ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ଅବସରରେ ସମ୍ବର୍ଦ୍ଧନା ଉତ୍ସବ

ନୟାଗଡ଼,(ନୟାଗଡ ଦର୍ପଣ): ଓଡିଶା ସାହିତ୍ୟ ଏକାଡେମୀର ପ୍ରତିଷ୍ଠା ଦିବସ ଅବ୍ୟବହିତ ପୂର୍ବରୁ ଉଭୟ ଓଡିଶା ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଚାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ବକ୍ତୃତା, ଦେଶାତ୍ମବୋଧକ କବିତା ଆବୃତି ଏବଂ ସାହିତ୍ୟ ସଂପର୍କ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଠର ଜଣ ଛାତ୍ର ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ସଫଳ ହୋଇଥିବା ତିନି ଜଣ ଛାତ୍ରଛାତ୍ରୀ ତଥା ବିଚାରକ ମାନଙ୍କୁ ଯଥାକ୍ରମେ ପୁରସ୍କାର ଏବଂ ସମ୍ବର୍ଦ୍ଧିତ କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ଟଙ୍କଧର ଭୋଇଙ୍କ ସଂଯୋଜନାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଡ.ପୋମା ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଛାତ୍ର ଛାତ୍ରୀ ମାନେ ଏ ଜାତିର ସଂପଦ’ ସେମାନଙ୍କର ଯତ୍ନ ନେଲେ…

Read More

୪୪ ତମ ରାଜ୍ୟସ୍ତରୀୟ ବାସନ୍ତୀ ମଞ୍ଜରୀ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଗଣିଆ,(ନୟାଗଡ ଦର୍ପଣ): ଗଣିଆ ବ୍ଲକ ଅନ୍ତର୍ଗତ ବେଲପଡ଼ାପାଟଣା ଶ୍ରୀ ଶ୍ରୀ ରଘୁନାଥଜୀଉ କ୍ଲବ ଆନୁକୁଲ୍ୟରେ ୪୪ ତମ ରାଜ୍ୟ ସ୍ତରୀୟ ବାସନ୍ତୀ ମଞ୍ଜରୀ ମେମୋରିଆଲ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଦଧିବାବନ ଜୀଉ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ମ୍ୟାଚରେ ଅଟ୍ରି କ୍ଲବ (ବାଘମାରି) ବନାମ ଢେଙ୍କାନାଳ କ୍ଲବ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମେ ଅଟ୍ରି (ବାଘମାରି) ଟଚ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ, ଅଧିନାୟକଙ୍କ ନିଷ୍ପତିକୁ ସଫଳ କରି ୨୦ ଓଭରରେ ୯ ୱିକେଟ ବିନିମୟରେ ୨୬୯ ରନ ଏକ ବିଶାଳ ରନ ସ୍କୋର କରିଥିଲେ । ୨୭୦ ରନର ବିଜୟ ଲକ୍ଷ ନେଇ ଢେଙ୍କାନାଳ ଦଳ ପ୍ୟାଭିଲିୟନକୁ ଓହ୍ଲାଇଥିଲା । ବିଜୟ ଲକ୍ଷର ପିଛା କରି ଢେଙ୍କାନାଳ କ୍ରିକେଟ୍ କ୍ଲବ୍ ୨୦ ଓଭରରେ…

Read More

ବିଶ୍ବସ୍ତରୀୟ ଟାଇକୋଣ୍ଡ ଭର୍ଚୁଆଲ ପ୍ରତିଯୋଗିତାରେ ନୟାଗଡ଼କୁ ପଦକ

ନୟାଗଡ଼,(ନୟାଗଡ ଦର୍ପଣ): ଚଳିତ ଡିସେମ୍ବର ମାସ ୨୨ ତାରିଖରୁ ୨୭ ତାରିଖ ମଧ୍ୟରେ ପ୍ରଥମ ବିଶ୍ବସ୍ତରୀୟ ଆନ୍ତର୍ଜାତୀୟ ଟାଇକୋଣ୍ଡ ଭର୍ଚୁଆଲ ପୁମସେଇ ପ୍ରତିଯୋଗିତା ୨୦୨୧ ଉଦଯାପିତ। ଏହାକୁ ଥାଇଲାଣ୍ଡ ସ୍ଥିତ ହିରୋଜ୍ ଟାଇକୋଣ୍ଡ ସଂଗଠନ ଓ ଓଡ଼ିଶା ଟାଇକୋଣ୍ଡ ସଂଘ, ପୂରୀ ମିଳିତ ଭାବରେ ପଚିଚାଳନା କରିଥିଲେ, ଏହାକୁ ପରିଚାଳନା କରିବା ପାଇଁ ଥାଇଲାଣ୍ଡ ସ୍ଥିତ ଜି ଏମ ଏସି ସିଷ୍ଟମ ର ସହାୟତା ନିଆଯାଇଥିଲା । ଏଥିରେ ବିଶ୍ୱର ୧୪ ଟି ଦେଶର ପ୍ରାୟ ୯୯୬ ଜଣ ପ୍ରତିଯୋଗୀ ଉଭୟ ପୁମସେଇ (ପ୍ରୟୋଗ) ଓ ଦୃତ ଗୋଡ ଦ୍ବାରା ପ୍ରହାର ରେ ଭାଗ ନେଇଛନ୍ତି । ସେହି ଦେଶ ଗୁଡିକ ହେଲା ଆମେରିକା,ଗ୍ରୀସ୍, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, କାଜାକିସ୍ଥାନ, ସ୍ଲୋଭାକିଆ, ବାହାରିନ, ଥାଇଲାଣ୍ଡ, ସିଙ୍ଗାପୁର , ହଙ୍କକଙ୍ଗ , ମାଲେସିଆ, ଫିଲପିନସ୍, ଇଣ୍ଡୋନେସିଆ ଏବଂ ଭାରତ ।…

Read More

ପକ୍ଷପାତ ରୋଗୀଙ୍କୁ ସହାୟତା କଲା ଅନନ୍ୟା ଫାଉଣ୍ଡେସନ୍

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଜାମୁସାହି ଗ୍ରାମର ଶିଶିର ରାଉତ ସେହି ଗ୍ରାମର ଅନୁପମା ରାଉତଙ୍କୁ ପ୍ରେମ ବିବାହ କରିଥିଲେ। ସମୟକ୍ରମେ ଉଭୟେ ଯଥାକ୍ରମେ ଏକ କନ୍ୟା ସନ୍ତାନ ଓ ପୁତ୍ର ସନ୍ତାନ ଲାଭ କରିଥିଲେ। ଉଭୟଙ୍କ ସଂସାର ହସଖୁସିରେ ଚାଲିଥିଲା, ହେଲେ ହଠାତ୍ ଦିନେ ଶିଶିର ମୁଣ୍ଡ ବୁଲାଇବା କାରଣରୁ ଅସୁସ୍ଥ ହୋଇ ତଳେ ପଡ଼ିଗଲେ। ପରେ ପରିବାର ଲୋକ ଡାକ୍ତରଖାନା ନେବାରୁ ଡ଼ାକ୍ତର ସ୍ନାୟବିକ ରୋଗ ହୋଇଥିବାର ସୂଚନା ଦେଲେ। ତାଙ୍କର ଚିକିତ୍ସା ପାଇଁ ଗୁଡ଼ିଏ ଅର୍ଥର ଆବଶ୍ୟକ ହେଲା। ଅନୁପମା ଜମିବାଡ଼ି ବିକ୍ରି କରି ଚିକିତ୍ସା କରାଇଲେ ମଧ୍ୟ ସୁଫଳ ହେଲା ନାହିଁ। ପରେ ଅର୍ଥଭାବରୁ ସ୍ୱାମୀଙ୍କୁ ଘରକୁ ଫେରେଇ ଆଣିଲେ। ଶିଶିର ଚିକିତ୍ସା ଅଭାବରୁ ଦିନକୁ ଦିନ ରୁଗ୍ଣ ହେବାକୁ ଲାଗିଲେ। ଶଯ୍ୟାଶାୟୀ ହୋଇ ଘରେ ରହିବା ଭିତରେ ପାଞ୍ଚ…

Read More

ବୋଦାପଡ଼ାରୁ ୩୨୦ପ୍ୟାକେଟ ଦେଶୀ ମଦ ଜବତ, ଜଣେ ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ପୋଲିସ ଦ୍ୱାରା ୩୨୦ ପ୍ୟାକେଟ ଦେଶୀ ମଦ ଜବତ, ଜଣେ ଗିରଫ। ସୂଚନା ଅନୁସାରେ ନୟାଗଡ଼ ଥାନା ଅଞ୍ଚଳର ବୋଦାପଡ଼ା ଗ୍ରାମ କେନାଲ ରୋଡର ଶତ୍ରୁଘ୍ନ ପରିଡା (୫୦ ବର୍ଷ)ଙ୍କ ଦେଶୀ ମଦ ବିକ୍ରି କରୁଥିବା ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ଚଢ଼ଉବେଳେ ଶତ୍ରୁଘ୍ନ ନିକଟରୁ ୧୦୦ଏମ.ଏଲ ଵାଲା ୩୨୦ପ୍ୟାକେଟ ଅର୍ଥାତ ୩୨ଲିଟର ଦେଶୀ ମଦ ଜବତ କରିବା ସହ ଶତ୍ରୁଘ୍ନକୁ ଗିରଫ କରାଯାଇଛି। ସଦର ପୋଲିସ ୧୯୪/୨୧U/S-52(a) ଅବକାରୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି।

