ଏହି ନିମ୍ବ ଗଛ…

Read More

ଏନଏସି ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନିକଟରେ ରାଜ୍ୟ ସରକାର ବରିଷ୍ଠ ମାଧ୍ୟମିକ ଶିକ୍ଷକ ମାନଙ୍କୁ ପଦୋନ୍ନତି ଦେଇ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଫଳରେ ରାଜ୍ୟର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରଧାନ ଶିକ୍ଷକ ପଦବୀ ଗୁଡିକ ପୂରଣ ହୋଇ ପାରିଛି। ଏହି କ୍ରମରେ ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଆଦର୍ଶ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡା ଆଜି ଯୋଗଦାନ କରିଛନ୍ତି। ଫଳରେ ଦୀର୍ଘ ଦୁଇବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରଧାନ ଶିକ୍ଷକ ପଦ ପୂରଣ ହୋଇପାରିଛି। ବିଦ୍ୟାଳୟ ପକ୍ଷରୁ ଶିକ୍ଷକ ଓ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ରଥ, ଭବାନୀ କୁମାରୀ ଆଚାର୍ଯ୍ୟ, ସୁନିତା ନାୟକ, ସୌଦାମିନୀ ପ୍ରଧାନ, ରୋଜାଲିନ ମିଶ୍ର,ଉମାକାନ୍ତ ମିଶ୍ର,ଲକ୍ଷ୍ମୀଧର ସାହୁ, କାଦମ୍ବିନୀ କରଣ,ଅଶୋକ କୁମାର ମିଶ୍ର,ସ୍ମିତା ମଲ୍ଲିକ ପ୍ରମୁଖ ପ୍ରଧାନ…

Read More

ଜିଲା ସାମ୍ବାଦିକ ସଂଘର ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଅନୁଧ୍ୟାନ, କ୍ୟାବିନେଟ ମଂଜୁରୀ ଅପେକ୍ଷାରେ ବୃତ୍ତଙ୍ଗ ଜଳସେଚନ ଯୋଜନା, ୨୦୩୦ରେ ପ୍ରକଳ୍ପ କାର୍ଯ୍ୟ ସରିବ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦୀର୍ଘ ୬୫ ବର୍ଷ ହେଲା ନୟାଗଡ ଜିଲ୍ଲାରେ ବୃତ୍ତଙ୍ଗ ଜଳସେଚନ ଯୋଜନା କାର୍ଯ୍ୟକାରୀ ହେବ ହେବ ବୋଲି କୁହାଯାଉଛି । ଏହି ପ୍ରକଳ୍ପ ନୟାଗଡ ଜିଲ୍ଲାର ଜୀବନରେଖା ପାଲଟିବ । ଏହି ପ୍ରକଳ୍ପ ଦ୍ୱାରା ବହୁ ଚାଷୀ ଉପକୃତ ହେବାକୁ ଥିବାବେଳେ ନୟାଗଡ ବିଦ୍ୟୁତ ଅଭାବରେ ପେଶି ହେଉଥିବାବେଳେ ଜିଲ୍ଲାକୁ ୧୦ ମେଗାୱାଟ ବିଦ୍ୟୁତ ବି ମିଳିବ । ଗୋଟିଏ ପଟେ ବିଦ୍ୟୁତ ସମସ୍ୟାରେ ପେଶି ହୋଇଯାଉଥିବା ନୟାଗଡ ଜୀବନ ପାଇବ। ଅନ୍ୟପଟେ ଜଳସେଚନ ଅଭାବରେ ଷଢ଼ୁଥିବା ନୟାଗଡ ଚାଷୀଙ୍କୁ ଚାଷ ପାଇଁ ଜୀବିକା ମିଳିବ । ଏବେ ୬୫ ବର୍ଷର ଅନ୍ତ ଘଟିବାକୁ ଯାଉଛି । ଆଉ ୩ ବର୍ଷ ଅପେକ୍ଷା କରିବାକୁ ପଡିବ । ବର୍ତ୍ତମାନ ଏହି ପ୍ରକଳ୍ପ କ୍ୟାବିନେଟ ମଂଜୁରୀ ଅପେକ୍ଷାରେ ରହିଛି ବୋଲି ଶୁକ୍ରବାର ଉକ୍ତ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ…

Read More

ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଇଟାମାଟି, (ନୟାଗଡ଼ ଦର୍ପଣ): ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଇଟାମାଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରଜାପତି ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ କେନ୍ଦ୍ର ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡ଼ଃ ଜ୍ୟୋତିରଞ୍ଜନ ସାମନ୍ତରାୟ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିଲେ। ପରିବେଶ ସନ୍ତୁଳନ ରକ୍ଷା କରିବା ଏବଂ ଜୀବଜଗତର ଜୀବନ ରକ୍ଷା ପାଇଁ ବୃକ୍ଷଲତା ଅମୃତତୁଲ୍ୟ ଅମ୍ଳଜାନ ଯୋଗାଉଥିବାରୁ ବୃକ୍ଷରୋପଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସମାଜସେବୀ ତଥା “Give Blood Save Life”ର ସଭାପତି ଭାଗିରଥି ବାଈଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । “ ଯଦୁମଣି ବରିଷ୍ଠ ନାଗରିକ ମଞ୍ଚ ଇଟାମାଟି” ର ସଦସ୍ୟ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ନାୟକ,ଜଗନ୍ନାଥ ଦାସ,ସଚ୍ଚିଦାନନ୍ଦ ସାଥୁଆ, କିଶୋର ଚନ୍ଦ୍ର ସାହୁ, ଅଧ୍ୟାପକ ଅଶୋକ…

Read More

କଦଳୀବନ୍ଧ ବିଦ୍ୟାଳୟକୁ ପ୍ରକୃତିମିତ୍ର ପୁରସ୍କାର

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ପ୍ରତିବର୍ଷ ଭଳି ଚଳିତ ବର୍ଷ ବନ ବିଶ୍ରାମାଗାର ସଭାଗୃହ ନୟାଗଡ଼ ଠାରେ ବନଖଣ୍ଡ ଅଧିକାରୀ ନୟାଗଡ଼ ଦେବାର୍ଚ୍ଚନ ବେହେରା ଙ୍କ ସଭାପତିତ୍ୱ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରା ସମ୍ମାନିତ ଅତିଥି ରୂପେ ଆସନ ଅଳଂକୃତ କରିଥିଲେ।ଏଥିରେ ୮ ଟି ବ୍ଳକରୁ ସମସ୍ତ  ଏ ସି ଏଫ୍ ,ବନାଞ୍ଚଳ ଅଧିକାରୀ,ବନପାଳ,ବନରକ୍ଷୀ ଓ ପରିବେଶ କର୍ମୀ ଉପସ୍ଥିତ ଥିଲେ।ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଜିଲ୍ଲା ରୁ ମନୋନୀତ ହୋଇଥିବା ୫ ଟି ଅନୁଷ୍ଠାନ ପ୍ରକୃତିମିତ୍ର ଓ ୪ ଜଣଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ଜିଲ୍ଲାପାଳ ଙ୍କ କରକମଳରେ ପ୍ରଦାନ କରାଯାଇଥିଲା।ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହୋଇ ଜଳବାୟୁ ଓ ଭବିଷ୍ୟତ ପାଇଁ ନିଜେ ପ୍ରକୃତିର…

Read More