ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତିଦିନ ପାଞ୍ଚଜଣ ଅସହାୟ ଦୁଃଖିରଙ୍କି ଲୋକମାନଙ୍କ ପାଇଁ ମାଗଣାରେ ସକାଳ ଜଳଖିଆ ବଣ୍ଟନ ବ୍ୟବସ୍ଥା ଆଜି ପୁରୁଣା ସହରସ୍ଥିତ “ଶିବ କ୍ୟାଣ୍ଟିନ” ଦୋକାନରେ ଶୁଭାରମ୍ଭ ହୋଇଯାଇଛି। ଜଳଖିଆ ବଣ୍ଟନ ବ୍ୟବସ୍ଥାର ଆରମ୍ଭ କରିଥିବା ଉଦ୍ୟୋଗୀ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏ ଦିଗରେ ହେବାକୁଥିବା ସମସ୍ତ ଖର୍ଚ୍ଚ ନିଜେ ବହନ କରିବେ ବୋଲି ସୂଚନା ଦେଇଛନ୍ତିମ ପ୍ରତ୍ୟେକ ଦିନ ଜଣକୁ ୨୦ ଟଙ୍କା ହିସାବରେ ପାଞ୍ଚ ଜଣଙ୍କୁ ଶହେ ଟଙ୍କା ଖର୍ଚ୍ଚରେ ଜଳଖିଆ ଯୋଗାଇ ଦିଆଯିବ। ଶ୍ରୀ ପଟ୍ଟନାୟକ ବଞ୍ଚିଥିବା ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମ ଚାଲୁ ରଖିବେ ବୋଲି ଘୋଷଣା କରିଥିଲେ । ଉକ୍ତ ମହତ କାର୍ଯ୍ୟକ୍ରମରେ ସହରର ବହୁ ବରେନ୍ୟ ବ୍ୟକ୍ତି ଯୋଗଦେଇ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିରୁପମା ପଟ୍ଟନାୟକ, କାଉନସିଲର କିଷାନ କୁମାର ଦାସ, ଲକ୍ଷ୍ମୀଧର ମହାପାତ୍ର, ନୟାଗଡ଼ ପୋୖରାଧ୍ୟକ୍ଷାଙ୍କ…
Read MoreCategory: ନୟାଗଡ଼
ନୟାଗଡ଼ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ରବୀନ୍ଦ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧ୍ୟକ୍ଷଭାବେ ନିର୍ବାଚିତ ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀ ରବୀନ୍ଦ୍ରନାଥ ସାହୁ। ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ପଦବୀ ନିମନ୍ତେ ବିଜୁ ଜନତା ଦଳ ପକ୍ଷରୁ ରବୀନ୍ଦ୍ର ନାଥ ସାହୁ ନାମାଙ୍କନ ଦାଖଲ କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଉପସ୍ଥିତିରେ ସେ ଆଜି ନାମାଙ୍କନ ଦାଖଲ କରିଥିଲେ। ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କ ପାଖରେ ଏକମାତ୍ର ବ୍ୟକ୍ତି ରବୀନ୍ଦ୍ର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଅନ୍ୟକେହି ନାମାଙ୍କନ ପତ୍ର ଦାଖଲ କରିନଥିଲେ। ଯାହା ଫଳରେ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି। ପରିଚାଳନା ପରିଷଦର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ସେ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ଖଣ୍ଡପଡା ବିଧାୟକ ସୌମ୍ୟ…
