ନୟାଗଡ଼, (ନୟାଗଡ଼ ଦର୍ପଣ): ଆଗାମୀ ୧୨ ଜାନୁଆରୀ ସୋମବାର ନୟାଗଡ଼ ପୁରୁଣା ଜେଲ ସ୍ଥିତ ପାର୍କିଙ୍ଗ ପଡିଆ ଠାରେ ବିଶାଳ ଚାଷୀ ସମାବେଶରେ ଯୋଗ ଦେବାପାଇଁ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନୟାଗଡ଼ ଗସ୍ତ ପରିପ୍ରେକ୍ଷୀରେ ପ୍ରାରମ୍ଭିକ ଦଳୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ତ୍ତ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା କଂଗ୍ରେସ କିସାନ ସେଲ ଅଧ୍ୟକ୍ଷ ବସନ୍ତ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ପିସିସି ସାଧାରଣ ସମ୍ପାଦକ ୟାଶୀର ନୱାଜ, ଡିସିସି ସଭାପତି ରଣଜିତ ଦାଶ, ପିସିସି ସଭ୍ୟ ହୁସେନ ଖାଁ, ବରିଷ୍ଠ ନେତା ମନୋଜ ସାହୁ, ବସନ୍ତ ମହାରଣା, ପୂର୍ଣ୍ଣଚନ୍ଦ୍ର ସାନ୍ତ, ବୁଲୁ ପରିଡା, ହାଲିମ ଖାଁ, ହସୀମ ଖାଁ,ରାଜ୍ୟ ଯୁବକଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।…
Read MoreCategory: ନୟାଗଡ଼
ନୟାଗଡ଼ର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ମଧୁମିତା ରଥ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ତତକାଳୀନ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କର ନୂଆ ବର୍ଷ ଦିନ ଗଜପତି ଜିଲ୍ଲାକୁ ବଦଳି ହୋଇଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ୨୦୧୫ ବ୍ୟାଚର ଆଇଏଏସ ମଧୁମିତା ରଥଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଥିଲା। ତେବେ ଆଜି ନୂତନ ଜିଲ୍ଲାପାଳ ମଧୁମିତା ରଥ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଦାୟୀତ୍ବ ଗ୍ରହଣ କରିବା ପରେ ପରେ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ କହିଥିଲେଯେ, ଆମ ଜିଲ୍ଲା ଆମର ଗର୍ବ। ମା ଦକ୍ଷିଣକାଳୀ, ଜଗନ୍ନାଥ ଆଶୀର୍ବାଦ ନେଇ ଆମ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ସକରାତ୍ମକ ଚିନ୍ତାଧାରା ସହିତ ସମସ୍ତେ ମିଳିମିଶି କାମ କରିବା ପାଇଁ ଆହ୍ୱାନ ଦେଇଥିଲେ। କୃଷି, ଶିକ୍ଷା,…
Read Moreନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁମିଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ମା’ ଉମାଦେବୀ ପୀଠରେ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଇଂରାଜୀ ନବବର୍ଷ ଉପଲକ୍ଷେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ସାମ୍ବାଦିକ ସାମିଲ ହୋଇଥିଲେ। ଏ ଅବସରରେ ସାମ୍ବାଦିକ ମାନଙ୍କ ସୁରକ୍ଷା, ପେନସନ ଆଦି ଉପରେ ମତପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରୁ ବିଭିନ୍ନ ବ୍ଲକରୁ ଆସିଥିବା ସଂଘର ସଦସ୍ୟ ମାନେ ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଆଗାମୀ ଦିନରେ ସଂଘକୁ ମଜବୁତ କରିବା ନିମନ୍ତେ ବ୍ଲକ ସ୍ତରରେ କାର୍ଯ୍ୟକ୍ରମ ଓ ସଂଗଠନ ବୈଠକ ମାନ ଅନୁଷ୍ଠିତ ହେବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ବିନାୟକ ମିଶ୍ର,…
Read Moreଜାନୁଆରୀ ୫ରୁ ରଣପୁର ମହୋତ୍ସବ, ରଣପୁର ମହୋତ୍ସବ: ଐତିହ୍ୟ ଓ ସଂସ୍କୃତିର ଉତ୍ସବ
ରଣପୁର,(ନୟାଗଡ଼ ଦର୍ପଣ): ଆସନ୍ତା ଜାନୁଆରୀ ୫ ରୁ ୯ ପର୍ଯ୍ୟନ୍ତ ରଣପୁରରେ ଆୟୋଜିତ ହେଉଛି ରଣପୁର ମହୋତ୍ସବ। ଐତିହ୍ୟ, ସଂସ୍କୃତି, ଇତିହାସ ଓ ପରମ୍ପରାକୁ ଆଧାର କରି ଏହି ମହୋତ୍ସବ ଦୀର୍ଘବର୍ଷ ଧରି ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ଓ ଗର୍ବର ପ୍ରତୀକ ଭାବେ ପାଳିତ ହୋଇ ଆସୁଛି। ଏହି ପାଞ୍ଚ ଦିନିଆ ମହୋତ୍ସବରେ ରଣପୁରର ଐତିହାସିକ ଗୌରବ, ଲୋକସଂସ୍କୃତି ଓ ପାରମ୍ପରିକ କଳାର ଜୀବନ୍ତ ଚିତ୍ର ଦେଖିବାକୁ ମିଳିବ। ଲୋକନୃତ୍ୟ, ଲୋକସଙ୍ଗୀତ, ପାଲା, ଦାସକଠିଆ, ଓଡ଼ିଶୀ ନୃତ୍ୟ ସହିତ ସାହିତ୍ୟିକ ଆଲୋଚନା, କବି ସମ୍ମିଳନୀ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରିବ। ମହୋତ୍ସବର ପ୍ରଥମ ଦିନ ମଞ୍ଚକୁ ଆଲୋକିତ କରିବେ ଓଡ଼ିଆ ସଙ୍ଗୀତ ଜଗତର ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଇରା ମହାନ୍ତି। ତାଙ୍କର ସୁମଧୁର କଣ୍ଠ ଓ ଲୋକପ୍ରିୟ ଗୀତରେ ଦର୍ଶକମାନେ ମନମୁଗ୍ଧ ହେବେ ବୋଲି…
Read MoreLIC ଅଭିକର୍ତ୍ତା ସଙ୍ଘର ୭ମ ବାର୍ଷିକ ସମାରୋହ, ସଭାପତି ଭାବେ ଜୟ ପ୍ରକାଶ ପଣ୍ଡା, ସମ୍ପାଦକ ଭାବେ ଶତ୍ରୁଘ୍ନ ସାହୁ ମନୋନୀତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜୀବନ ବୀମା ଅଭିକର୍ତ୍ତା ସଙ୍ଘ ର ୭ତମ ବାର୍ଷିକ ଉତ୍ସବ ନୀଳମାଧବ କଲ୍ୟାଣୀ ମଣ୍ଡପ ରେ ସଙ୍ଘ ର ସଭାପତି ଶୁଭେନ୍ଦୁ କୁମାର ଜଗଦେବ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜୀବନ ବୀମା ର ଶାଖା ପରିଚାଳକ ସନ୍ଦୀପ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ଡିଭିଜନ କାଉନସିଲ ର ସମ୍ପାଦକ ଜୟସଙ୍କର ମାଲୁ ଯୋଗ ଦେଇଥିଲେ।ଅନ୍ୟ ତମ ଅତିଥି ଭାବେ ଅତିରିକ୍ତ ଶାଖା ପରିଚାଳକ ଅକ୍ରୁର ଜେନା, ଡିଭିଜନ କାଉନସିଲ ର ସଭାପତି ବିଜୟ କୁମାର ସାହୁ, ଡିଭିଜନ କୋଷାଧକ୍ଷ ରବୀନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ। ସଭା ଆରମ୍ଭ ରୁ ବରିଷ୍ଠ ଅଭିକର୍ତ୍ତା ଅସ୍ମିନୀ କୁମାର ଜେନା ମଞ୍ଚ ସଂଯୋଜନା କରିଥିଲେ। ଅତିଥି ମାନଙ୍କ ଦ୍ୱାରା…