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ରେ” ମୋ ସ୍କୁଲ ଅଭିଯାନ ” କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ଯାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନିଜ ବିଦ୍ଯାଳୟର ସର୍ବାଙ୍ଗୀନ ଉନ୍ନତି ଏବଂ ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ରାଜ୍ଯ ସରକାର ଆରମ୍ଭ କରିଥିବା “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ କେବଳ ସରକାରୀ ବିଦ୍ଯାଳୟ ମାନଙ୍କରେ ଚାଲିଥିବା ବେଳେ ବେସରକାରୀ ବା ଘରୋଇ ବିଦ୍ଯାଳୟ ମାନଙ୍କରେ କୌଣସି ବ୍ଯବସ୍ଥା ହୋଇ ନାହିଁ। ଏହି ପରୀପ୍ରେକ୍ଷୀରେ ନୟାଗଡ଼ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଏହି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମକୁ ଏକ ନିଆରା ଢଙ୍ଗରେ କରିବାକୁ ଯାଉଛନ୍ତି। ବିଦ୍ଯାଳୟ ପରିସରରେ ଏକ ଅନାଥ ଆଶ୍ରମ ଖୋଲିବା ପାଇଁ ସଂକଳ୍ପ ନେଇଛନ୍ତି। ଆଜି ପୂର୍ବାହ୍ନ ୧୧ଟା ସମୟରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ପାତ୍ର ସଭାପତିତ୍ୱ କରିଥିଲାବେଳେ ମୁଖ୍ଯ…

Read More

ଅନୁଷ୍ଠିତ ହେଲା ରାଜ୍ୟ କାର୍ଯ୍ୟକାରିଣୀ ର ଜନ କଲ୍ୟାଣ ସମାବେଶ।

ଯୋଗଦାନ କଲେ ରାଜ୍ୟର ପ୍ରମୁଖ ପାଞ୍ଚଟି ଜିଲ୍ଲାର କାର୍ଯ୍ୟକର୍ତ୍ତା ରାଜସୁନାଖଳା,(ନୟାଗଡ଼ ଦର୍ପଣ): ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ, ଓଡିଶା ରାଜ୍ୟ କାର୍ୟ୍ଯକାରିଣୀ ପକ୍ଷରୁ ଏକ ଜନକଲ୍ୟାଣ ସମାବେଶ ତାର ମୁଖ୍ୟାଳୟ ଜଟଣୀ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ପାଞ୍ଚଟି ଜିଲ୍ଲା ଯଥାକ୍ରମେ ଖୋର୍ଦ୍ଧା, ପୁରୀ, କଟକ, ଅନୁଗୁଳ ଏବଂ ନୟାଗଡ଼ର ଜିଲ୍ଲାର ଜିଲ୍ଲା ସ୍ତରୀୟ ସଭାପତି, ସମ୍ପାଦକ, ମୁଖପାତ୍ର ଏବଂ ପରିଚାଳକ ମାନେ ଯୋଗଦାନ କରିଥିଲେ। ରାଜ୍ୟ କାର୍ୟ୍ଯକାରିଣୀର ଅଧ୍ୟକ୍ଷ ପରମ ଶୈବ ଲଳିତ କୁମାର ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସନାତନ ହିନ୍ଦୁ ଧର୍ମର ସୁରକ୍ଷା ସହ ଶୈବ ସମ୍ପ୍ରଦାୟର ଉନ୍ନତି ଏବଂ ଶୈବବିପ୍ର ମାନଙ୍କୁ କିପରି ସଂସ୍କାରିତ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହିତ ସଂଗଠନ ପକ୍ଷରୁ ଆଗାମୀ ୨୦୨୨ ବର୍ଷରେ ବିଭିନ୍ନ ଜନ…