Read Moreଓଡ଼ଗାଁରେ ହେବ ବିଶାଳ ଶିକ୍ଷକ ରାଲି
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆସନ୍ତା ୧୯ ତାରିଖ ଶନିବାର ଦିନ ଅପରାହ୍ନ ୧ଟା ସମୟରେ ଓଡ଼ଗାଁବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଘେରାଉ କରିବେ ନୂତନ ପେନସନଭୁକ୍ତ ଶହଶହ ପ୍ରାଥମିକ ଶିକ୍ଷକ।ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଡାକରାରେ ରାଜ୍ୟବ୍ୟାପି ପ୍ରତ୍ୟେକ ବ୍ଲକ୍ ସ୍ତରରେ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ଗତ ୧୬ ତାରିଖରେ ଅନୁଷ୍ଠିତ ବ୍ଲକ୍ ସ୍ତରୀୟ ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୯ ତାରିଖରେ ଓଡ଼ଗାଁ ବ୍ଲକ୍ ପାଇଁ ଆନ୍ଦୋଳନ ଡାକରା ଦିଆଯିବ ବୋଲି ଓଡ଼ଗାଁ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ନରେଶ ପାଣିଗ୍ରାହୀ ଏବଂ ସମ୍ପାଦକ ସୁକାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।ସରକାରଙ୍କ ପ୍ରାଥମିକ ଶିକ୍ଷକ ମାରଣ ନୀତି ବିରୁଦ୍ଧରେ ସ୍ଥାନୀୟ ଇନଡୋର୍ ଷ୍ଟାଡିୟମଠାରେ ଏକ ସଭା ଆୟୋଜନ କରାଯିବା ପରେ ବିଶାଳ ଶୋଭାଯାତ୍ରାରେ ବାହାରି ଶିକ୍ଷକ ଶିକ୍ଷୟିତ୍ରୀମାନେ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ତିନିଦଫା ସମ୍ବଳିତ ଦାବିପତ୍ର…
Read Moreନୟାଗଡ଼ ମୁନିସିପାଲିଟିରେ ଆବାସ ଯୋଜନାରେ “ସମସ୍ତଙ୍କ ପାଇଁ ବାସଗୃହ”
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ “ସମସ୍ତଙ୍କ ପାଇଁ ବାସଗୃହ” ସଂପର୍କୀୟ ଏକ ହିତଧାରକ କର୍ମଶାଳା ମହାବୀରପାଟଣା ବସ୍ତିର ପରିଚୟ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ୨୦୨୦-୨୧ମସିହାରେ ଗୃହ ପାଇଥିବା ୧୬୩ଜଣ ହିତାଧିକାରୀ ଏଥିରେ ଯୋଗ ଦେଇଥିଲେ । ପୌରାଧ୍ୟକ୍ଷା ନିରୂପମା ଖଟେଇ, ନିର୍ବାହୀ ଅଧିକାରୀ ମିସ୍ ସ୍ବାତୀ ମିଶ୍ର, ପୂର୍ବତନ କାଉନସିଲର ନେତ୍ରାନନ୍ଦ ସାହୁପ୍ରମୁଖ ଅତିଥିଭାବେ ଯୋଗଦେଇ ସମସ୍ତଙ୍କ ସକ୍ରୀୟ ସହଯୋଗ କାମନା କରିଥିଲେ । କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ “ଜୀବନ ଜୀବିକା ପାଇଁ ଧନ୍ଦା ମୂଳକ ଶିକ୍ଷା” ସଂସ୍ଥାର ବରିଷ୍ଠ ଅଧିକାରୀ ଲକ୍ଷ୍ମୀକାନ୍ତ ପାଇକିରା ଓ ମୁରଲୀଧର ବରାଡ ପ୍ରମୁଖ ଦୁଇ ଜଣିଆ ଟିମ୍ ଯୋଗଦେଇ ଗୋଷ୍ଠୀଗତ ଆଲୋଚନା କରିଥିଲେ । ଆବାସର ଚୟନ ପକ୍ରିୟା, କାର୍ଯ୍ୟାଦେଶ ବଣ୍ଟନ, ଗୃହନିର୍ମାଣର ସ୍ତର, କର୍ମଚାରୀଙ୍କ ସହଯୋଗ ଓ ହିତାଧିକାରୀଙ୍କ…
