ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠିଛି। ଏହି ପ୍ରସଙ୍ଗରେ ନୟାଗଡ଼ ବ୍ଲକ୍ର ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧିମାନେ ନୟାଗଡ଼ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଦାବି ପୂରଣ ନହେଲେ ଆସନ୍ତା ୧୭ ତାରିଖରୁ ଅହୋରାତ୍ର ଧାରଣାରେ ବସିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର ନୟାଗଡ଼ ବ୍ଲକ୍ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁଙ୍କ ନେତୃତ୍ୱରେ ବହୁ ସରପଞ୍ଚ ଓ ସମିତି ସଭ୍ୟ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଧାରଣା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ସେମାନେ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ସହ ନିୟମାନୁସାରେ ଶୀଘ୍ର ବୈଠକ ଡାକିବାକୁ ଦାବି କରିଥିଲେ। ଜନପ୍ରତିନିଧିମାନଙ୍କ କହିବା ଅନୁଯାୟୀ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଗତ ଅନାସ୍ଥା ପ୍ରସ୍ତାବ…
Read MoreCategory: ନୟାଗଡ଼
ସର୍ଦ୍ଦାରପଟେଲ ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଡିପଡାରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ
ଗୋଡିପଡା, (ନୟାଗଡ଼ ଦର୍ପଣ): ଗୋଡିପଡା ସ୍ଥିତ ସର୍ଦ୍ଦାରପଟେଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଘନଶ୍ୟାମ ରାଉତ ନୂତନ ପ୍ରଧାନ ଶିକ୍ଷକଭାବେ ଯୋଗଦାନ କରିଛନ୍ତି। ତାଙ୍କ ଯୋଗଦାନ ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପୁଷ୍ପଗୁଚ୍ଛ ପ୍ରଦାନ କରି ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗୋଡିପଡା ସିଆରସିସି ବିଜୟ କୁମାର ପୃଷ୍ଟି ଓ ଆଙ୍ଗିସିଙ୍ଗି ସିଆରସିସି ରାଜେଶ କୁମାର ଷଡ଼ଙ୍ଗୀ ଉପସ୍ଥିତ ରହି ନୂତନ ପ୍ରଧାନ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ରାଉତ ଜଣେ ଆଦର୍ଶ, କର୍ତ୍ତବ୍ୟନିଷ୍ଠ, ସମୟାନୁବର୍ତ୍ତୀ ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ଶିକ୍ଷକ,ଶିକ୍ଷା ମହଲରେ ସୁପରିଚିତ। ସେ ଦୀର୍ଘ ୨୨ ବର୍ଷ ଧରି ସାରସ୍ୱତ ଲୋକ ବିଦ୍ୟାପୀଠ, କଜଲାଇପଲ୍ଲୀରେ ବିଜ୍ଞାନ ଶିକ୍ଷକ ଭାବେ ସଫଳତାର ସହ ଶିକ୍ଷକତା କରିଆସିଛନ୍ତି। ସର୍ଦ୍ଦାର ପଟେଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗଦାନ ପରେ ନିଜ ପ୍ରତିକ୍ରିୟାରେ…
