ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଜିତେନ୍ଦ୍ର ଚମ୍ପିୟାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ନୟାଗଡ଼ରେ ଚାଲିଥିବା ଜିଲ୍ଲାସ୍ତରୀୟ ଚେସ ଟୁର୍ଣ୍ଣାମେଣ୍ଟରେ ଜିତେନ୍ଦ୍ର କୁମାର ଦାସ ଚମ୍ପିୟାନ ହୋଇ ପ୍ରମାଣପତ୍ର ଓ ଅର୍ଥରାଶି ପୁରସ୍କାର ପାଇଛନ୍ତି। ଅନ୍ୟପକ୍ଷରେ ଦ୍ୱିତୀୟ ସ୍ଥାନରେ ବାଲାରସେନ ପାତ୍ର, ତୃତୀୟରେ ଜଳଧର ପାତ୍ର, ଚତୁର୍ଥରେ ସିଦ୍ଧାର୍ଥ ଶଙ୍କର ରାୟ ଏବଂ ପଞ୍ଚମ ସ୍ଥାନରେ ଗଙ୍ଗାଧର ଦାସ ପ୍ରମୁଖ ପୁରସ୍କୃତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଲବର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କେସି କ୍ଲବଠାରେ ଦୁଇଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟର ଆଜି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରି ଉପସ୍ଥିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହିତ ମୋବାଇଲରେ ଅଯଥା ସମୟ ଅପଚୟ ନକରି ଅଧିକରୁ ଅଧିକ ଚେସ ଖେଳରେ ମନୋନିବେଶ ପାଇଁ ପରାମର୍ଶ…

Read More

ପ୍ରକାଶ ପାଇଲା ଚଳିତ ବର୍ଷ +୨ ଉପଶାସ୍ତ୍ରୀ ପରୀକ୍ଷା ଫଳ

ନୂଆଗାଁ,(ନୟାଗଡ଼ ଦର୍ପଣ):- ନୂଆଗାଁ ବ୍ଲକରେ ଥିବା ଏକମାତ୍ର ସଂସ୍କୃତ ମହାବିଦ୍ୟାଳୟ ମୀନକେତନ ମେମୋରିଆଲ ସଂସ୍କୃତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ। ଆଜି ପ୍ରକାଶ ପାଇଲା ଉପଶାସ୍ତ୍ରୀ ପରୀକ୍ଷା ଫଳ। ଯେଉଁଥିରେ ମୀନକେତନ ମେମୋରିଆଲ ସଂସ୍କୃତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ୯୯.୯୯% ଉତୀର୍ଣ୍ଣ ହୋଇଛନ୍ତି। ଚଳିତ ବର୍ଷ ସମୁଦାୟ ୪୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୫ଜଣ, ଦ୍ୱିତୀୟ ଶ୍ରେଣୀରେ ୨୧ଏବଂ ତୃତୀୟ ଶ୍ରେଣୀରେ ଜଣେ କୃତକାର୍ଯ୍ୟ ହୋଇଥିବା ବେଳେ ଜଣେ ଫେଲ ହୋଇଥିବା ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଭାରତୀ ଯାନୀ ୪୬୦ ନମ୍ବର ରଖି ପ୍ରଥମ ରଶ୍ମିତା ପ୍ରଧାନ ୪୫୬ ନମ୍ବର ରଖି ଦ୍ଵିତୀୟ ଏବଂ ତୁଳସି ନାୟକ ୪୫୧ ନମ୍ବର ରଖି କଲେଜ ରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।