Read Moreଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ସାରା ଭାରତ ବର୍ଷରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଥିବା ବେଳେ ନୟାଗଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନୟାଗଡ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରୁ ସାମ୍ବାଦିକମାନେ ଯୋଗଦେଇଥିଲେ । ଏ ଅବସରରେ ଜାତୀୟ ପ୍ରେସ ଦିବସ ସମ୍ପର୍କରେ ସାମ୍ବାଦିକ ନିଶିକାନ୍ତ ରଥ, ରାମକୃଷ୍ଣ ରଥ, ଗୋକୁଳ ଷଡ଼ଙ୍ଗୀ, ହୁସେନ ଖାନ୍, ଆଲୋକ ସେନାପତି, ଜୟେନ୍ଦ୍ର ବେହେରା, ଶୁଭେନ୍ଦୁ କୁମାର ଦାସ ଓ ସାମ୍ବାଦିକ ନିରଞ୍ଜନ ଦାସଙ୍କ ସୂକନ୍ୟା ବିଷ୍ଣୁପ୍ରିୟା ଦାସ ପ୍ରମୁଖ ବକ୍ତବ୍ୟ ରଖିବା ସହ ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଶେଷ ଭାବେ ସାମ୍ବାଦିକମାନଙ୍କ ସୁରକ୍ଷା…
Read Moreନୟାଗଡ଼ ଚାଇଲଡ ଲାଇନ ପକ୍ଷରୁ ବନ୍ଧୁତା ସପ୍ତାହ କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜ଼ିଲ୍ଲା ଚାଇଲଡ ଲାଇନ ପକ୍ଷରୁ ଶିଶୁ ଅଧିକାର ଓ ଶିଶୁ ସୁରକ୍ଷା ବନ୍ଧୁତା ସପ୍ତାହରେ ଆଜି ଜ଼ିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଓ ଅତରିକ୍ତ ଜ଼ିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କ ହାତରେ କୁନି କୁନି ଛୁଆମାନେ ଯତ୍ନ ଓ ସୁରକ୍ଷା ପାଇଁ ଏକ ଦୋସ୍ତି ବ୍ୟାଣ୍ଡ ପିନ୍ଧାଇଥିଲେ।ଚାଇଲଡ ଲାଇନ ସହ ଅଧିକ ସଂଖ୍ୟାରେ ଯୋଡି ହେଲେ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ଚାଇଲଡ ଲାଇନକୁ ଆହୁରି ତଥ୍ୟ ମିଳିପାରିବ ଯାହା ଫଳରେ ତୁରନ୍ତ ଶିଶୁକୁ ଉଦ୍ଧାର କରିବା ସହ ଉପଯୁକ୍ତ ପଦେକ୍ଷେପ ଗ୍ରହଣ କରାଯାଇପାରିବ। ଏହି କାର୍ଯ୍ୟକ୍ରମ ୨୦ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ଏହି ଅବସରରେ ଚାଇଲଡ ଲାଇନ କଉଁନସିଲର ଚନ୍ଦ୍ରଶେଖର ବେହେରା ଓ ଟିମ ମେମ୍ବର ସୁଜାତା ବେହେରା, ବିକ୍ରମ ପ୍ରଧାନ, ଅଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Read Moreଜିଲ୍ଲାସ୍ତରୀୟ ଖରିଫ୍ ଧାନ କ୍ରୟ କମିଟିର ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଖରିଫ୍ ଧାନ କ୍ରୟ କମିଟିର ବୈଠକ ଆର.