ନାଟ୍ୟକାର ରାମଚନ୍ଦ୍ରଙ୍କର ଜନ୍ମ ଦିବସରେ ଶ୍ରଦ୍ଧାଞ୍ଜଳି

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଆ ନାଟ୍ୟଜଗତର ମୂର୍ଦ୍ଧନ୍ୟ କାଣ୍ଡାରି, ଯୋଗଜନ୍ମା ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୧୦୬ ତମ ଜନ୍ମଦିବସ ଅବସରରେ ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ପରିସରରେ ଥିବା ନାଟ୍ୟରଥୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସାହିତ୍ୟିକ ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଟ୍ୟନିର୍ଦେଶକ ଭଗବତୀ ଚରଣ ପଟ୍ଟନାୟକ, ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ, ସିଭିଲ ସୋସାଇଟିର ପ୍ରମୁଖ ଗୋଦାବରୀଶ ସାହୁ, ପୂଜ୍ୟପୂଜା ସମିତିର ପ୍ରମୁଖ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଗଣମାଧ୍ୟମ ପ୍ରମୁଖ ରାମକୃଷ୍ଣ ରଥ, ଶ୍ରୀକାନ୍ତ ଖଟେଇ, ଶିକ୍ଷାବିତ ବିଜୟ କୁମାର ରଥ, ସୌଦାମିନୀ ସ୍ଵାଇଁ, ଡ. ନୀଳିମା ନନ୍ଦ, ନିରଞ୍ଜନ ମିଶ୍ର, ସମାଜସେବୀ ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ପୁଷ୍ପାଞ୍ଜଳି ପୂର୍ବକ ଯୁଗଜୟୀ ନାଟ୍ୟରଥୀଙ୍କ ନାଟକ ଭାଇ ଭାଉଜ, କିସ ପୁଣି ଦେଖା ନ ଯାଏ, ନରୋତ୍ତମ…

Read More

ୟୁନିଟେକ ପବ୍ଲିକ ସ୍କୁଲରେ ଶୈକ୍ଷିକ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ସ୍ଥିତ ୟୁନିଟେକ ପବ୍ଲିକ ସ୍କୁଲରେ ଆଜି ଶୈକ୍ଷିକ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ବିଜ୍ଞାନ, ଗଣିତ, ଇଁରାଜୀ, ସାମାଜିକ ବିଜ୍ଞାନ, ସଂସ୍କୃତ ଏବଂ ହିନ୍ଦୀ ସବୁ ବିଷୟରେରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ମୋଟ ୧୫୯ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ନୟାଗଡରେ ପ୍ରଥମ ଥର ପାଇଁ ଏହିଭଳି ପ୍ରଦର୍ଶନୀ ହେଇଅଛି ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ଜଣେଇଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ବନଲତା ବେହେରା ପ୍ରଦୀପ ପ୍ରଜ୍ବଳନ କରି ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ।  ଏହି ପ୍ରଦର୍ଶନୀରେ ବିଚାରକ ମଣ୍ଡଳୀରେ ବିଜ୍ଞାନ ପ୍ରକଳ୍ପ ସବୁକୁ ଅଧ୍ୟାପିକା ଗୀତାଞ୍ଜଳି ତ୍ରିପାଠୀ, ଭାରତୀ ମିଶ୍ର, ଡ଼ା. ସନ୍ତୋଷ କୁମାର ବେହେରା, ପୂର୍ଣ୍ଣିମା ତ୍ରିପାଠୀ, ଲଷ୍ମୀଧର ସାହୁ, ଇଂରାଜୀ ଏବଂ ସାମାଜିକ ବିଜ୍ଞାନ ପ୍ରକଳ୍ପ ସବୁକୁ କେଶବଚନ୍ଦ୍ର…

