ରାଜ୍ୟ ବିଜେଡିର ବରିଷ୍ଠ ମହିଳା ଉପ ସଭାପତି ପ୍ରଭାସିନୀ ନନ୍ଦଙ୍କ ମହତ କାର୍ଯ୍ୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ବିଜେଡିର ବରିଷ୍ଠ ମହିଳା ଉପସଭାପତି ପ୍ରଭାସିନୀ ନନ୍ଦ ଓଡଗାଁ ବ୍ଲକର ବାଣ୍ଠପୁର ପଂଚାୟତର ଶାଳିଆଝରି ଓ ନେପାଳ ଗ୍ରାମ ଗ୍ରସ୍ତ କରିଛନ୍ତି। ଶାଳିଆଝରି ଗ୍ରାମରେ କାଜୁପଦାକୁ ନେଇ ଗ୍ରାମବାସୀ ଓ ନିଲାମଧାରୀଙ୍କ ମଧ୍ୟରେ ଯେଉଁ ବାଦ ବିବାଦ ଉପୁଜିଛି ତାହାରି ଉପରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ତାହା କିଭଳି ସମାଧାନ ହୋଇପାରିବ ସେ ଦିଗରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବେ ବୋଲି ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଥିଲେ। ଏବଂ ଗ୍ରାମର କିଛି ବୟସ୍କ ବୁଢ଼ା ବୁଢ଼ୀଙ୍କ ବାର୍ଦ୍ଧକ୍ୟ ଭତା ଆଜି ସୁଦ୍ଧା ପାଇବାରୁ ବଂଚିତ ଥିବାରୁ ଲୋକମାନେ ତାଙ୍କ ପାଖରେ ଅଭିଯୋଗ କରିଥିଲେ। ଏହାପରେ ନୟାଗଡ଼ର ନଗଡା କୁହାଯାଉଥିବା ନେପାଳ ଗ୍ରାମକୁ ଯାଇ ଗ୍ରାମର ଛୋଟ ପିଲାମାନଙ୍କୁ ବହି ସିଲଟ, ଖଡ଼ି ବିସ୍କୁଟ ଆଦି ବଣ୍ଟନ କରିଥିଲେ, କାରଣ ଏହି ଗ୍ରାମରେ…

Read More

କୁଆଁରିଆ ଡ୍ୟାମ ନିକଟରେ ନିର୍ମାଣ ହେବ ଶିଶୁଉଦ୍ୟାନ ଓ ସଂଗ୍ରହାଳୟ ପାଇଁ ୨ କୋଟି ଟଙ୍କା ମଞ୍ଜୁର କଲେ ସରକାର

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ କୁଆଁରିଆର ବିକାଶ ହେବା ଲାଗି ରାଜ୍ୟ ସରକାର ୨ କୋଟି ଟଙ୍କା ମଞ୍ଜୁର କରିଥିବା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଏହି ଟଙ୍କାରେ ଏକ ସଂଗ୍ରହାଳୟ ଓ ଶିଶୁ ଉଦ୍ୟାନ ନିର୍ମାଣ ହେବ ବୋଲି ଶ୍ରୀଯୁକ୍ତ ବେହେରା କହିଛନ୍ତି। ଏହି ପ୍ରକଳ୍ପ ଦୁଇଟି ୫୭ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା କୁଆଁରିଆ ଜଳଭଣ୍ଡାର ପ୍ରାକୃତିକ ଶୋଭାବର୍ତ୍ତନ କରୁଥିବା ସ୍ଥାନରେ କରାଯିବା ନେଇ ଚିହ୍ନଟ କରାଯାଇଛି। ଏବଂ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବାକୁ ସ୍ଥିର କରାଯାଇଛି। ଏହି ଜଳଭଣ୍ଡାର ନିକଟରେ ଏକ ବିରାଟ ମୃଗବିହାର ରହିଛି। ବଣଭୋଜି କରିବା ଲାଗି ଏହା ଏକ ପ୍ରକୃଷ୍ଟ ସ୍ଥାନ ହୋଇଥିବାରୁ କେବଳ ବର୍ଷାଋତୁକୁ ଛାଡ଼ିଦେଲେ ଏଠାରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗି…