Read Moreସୋଲପଟା ସମବାୟ ସମିତିରେ ମହାଦୁର୍ନୀତି ଅଭିଯୋଗ, ଚାଷୀଙ୍କ ନାଁରେ ଋଣ କରି ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୋଲପଟା ସମବାୟ ସମିତି (ସୋସାଇଟି)ରେ ବଡ଼ ଧରଣର ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ନିରୀହ ଚାଷୀମାନଙ୍କ ନାମରେ ସେମାନଙ୍କ ଅଜାଣତରେ ଋଣ ଉଠାଯାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅଭିଯୋଗ ଅନୁସାରେ, ଅନେକ ଚାଷୀ ନିଜ ନାମରେ ଋଣ ଉଠିଥିବା ସମ୍ପର୍କରେ କିଛି ଜାଣି ନଥିଲେ। ପରେ ବ୍ୟାଙ୍କ ଓ ସମବାୟ ସମିତିର ତଥ୍ୟ ଯାଞ୍ଚ କରିବା ପରେ ସେମାନଙ୍କ ନାମରେ ଋଣ ରହିଥିବା ଜାଣିବାକୁ ପାଇଥିଲେ। ଏହାପରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ ଦୁଇ ଚାଷୀ ଥାନାରେ ଅଭିଯୋଗ କରିବାରୁ କିଛିଦିନ ତଳେ ସେହି ଚାଷୀଙ୍କ ଫେକ ଆକାଉଣ୍ଟରେ ଉଠାଯାଇଥିବା ଋଣ ଯଥା ଜଣଙ୍କର ୧ଲକ୍ଷ ଟଙ୍କା ଏବଂ ଅନ୍ୟ…
Read Moreଦୁଇ ଗାଁ ମଧ୍ୟରେ ବର୍ଷ ବର୍ଷର ସୀମା ବିବାଦର ଅନ୍ତ, ତହସିଲଦାରଙ୍କ ହସ୍ତକ୍ଷେପରେ ସମାଧାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ବିରୁଡ଼ା ଗ୍ରାମପଞ୍ଚାୟତର ବିରୁଡ଼ା ଓ ବାଘରା ଗ୍ରାମ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ବିବାଦର ଶେଷରେ ସମାଧାନ ହୋଇଛି। ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁଙ୍କ ସିଧାସଳଖ ହସ୍ତକ୍ଷେପ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ଜଟିଳ ସମସ୍ୟାର ସଫଳ ସମାଧାନ ହୋଇଥିବାରୁ ଦୁଇ ଗ୍ରାମରେ ଖୁସିର ମାହୋଲ ଦେଖାଦେଇଛି। ସୂଚନା ଅନୁଯାୟୀ, ପାଣ୍ଡେରି ପାଟଣା ସାହିର ମଶାଣି ଜମି ଓ ବାଘରା ଗ୍ରାମର ଖେଳ ପଡ଼ିଆକୁ କେନ୍ଦ୍ର କରି ବର୍ଷ ବର୍ଷ ଧରି ବିବାଦ ଲାଗି ରହିଥିଲା। ଏହି ବିବାଦକୁ ନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ କିଛି ସ୍ୱାର୍ଥାନ୍ୱେଷୀ ବ୍ୟକ୍ତି ଏହାକୁ ଅଧିକ ଜଟିଳ କରୁଥିବା ଅଭିଯୋଗ ହୋଇଥିଲା। ତହସିଲ ପ୍ରଶାସନ ପକ୍ଷରୁ ପୂର୍ବରୁ ତିନିଥର ଜମି ମାପଚୁପ କରାଯାଇଥିଲେ…
Read Moreମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ମାମଲାର ତ୍ୱରିତ ତଦନ୍ତ ଉପରେ ଗୁରୁତ୍ୱ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏକ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ସମସ୍ତ ଥାନାର ଅଧିକାରୀ ଓ ବରିଷ୍ଠ ପୋଲିସ କର୍ମକର୍ତ୍ତାମାନେ ଯୋଗଦେଇ ଜିଲ୍ଲାର ଅପରାଧ ସ୍ଥିତି ଏବଂ ବିଭିନ୍ନ ମାମଲାର ତଦନ୍ତ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବୈଠକରେ ବିଶେଷ ଭାବେ ମହିଳା ଓ ଶିଶୁଙ୍କ ବିରୋଧରେ ଘଟୁଥିବା ଅପରାଧ ମାମଲା, ପୋକ୍ସୋ ଆଇନ ଅନ୍ତର୍ଗତ ମାମଲା, ନିଖୋଜ ଶିଶୁ ଓ ମହିଳା ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ତ୍ୱରିତ ତଦନ୍ତ ଏବଂ ଶୀଘ୍ର ଚାର୍ଜସିଟ୍ ଦାଖଲ ଉପରେ ଏସପି ଗୁରୁତ୍ୱାରୋପ କରିଥିଲେ। ଏଭଳି ସମ୍ବେଦନଶୀଳ ମାମଲାରେ କୌଣସି ପ୍ରକାର ଅବହେଳା ନ କରି ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବାକୁ ସମସ୍ତ ତଦନ୍ତକାରୀ…
