ନୟାଗଡ଼,(ନୟାଗଡ଼ ଦର୍ପଣ): ମା’ ଦକ୍ଷିଣକାଳୀ ଭଲିବଲ କମିଟି ଆନୁକୂଲ୍ୟରେ ଆୟୋଜିତ ସପ୍ତାହ ବ୍ୟାପି ୩ୟ ଶୁଭମ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଉଦଘାଟନ କରିଛନ୍ତି । ମା’ ଦକ୍ଷିଣକାଳୀ ପଡିଆରେ ଅନୁଷ୍ଠିତ ଉକ୍ତ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୬ଟି ଦଳ ଅଂଶ ଗ୍ରହଣ କରିବେ ବୋଲି ଆୟୋଜକ ରାଜା ପଟ୍ଟନାୟକ ଏବଂ ମାନସ ପ୍ରିତମ ସୁଚନା ଦେଇଛନ୍ତି । ଆଗାମୀ ୨୩ତାରିଖ ଦିନ ଫାଇନାଲ ମ୍ୟାଚ ହେବ ବୋଲି ଜଣାପଡିଛି ।
Read MoreCategory: ନୟାଗଡ଼
ଆପୋଷ ବୁଝାମଣାରେ ମାମଲାର ସମାଧାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଅପୋଷ ବୁଝାମଣାରେ ବହୁ ବିବାଦ ସହଜରେ ତ୍ଵରିତ ସମାଧାନ ହୋଇପାରିବ। ରଣପୁର ଥାନା ଅନ୍ତର୍ଗତ ରଙ୍କଦେଉଳି ସାହିର ପ୍ରତିମା ମୁଦୁଲି ନିଜ ସ୍ବାମୀଙ୍କ ସହିତ ପାରିବାରିକ କଳହର ଆଶୁ ସମାଧାନ ପାଇଁ ଜିଲା ଆଇନସେବା ପ୍ରାଧ୍ଵକରଣ ନୟାଗଡ଼ ଜିଲା ବୁଝାମଣା କେନ୍ଦ୍ରରେ ଆବେଦନ କରିଥିଲେ। ଏହା ପୂର୍ବରୁ ସେ ବିଭିନ୍ନ ସ୍ଥାନରେ ନିଜ ଦୁଃଖ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇପାରିନଥିଲେ। ଜିଲା ଆଇନସେବା ମାମଲା ସମାଧାନ ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ ଆବେଦନକୁ ଗ୍ରହଣ କରି ତାଲିମପ୍ରାପ୍ତ ମଧ୍ୟସ୍ଥି ରମେଶ ଚନ୍ଦ୍ର ମିଶ୍ରଙ୍କୁ ମାମଲାର ଆପୋସ ବୁଝାମଣା ମାଧ୍ୟମରେ ଆଶୁ ସମାଧାନ ପାଇଁ ହସ୍ତାନ୍ତର କରିଥିଲେ। ଶ୍ରୀମିଶ୍ରଙ୍କ ଦ୍ବାରା ଉଭୟ ପକ୍ଷ ଓ ତାଙ୍କ ପରିବାର ଲୋକଙ୍କ ସହିତ ଆପୋସ ବୁଝାମଣା ମାଧ୍ୟମରେ ହୋଇପାରିଥିଲା। ଏହାଦ୍ବାରା…
Read Moreପଠାଣି ସାମନ୍ତଙ୍କ ୧୮୮ତମ ଜୟନ୍ତୀ: କୁମାର ବାପି ଏବଂ ରବିନ୍ଦ୍ର ମହାପାତ୍ରଙ୍କ ଭଜନରେ ଝୁମିଲେ ଦର୍ଶକ
ନୟାଗଡ଼,(ନୟାଗଡ଼ ଦର୍ପଣ): ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ,ନୟାଗଡ଼ ପକ୍ଷରୁ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖରଙ୍କ ୧୮୮ତମ ଜନ୍ମ ଜୟନ୍ତୀ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସାମନା ଯଦୁମଣି ମଣ୍ଡପରେ ମହା ସମାରୋହରେ ପାଳିତ ହୋଇ ଯାଇଅଛି। ଶ୍ରୀଜଗନ୍ନାଥ ମନ୍ଦିର ସାମନାରେ ଅନୁଷ୍ଠିତ ଭଜନ ସମାରୋହରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ କୁମାର ବାପି ଏବଂ ରବିନ୍ଦ୍ର ମହାପାତ୍ର ଭଜନ ପରିବେଶଣ କରିଥିବା ବେଳେ ଉପସ୍ଥିତ ଦର୍ଶକମାନେ ବେଶ ବିମୋହିତ ହୋଇଥିଲେ । ପ୍ରଥମେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ଜୟନ୍ତୀ ସମାରୋହକୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଯୋଗଦାନ କରି ଉଦଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଆୟକର କମିଶନର ଶରତ ଚନ୍ଦ୍ର ଦାଶ ଏବଂ ବିଶିଷ୍ଟ ଅତିଥିଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ବିଶିଷ୍ଟ ସାମ୍ବାଦିକ କିଶୋର ଦ୍ୱିବେଦୀ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ…