Read More

ନୟାଗଡ଼ ବ୍ଳକର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଲେ ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ରାଉତରାପୁର ଗାଁର ଅଷ୍ଟପ୍ରହରୀ ଓ ନାମଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେଲେ ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ। ପ୍ରତ୍ୟେକ ଗ୍ରାମରେ ଏମିତି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ଭାଇଚାରା ସୁଦୃଢ ହେବା ଏକ ଆନନ୍ଦର କଥା ଏବଂ ଏପରି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଗ୍ରାମ୍ୟ କମିଟି ଓ ବ୍ୟକ୍ତି ବିଶେଷଙ୍କୁ ଉତ୍ସାହିତ କରିଛନ୍ତି। ତତ୍ ସହିତ ଗ୍ରାମର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସଂପର୍କରେ ଆଲୋଚନା ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ସେହିଭଳି ନାଟୁଗାଁ ପଞ୍ଚାୟତର ନାଏବ ସରପଞ୍ଚଙ୍କ ଶଶୁରଙ୍କ ପରଲୋକ ହେବା ଖବର ଶୁଣି ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ମର୍ମାହତ ହେବା ସହ ଆଜି ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ସ୍ବର୍ଗତ ଶ୍ରୀ ସ୍ୱାଇଁଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ପଞ୍ଚାୟତର ଗାଁ…

Read More

କଞ୍ଚନବିଲି ଚୋରି ଘଟଣାରେ ୪ଜଣକୁ ଗିରଫ କଲା ନୟାଗଡ଼ ସଦରଥାନା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ଥାନା ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ କଞ୍ଚନବିଲି ଗ୍ରାମରେ ଗୋଟିଏ ରାତିରେ ଏକାଧିକ ଘରୁ ଚୋରି ଘଟଣାରେ ନୟାଗଡ଼ ସଦର ଥାନା ପୋଲିସ ୪ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ କଞ୍ଚନବିଲି ଗ୍ରାମର କାଳିଆ ନାୟକ, ଦୟାନିଧି ନାୟକ, ନାରାୟଣ ନାୟକ ଓ ଚୋରି ସୁନା ଜିନିଷକୁ କ୍ରୟ କରିଥିବା ବାଲୁଗାଁର ପ୍ରଫୁଲ୍ଲ ସାହୁ । ଏନେଇ ଗତ ୨୫ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। ସଦର ଥାନା ଥାନାଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ଏକ ଟିମ୍ ଗଠନ କରି ଚଢାଉକୁ ଜୋରଦାର କରିଥିବା ବେଳେ ଏସ ଆଇ ସ୍ମୃତି ରଞ୍ଜନ ମହାନ୍ତିଙ୍କ ସହାୟତାରେ ଚୋରଙ୍କୁ ଧରିବାରେ ସଫଳ ହୋଇଥିଲେ । ସୂଚନାଯୋଗ୍ୟ, କଞ୍ଚନବିଲି ଗ୍ରାମର ରଘୁନାଥ ଦାସଙ୍କ ଘରୁ ମାଳି,ସୁନାମୁଦି, ପାଉଁଜି ଆଦି ଲକ୍ଷାଧିକ ଟଙ୍କାର ସୁନା ରୂପା ଗହଣା…

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଆଚାର୍ଯ୍ୟ ଆଚାର୍ଯ୍ୟା ଶୈକ୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗତ ଅପ୍ରେଲ ୨୫ ତାରିଖରୁ ଚାଲିଥିବା ଆଚାର୍ଯ୍ୟା ଆଚାର୍ଯ୍ୟ ଶୈକ୍ଷିକ ପ୍ରଶିକ୍ଷଣ ଶିବିରର ଆଜି ଉଦଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ” ଜଣେ ଶିଖିଲେ ଶିଖାଇ ପାରିବ ବୋଲି କହିବା ସହିତ ସମଗ୍ର ଆମ ଓଡିଶା ରାଜ୍ଯରେ ୬୫ ହଜାର ବିଦ୍ଯାଳୟ ରୁ ବେସରକାରୀ ବିଦ୍ଯାଳୟ ସଂଖ୍ଯା ମାତ୍ର ୦୪ ହଜାର ଏବଂ ୬୧ ହଜାର ବିଦ୍ଯାଳୟ ହେଉଛି ସରକାରୀ।ସରକାରୀ ସ୍ତରରେ ସମସ୍ତ ପ୍ରକାର ଶୈକ୍ଷିକ ପ୍ରଶିକ୍ଷଣ ବ୍ଯବସ୍ଥା ଥିବାବେଳେ ବେସରକାରୀ ତଥା ଘରୋଇ ବିଦ୍ଯାଳୟ ମାନଙ୍କରେ ସେଭଳି କୌଣସି ବ୍ଯବସ୍ଥା ନ ଥିଲେ ମଧ୍ୟ ଘରୋଇ ବିଦ୍ଯାଳୟ ମାନେ ଭଲ…