Read Moreବୃତ୍ତଙ୍ଗ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ: ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର କୃଷି ଓ ଗ୍ରାମୀଣ ଅର୍ଥନୀତିର ବିକାଶ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଛି। ଓଡ଼ିଶାର ୧୧ତମ ପ୍ରମୁଖ ଜଳସେଚନ ପ୍ରକଳ୍ପ ‘ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ’ର ସ୍ପିଲୱେ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟ୍ରେ ୧୯୪.୦୭ କୋଟି ଟଙ୍କାର ଟେଣ୍ଡର ଅନୁମୋଦିତ ହୋଇଛି। ଏହି ଯୁଗାନ୍ତକାରୀ ନିଷ୍ପତ୍ତି ପାଇଁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ କ୍ୟାବିନେଟକୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ଦଶପଲ୍ଲା, ନୂଆଗାଁ, ନୟାଗଡ଼, ଖଣ୍ଡପଡ଼ା ଏବଂ ଓଡ଼ଗାଁ ବ୍ଲକର ମରୁଡ଼ି ପ୍ରବଣ ଅଞ୍ଚଳର ଚାଷୀମାନେ ବିଶେଷ ଭାବେ ଉପକୃତ ହେବେ। ଦଶପଲ୍ଲା ବ୍ଲକର ମଞ୍ଜରୀ ଗ୍ରାମ ନିକଟରେ ୫୫୨ ମିଟର ଦୈର୍ଘ୍ୟ ବିଶିଷ୍ଟ ମାଟି ବନ୍ଧ ସହିତ ଏକ ଅତ୍ୟାଧୁନିକ ସ୍ପିଲୱେ ନିର୍ମାଣ…
Read Moreନୂଆଗାଁ କପ୍-୨୦୨୬, ଦ୍ଵିତୀୟ ଲିଗ୍ ମ୍ୟାଚରେ ନୂଆଗାଁ ଦଳ ବିଜୟୀ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଦରମହକୁମା ନୂଆଗାଁ ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ନୂଆଗାଁ କପ୍ ୨୦୨୬ର ଦ୍ଵିତୀୟ ଲିଗ୍ ମ୍ୟାଚରେ ଆୟୋଜକ ଏଫ୍ ଇ ସି ସି ନୂଆଗାଁ ଦଳ ବିଜୟ ଲାଭ କରିଛି । ଅନୁଷ୍ଠିତ ମ୍ୟାଚରେ କୋରଡ଼ା ଦଳ ଟସ୍ ଜିତିବା ପରେ ବ୍ୟାଟିଂ ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୧୦ ଓଭରରେ କୋରଡ଼ା ଦଳ ୬ଗୋଟି ୱିକେଟ ହରାଇ ୭୫ରନ ସଂଗ୍ରହ କରିଥିଲା । ଏହାର ଜବାବରେ ନୂଆଗାଁ ଦଳ ମାତ୍ର ୬.୪ ଓଭରରେ ମାତ୍ର ତିନି ଗୋଟି ୱିକେଟ ହରାଇ ୭୭ରନ ସଂଗ୍ରହ କରି ବିଜୟ ଲାଭ କରିଛି । ମ୍ୟାଚରେ ଦମଦାର ବୋଲିଂ କରିଥିବା ନୂଆଗାଁ ଦଳର ଅଧିନାୟକ ସିପୁନ କୁମାର ସ୍ୱାଇଁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ମ୍ୟାଚକୁ ଦୁଇ ଅଭିଜ୍ଞ…
Read Moreବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ ଯଥାଶୀଘ୍ର ଶେଷ କରିବାକୁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ଦାବି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟ ଯଥାଶୀଘ୍ର ସମ୍ପନ୍ନ କରିବା ପାଇଁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ ଜରିଆରେ ଏହି ବିଶେଷ ଅନୁରୋଧ ପତ୍ର ପ୍ରେରଣ କରାଯାଇଛି।