ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ରଣପୁର,(ନୟାଗଡ଼ ଦର୍ପଣ): ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ତରଫରୁ ମା’ ମଣିନାଗ ଦୁର୍ଗା ବାଳିକା ଉଚ୍ଚ ବିଦ୍ୟାଳୟ, ରଣପୁରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପିକା ଗୀତାଞ୍ଜଳି ମିଶ୍ର ସ୍ବାଗତ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାଧିକରଣ ତରଫରୁ ପବନ କୁମାର ବେହେରା, ଆଇନ ସେବା ଉପରେ ବକ୍ତବ୍ୟ ରଖିଥିଲେ । ପ୍ରାଧିକରଣର ସଚିବ ତଥା ବରିଷ୍ଠ ବର୍ଗର ବିଚାରପତି ବିଶେଷ କୁମାର ସାହୁ ବାଳିକା ଏବଂ ମହିଳା ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଆଇନ ସେବା ବାଖ୍ୟା କରିଥିଲେ । ସଦସ୍ୟ ମହମ୍ମଦ ଓମାର ମଲ୍ଲିକ ଜାତୀୟତା ଏବଂ କର୍ତ୍ତବ୍ୟ ବୁଝାଇଥିଲେ । ଅଧକ୍ଷା ଡଃ ସୁକାନ୍ତି ଦେଇ, ଏହି ପ୍ରକାର ସଚେତନତା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଛାତ୍ରୀ ଏବଂ ଅଧ୍ୟାପକ ମାନେ ଆଗ୍ରହର ସହିତ ସଚେତନ ହୋଇଥିଲେ । ଅଧ୍ୟାପିକା ନୀଳିମା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts