ଗଣିଆ, (ନୟାଗଡ଼ ଦର୍ପଣ): ଗଣିଆ ଥାନା କରଡାପଡା ପଞ୍ଚାୟତ କଳାଶିମିଳି ଗ୍ରାମରେ ଶନିବାର ଦିନ ବୃଦ୍ଧା ମାକୁ ମାରିଥିବା ମାତୃହନ୍ତା ପୁଅକୁ ରବିବାର ଦିନ ଅଦାଲତ ଚାଲାଣ କରିଛି ଗଣିଆ ପୋଲିସ । ସୁଚନଥାଉକି କଳାଶିମିଳି ଗ୍ରାମର ରବିନ୍ଦ୍ର ବାରିକିଙ୍କ ସ୍ତ୍ରୀ ସୁକାନ୍ତି ଦେଇ(୫୨)ଙ୍କୁ ତାଙ୍କ ଏକମାତ୍ର ପୁଅ କୁନା ବାରିକି ବାଡ଼େଇ ମାରିଦେଇଥିବା ଥାନାରେ ଅଭିଯୋଗ କରିଥିଲେ । ବାପା ଖଣ୍ଡପଡ଼ାକୁ କାମ କରିବା ପାଇଁ ଯାଇଥିବା ବେଳେ ପୁଅ ବିଭିନ୍ନ ସମୟରେ ମାକୁ ମାରଧର କରୁଥିଲା । ଏପରିକି ବିଭିନ୍ନ ସମୟରେ ଗ୍ରାମବାସୀ ମଧ୍ୟ ସମାଧାନ କରୁଥିଲେ । କିନ୍ତୁ ପୁଅ ସବୁବେଳେ ମଦ ପିଇ ମା ସହିତ ପାଟିତୁଣ୍ଡ କରୁଥିଲା । ଶୁକ୍ରବାର ଦିନ ମାଆକୁ ବାଡେଇଥିବା ଗ୍ରାମବାସୀ ମାନେ କହିଛନ୍ତି । ଏପରିକି ସନ୍ଧ୍ୟା ବେଳେ ମାଆକୁ ଘରକୁ ଠେଲି ଠେଲି…
Read MoreCategory: ନୟାଗଡ଼
ନୟାଗଡ଼ ବ୍ଲକ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୧୦ କଣ୍ଠଶିଳ୍ପୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ନୟାଗଡ଼ ବ୍ଲକ ଅଡିସନ ନୂଆରାଜବାଟୀ ସ୍ଥିତ ଶ୍ରୀଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାକୁ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ, ମୁଖ୍ୟ ପୃଷ୍ଠପୋଷକ ପ୍ରମୋଦ ପଟ୍ଟନାୟକ,ଶିକ୍ଷାକେନ୍ଦ୍ର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର ଏବଂ ବରିଷ୍ଠ ଶିକ୍ଷକ ନୀଳମାଧଵ ନନ୍ଦ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର ୨୩ଜଣ କଣ୍ଠଶିଳ୍ପୀ ଅଂଶ ଗ୍ରହଣ କରିଥିଲେ। ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ ସଙ୍ଗୀତ ଗୁରୁ ରବୀନ୍ଦ୍ର କୁମାର ଦାଶ,କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଏବଂ ରବୀନ୍ଦ୍ର କୁମାର ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୧୦…
Read Moreଶରଣକୁଳ ପିଏମଶ୍ରୀ ନାରାୟଣ ହାଇସ୍କୁଲରେ ପଠନ ପ୍ରସାର ସପ୍ତାହ
ଶରଣକୁଳ, (ନୟାଗଡ଼ ଦର୍ପଣ): ଆଜି ପିଏମଶ୍ରୀ ନାରାୟଣ ହାଇସ୍କୁଲ ଶରଣକୁଳ ପରିସର ମଧ୍ୟରେ ପଠନ ପ୍ରସାର ସପ୍ତାହ କାଯ୍ୟର୍କ୍ରମର ଉଦ୍ଯାପନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପଠନ ପ୍ରସାର ସପ୍ତାହ କାଯ୍ୟର୍କ୍ରମର ସଫଳ ରୂପାୟନ ନିମନ୍ତେ ମୂଳ, ପ୍ରସ୍ତୁତିମୂଳକ, ମଧ୍ୟମ ଓ ମାଧ୍ୟମିକ ଏହି ପରି ଚାରୋଟି ବିଭାଗରେ ଛାତ୍ରଛାତ୍ରୀମାନଙ୍କୁ ବିଭାଗ କରି ବିଭିନ୍ନ ଭାଷାଗତ ପ୍ରତିଯୋଗୀତା ଯେପରିକି ପୁସ୍ତକ ସମୀକ୍ଷା, ଅନୁଚ୍ଛେଦ ରଚନା, କବିତା