Read More

ମା ବାଗଦେଵୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଯୋଗଦେଲେ ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ଅନ୍ତର୍ଗତ ଶିମିଳିସାହି ଖେଳ ପଡିଆ ରେ ମା ବାଗଦେବୀ କ୍ରିକେଟ କ୍ଳବ୍ ଆନୁକୂଲ୍ୟରେ ୬ ଦିନ ଧରି ଚାଲିଥିବା ମା ବାଗଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ⁷। ପ୍ରଥମେ ଖାଲମଡା କ୍ରିକେଟ କ୍ଳବ୍ ୧୫ ଓଭର ୮ ୱିକେଟ ହରାଇ ୧୬୨ ରନ କରିଥିଲେ। ଏହାର ଜବାବରେ ଶିମିଳିସାହି କ୍ରିକେଟ କ୍ଳବ୍ ୧୩ ଓଭରରେ ସମସ୍ତ ୱିକେଟ ହରାଇ ୮୦ ରନ କରି ମ୍ୟାଚ ହାରିଯିବ ସହ ଖାଲମଡା କ୍ରିକେଟ ଦଳ ଚାମ୍ପିୟନ ହୋଇଥିଲା। ଏହି ଖେଳକୁ କେଶବ ମଳିକ ଓ ପ୍ରଦୀପ ଜାନୀ ପରିଚାଳନା କରିଥିଲେ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ କ୍ରୀଡା ଦ୍ଵାରା କିପରି ପରସ୍ପର ମଧ୍ୟରେ ଭାତୃଭାବ ସୃଷ୍ଟି…

Read More

ଭାରତ ବିକାଶ ପରିଷଦ ତରଫରୁ ବାଳିକାଙ୍କୁ ପୁସ୍ତକ ବଣ୍ଟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ‘ତପସ୍ୟା’ ଶିଶୁ ଗୃହ ରେ ପ୍ରଥମ କରି କଲେଜ କୁ ଯାଇଥିବା ଛାତ୍ରୀ ଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା ଓ ଚଳିତ ବର୍ଷ ମାଟ୍ରିକ ପାସ କରିଥିବା ପିଲାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସଚିବ ଘନଶ୍ୟାମ ସାହୁ, ପିଲାମାନଙ୍କୁ ସହାୟତା କରିଥିବା ସମାଜସେବୀ ପ୍ରମୋଦ ପଟ୍ଟନାୟକ, ପ୍ରଦୀପ କୁମାର ସାହୁ, ଦୁର୍ୟୋଧନ ସାହୁ, ଉଦୟ ନାଥ ନାୟକ, ଗୋବିନ୍ଦ ସାହୁ ଓ ପ୍ରଫୁଲ୍ଲ ନାୟକ ଆଦି ଉପସ୍ଥିତ ଥିଲେ । ଏଥି ସହିତ ଓଡିଶୀ ନୃତ୍ୟ ରେ ରୁଚି ଥିବା ତିନି ଜଣ ବାଳିକାଙ୍କୁ ଶିକ୍ଷାଦାନ ନିମନ୍ତେ ସହାୟତା ଯୋଗାଇ ଦେବା ପାଇଁ ପ୍ରମୋଦ ପଟ୍ଟନାୟକ ଓ ଗୋବିନ୍ଦ ସାହୁ ପ୍ରତିଶୃତି ଦେଲେ।

Read More

ମାଟ୍ରିକ ଜିଲ୍ଲା ଟପ୍ପରଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାଟ୍ରିକ ପରୀକ୍ଷାରେ ସମଗ୍ର ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଥିବା କେଶବ ପରିଡ଼ାଙ୍କୁ ତାଙ୍କ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶରଣକୁଳ ନିକଟବର୍ତ୍ତି ଦଧିବାମନ ଜିଉ ଉଚ୍ଚ ବିଦ୍ୟାଳୟ, ଶିଖରପୁରର ଛାତ୍ର କେଶବ ମାଟ୍ରିକରେ ସମୁଦାୟ ୬୦୦ ମାର୍କରୁ ୫୭୮ ମାର୍କ ରଖି ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଏହି ବିଦ୍ୟାଳୟର ଏ-୧ ରଖି କୃତିତ୍ୱର ସହିତ ମାଟ୍ରିକ ପାସ କରିଥିବା ଅନ୍ୟ ତିନିଜଣଙ୍କୁ ମଧ୍ୟ ବିଦ୍ୟାଳୟ ପକ୍ଷରୁ ଫୁଲତୋଡ଼ା ଏବଂ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଏହି ଛାତ୍ରଛାତ୍ରୀମାନେ ହେଲେ ରିଧିପ୍ରସନ୍ନ ପଣ୍ଡା,ମେଘନା ପ୍ରିୟଦର୍ଶିନୀ ଏବଂ ପ୍ରିୟମ୍ବଦା ମହାପାତ୍ର । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି…