ସୂଚନାଯୋଗ୍ୟ ଯେ, ଦଶପଲ୍ଲା ବ୍ଲକ୍ ଟାକେରା ପଞ୍ଚାୟତର ମଞ୍ଜରୀ ଗ୍ରାମ ନିକଟରେ ବହୁ ପ୍ରତିଷ୍ଠିତ ବୃତ୍ତଙ୍ଗ ନଦୀ ଉପରେ ଏହି ଜଳସେଚନ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ପ୍ରାୟ ୧୬୫୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ବୃହତ ପ୍ରକଳ୍ପଟି ବର୍ତ୍ତମାନ କ୍ୟାବିନେଟ୍ ମଞ୍ଜୁରୀ ଅପେକ୍ଷାରେ ରହିଛି। ଏହି ପ୍ରକଳ୍ପ ଦ୍ୱାରା ଅଞ୍ଚଳର ୨୩,୩୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବା ସହିତ ୧୦ ମେଗାୱାଟ୍ ବିଦ୍ୟୁତ ଶକ୍ତି…
Read More୨୦୩୬- ମୋ ସ୍ବପ୍ନର ନୟାଗଡ଼ ଜିଲ୍ଲା- ବୌଦ୍ଧିକ ଆଲୋଚନା ଓ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କର୍ମଶାଳା
ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା ଆନୁକୁଲ୍ୟରେ ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହଠାରେ ସଭାପତି ବସିରନ୍ ବିବିଙ୍କ ସଭାପତିତ୍ବରେ ଉପରୋକ୍ତ ବିଷୟକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇଥିଲେ। କବି ଗୋପୀନାଥ ସେଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ଅନୁଷ୍ଠାନର ଉପ ସଭାପତି ଅରୁଣ କୁମାର ମହାନ୍ତି ସ୍ବାଗତ ଭାଷଣ ରଖିଥିଲେ। ଆଲୋଚକ ଭାବେ ଉତ୍କଳ ସମ୍ମିଳନୀ ରାଜ୍ୟ ଶାଖାର କେନ୍ଦ୍ରୀୟ ସଂପାଦକ ପ୍ରଶାନ୍ତ କୁମାର ସାହୁ – ଉତ୍କଳ ସମ୍ମିଳନୀର ଆଭିମୁଖ୍ୟ ସହିତ ଜିଲ୍ଲା ପର୍ଯ୍ୟଟନ, ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମହମ୍ମଦ ଓମାର ମଲିକ୍- ଶିକ୍ଷା, ପ୍ରଶାନ୍ତ କୁମାର ହଜାରୀ-…
Read Moreମୁଖ୍ୟମନ୍ତ୍ରୀଙ୍କ ଅଫିସରୁ କମିସନ ଦେଇଥିବା ଦୁଇ ଦୁଇଟି ଫାଇଲ ଚୋରି ହେବା ଘଟଣାକୁ ନେଇ ନୟାଗଡ ବିଧାୟକ ଅରୁଣ ସାହୁଙ୍କ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ କମିସନ ଦେଇଥିବା ଦୁଇ ଦୁଇଟି ଫାଇଲ ଚୋରି ହେବା ଘଟଣାକୁ ନେଇ ଆଜି ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ନୟାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜେ ସୁରକ୍ଷିତ ରହି ପାରୁ ନାହାନ୍ତି। ସିଏ କଣ ଫାଇଲକୁ ସୁରକ୍ଷା ଦେବେ। ଚୋର କହୁଛି ଚୋର ପଳେଇଲା, ବାଡ଼ ଯଦି ଫସଲ ଖାଇବ କହିବ କାହାକୁ ତେଣୁ ଏହା ଦୀପତଳ ଅନ୍ଧାର ଭଳି କଥା। ଏ ସବୁ ହାସ୍ୟସ୍ପଦ କଥା, ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସରକାର। କାରଣ ଫାଇଲ ସତରେ ହଜିଛି ନାଁ ଫାଇଲକୁ ଜାଣିକି ହଜେଇ ଦିଆଯାଇଛି? ଯଦି ଲୋକସେବା ଭବନରେ ଫାଇଲ ଚୋରି ହେଉଛି ତେବେ ଓଡିଶା କେତେ ସୁରକ୍ଷିତ। ଏତେ ସାରା ସିସିଟିଭି ଥାଇ…
Read More