Read More

ପରିବେଶ ସାଧକ ଶ୍ରମିକ ଯୋଗୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ପରିବେଶ ଆନ୍ଦୋଳନକୁ ବିଶ୍ଵ ଦରବାରରେ ପରିଚିତ କରାଇଥିବା ଯୋଗଜନ୍ମା ପରିବେଶ ସାଧକ, ବୃକ୍ଷ ଓ ଜୀବର ବନ୍ଧୁ ତଥା ନୟାଗଡ଼ କେଶରପୁର ଜଙ୍ଗଲ ସୁରକ୍ଷା ମହାସଂଘର ପ୍ରାଣ ପ୍ରତିଷ୍ଠାତା ଶ୍ରମିକ ଯୋଗୀଙ୍କ ଆଜି ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଜଙ୍ଗଲ ସୁରକ୍ଷା ମହାସଂଘ ଆନୁକୁଲ୍ୟରେ କଇଥିଗାଡିଆ ରାସ୍ତା ଖଣ୍ଡାୟତ ସମାଜ ଗୋଷ୍ଠୀ ଗୃହରେ ମହାସଂଘ ସଭାପତି ଶରତ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ପରିବେଶ ପ୍ରେମୀ ପ୍ରଦୀପ୍ତ କୁମାର ପଟ୍ଟନାୟକ ଓ ରେଣୁବାଳା ସୁବୁଦ୍ଧିଙ୍କ ପରିବେଶ ସଙ୍ଗୀତ ଗାନ ଓ ବିଭୁ ବନ୍ଦନା ପରେ ଶ୍ରମିକ ଯୋଗୀଙ୍କ ଫଟୋ ଚିତ୍ରରେ ଧୂପ ପୁଷ୍ପ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମହାସଂଘର ଦିବଂଗତ ଆତ୍ମା ପ୍ରଫେସର୍ ରାଧା ମୋହନ, ଗୌରାଙ୍ଗ ପ୍ରଧାନ, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ଭିକ୍ଷାକାରୀ ଲେଙ୍କା,…

Read More

ବାବା ସ୍ୱପ୍ନେଶ୍ୱରଦେବଙ୍କ ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ ରମେଶ ଚନ୍ଦ୍ର ବେହେରା

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଦୁରୁଦୁରା ଗ୍ରାମ ପଞ୍ଚାୟତ ଅଧିନରେ ଥିବା କିରିଆଲାଞ୍ଜି ଗ୍ରାମରେ ବାବା ସ୍ୱପ୍ନେଶ୍ୱର ଦେବଙ୍କ ବାର୍ଷିକ ଉତ୍ସବ ପାଳିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବାବା ସ୍ୱପ୍ନେଶ୍ୱର ଦେବଙ୍କୁ ଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟାଙ୍କ ସମେତ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଅଞ୍ଚଳର ବିକାଶ ଏବଂ ପ୍ରତିଟି…

Read More

ମିଶନ ଶକ୍ତି ଗୃହ ଉଦଘାଟନ ସହ ଶ୍ରୀ ଶ୍ରୀ ଦଧିବାମନ ଜୀଉ ନୂତନ ମନ୍ଦିର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୋରଡ଼ା ଗଡରେ ମିଶନ ଶକ୍ତି ଗୃହ ଉଦଘାଟନ ଏବଂ ଶ୍ରୀ ଶ୍ରୀ ଦଧି ବାମନ ଜୀଉଙ୍କ ନୂତନ ମନ୍ଦିର ଶୁଭ ଭିତ୍ତପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମିଶନ ଶକ୍ତି ଗୃହ ଉଦଘାଟନ କରିବା ସହ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିର ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ସରପଞ୍ଚ ନିରୁପମା ପାତ୍ର, ସମିତି ସଭ୍ୟ…