Read More

ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଲବର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କେସି କ୍ଲବଠାରେ ଉଦଘାଟିତ ହୋଇଯାଇଛି। ଜିଲ୍ଲା ଚେସ ଆସୋସିଏସନ ସଭାପତି ଶ୍ରୀଧର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଯୋଗଦାନ କରି ପଦୀପ ପ୍ରଜ୍ବଳନ କରି ବିଧିବଦ୍ଧ ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚେସ ଆସୋସିଏସନ ସମ୍ପାଦକ ଧୀରେନ୍ଦ୍ର ପଟ୍ଟନାୟକ, କେସି କ୍ଲବ ସମ୍ପାଦକ ସଂଗ୍ରାମ ଗୁମାନସିଂ ପ୍ରମୁଖ ଉପସ୍ଥିତ ଥିଲେ।ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୪୨ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସ୍ୱିସ ଲିଗରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟକୁ ଆର୍ବିଟର ସନ୍ତୋଷ ମହାପାତ୍ର ପରିଚାଳନା କରିଥିବା ବେଳେ ଜିଲ୍ଲା…

Read More

ନବକଳେବର ରଥ ଚକର ସପ୍ତମ ସ୍ଥାପନା ଦିବସ ଏବଂ ଦେବସ୍ନାନ ପୂର୍ଣ୍ଣମୀରେ ହେବ ଭଜନ ସମାରୋହ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବର ରଥ ଚକର ସପ୍ତମ ସ୍ଥାପନା ଦିବସ ଏବଂ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ପୁରୁଣା ସହରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଣ୍ଠଶିଳ୍ପୀମାନଙ୍କୁ ନେଇ ଏକ ଭଜନ ସମାରୋହ ଅନୁଷ୍ଠିତ ହେବ। ‘କଳା, ସଂସ୍କୃତିର ଭାବମୟ ଉତ୍ତରଣ’ ଶ୍ରୀ ସୃଜନ ଅନୁଷ୍ଠାନ ଆନୁକୂଲ୍ୟରେ ଅନୁଷ୍ଠିତ ହେବା ପାଇଁ ଏକ ପ୍ରସ୍ତୁତି ବୈଠକ ନାଟ୍ୟଭୂଷଣ ଡ.ବିଜୟ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପଦେଷ୍ଟା ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସଂପାଦକ ଅଧ୍ୟାପିକା ଜୟଶ୍ରୀ ଦେବୀ, ଉପସଭାପତି ନରୁପମା ପଟ୍ଟନାୟକ, ହାସ୍ୟରସିକ ମିଷ୍ଟର କାଳିଆ, ପ୍ରଦୀପ କୁମାର ସାହୁ, ସରୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଭଜନ ସନ୍ଧ୍ୟାକୁ ଆକର୍ଷଣୀୟ କରିବା ପାଇଁ ଉପାଦେୟ ପ୍ରସ୍ତାବ ଉପସ୍ଥାପନ କରିଥିଲେ।କୋଷାଧ୍ୟକ୍ଷ ମନୋଜ ମିଶ୍ର ଧନ୍ୟବାଦ…

