ସାମାଜିକ ସମୀକ୍ଷା କର୍ମଚାରୀ ସଂଘ ଗଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାମାଜିକ ସମୀକ୍ଷା କର୍ମଚାରୀମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇଛି। ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟର ସମୀକ୍ଷା ପାଇଁ ନିୟୋଜିତ ଥିବା ଏହି ଗୋଷ୍ଠୀଙ୍କ ବିଭିନ୍ନ ଦାବୀ ଉପସ୍ଥାପନା ପାଇଁ ଏହି ସଂଘ ଗଠନ କରାଯାଇଛି। ଏହାର ପ୍ରଥମ ବୈଠକ ମିଲେନିୟମ ସମବାୟ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ୩୯୦ ଜଣଙ୍କୁ ନେଇ ଗଠିତ ହୋଇଥିବା ଏହି ସଂଘର ସଭାପତି ଭାବେ ପୁଷ୍ପାଞ୍ଜଳି ରାଉତରାୟ, ସମ୍ପାଦକ ଭାବେ ସୁଶାନ୍ତି ପ୍ରଧାନ, ପ୍ରତିମା ପାତ୍ର ଓ ଚିନ୍ମୟୀ ଶତପଥୀଙ୍କୁ ଉପ ସଭାପତି, ରଶ୍ମିତା ପ୍ରଧାନ ଓ ସୁଲୋଚନା ତ୍ରିପାଠୀଙ୍କ ସହ ସଂପାଦିକା ଏବଂ ମମତା ସାହୁଙ୍କୁ କୋଷାଧ୍ୟକ୍ଷ ନିର୍ବାଚିତ କରାଯାଇଛି।

Related posts