Read More

ପିଏମ୍ ଧନଧାନ୍ୟ କୃଷି ଯୋଜନା କାର୍ଯ୍ୟକ୍ରମର ଶୁଭାରମ୍ଭ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ କନଫରେନସ୍ ହଲ ଠାରେ ପିଏମ୍ ଧନଧାନ୍ୟ କୃଷି ଯୋଜନା ଓ ଜାତୀୟ ଡାଲିଜାତୀୟ ଫସଲ ମିଶନର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ କୃଷି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସରୋଜ ରଣସିଂହ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଜିଲ୍ଲା କୃଷି ଅସ୍ଵୀକାରୀ ଶିବନାରାୟଣ ସିଂ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ଅନିଲ ସ୍ବାଇଁ ଏବଂ ବିଭିନ୍ନ ବ୍ଲକରୁ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଚାଷୀ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଶ୍ରୀ ସ୍ୱାଇଁ ଯୋଗ ଦେଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ…

Read More

ନରସିଂହପୁର କ୍ଲଷ୍ଟର ସ୍ତରୀୟ ସୁରଭି ଉଦଯାପିତ

ରଣପୁର,(ନୟାଗଡ଼ ଦର୍ପଣ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନସ୍ଥ ନରସିଂହପୁର କ୍ଲଷ୍ଟରରେ ଶୁକ୍ରବାର ଦିନ ମଣ୍ଡଳ ସ୍ତରୀୟ ସୁରଭି ନରସିଂହପୁର ଉଚ୍ଚ ବିଦ୍ୟାଳୟ ଠାରେ ପାଳିତ ହୋଇ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନରସିଂହପୁର ଗ୍ରାମ ପଂଚାୟତ ସରପଞ୍ଚ ଝୁନୁବାଳା ରଣସିଂହ, ମୁଖ୍ୟ ବକ୍ତା ଭାବେ ସମିତିସଭ୍ୟ ଗୀତାଞ୍ଜଳି ସାହୁ, ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଶିକ୍ଷବିତ ବିଦେଶିନୀ ପତି, ଅଶୋକ କୁମାର ଦାଶ ଏବଂ ସମ୍ମାନିତ ଅତିଥି ଭାବେ କବି ଅଜୟ କୁମାର ପ୍ରଧାନ, ନରସିଂହପୁର ଉଚ୍ଚ ବିଦ୍ୟାଳୟ ସଭାପତି ସୁବଳ ଚରଣ ସିଂ, ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନୀଳାଦ୍ରୀ ବିହାରୀ ସୁବୁଦ୍ଧି, ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟ ସଭାପତି ସୁନୀଲ କୁମାର ମହାନ୍ତି, ଅତିଥି ଶିକ୍ଷକ ଫକୀର ନାୟକ, ପ୍ରଶାନ୍ତ କୁମାର ରଥ ପ୍ରମୁଖ ଯୋଗ…

Read More

କଦଳୀବନ୍ଧ ରେ ପୋଷାକ ବିତରଣ ଉତ୍ସବ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ଆଞ୍ଚଳିକ ସାଧନକେନ୍ଦ୍ର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଦଳୀବନ୍ଧରେ ଆଜି ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ ଡ. ମାନସ ରଞ୍ଜନ ଭୋଇ , ସମ୍ମାନିତ ଅତିଥି ଭାବରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟର କିରାଣୀ ବିମଳ ବାରିକ, ଲକ୍ଷ୍ମଣ ତ୍ରିପାଠୀ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ମିନତୀ ଡାକୁଆ ମଞ୍ଚାସୀନ ଥିଲେ।ବିଦ୍ୟାଳୟର ପରିବେଶ ସବୁଜିମା ହୋଇଥିବା ସହିତ ଶ୍ରେଣୀ କକ୍ଷ ଗୁଡ଼ିକରେ ସ୍ୱଳ୍ପ ମୂଲ୍ୟ ଓ ଅଦରକାରୀ ଜିନିଷରେ ହାତତିଆରି ଶିକ୍ଷଣସାମଗ୍ରୀ ଓ ମଧ୍ୟାହ୍ନ ଭୋଜନ ବଗିଚା ଦେଖି ଅତିଥି ମାନେ ଖୁସି ହୋଇଯାଇଥିଲେ।ଉଚ୍ଚନୀଚ ମନୋଭାବ ଓ ଧନୀ ଗରିବ ମନୋଭାବକୁ ତ୍ୟାଗକରି ସଭିଙ୍କ ମନରେ ସମାନତା ଭାବ…

