ମଞ୍ଚସ୍ଥ ଅପେକ୍ଷାରେ ‘ତୃତୀୟ ନୟନ’ର ନାଟକ “ସିଏ ଆସିବେ”

ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟ୍ୟାନୁଷ୍ଠାନ ତୃତୀୟ ନୟନର ବୈଠକ ଆଦିନିବାସ ଠାରେ ସମାଜ ସେବୀ ତଥା ନାଟ୍ୟନୁଷ୍ଠାନ ତୃତୀୟ ନୟନ ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବର ମାସରେ ବିଶ୍ୱନାଥ ମହାପାତ୍ରଙ୍କ ରଚିତ ନାଟକ ‘ସିଏ ଆସିବେ’ ମଞ୍ଚସ୍ତ କରିବା ପାଇଁ ସ୍ଥିରୀକୃତ ହୋଇଅଛି। ବୈଠକର ସଂଯୋଜକ ମିଷ୍ଟର କାଳିଆଙ୍କ ସଂଯୋଜନାରେ ନିର୍ଦେଶକ ନାଟ୍ୟଭୂଷଣ ଡ଼ଃ ବିଜୟ କୁମାର ଚୌଧୁରୀ ଉପସ୍ଥିତ କଳାକାର ତଥା ସଦସ୍ୟ ମାନଂକୁ ଚରିତ୍ର ମାନଙ୍କ ସମ୍ପର୍କରେ ସୂଚନା ଦେବା ସହିତ ଓତଃପ୍ରୋତ ଭାବରେ ଅବଗତ ହେବା ପାଇଁ ପରାମର୍ଶ ଦେଇ ଥିଲେ। ସର୍ବଶ୍ରୀ ରାକେଶ ଦାଶ, ଅଶୋକ ମଲ୍ଲ, ବିରୁପାକ୍ଷ ସ୍ୱାଇଁ, ମିସ ସୋନାଲି, ପୁର୍ଣଚନ୍ଦ୍ର ଶତପଥୀ, ପ୍ରଦୀପ୍ତ ଡାକୁଆ, ବାପୁ, ବାପି, ଟୁନା ପ୍ରମୁଖ ସୌଖିନ କଳାକାରମାନେ ନୟାଗଡ଼ରେ ଉଚ୍ଚକୋଟୀର ମଞ୍ଚ ନାଟକ ପରମ୍ପରାକୁ ଅଧିକ ସମୃଦ୍ଧ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

Related posts