Read More

ନୂଆଗାଁ ବ୍ଲକରେ ୯୮ ପ୍ରତିଶତ ମାଟ୍ରିକ ପାସ ହାର

ନୂଆଗାଁ,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ୧୦୮୭ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି । ନୂଆଗାଁ ବ୍ଲକ୍ ବାହାଡାଝୋଲା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଧାଂଶୁ ବାଳା ସାହୁ ୫୫୫ନଂ ରଖି A1 ଗ୍ରେଡରେ ନୂଆଗାଁ ବ୍ଲକ୍ ଟପ୍ପର ହୋଇଛନ୍ତି। ସୋମନାଥ ବିଦ୍ୟାପୀଠ ହରିପୁରର ଛାତ୍ର ରାଜେଶ କୁମାର ପ୍ରଧାନ ୫୪୯ ନଂ ରଖି ଦ୍ଵିତୀୟ ସ୍ର୍ତାନ ଅଧିକାର କରିଛନ୍ତି। ବାହାଡ ଝୋଲା ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଶୋଭ୍ଲାଲିନ ସାହୁ ୫୪୭ ଏବଂ ବକଳ ବନ୍ଧ ହାଇସ୍କୁଲ ର ଓମ୍ ପ୍ରକାଶ ବେହେରା ୫୪୭ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସୋମନାଥ ବିଦ୍ୟାପୀଠ ହରିପୁର ର ଛାତ୍ର ରୁଦ୍ର ନାରାୟଣ ମିଶ୍ର ୫୪୪ ନଂ ରଖି…

Read More

ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଛି ନୂଆଗାଁ ବିଡ଼ିଓଙ୍କ ବାର୍ତ୍ତା “ବି ହାପି ନୋ ବିପି”

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଥିବା ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର।ବିଡ଼ିଓ ଶ୍ରୀ ମିଶ୍ର ଯୋଗଦେଇ “ଆର୍ଟ ଅଫ ଗିଭିଂ” ପାଳନର ଉଦେଶ୍ୟ ବର୍ଣ୍ଣନା କରିବା ସହ “ବି ହାପି ନୋ ବିପି” ବୋଲି କହିଥିଲେ। ଆମେ ସମସ୍ତେ ଯଦି ସର୍ବଦା ଖୁସିରେ ରହିବା ତେବେ ଆମକୁ ବିପି ଛୁଇଁ ପାରିବ ନାହିଁ ବୋଲି ବିଡ଼ିଓ କହିଥିଲେ। ବିଡ଼ିଓ ଶ୍ରୀ ମିଶ୍ରଙ୍କ “ବି ହାପି ନୋ ବିପି” ବାର୍ତ୍ତା ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଛି।

Read More

ଚଳିତ ମାଟ୍ରିକ ପରୀକ୍ଷାରେ କେଶବ ହେଲେ ନୟାଗଡ଼ ଜିଲ୍ଲା ଟପ୍ପର

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ, ଶିଖରପୁରର ଛାତ୍ର କେଶବ ଚନ୍ଦ୍ର ପରିଡ଼ା ନୟାଗଡ଼ ଜିଲ୍ଲା ଟପ୍ପର ହୋଇଛନ୍ତି। ସେ ସମୁଦାୟ ୬୦୦ ନମ୍ବରରୁ ୫୭୮ ନମ୍ବର ରଖି ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ୯୬.୪୦% ପାସ ହାର ହୋଇଥିବାବେଳେ ନୟାଗଡ଼ରେ ୯୬.୯୨ ପାସ ହାର ହୋଇଛି । ନୟାଗଡ଼ ଜିଲ୍ଲାର ମୋଟ ୨୩୧ ଗୋଟି ହାଇସ୍କୁଲରେ ପରୀକ୍ଷା କରାଯାଇଥିଲା । ଜିଲ୍ଲାରେ ସମୁଦାୟ ୧୨୧୮୯ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ । ସେଥି ମଧ୍ୟରୁ ୧୬୦ ଜଣ ଅନୁପସ୍ଥିତ ରହିଥିଲେ । ମୋଟ ଉପରେ ୧୧୮୧୩ ଛାତ୍ରଛାତ୍ରୀ ପାସ କରିଛନ୍ତି । ୧୩ ଜଣ ଛାତ୍ରଛାତ୍ରୀ ମାଲପ୍ରାକ୍ଟିସ ହୋଇଛନ୍ତି । ନୟାଗଡ଼ ଜିଲ୍ଲାରେ ଏ-୧ ରେ ୧୪୦ ଜଣ ଛାତ୍ରଛାତ୍ରୀ ପାସ ହୋଇଥିବାବେଳେ…

Read More