Read Moreପଠାଣି ସାମନ୍ତ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଏବଂ ପୁଷ୍ପମାଲ୍ୟ ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ପୌଷ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଜନ୍ମ ଲାଭ କରିଥିବା ପୃଥିବୀ ବିଖ୍ୟାତ ଜ୍ୟୋତିର୍ବିତ ସାମନ୍ତ ଚନ୍ଦ୍ରଶେଖରଙ୍କ ୧୮୮ତମ ଜନ୍ମ ଜୟନ୍ତୀରେ ପଠାଣି ସାମନ୍ତ ଅଡିଟୋରିଅମ ସାମନାରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଜିଲ୍ଲା ସଂସ୍କୃତି ବିଭାଗ ଏବଂ ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଟଂକଧର ଭୋଇ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାଂସ୍କୃତିକ ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର, ଡ. ବିଜୟ ଚୌଧୁରୀ, ନବକିଶୋର ମିଶ୍ର, ବିଶ୍ୱନାଥ ମହାପାତ୍ର, ରଣଜିତ ଦାଶ, ପ୍ରଭାସିନୀ ନନ୍ଦ,ଶ୍ରୀକାନ୍ତ ପଟ୍ଟନାୟକ,ନିରଞ୍ଜନ ମିଶ୍ର,…
Read Moreବକଟାଜଙ୍ଗଲରୁଅଜଣାବ୍ୟକ୍ତିଙ୍କଶବ_ଉଦ୍ଧାର
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଘୋଳାହାଣ୍ଡି ନିକଟରେ ଥିବା ବକଟା ଜଙ୍ଗଲରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ କରିଛି ଦଶପଲ୍ଲା ପୋଲିସ। ସେହି ଅଜଣା ବ୍ୟକ୍ତିଙ୍କୁ ୪୦-୪୨ବର୍ଷ ବୟସ ହେବ ବୋଲି ଅନୁମାନ କରାଯାଉଛି। ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଦଶପଲ୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ କେଶ ନମ୍ବର ୨୫/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Read Moreବିଦେଶ ମାଟିରେ ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତି ରଂଜନଙ୍କ ଆଉଏକ ସଫଳତା
ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଲା ସଫଳତାର କାହାଣୀ ଦଶପଲ୍ଲା,(ନୟାଗଡ଼ ଦର୍ପଣ); ଆମେରିକାରେ ଗବେଷଣାରତ ଓଡିଆ ବୈଜ୍ଞାନିକ ତଥା ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତି ରଂଜନ ବେହେରାଙ୍କୁ ମିଳିଛି ଆଉଏକ ସଫଳତା। ତାଙ୍କର ସଫଳତାର କାହାଣୀ ଇଷ୍ଟ୍ ଟେନିସ ଷ୍ଟେଟ୍ ୟୁନିଭର୍ସିଟିର ବାର୍ଷିକ ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଛି। ଯାହାକି ସମଗ୍ର ରାଜ୍ୟ ତଥା ଦେଶପାଇଁ ଏହା ଗୈାରବର ବିଷୟ। ଏହି ପତ୍ରିକାରେ କେବଳ ଗବେଷଣାରେ ଉଲ୍ଲେଖନୀୟ ତଥ୍ୟ ହାସଲ କରିଥିବା ଯୁବ ବୈଜ୍ଞାନିକଙ୍କ କାହାଣୀ ପ୍ରକାଶ କରିଥାଏ। ଯାହାକି ଚଳିତ ୨୦୨୨ ମସିହାରେ ସମଗ୍ର ବିଶ୍ବର ୨ଜଣ ବୈଜ୍ଞାନିକଙ୍କ କାହାଣୀ ପ୍ରକାଶ ପାଇଛି। ଜ୍ୟୋତିଙ୍କ ସମେତ ଅନ୍ୟ ଜଣେ ବୈଜ୍ଞାନିକ ହେଉଛନ୍ତି ଆଫ୍ରିକା ମହାଦେଶର। ଜ୍ୟୋତି ରଂଜନଙ୍କ ଗବେଷଣା ମୁଖ୍ୟତଃ ଖାଦ୍ୟ ନିରାପତ୍ତା ଉପରେ ପର୍ଯ୍ୟବେଷିତ। ସେ ଗଛ ମାନଙ୍କରୁ କିଭଳି ତୈଳ ଉତ୍ପାଦନ…
Read Moreରାମ ଚରିତ ମାନସର ପ୍ରଚାର ପ୍ରସାର କରୁଥିବା ଦୀନବନ୍ଧୁ ଦାସଙ୍କ ପରଲୋକ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ରାମ ଚରିତ ମାନସର ପ୍ରଚାର ପ୍ରସାର କରୁଥିବା ଦଶପଲ୍ଲା ମହାବୀର କ୍ଷେତ୍ର ତଥା “ରାମ ଚରିତ ମାନସ ପ୍ରବଚନ” ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ଦୀନବନ୍ଧୁ ଦାସ(ହିନ୍ଦୀ ସାର)ଙ୍କ ପରଲୋକ।