ଏମ.ସି. ସଭାଗୃହରେ ଜିଲ୍ଲାପାଳ ତଥା ଜିଲ୍ଲାସ୍ତରୀୟ କ୍ରୟ କମିଟି ଅଧ୍ୟକ୍ଷ ରବିନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରି ୨୦୨୧-୨୨ଖରିଫ୍ ଋତୁରେ ଧାନ କ୍ରୟର ସଂକ୍ଷିପ୍ତ ବିବରଣୀରେ କହିଥିଲେ ଯେ, ଗତ ବର୍ଷ ଏହି ଜିଲ୍ଲାରେ ୪୬,୦୬୨ ଚାଷୀ ଧାନ କ୍ରୟ ପାଇଁ ଜିଲ୍ଲାର ୧୫୩ଟି ପ୍ୟାକ୍ସରେ ସେମାନଙ୍କ ଧାନ ବିକ୍ରୟ ନିମନ୍ତେ ପଞ୍ଜିକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୪୧,୮୯୪ଚାଷୀଙ୍କ ଠାରୁ ଧାନର ମାନ ଅନୁଯାୟୀ କୁଇଣ୍ଟାଲ ପିଛା ଟ.୧୯୪୦) ଏବଂ ଟ.୧୯୬୦/- ଦରରେ ୧୪,୪୦,୨୨୨.୯୬ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା । ଚଳିତ ଖରିଫ୍ ଋତୁ ୨୦୨୨-୨୩ରେ ସେହି ୧୫୩ ପ୍ୟାକ୍ସ ମାଧ୍ୟମରେ ୫୬୦୧୭ଚାଷୀ ପଞ୍ଜିକରଣ ବୈଧ ଥିବାରୁ ଧାନର ମାନ ଅନୁଯାୟୀ କୁଇଣ୍ଟାଲ…
Read Moreଶ୍ରମ ବିଭାଗର ଦ୍ଵାରସ୍ଥ ହେଲା ଆଉଟ ସୋରସିଂ କର୍ମଚାରୀ ସଙ୍ଘ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଆଉଟ୍ ସୋରସିଂ ମାଧ୍ୟମରେ କାର୍ଯ୍ୟରତ ସମସ୍ତ ଶ୍ରମିକ କର୍ମଚାରୀ ଚାକିରୀର ସ୍ଥାୟୀତ୍ୱ ନେଇ ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀ ଓ ଡିଭିଜନ ଲେବର କମିସନରଙ୍କଦ୍ୱାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି। ବିଜୁଶ୍ରମିକ ସମ୍ମୁଖ୍ୟ ରାଜ୍ୟ ସହସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ମେଡିକାକର୍ମଚାରୀ ସଂଘର ସଭାପତି ତଥାଗତ ଦାସ୍ ( electrician, plumber, left operator, helpdesk, sweeper, security, data entry operator, ECG,LT & Pharmacist, staff-nurses etc)ନେତୃତ୍ୱମାନେ ମିଳିତ ହୋଇ ଶ୍ରମ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। କରୋନା ମହାମାରୀସମୟରେ ଜନସାଧାରଣ ଭୟଭିତ ହୋଇ ଘରେ ରହିଥିଲା ବେଳେ ଆଉଟ ସୋରସିଂ ମାଧ୍ୟମରେ କାର୍ଯରତ ବିଭିନ୍ନ ବିଭାଗର କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗେଇ ଏବଂ ପରିବାର ଛୁଆ ପିଲାମାନଙ୍କୁ ଦୁରେଇଦେଇ ଜନସାଧାରଣମାନଙ୍କୁ ସେବାଯୋଗାଇ ଆସୁଥିଲେ। ଦୀର୍ଘବର୍ଷ…