Read Moreଓଡ଼ିଆ ଫିଲ୍ମ “କୁଣ୍ଡଳୀ”ର ଶୁଭ ମହୁରତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜନ୍ମ ହେବା ମାତ୍ରେ ସମସ୍ତେ “କୁଣ୍ଡଳୀ” ସାଙ୍ଗରେ ନେଇ ଆସିଥାନ୍ତି l ତେବେ ସେଇ କୁଣ୍ଡଳୀ କେତେବେଳେ କାହା ଭାଗ୍ୟରେ କେମିତି ଥାଏ ତାହା ଏକ ଚଳଚ୍ଚିତ୍ର ମାଧ୍ୟମରେ ଆଗାମୀ ଦିନରେ ଦେଖିବେ ଓଡ଼ିଆ ଦର୍ଶକ l “କୁଣ୍ଡଳୀ” ଏକ ଓଡ଼ିଆ ସସ୍ପେନ୍ସ ତଥା ହରର୍ ଚଳଚ୍ଚିତ୍ର l ପ୍ରଥମଥର ପାଇଁ ସସ୍ପେନ୍ସ ତଥା ହରର୍ ଚଳଚ୍ଚିତ୍ର ଭାବେ ବୋଉ ବୁଟୁ ଭୂତ କୁ ଦର୍ଶକ ଢେର ଭଲ ପାଇବା ଦେଇଥିଲା ଏବଂ ବ୍ୟବସାୟିକ ସଫଳତା ମଧ୍ୟ ପାଇଥିଲା l କୁଣ୍ଡଳୀ ଏକ ବ୍ୟୟ ବହୁଳ ଭରପୁର ଭିଏଫଏକ୍ସ ବ୍ୟବହୃତ ଚଳଚ୍ଚିତ୍ର ଭାବେ ନିର୍ମାଣ ହେବ l ଯାହା ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି କଟକ ମାଆ ଧାକୁଲେଇ ପୀଠରେ ଅନୁଷ୍ଠିତ “କୁଣ୍ଡଳୀ” ନାମକ ଏକ ନୂତନ ଓଡ଼ିଆ ଚଳଚ୍ଚିତ୍ରର…
Read Moreମା ଦକ୍ଷିଣକାଳୀଙ୍କ ପହିଲି ପ୍ରସାଦ ସେବନ କଲେ ଛାତ୍ରଛାତ୍ରୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ଠାରେ ପ୍ରତ୍ୟୁଷରୁ ଭୋଗ ଲାଗି ହେଉଥିବା ପହିଲି ପ୍ରସାଦକୁ ନୟାଗଡ଼ ରୋଟାରି କ୍ଳବ ଏକ୍ସିଲେନସି ପକ୍ଷରୁ ସ୍ଥାନୀୟ ତପସ୍ୟା ଶିଶୁ ଗୃହରେ ପାଠ ପଢୁଥିବା ଅସହାୟ ଛାତ୍ର ଛାତ୍ରୀମାନଙ୍କୁ ବଣ୍ଟନ କରାଯାଇଛି। ଶିଶୁ ଗୃହର ପରିଚାଳନା କମିଟି ସଭାପତି ଉଷା ପଟ୍ଟନାୟକ, ଶିକ୍ଷକ, ଶିକ୍ଷୟତ୍ରୀ, ତତ୍ୱାବଧାରକଙ୍କ ସମେତ ନୟାଗଡ଼ ଏକ୍ସିଲେନସି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ସଂଗ୍ରାମ ଗୁମାନ ସିଂ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଇନଜିଵୀ ରଣଜିତ ଦାସ ପ୍ରମୁଖ ପ୍ରସାଦ ସେବନରେ ସାମିଲ ହୋଇଥିଲେ।
Read Moreପ୍ରଥମ ଓଡ଼ିଆ ଗାନ୍ଧିବାଦୀ ଗୋବିନ୍ଦ ମିଶ୍ରଙ୍କ ୧୩୬ତମ ରାଜ୍ୟସ୍ଥରୀୟ ଜୟନ୍ତୀ ପାଳିତ
ଗୋବିନ୍ଦ ମିଶ୍ର ଥିଲେ ଓଡ଼ିଆ ଜାତିର ପ୍ରଥମ ପ୍ରତିବାଦର ସ୍ୱର- ଦାଶ୍ ବେନହୁର ଭୁବନେଶ୍ୱର, (ନୟାଗଡ଼ ଦର୍ପଣ): ବିପ୍ଲବୀ ଗୋବିନ୍ଦ ମିଶ୍ର ହିଁ ଥିଲେ ପରାଧିନ ଓଡ଼ିଆ ଜାତିର ପ୍ରତିବାଦର ସ୍ୱର। ଓଡ଼ିଆଙ୍କ ଦୁଃଖ ଦୁର୍ଦ୍ଦଶାର ଜାତୀୟ ସ୍ୱର ଥିଲେ ଗୋବିନ୍ଦ ମିଶ୍ର। ଗାନ୍ଧୀଙ୍କ ସହ ସାବରମତି ଆଶ୍ରମରେ ରହିବା ସହ, ଗାନ୍ଧୀଙ୍କୁ ଓଡ଼ିଶାର ଚରଖା ବୁଲାଇବା ଓ ଖଦି ଲୁଗା ପିନ୍ଧାଇବାରେ ଗୋବିନ୍ଦ ମିଶ୍ରଥିଲେ ପ୍ରଥମ ଓଡ଼ିଆ। କେଦାରନାଥ ଗବେଷଣା କେନ୍ଦ୍ର ଠାରେ ଓଡ଼ିଶାସାହିତ୍ୟ ଏକାଡେମୀ ଓ ସେବା ଉତ୍ସବ ସମିତି ପକ୍ଷରୁ ଗାନ୍ଧିବାଦୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କର ୧୩୬ ତମ ଜନ୍ମ ଜୟନ୍ତୀରେ ଯୋଗଦେଇ ଅତିଥି ମାନେ ଏହି ବକ୍ତବ୍ୟ ରଖିଥିଲେ । ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଦାଶ୍…