ପଠନ, କ୍ଷୁଦ୍ରଗଳ୍ପ ଲିଖନ, ପତ୍ରିକା ଲିଖନ, ଗୁଚ୍ଛ ଫଟୋ ପ୍ରଦର୍ଶନ, ଚିତ୍ରରେ ଚିତ୍ରରେ ଗଳ୍ପ, ଗଳ୍ପ କଥନ, ବନ୍ଧୁ ପଠନ, ଖାତ୍ୟ ଓ ପର୍ବ ଉପରେ ପ୍ରକଳ୍ପ ପ୍ରଦର୍ଶନ ଆଦି କାଯ୍ୟର୍କ୍ରମ ଚଳିତ ମାସ ୬ ତାରିଖରୁ ୯ ତାରିଖ ପଯ୍ୟର୍ନ୍ତ ଚାଲିଥିଲା। ଆଜି ପ୍ରଦର୍ଶନୀ ମେଳାରେ ଅତିଥି ବିଚାରକ ରୂପେ ଗୋଡ଼ିପଲ୍ଲୀ ଗୋପୀନାଥ ହାଇସ୍କୁଲର ଶିକ୍ଷକ କବି ନିରାକାର…
Read Moreସରକାରୀ ଚାକିରୀ ଛାଡ଼ି ଷାଠିଏ ଦଶକରେ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରିବା ସହ ଗାଁ’ରେ ଡାକ୍ତରଖାନା ଓ କୃଷିର ବିକାଶ ପାଇଁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କରିଥିବା ସ୍ୱର୍ଗତ ରାମଚନ୍ଦ୍ର ପଣ୍ଡାଙ୍କୁ ଶ୍ରଦ୍ଧା ସୁମନ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ମଧ୍ୟଖଣ୍ଡ ପିଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ରାମଚନ୍ଦ୍ର ପଣ୍ଡା ମେମୋରିଆଲ ଟ୍ରଷ୍ଟ ଓ ସ୍କୁଲ ପରିଚାଳନା କମିଟିର ମିଳିତ ଆନୁକୁଲ୍ୟରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସ୍ବର୍ଗତ ପଣ୍ଡାଙ୍କ ପ୍ରତିମୂର୍ତ୍ତୀରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କଲାପରେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମକୃଷ୍ଣ ପ୍ରଧାନଙ୍କ ସଭାପତିତ୍ବରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ବକ୍ତାମାନେ ରାମଚନ୍ଦ୍ର ପଣ୍ଡାଙ୍କ ଜୀବନୀ ସହିତ ଗାଁ’ ପାଇଁ ତାଙ୍କର ତ୍ୟାଗପୁତ୍ତ ଜୀବନର ଅବଦାନ ସହିତ ସରକାରୀ ଚାକିରୀକୁ ପରିତ୍ୟାଗ କରି ଗାଁରେ ଷାଠିଏ ଦଶକରେ ହାଇସ୍କୁଲ ପ୍ରତିଷ୍ଠା କରି ଶିକ୍ଷାର ଆଲୋକ ଜାଳିବା ସହିତ ଗାଁରେ ଡାକ୍ତରଖାନା ଓ କୃଷିର ବିକାଶ ପାଇଁ ମହାନ୍ତିପଲ୍ଲୀ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପ୍ରଭୃତି…
Read Moreସରକାରଙ୍କ ଜନବିରୋଧୀ କାର୍ଯ୍ୟ ବିରୋଧରେ ନୟାଗଡ଼ରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
ନୟାଗଡ଼,(ନୟାଗଡ଼ ଦର୍ପଣ) : ସରକାରଙ୍କ ଜନବିରୋଧୀ ନୀତି ଓ କାର୍ଯ୍ୟ କଳାପ ବିରୋଧରେ ଆଜି ନୟାଗଡ଼ରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ର ଉପାଧ୍ୟକ୍ଷ ଅମୀୟ ପାଣ୍ଡବ କେନ୍ଦ୍ରର ମୋଦି ସରକାରକୁ କଟୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ମନରେଗା ଯୋଜନାର ମୂଳ ଉଦ୍ଦେଶ୍ୟକୁ ଅବହେଳା କରି ଯୋଜନାର ନାମ ପରିବର୍ତ୍ତନ କରାଯାଇ ମହାତ୍ମାଗାନ୍ଧୀଙ୍କ ନାମକୁ ହଟାଯାଇଛି। ଏହା ସହିତ ନିଶ୍ଚିତ କର୍ମଯୋଗାଣ ଗ୍ୟାରେଣ୍ଟିକୁ ଉଛେଦ କରି ଯୋଜନାକୁ ବାଟବଣା କରାଯାଇଛି। ଏହାର ପ୍ରତିବାଦରେ ଦେଶବ୍ୟାପୀ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ ଘୋଷଣା କରିଥିଲେ। ରାଜ୍ୟରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମା ରାଶି ଲାଗୁ କରାଯିବା ଏବଂ ଟାଟା ପାଓ୍ବାର ଇଚ୍ଛାମୁତାବକ ସ୍ମାର୍ଟ ମିଟର ଲାଗୁ କରାଯାଉଥିବା କାର୍ଯ୍ୟକ୍ରମ…
Read Moreନୟାଗଡ଼ ସୃଜନ ଗୃହରେ ଗ୍ରାମୀଣ ସମୃଦ୍ଧି ତାଲିମ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକର କିଛି ସରପଞ୍ଚ, ଅଙ୍ଗନବାଡି କର୍ମୀ, ମିଶନ ଶକ୍ତିର MBK, CRP ଏବଂ SHG ଗ୍ରୁପର ପ୍ରେସିଡେଣ୍ଟ ଓ ସେକ୍ରେଟାରୀଙ୍କୁ ନେଇ ସାନିଟେସନ ମାଧ୍ୟମରେ ଗ୍ରାମୀଣ ସମୃଦ୍ଧି ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦର ସୃଜନ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ତାଲିମ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ତାଲିମ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ ଏବଂ ନିଜେ ସଫାସୁତୁରା ରହିବା ସହିତ କିପରି ଭାବେ ପଞ୍ଚାୟତକୁ ନିର୍ମଳ ଏବଂ ସରସ ସୁନ୍ଦରଭାବେ ଗଢ଼ିତୋଳି ହେବ ତାହା ଉପରେ ଆଲୋଚନା କରାଯାଇଥିଲା। ନାରୀ ସଶକ୍ତିକରଣ ସହିତ ପରିବେଶର ସ୍ବଚ୍ଛତାର ଦୀର୍ଘ ସ୍ଥାୟୀ କାର୍ଯ୍ୟକ୍ରମ ଉପରେ ଟିପ୍ପଣୀ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ…
Read Moreରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ଅନ୍ନପୂର୍ଣ୍ଣା ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ଜାମୁସାହି ସ୍ଥିତ ଜନ ମିଲଟନ୍ ସ୍କୁଲ ଫର୍ ଡିଫ୍, ଡମ୍ବ ଏବଂ ବ୍ଲାଇଣ୍ଡ୍ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହ ଅନ୍ନପୂର୍ଣ୍ଣା ଦିବସ ପାଳନ କରାଯାଇଛି। ରୋଟାରୀ କ୍ଲବ ନୟାଗଡ଼ର ସଭାପତି ବସିରନ ବିବିଙ୍କ ନେତୃତ୍ୱରେ ସ୍କୁଲର ଅନ୍ତେବାସୀ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ମଧ୍ୟାହ୍ନ ଭୋଜନ ପରିବେଷଣ କରାଯାଇଥିଲା। ଏହି ଅବସରରେ ସଭାପତି ବସିରନ ବିବି କହିଥିଲେ ଯେ ଆଗାମୀ ଦିନରେ ସ୍କୁଲର ଯେଉଁ ଛୋଟ ଛୋଟ ସମସ୍ୟା ରହିଛି, ସେଗୁଡ଼ିକୁ ଦୂର କରିବା ପାଇଁ ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ଯଥା ସମ୍ଭବ ସହଯୋଗ କରାଯିବ। ଆଜିର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟ ଶ୍ରୀକାନ୍ତ କୁମାର ଖଟେଇ, ଧିରେନ୍ଦ୍ର କୁମାର ପଟ୍ଟନାୟକ, ବାସୁଦେବ ସାହୁ ଓ ଲକ୍ଷ୍ମୀନାରାୟଣ ରଥ ପ୍ରମୁଖ ଉପସ୍ଥିତ ରହି…