Read More

ଟାଉନ ପୋଲିସ ଦ୍ୱାରା ସେକ୍ସ ରାକେଟ ଠାବ, ଦୁଇ ଯୁବକ ଗିରଫ, ମହିଳା ଉଦ୍ଧାର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରସ୍ଥିତ ପୁରୁଣା ଜେଲ ସମ୍ମୁଖରେ ଥିବା ନିର୍ମଳା ଗେଷ୍ଟ ହାଉସରେ ଅନୈତିକ କାର୍ଯ୍ୟ ଚାଲିଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୟାଗଡ଼ ଟାଉନ ପୋଲିସ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ଗେଷ୍ଟ ହଉସରୁ ଜଣେ ଯୁବତୀଙ୍କ ସହିତ ଦୁଇ ଯୁବକଙ୍କୁ ଗିରଫ କରିବା ସହ ବିଭିନ୍ନ ଆପତ୍ତିଜନକ ଜିନିଷ ମିଳିଥିବା ଜଣାପଡିଛି। ନୟାଗଡ଼ ଅଞ୍ଚଳର ଯୁବତୀ ଜଣଙ୍କ ହୋଇଥିବା ବେଳେ ଗ୍ରାହକ ହେଲେ ନୟାଗଡ଼ ଦେଉଳପଲ୍ଲୀ ଅଞ୍ଚଳର ରାକେଶ କୁମାର ପ୍ରଧାନ(୨୭ବର୍ଷ) ଏବଂ ଅନ୍ୟ ଜଣେ ହେଲେ ଗେଷ୍ଟ ହାଉସ ମ୍ୟାନେଜର ନୟାଗଡ଼ ରାମେଶ୍ୱର ସାହିର ଦୀପକ କୁମାର ମହାପାତ୍ର। ଦୁହିଁଙ୍କୁ ନୟାଗଡ଼ ଟାଉନ ପୋଲିସ ଗିରଫ କରିଥିବା ବେଳେ ସମ୍ପୃକ୍ତ ଯୁବତୀଙ୍କୁ ଏକ ସର୍ଟ ଷ୍ଟେ ହୋମରେ ରଖିଛି। ରାକେଶ ଠାରୁ ୨୮୦୦ଟଙ୍କା, ଏକ ମୋବାଇଲ ଫୋନ…

Read More

ମଞ୍ଚସ୍ଥ ହେଲା ନାଟକ ‘ବାଞ୍ଛାର ବଗିଚା’

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ପ୍ରମୁଖ ନାଟ୍ୟାନୁଷ୍ଠାନ ମଞ୍ଚାୟନ ତରଫରୁ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ନାଟକ ‘ବାଞ୍ଛାର ବଗିଚା’ ମଞ୍ଚସ୍ଥ ହୋଇଯାଇଛି । ଏହି ନାଟ୍ୟ ଉତ୍ସବ ୩ଦିନ ଧରି ଚାଲିବା ସହ ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ପ୍ରଭାତ ମହାରଣା, ମଞ୍ଚାୟନ ସଭାପତି ଯାମିନିକାନ୍ତ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିବାବେଳେ ଅଧ୍ୟାପକ ଗଣେଶ୍ୱର ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଉଦ୍ଘାଟନୀ ସଂଧ୍ୟାରେ ଶତାବ୍ଦୀର କଳାକାର ଭୁବନେଶ୍ୱର ତରଫରୁ ଦର୍ପନାରାୟଣ ସେଠୀଙ୍କ ନିର୍ଦ୍ଦେଶିତ ତଥା ସର୍ବଭାରତୀୟ ସ୍ତରରେ ଏବଂ ୧୬୩ଥର ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିବା ନାଟକ ‘ବାଞ୍ଛାର ବଗିଚା’ ମଞ୍ଚସ୍ଥ…

Read More

ଆଞ୍ଚଳିକ ସ୍ତରୀୟ ଆମ ଲୋକକଳା ଆମ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ

ଶିଙ୍ଗ ବାଦ୍ୟରେ ଦୁଲୁକିଲା ମଞ୍ଚ ସମ୍ବଲପୁରୀ ଢାପ ନୃତ୍ୟରେ ଝୁମିଲେ ଦର୍ଶକ ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ପ୍ରାଚୁର୍ଯ୍ୟମୟ ପାରମ୍ପରିକ ଲୋକକଳା ଓ ସଂସ୍କୃତି ଆମର ପରିଚୟ। କେବଳ ମନୋରଞ୍ଜନର ମାଧ୍ୟମ ହିସାବରେ ନୁହେଁ ବରଂ ଲୋକକଳା ଆମ ସାମାଜିକ ଜୀବନ ସହ ଅଙ୍ଗାଙ୍ଗୀ ଭାବେ କାହିଁ କୋଉ ଅମଳରୁ ଜଡ଼ିତ। ଆମର ଅନନ୍ୟ ପର୍ବପର୍ବାଣୀ ସହ କୃଷି ଓ କୃଷକଙ୍କ ମହତ୍ତ୍ୱକୁ ମଧ୍ୟ ଅନେକ ଲୋକକଳା ନିଜ ଭିତରେ ଧାରଣ କରିଛନ୍ତି। ଲୋକକଳାକୁ ଆହୁରି ଅଧିକ ରୁଦ୍ଧିମନ୍ତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୧, ଏପ୍ରିଲ ୨୦୧୧ରେ ରାଜ୍ୟ ଲୋକକଳା ସଂଘର ଶୁଭାରମ୍ଭ ହୋଇଥିଲା। ଦୀର୍ଘ ଏକ ଦଶନ୍ଧି ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଏହି ସଂଘ ଲୋକକଳାର ପ୍ରଚାର ପ୍ରସାର ସହ ଏଥିସହ…

Read More