Read Moreନୟାଗଡ଼ରେ ମେଡିକାଲ କଲେଜ ସ୍ଥାପନ ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦରମହକୁମାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଆଜି ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଆବାହକ ଗୋଦାବରିଶ୍ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ବିଶାଳ ଶୋଭାଯାତ୍ରାରେ ଦଳ ମତ ନିର୍ବିଶେଷରେ ଶହ ଶହ ଲୋକ ଯୋଗ ଦେଇଥିଲେ । ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକରୁ କ୍ରିୟାନୁଷ୍ଠାନ କମିଟି ପ୍ରତିନିଧିମାନେ ଯୋଗ ଦେଇ ଆନ୍ଦୋଳନକୁ ସମର୍ଥନ ଦେଇଥିଲେ । ନୂଆଗାଁ, ଦଶପଲ୍ଲା, ଗଣିଆ, ଖଣ୍ଡପଡ଼ା, ଭାପୁର, ଓଡ଼ଗାଁ ବ୍ଲକ ସମେତ ବାହାଡ଼ଝୋଲା ଓ ରଣପୁର ବ୍ଲକ ଶରଣକୁଳ ଅଞ୍ଚଳରୁ ଲୋକମାନେ ସାମିଲ ହୋଇଥିଲେ । ରାଜ୍ୟ ସରକାର ଘୋଷଣା ମୁତାବକ ତୁରନ୍ତ ନୟାଗଡ଼ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ସ୍ଥାପନ ପାଇଁ ପଦକ୍ଷେପ ନେବା ସହ ଘୋଷଣା କରିବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି…
Read Moreଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୧୧ରେ ନୟାଗଡ଼ ବ୍ଲକ ଅଡିସନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପ୍ରୟାସରେ ‘ସଙ୍ଗୀତଧାରା’ ,ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ସିଜିନ-୩ ପ୍ରତିଯୋଗିତାର ବ୍ଳକସ୍ତରୀୟ ଅଡିସନ ନୟାଗଡ଼ରେ ଆସନ୍ତା ୧୧ ତାରିଖ ରବିବାର ଦିନ ନୟାଗଡ଼ ନୂଆ ରାଜବାଟୀ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ପରିସରରେରେ ପୂର୍ବାହ୍ନରେ ୧୦ଟା ସମୟରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀ ମାନଙ୍କ ଅଡିସନ ନିଆଯିବ। ଏଥିରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ପ୍ରତିଯୋଗିତାରେ ଭାଗ ନେଇ ପାରିବେ । ପ୍ରତିଯୋଗୀ ମାନେ ସକାଳ ସାଢେ଼ ୯ଟାରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ନାମ ପଞ୍ଜିକରଣ କରିବେ। ଏ ନେଇ ‘ସଙ୍ଗୀତଧାରା’ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଦିନ ସଭାପତି ଡ.ବିଜୟ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ମହର୍ଷି ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇ ଯାଇଛି । ନିଷ୍ପତ୍ତି…
Read More