Read Moreନୟାଗଡ଼ ବ୍ଲକ ନାଟୁଗାଁ ପଞ୍ଚାୟତ ସାଲୁଣୀ ଗାଁରେ ବ୍ଲକସ୍ତରୀୟ ଜଳ ବିଭାଜିକା ମହୋତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପକ୍ଷରୁ ବ୍ଲକ ସ୍ତରୀୟ ଜଳବିଭାଜିକା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ନାଟୁଗାଁ ପଞ୍ଚାୟତ ସାଲୁଣୀ ଗାଁରେ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ପରିଡ଼ାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ନାଟୁଗାଁ ସରପଞ୍ଚ ସାଗରବାଳା ବରାଡ଼, ସମିତିସଭ୍ୟା ତୋଫାନୀ ଦାଶ, ଚମ୍ପତିପୁର ପଞ୍ଚାୟତ ସରପଞ୍ଚ ଅମର ପ୍ରସାଦ ସାଥୁଆ, କ୍ରିଦାଶପୁର ପଞ୍ଚାୟତ ସମିତିସଭ୍ୟା ବାସନ୍ତି ପଣ୍ଡା ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ, ଜଳ ବିଭାଜିକା ମହୋତ୍ସବର ଉଦ୍ଦେଶ୍ୟ ଉପରେ ଆଲୋଚନା ରଖିଥିଲେ…
Read Moreନୟାଗଡ଼ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ଏହି ମେଳାରେ ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟର ଅଧ୍ୟକ୍ଷ ଭବେଶ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ କାନ୍ତି ରଞ୍ଜନ ସାହୁ ଉପସ୍ଥିତ ରହି ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ଵୀ ସେଠୀ ପରିଚାଳନା କରିଥିଲେ । ଏହି ନିଯୁକ୍ତି ମେଳାରେ ମୋଟ ୨୩ଗୋଟି ନିଯୁକ୍ତି ଦାତା…
Read Moreସଡ଼କ ସୁରକ୍ଷାର ସନ୍ଦେଶ ସହ କବିତାର ଝରଣା: ରଣପୁର ମହୋତ୍ସବର ଚତୁର୍ଥ ଦିବସ
ଭକ୍ତଚରଣଙ୍କ ସ୍ମୃତିରେ କବିତାର ଅଭିଷେକ ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ମହୋତ୍ସବ ‘ଅର୍ଜୁନ’ର ଚତୁର୍ଥ ଦିବସ ସଡ଼କ ସୁରକ୍ଷା ସଚେତନତା, ସାହିତ୍ୟିକ ଚର୍ଚ୍ଚା ଓ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଲ୍ଲାସମୟ ଭାବେ ପାଳିତ ହୋଇଯାଇଛି।ସକାଳେ ପଞ୍ଚୁଦୋଳ ପଡିଆଠାରୁ ରଣପୁର ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ସଡ଼କ ସୁରକ୍ଷା ସଚେତନ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ ଶୋଭାଯାତ୍ରାର ଉଦଘାଟନ କରିବା ସହ ପଦଯାତ୍ରାରେ ସାମିଲ ହୋଇ ସଡ଼କ ସୁରକ୍ଷା ସନ୍ଦେଶ ପ୍ରଚାର କରିଥିଲେ। ଏହି ଅବସରରେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ ଓ ବିଡ଼ିଓ ମନୋଜ କୁମାର ମଧ୍ୟ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ଦେଇଥିଲେ। ଶୋଭାଯାତ୍ରାରେ ବିଭିନ୍ନ ସ୍କୁଲ, କଲେଜ ଓ ବହୁ ସଂଖ୍ୟକ ସାଧାରଣ ଲୋକ ସାମିଲ ହୋଇଥିଲେ। ଚତୁର୍ଥ ଦିବସକୁ ଭକ୍ତ…
Read More