Read More

ପ୍ରଜାମଣ୍ଡଳ ଆନ୍ଦୋଳନର ଦୁର୍ଦ୍ଦଶ ନେତା ଥିଲେ କଷ୍ଟି ଡାକୁଆ କହିଲେ ଇଂ ଦେବାଶିଷ ପଟ୍ଟନାୟକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ସହିଦ୍ ଦିବସ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ଯାର୍ପଣ କରିବା ସହିତ ଧୂପ ଦୀପ ଅର୍ପଣ କରିଥିଲେ। ଏହା ବ୍ଯତୀତ ଉକ୍ତ ମଣ୍ଡପରେ ସ୍ଥାପିତ ହୋଇଥିବା ଅନ୍ୟ ଚାରିଜଣ ମହାପୁରୁଷ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ, ସୁବାସ ଚନ୍ଦ୍ର ବୋଷ ଓ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମଧ୍ଯ ମୁଖ୍ଯ ଅତିଥି ପୁଷ୍ପ ମାଲ୍ଯାର୍ପଣ କରିଥିଲେ। ମହାନ୍ ସ୍ବାଧୀନତା ସଂଗ୍ରାମୀ ସହିଦ କଷ୍ଟି ଡାକୁଆଙ୍କ ଜୀବନୀ ବିଷୟରେ ମୁଖ୍ଯ ଅତିଥି ଆଲୋଚନା…

Read More

ଲୋକ ନୋଡ଼ାଲ ବିଦ୍ୟାପୀଠରେ “ଦ୍ୱିତୀୟ ଏକକ ପରୀକ୍ଷା’ ଫଳ ପ୍ରକାଶନ ଉତ୍ସବ ପାଳିତ

ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ନିକଟବର୍ତ୍ତୀ ପଞ୍ଚିରିଡା ମାନପୁର ଗ୍ରାମରେ ଥିବା ଲୋକ ନୋଡ଼ାଲ ବିଦ୍ୟାପୀଠରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ଦ୍ଵିତୀୟ ଏକକ ପରୀକ୍ଷାର ଫଳ ପ୍ରକାଶନ ଉତ୍ସବ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଦ୍ଵୈତ ନାରାୟଣ ରଣସିଂହଙ୍କ ପୈାରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶରଣକୁଳ କ୍ଳଷ୍ଟରର ସିଆରସିସି ରାଜକିଶୋର ନାୟକ ଯୋଗ ଦେଇଥିଲାବେଳେ ମୁଖ୍ୟ ବକ୍ତା ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବୈକୁଣ୍ଠ ନାଥ ପ୍ରଧାନ ଯୋଗଦେଇଥିଲେ। ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ସଭା ଆରମ୍ଭ ହୋଇଥିଲା। ତପିରେ ଶ୍ରେଣୀ ଅନୁସାରେ ଫଳ ପ୍ରକାଶ କରାଯାଇ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧଧିକାର କରିଥିବା ଛାତ୍ରଛାତୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଡ.ସୁରେଶ ଚନ୍ଦ୍ର ବରାଡ଼ ସଂଯୋଜନା…