Read Moreଅଟୋ ପିକ୍ଅପ୍ ଧକ୍କା, ଦଶପଲ୍ଲା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଆହତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ନିକଟସ୍ଥ ଅନ୍ଧାରକୋଟ ଛକ ନିକଟରେ ଅଟୋକୁ ପିଟିଲା ପିକଅପ୍ ଭ୍ୟାନ। ଅଟୋରେ ଥିବା ଆଦର୍ଶ ବିଦ୍ୟାଳୟର ୬ ଜଣ ଛାତ୍ର ୪ ଜଣ ଛାତ୍ରୀ ଆହତ ହୋଇଛନ୍ତି। ସେଥିରେ ଜଣେ ଛାତ୍ରଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି। ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଗୁରୁତର ଆହତ ହୋଇଥିବା ଛାତ୍ର ପରେଶ ବେହେରାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପରେଶ ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ବୋଲି ସୂଚନା ମିଳିଛି। ପରେଶ ବେହେରାଙ୍କ ଘର ସରିଗଣ୍ଡା ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Read Moreଇସ୍ରୋ ମହାକାଶ ଗବେଷଣା କେନ୍ଦ୍ରକୁ ଯିବେ ମଦନମୋହନ
ନୂଆଗାଁ,(ନୟାଗଡ଼ ଦର୍ପଣ): ଟାଟା ଷ୍ଟିଲ୍ ଓ ପଠାଣି ସାମନ୍ତ ପ୍ଲାନେଟୋରିଅମର ମିଳିତ ଉଦ୍ୟମରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଓଡ଼ିଶାର ଶ୍ରେଷ୍ଠ ୨୦ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଉକ୍ତ ୨୦ଜଣଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲାରୁ ଜଣେ ଛାତ୍ର ମଦନ ମୋହନ ମିଶ୍ର ସ୍ଥାନ ପାଇଛନ୍ତି। ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳି ସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ମଦନ ମୋହନ। ପ୍ରକାଶଯୋଗ୍ୟ ଉକ୍ତ ୨୦ଜଣ ଛାତ୍ରଛାତ୍ରୀ ବାଙ୍ଗାଲୋର ସ୍ଥିତ ଇସ୍ରୋ ମହାକାଶ ଗବେଷଣା କେନ୍ଦ୍ରକୁ ଆସନ୍ତା ମଇ ମାସରେ ପରିଭ୍ରମଣର ଯିବେ। ଜନଶକ୍ତି ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ଓ ବିଜ୍ଞାନ ଶିକ୍ଷକଙ୍କ ଗହଣରେ ନୟାଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ସାହୁ କୃତିତ୍ଵ ଅର୍ଜନ କରିଥିବା ଶ୍ରୀମାନ ମଦନମୋହନ ମିଶ୍ରଙ୍କୁ ସମ୍ମାନୀତ କରିଥିଲେ ।
Read Moreଟାକରା ସ୍ବାସ୍ଥ୍ୟକେନ୍ଦ୍ରରେ ଉପକେନ୍ଦ୍ର ସ୍ତରୀୟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଉପକେନ୍ଦ୍ର ସ୍ତରୀୟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇାଯାଇଅଛି । ଉକ୍ତ ମେଳାରେ ଡ଼ା. କାଳୀ ପ୍ରସାଦ ଷଡ଼ଙ୍ଗୀ, ଡ଼ା.ସୋନାଲି ସ୍ବାଗତିକା ପ୍ରୀୟଦର୍ଶୀନୀ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୁନିଲ କୁମାର ମହାକୁଡ଼, ମହିଳା ସ୍ବାସ୍ଥ୍ୟ କର୍ମୀ ରଶ୍ମିତା ସାହୁ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସନ୍ତୋଷ କୁମାର କହଁର, ଫାର୍ମାସିଷ୍ଟ ଜିତେନ୍ଦ୍ର ପୃଷ୍ଟି, ଆଶାସାଥୀ ରଂଜୁବାଳା ଦାଶ୍, ସ୍ଥାନୀୟ ଆଶାକର୍ମୀମାନେ ରହି ସ୍ୱାସ୍ଥ୍ୟ ମେଳାକୁ ସୁଚାରୁ ରୂପେ ସମ୍ପାଦନ କରିବା ସହ ସାହାଯ୍ୟ ସହଯୋଗ କରିଥିଲେ। ଉକ୍ତ ମେଳାରେ ଆଦିବାସୀ ଅଧ୍ୟୁଷିତ ତାବଡା, ପାନାବାରୀ, ମୁଣ୍ଡୁଳୀ, ମଂଜାରୀ, ତିଳାବାଡି ପ୍ରଭୃତି ଦୁର୍ଗମ ଗ୍ରାମର ଶତାଧିକ ଜନସାଧାରଣ,ଯୋଗଦାନ କରି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇ…
Read More