Read More

ସମାଜସେବୀ ସୌମ୍ୟାଙ୍କୁ ଅନନ୍ୟା ଫାଉଣ୍ଡେସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନ୍ ତରଫରୁ ସମାଜସେବୀ ସୌମ୍ୟା ସୁଭ୍ରା ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା ପାଳନ କରାଯାଇଛି। ନୟାଗଡ଼ ସହର ସ୍ଥିତ ତ୍ରିନାଥ ଛକ ନିକଟ ଗାନ୍ଧୀ ମୂର୍ତ୍ତୀ ପାଖରେ ଅନନ୍ୟା ଫାଉଣ୍ଡେସନର ସଦସ୍ୟ ମାନଙ୍କ ଦ୍ଵାରା ଏକ ଶୋକ ସଭା ପାଳନ କରାଯିବା ସହ ସ୍ମୃତିଚାରଣ କରାଯାଇଥିଲା। ଦୈନିକ ଓଡ଼ିଆ ଖବରକାଗଜ ସମାଜର ଜିଲ୍ଲା ପ୍ରତିନିଧି ଶୁଭେନ୍ଦୁ ଦାସ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ବର୍ତ୍ତମାନର ଅବକ୍ଷୟମୁଖି ସମାଜରେ ଯୁବ ସମାଜସେବୀଙ୍କ ଅକାଳ ବିୟୋଗ ନିହାତି ରୂପେ ଅପୂରଣୀୟ କ୍ଷତି। ସୂଚନାଯୋଗ୍ୟ ଯେ ଛବିଶି ବର୍ଷୀୟ ସୌମ୍ୟା ଖୁବ୍ କମ୍ ସମୟରେ ସମାଜସେବାକୁ ବ୍ରତ ଭାବେ ଗ୍ରହଣ କରି ନିଆରା ପରିଚୟ ସୃଷ୍ଟି କରି ପାରିଥିଲେ। ବିଭିନ୍ନ ସମୟରେ ଅନନ୍ୟା ଫାଉଣ୍ଡେସନ ସମେତ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ହୋଇ ରକ୍ତଦାନ, ବୃକ୍ଷରୋପଣ, ରିଲିଫ…

Read More

ଆଇଆଇଏମ୍ଏସରେ ଓରିଏଣ୍ଟେସନ କାର୍ଯ୍ୟକ୍ରମ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ବ୍ଳକ ଅନ୍ତର୍ଗତ ଇଟାମାଟି ସ୍ଥିତ ଆଇଡିଓଲ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଚ୍ (ଆଇଆଇଏମଏସ)ର ୩ୟ ଓରିଏଣ୍ଟସନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସଞ୍ଜିତ ରୋସନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ନାଟ୍ୟ ଭୂଷଣ ଡ଼ଃ. ବିଜୟ କୁମାର ଚୌଧୁରୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ପରିବାର, ମାନବିକତା, ଆଦର୍ଶ ବ୍ୟକ୍ତିର ପରିଚାଳନା ଦକ୍ଷତା ଉପରେ ଆଲୋକପାତ କରିଥିଲେ ଡ଼ଃ. ଚୌଧୁରୀ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦର୍ପନାରାୟଣପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ମହେନ୍ଦ୍ର କୁମାର ମହାନ୍ତି, ସୁବର୍ଣ୍ଣପୁର ଜିଲ୍ଲା ବିନିକାର ସିଦ୍ଧାର୍ଥ ମହାବିଦ୍ୟାଳୟର ଅଧ୍ୟକ୍ଷା ରେଖା ପଧାନ, ଇଟାମାଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ନାଏକ, ପ୍ରଫେସର କିଶୋର ଚନ୍ଦ୍ର ମିଶ୍ର, ଆଇ ଆଇ ଏମ ଏସ ଭୁବନେଶ୍ବରର ଅଧ୍ୟକ୍ଷ ରାଷ୍ଟ୍ର ରଞ୍ଜନ ମହାନ୍ତି, ଅଧ୍ୟାପକ ପ୍ରଦୀପ କୁମାର ବିଶ୍ବାଳ ଏବଂ ଅନୁଷ୍ଠାନର ସମ୍ପାଦକ…

Read More