Read More

ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନ୍ମଜୟନ୍ତୀ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ କମିଟି ପ୍ରଥମ ସଭାପତି, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, “ସମାଜ” ଖବରକାଗଜ ଏବଂ ଲୋକସେବକ ମଣ୍ଡଳ ପ୍ରତିଷ୍ଠାତା ଅଧ୍ୟକ୍ଷ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପବିତ୍ର ଜନ୍ମଜୟନ୍ତୀ ଅବସରରେ ସ୍ଥାନୀୟ ରାମକୃଷ୍ଣ ଆଦର୍ଶ ବିଦ୍ୟାଳୟ ପରିସରରେ ସ୍ଥାପିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଫୁଲ ଚନ୍ଦନ ସହ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ଜିଲ୍ଲା ଯୁବ କଂଗ୍ରେସ ପୂର୍ବତନ ସଭାପତି ପୀତବାସ ଖୁଣ୍ଟିଆଙ୍କ ସମେତ ରାମକୃଷ୍ଣ ଆଦର୍ଶ ଶିକ୍ଷକେନ୍ଦ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀଧର ସାହୁ, ରୋଟାରୀଆନ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଲଷ୍ମୀଧର ରାଉତରାୟ, ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ଦାସ ଏବଂ ଶିକ୍ଷାନୁଷ୍ଠାନର…

Read More

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ରେ ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟିର ମିଳିତ ଆନୁକୂଲ୍ୟରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଶିକ୍ଷା କେନ୍ଦ୍ର ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଉପସ୍ଥିତ ଶ୍ରଦ୍ଧାଳୁ ପଣ୍ଡିତଙ୍କ ଜୟଗାନ କରିଥିଲେ। ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟି ପକ୍ଷରୁ ରୋଟାରୀଆନ ଗୋଦାବରୀ ସାହୁ, ଶିକ୍ଷାବିତ ଶ୍ରୀଧର ସାହୁ, ନିରଞ୍ଜନ ମିଶ୍ର ପ୍ରମୁଖ ଉତ୍କଳମଣିଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଶ୍ରୀରାମ ଆଦର୍ଶ ଶିକ୍ଷା କେନ୍ଦ୍ରର ସମସ୍ତ ଛାତ୍ରଛାତ୍ରୀ, ସମସ୍ତ ଗୁରୁମା ମାନେ ଉପସ୍ଥିତ ରହିଥିବାବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସେହିପରି ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟି ପକ୍ଷରୁ ଧୀରେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ…

Read More

ଜେମାଦେଇପୁର ଶାସନର ୪୭ତମ ଗ୍ରାମ୍ୟ ଜୟନ୍ତୀ ଉତ୍ସବ ଉଦ୍‌ଯାପିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍‌ ଅନ୍ତର୍ଗତ ଜେମାଦେଇପୁର ଶାସନରେ ଗତ ୨ ତାରିଖରୁ ଚାଲିଥିବା ୪ତମ ଗ୍ରାମ୍ୟ ଜୟନ୍ତୀ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଉତ୍ସବର ପ୍ରତିଷ୍ଠାତା ସମ୍ପାଦକ ମୁରଲୀଧର ଆଚାର୍ଯ୍ୟଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୁରୀ ସଂସଦ ଡ଼ ସମ୍ବିତ ପାତ୍ର, ମୁଖ୍ୟବକ୍ତା ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, କନ୍ଧମାଳର ପୂର୍ବତନ ସଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ, ଜିଲ୍ଲା ପରିଷଦ ସଦସ୍ୟ ସୁବାସଚନ୍ଦ୍ର କହଁର, କ୍ରିଦାଶପୁର ସରପଞ୍ଚ ସଂଯୁକ୍ତା ବିଶ୍ଵାଳ ପ୍ରମୁଖ ଯୋଗଦେଇ ସାମାଜିକ ଜୀବନରେ ଗ୍ରାମ୍ୟ ସଂସ୍କୃତି ଓ ବର୍ଷକେ ଥରେ ସମସ୍ତେ ଭାଇଚାରା ନେଇ ଏକାଠି ହେବାର ଅଭିନବ ପ୍ରୟାସ ଗ୍ରାମ୍ୟ ଜୟନ୍ତୀର ପରିକଳ୍ପନାକୁ ଭୂୟସୀ ପ୍ରଶଂସା କରିଥିଲେ। ଏଥିରେ ଗ୍ରାମ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର…

Read More