ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରେ ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ଚାଲିଥିବା ବେଳେ ନୂଆଗାଁ ବ୍ଲକର ବିଭିନ୍ନ ସର୍ଭେ କେନ୍ଦ୍ର ପରିଦର୍ଶନ କରିଛନ୍ତି ପଛୁଆବର୍ଗ କମିଶନର ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ ଏବଂ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର। ନୂଆଗାଁ ବ୍ଲକର ହରିପୁର, ବାହାଡାଝୋଲା, ସିଙ୍ଗାରପଲ୍ଲୀ, ଗାତେରୀ, ମହିପୁର, ଚାହାଳି, ଢେଙ୍କେଣା ଏବଂ ଦୁରୁଦୁରା ପଞ୍ଚାୟତର ସର୍ଭେ କେନ୍ଦ୍ର ପରିଦର୍ଶନ କରି ପଛୁଆ ବର୍ଗ ଲୋକମାନଙ୍କ ସାମାଜିକ ଏବଂ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରିବା ସହ ଲୋକମାନଙ୍କୁ ସଚେତନ କରିଥିଲେ ରାଜ୍ୟ ପର୍ଯ୍ୟବେକ୍ଷକ। ଏହି ଗ୍ରସ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟବେକ୍ଷକ, ଡିଡ଼ବ୍ଲୁଓ ଦୟାନିଧି ନାୟକ ଏବଂ ନୂଆଗାଁ ବ୍ଲକ୍ ବିଡ଼ିଓଙ୍କ ସହିତ ଡବ୍ଲୁଇଓ ମଳୟ ରଞ୍ଜନ ଚିନାରା, ବରିଷ୍ଠ ରାଜସ୍ୱ ସହକାରୀ…
Read MoreCategory: ନୟାଗଡ଼
ଡକାୟତି ଉଦ୍ୟମ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ
ନୂଆଗାଁ,(ନୟାଗଡ଼ ଦର୍ପଣ) ନୟାଗଡ ଜିଲ୍ଲା ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ଏକ କାର ଗାଡ଼ିକୁ ଲୁଟ କରିବା ଉଦ୍ୟମ ବିଫଳ ହେବା ସହ ଡ଼୍ରାଇଭରକୁ ମରଣାନ୍ତକ ଆକ୍ରମଣଏ ଶିକାର ହୋଇ ଗୁରୁତର ଭାବେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣା ପଡିଛି। ସୂଚନା ଥାଉକି କଣ୍ଟିଲୋ ଗ୍ରାମର କାର୍ ଡ଼୍ରାଇଭର କୁଲକ୍ ସାହୁ କିଛି ଲୋକଙ୍କୁ ନେଇ ନୟାଗଡ ଦେଇ ଦଶପଲ୍ଲା ଯାଉଥିଲେ। ଦଶପଲ୍ଲା ଯାଉଥିବା ସମୟରେ ୫୭ ନଂ ଜାତୀୟ ରାଜପଥ ଲୁଣିସରା ଠାରେ ହଠାତ୍ ଏକ ଅଜଣା ବାଇକ୍ ଆସି ଗାଡ଼ି ଆଗରେ ରହି ଗାଡ଼ିଟିକୁ ଅଟକାଇଥିଲେ। ଗାଡ଼ି ଅଟକାଇବା ପରେ ଗାଡ଼ିରେ ବସିଥିବା ଲୋକ ଏବଂ ବାଇକ୍ ଚାଳକ( ଓଡି – ୦୨- ବିସି-୬୨୪୩ ) କାରର କାଚ ଭାଙ୍ଗିବା ସହ କାର ଡ଼୍ରାଇଭରକୁ ମରଣାତ୍ମକ ଆକ୍ରମଣ କରି ପର୍ସ ଓ…
Read Moreନବ ଗଠିତ ହେମେନ୍ଦ୍ର ସେନାର ପ୍ରଥମ ସାଧାରଣ ବୈଠକ ଏବଂ ରକ୍ତଦାନ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୃଷ୍ଟି ହୋଇଥିବା ଉତ୍କଟ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ସଙ୍ଗଠନର ପ୍ରତିଷ୍ଠାତା ଅରଣ୍ୟରାଜ କିଶୋର ସିଂଙ୍କ ନିର୍ଦ୍ଦେଶରେ ଆଜି ପ୍ରଥମ ସାଧାରଣ ବୈଠକ ଏବଂ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସ୍ଥିତ ପୁରୁଣା ରାଜବାଟିରେ ଆୟୋଜିତ ରକ୍ତଦାନ ଶିବିରକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ହେମେନ୍ଦ୍ର ସେନାର ସଭାପତି ସୌମ୍ୟ ରଂଜନ ପ୍ରଧାନ, ସମ୍ପାଦକ ଶେଖ ଅବଦୁଲ ଆହାଦ, ସମାଜସେବୀ ଦାମୋଦର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ନୟାଗଡ଼ ମେଡିକାଲ କଲେଜ, ନୟାଗଡ଼ ମହାବିଦ୍ୟାଳୟକୁ ନୟାଗଡ଼ ବିଶ୍ବବିଦ୍ୟାଳୟ ରୂପେ ଘୋଷଣା ଏବଂ ନୟାଗଡ଼ରେ ହେଉଥିବା ଘନ ଘନ ବିଦ୍ୟୁତ କାଟ ଉପରେ ଆଲୋଚନା କରାଯିବା ସହ ଏହା ଉପରେ ଖୁବଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନିଆଯିବା ନିମନ୍ତେ ସ୍ଥିର କରାଗଲା। ନୟାଗଡ଼…
Read Moreଲୋକଙ୍କ ସହ ତଳେ ବସିଲେ, ଲୋକଙ୍କ ସମସ୍ୟା ବୁଝିଲେ ଦଶପଲ୍ଲା ବିଧାୟକ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିକଶିତ ହେବାରେ ଲାଗିଛି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ। ଯାହାକୁ ନେଇ ଅଣ ବିଜେଡ଼ି କୁଚକ୍ରୀ ଗୋଷ୍ଠୀ ହତାଶ। ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡାଝୋଲା ପଞ୍ଚାୟତ ଘଡେ଼ଇବନ୍ଧ ଏବଂ ଆଖପାଖ କିଛି ଅଞ୍ଚଳର ଲୋକମାନେ ସେମାନଙ୍କ ଗ୍ରାମର କିଛି ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଲୋକମାନଙ୍କ ସହ ତଳେ ବସି ସେମାନଙ୍କ ସମସ୍ୟା ବୁଝିଥିଲେ। ଲୋକମାନେ କୁହନ୍ତି ଦଶପଲ୍ଲା ବିଧାୟକ ଏଭଳି ଜଣେ ମଣିଷ ନା ତାଙ୍କ ପାଖରେ ଅଛି ଗର୍ବ ନା ଅହଙ୍କାର। ସମସ୍ତ ଲୋକମାନଙ୍କ ସହ ଭାଇଚାରା ମନୋବୃତି ନେଇ ମିଶିଥାନ୍ତି। ଯାହାର ଉଦାହରଣ ଲୋକମାନଙ୍କ ସହ ତଳେ ବସି ଲୋକମାନଙ୍କ ସମସ୍ୟା ବୁଝିବା। ଦଶପଲ୍ଲା ନିର୍ବାଚନ…
Read Moreଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ନୟାଗଡ଼ରେ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣ ନିର୍ଦେଶମତେ ଆଜି ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୭ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୫୨ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୮୦ଟି ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ.ଆଇ. ଆକ୍ଟ କେସ ୦୬ ଟି ଏବଂ ବିବାହଜନିତ ୦୫ଟି ମାମଲା ଫଇସଲା କରାଯାଇଥିଲା । ବ୍ୟାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୭୮ ଜଣ ଋଣ ଗ୍ରହିତାଙ୍କଠାରୁ Rs. ୩୪,୪୧,୧୯୨.୦୦ ଟଙ୍କା ଦେବା ପାଇଁ ରାଜିନାମା ସ୍ୱାକ୍ଷରିତ କରାଯାଇଥିଲା । ୧୫୨୫ ଟି…
Read Moreରାଜ୍ୟ ଟପ୍ପର ହୋଇ ନୟାଗଡ଼ ପାଇଁ ଗୌରବ ଆଣିଲେ ପ୍ରତ୍ୟାଶା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନୋତରସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ସିବିଏସି ଦଶମ ଶ୍ରେଣୀ ପରୀକ୍ଷାରେ ମୋଟ ୮୧ଜଣ ପରୀକ୍ଷା ଦେଇଥିଲେ । ଏଥିରେ ଛାତ୍ରୀ ପ୍ରତ୍ୟାଶା ଶତପଥୀ ୯୮% ମାର୍କ ରଖି ଟପ୍ପର ହୋଇଛନ୍ତି । ଖାଲି ସେତିକି ନୁହେଁ ପ୍ରତ୍ୟାଶା ରାଜ୍ୟ ସ୍ତରରେ ଟପ୍ପର ହୋଇଛନ୍ତି । ସେ ମୋଟ ୫୦୦ ନମ୍ବରରୁ ୪୯୦ ନମ୍ବର ରଖୁଛନ୍ତି । ସେହିପରି ଭାବେ ଶୁଭକାନ୍ତି ମାଝି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ସେ ୯୭.୨% ମାର୍କ ରଖୁଛନ୍ତି। ସେ ରାଜ୍ୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି ।ଦିବେଶ ଦାସ ୯୫.୨% ମାର୍କ ରଖୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ଉକ୍ତ ବିଦ୍ୟାଳୟରେ ୯୫ ରୁ ୧୦୦ % ମଧ୍ୟରେ ୩ ଜଣ ମେଧାବୀ ଥିବା ବେଳେ ୯୦ ରୁ ୧୦୦ % ଭିତରେ ୨୧ଜଣ ଛାତ୍ରଛାତ୍ରୀ…
Read Moreଥୁଆବାରୀ ଗ୍ରାମ ଡମସାହି ଆଲୋକିତ
ଦଶପଲ୍ଲା ବିଧାୟକ, ବ୍ଲକ୍ ଅଧ୍ୟକ୍ଷା ଏବଂ ସରପଞ୍ଚଙ୍କୁ କୃତଜ୍ଞତା ଜଣାଇଲେ ଡ଼ମସାହି ବାସିନ୍ଦା ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ପାରାଢିପି ପଞ୍ଚାୟତ ଅଧିନରେ ଥିବା ଥୁଆବାରି ଗ୍ରାମର ଡମସାହି ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଦୀର୍ଘ ୨ ମାସରୁ ଅଧିକ ହେବ ଗ୍ରାମର କିଛି ହିତାଧିକାରୀଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ଗ୍ରୀଷ୍ମ ପ୍ରଭାବ ବଢିବା ସହିତ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଏ ସମୟରେ ବିଦ୍ୟୁତ ସଂଯୋଗ ନଥିବାରୁ ଡମସାହିର ବାସିନ୍ଦା ଅସହ୍ୟ ଗରମ ସହି ନ ପାରି ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ। ପାରାଢିପ ସରପଞ୍ଚ ବିଭୁତି ଭୁଷଣ ପ୍ରଧାନ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ବ୍ଲକ ଅଧ୍ୟକ୍ଷାଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ବିଦ୍ୟୁତ ବିଭାଗ ଅଫିସ ମଧ୍ୟରେ…
Read Moreନୂଆଗାଁ ବ୍ଲକ ବାର୍ଷିକ ଖସଡା ପ୍ରସ୍ତୁତି ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ
ନୂଆଗା,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଭା ଗୃହରେ ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗ ଓଡ଼ିଶା ଆନୁକୁଲ୍ଯରେ ୨୦୨୩- ୨୪ ମସିହାରେ ଗ୍ରାମପଞ୍ଚାୟତର ଉନ୍ନୟନ ଯୋଜନା ପାଇଁ ବାର୍ଷିକ ଖସଡା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଡ଼ିଓ ସଚିଦା ନନ୍ଦ ମିଶ୍ର, ସହକାରୀ ଯନ୍ତ୍ରୀ ଶୁଭଶ୍ରୀ ପଣ୍ଡା, ଜିପିଓ ସାଧୁ ଚରଣ ସାହୁ, ସି ପି ତୁଷାରକାନ୍ତ ପରିଡ଼ା, ପରିମଳ ଅଧିକାରୀ କାହୁଁ ଚରଣ ବେହେରା ପ୍ରମୁଖ ମଞ୍ଚାସୀନ ରହି, ନୂଆଗାଁ ବ୍ଲକ ମଧ୍ୟରେ ଥିବା ୨୨ଗୋଟି ପଞ୍ଚାୟତ ମଧ୍ୟରେ ସରକାରଙ୍କ ଦ୍ଵାରା ବିଭିନ୍ନ ଯୋଜନା କିଭଳି କାର୍ଯ୍ୟକ୍ଷମ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ଗ୍ରାମପରିମଳ, ଆଲୋକିକରଣ, ପାନୀୟଜଳ ଯୋଗାଣ, ମହାତ୍ମାଗାନ୍ଧୀ ଜାତୀୟନିଶ୍ଚିତ କର୍ମନିଯୁକ୍ତି ଯୋଜନା, ରାଶନ ହିତାଧିକାରୀଙ୍କୁ…
Read Moreବିଜେଡ଼ି ଆଦର୍ଶରେ ଅନୁପ୍ରାଣିତ ହୋଇ ଇଟାମାଟି ପଞ୍ଚାୟତର ବହୁ ବିଜେପି କର୍ମୀ ବିଜେଡିରେ ସାମିଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜୁ ଜନତା ଦଳର ନୀତି ଓ ଆଦର୍ଶ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ସାଂଗଠନିକ ଦକ୍ଷତା ଆଗରେ ବିରୋଧି ଶକ୍ତିହୀନ ହେଉଛନ୍ତି । ବିରୋଧି ଦଳର ନେତୃତ୍ୱ ନେଉଥିବା ବ୍ୟକ୍ତି ଦିନକୁ ଦିନ ଦୁର୍ବଳ ହେଉଛନ୍ତି । କିଛିଦିନ ତଳେ ନୟାଗଡ଼ ଓଡ଼ଗାଁ ବ୍ଲକର ୪୫ ପରିବାର ଝାରସୁଗୁଡ଼ା ଯାଇ ବିଜୁ ଜନତା ଦଳରେ ସାମିଲ ହେଉଥିବା ବେଳେ ଆଜି ନୟାଗଡ଼ ବ୍ଲକ ଇଟାମାଟି ପଞ୍ଚାୟତର ୨୦ ଜଣ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉପରେ ଅସ୍ଥାପ୍ରକଟ କରି ସେମାନେ ଦଳରେ ସାମିଲ ହୋଇଥିବା ବେଳେ ବିଜେପିରେ ଚାଲିଥିବା ଅନ୍ତଃକନ୍ଦଳ ସେମାନଙ୍କୁ ଦଳ ଛାଡ଼ିବାକୁ ବାଧ୍ୟ କରିଥିବା କହିଛନ୍ତି । ନୟାଗଡ଼…
Read Moreରତ୍ନମୁଦ ଉତ୍ସବରେ ଯୋଗଦେଲେ ଦଶପଲ୍ଲା ବିଧାୟକ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଚାହାଳୀ ପଞ୍ଚାୟତ ଅଧିନରେ ଥିବା ଡାଳିଆମଡା ଠାରେ ବିରାଜିତ ମା ମଙ୍ଗଳା ଠାକୁରାଣୀଙ୍କ ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ମା’ଙ୍କ ମନ୍ଦିରରେ ରିତିକାନ୍ତି ଅନୁଯାୟୀ ମା’ଙ୍କ ପୀଠରେ ହୋମ, ନାମ, ସଙ୍କୀର୍ତ୍ତନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା’ଙ୍କ ଆଶୀର୍ବାଦ ଲାଭ କରିଥିଲେ। ତତ୍ ସହିତ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଦଶପଲ୍ଲା ଏନ୍ଏସି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ମହାପାତ୍ର, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଢେଙ୍କେଣା ସରପଞ୍ଚ ଯୁଗଳ କିଶୋର ସାହୁ, ରମେଶ…
Read More