Read Moreଶଶିରାସ ବିହାରୀ ପାଠାଗାରର ଶୁଭ ଉଦ୍ଘାଟନ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଯେଉଁ ଶିକ୍ଷାନୁଷ୍ଠାର ପାଠାଗାର ଯେତେ କ୍ରିୟାଶୀଳ ସେ ଶିକ୍ଷାନୁଷ୍ଠାନ ସେତେ ଉନ୍ନତ। ଆନୁଷ୍ଠାନିକ ହେଉ ବା ଅଣଆନୁଷ୍ଠାନିକ ହେଉ ଶିକ୍ଷାର ଅଗ୍ରଗତିରେ ପାଠାଗାରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଭଲ ପାଠାଗାର ଟିଏ ଗୋଟିଏ ଶିକ୍ଷାନୁଷ୍ଠାନର ଅଳଙ୍କାର ରୂପେ ପରିଗଣିତ ହୋଇଥାଏ। ଏ ପରିପ୍ରେକ୍ଷୀରେ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଶିଶୁ ଦିବସରେ କୁରାଳ ନିକଟସ୍ଥ ନାଥିଆପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସମାଜ ସଂସ୍କାରକ ପରିବେଶ ପ୍ରେମୀ ଶିକ୍ଷାବିତ୍ ସ୍ବର୍ଗତ ରାସବିହାରୀ ଖଟେଇ ଓ ତାଙ୍କ ଧର୍ମପତ୍ନୀ ସ୍ବର୍ଗତ ଶଶି ଖଟେଇଙ୍କ ସ୍ମୃତିରେ ତାଙ୍କ ପରିବାର ତରଫରୁ ବିଦ୍ୟାଳୟର ‘ମୋ ସ୍କୁଲ୍’ ପାଣ୍ଠିକୁ ଦେଇଥିବା ତିରିଶ ହଜାର ଟଙ୍କା ଓ ସେ ବାବଦରେ ସରକାରଙ୍କ ଠାରୁ ମିଳିଥିବା ଦୁଇ ଗୁଣ ଅନୁଦାନକୁ ନେଇ ବହୁ ଉପାଦେୟ ପୁସ୍ତକରେ ଗଢା ଶଶି ରାସ ବିହାରୀ ପାଠାଗାରର ଶୁଭ ଉଦ୍ଘାଟନ ହୋଇଯାଇଅଛି।…
Read Moreଶିଶୁ ଦିବସରେ ଖୁସି ବାଣ୍ଟିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଳକ ଚାହାଳି ସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଥର ନିଆରା ଢଙ୍ଗରେ ପାଳନ କରାଯାଇଛି ଶିଶୁ ଦିବସ। ପୁରାତନ ଛାତ୍ର ତଥା ଓଡିଶା ସରକାରଙ୍କ ଯୁଗ୍ମ ସଚିବ କୃଷ୍ଣଚନ୍ଦ୍ର ଶତପଥୀଙ୍କ ମ୍ୟୁଜିକ୍ କ୍ଲବ୍ ପରିକଳ୍ପନାକୁ ସାକାର କରିଛନ୍ତି ଓଡ଼ିଶା ପୋଲିସ ବିଭାଗରେ କାର୍ଯ୍ଯରତ ପୁରାତନ ଛାତ୍ରମାନେ। ସେମାନଙ୍କ ଆର୍ଥିକ ଅନୁଦାନରେ ମୋ ସ୍କୁଲ୍ ଅଭିଯାନ ଦ୍ଵାରା “ଆଲୁମିନି ପୋଲିସ ମ୍ୟୁଜିକ୍ କ୍ଲବ୍”ର ଶୁଭାରମ୍ଭ କରିଛନ୍ତି ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ଏବଂ ଏହି କାର୍ଯ୍ୟକ୍ରମରେ ସଦର ଥାନା ଅଧିକାରୀ ଦିପକ୍ କୁମାର ଖଣ୍ଡାୟତରାୟ, ଶିଶୁ ସାହିତ୍ୟିକ ତଥା କବି ଗୋଦାବରୀଶ ମିଶ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରିହର ମିଶ୍ର, ପ୍ରଧାନୀ ବୃନ୍ଦାବନ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରତ୍ୟେକ ଶିଶୁ ନିଜ ନିଜର ସ୍ଵତନ୍ତ୍ର ପ୍ରତିଭାର ଅଧିକାରୀ…
Read More