ନୟାଗଡ଼, (ନୟାଗଡ଼ ଦର୍ପଣ): ଅଖିଳ ବିଶ୍ବ ଗାୟତ୍ରୀ ପରିବାର,ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୂଲ୍ୟରେ ଦିବ୍ଯ ଅଖଣ୍ଡ ଦୀପର ଶତାବ୍ଦୀ ସମାରୋହ ଓ ପରମ ବନ୍ଦନୀୟା ମାତାଜୀ ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତାବ୍ଦୀ ବର୍ଷ ଅବସରରେ ଶାନ୍ତିକୁଞ୍ଜ ହରିଦ୍ବାରରୁ ଆସିଥିବା ଜ୍ଯୋତି କଳସ ରଥକୁ ନୟାଗଡ଼ ଜିଲ୍ଲା ତରଫରୁ ଚମ୍ପତିପୁର ଗ୍ରାମ ଠାରେ ସ୍ବାଗତ କରାଯିବ ସହିତ ଶହେରୁ ଉର୍ଦ୍ଧ୍ବ ଗାୟତ୍ରୀ ପରିଜନ ମାନଙ୍କୁ ନେଇ ଏକ ବିଶାଳ ନିଶା ନିବାରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ଶୋଭାଯାତ୍ରା ଚମ୍ପତିପୁର, ଆଙ୍କୁଲିପାଟଣା, ନାଟୁଗାଁ ପରିକ୍ରମା କରି କଦଳୀବସ୍ତ ସାହିରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଏହି ଜ୍ଯୋତି କଳସ ରଥରେ ପରିବ୍ରାଜକ ଭାବେ ସମଗ୍ର ଓଡିଶା ରାଜ୍ଯ ପରିକ୍ରମା କରୁଥିବା ପ୍ରତାପ କୁମାର ସ୍ବାଇଁ,ଅନନ୍ତ ବଳିୟାର ସିଂହ…
Read MoreCategory: ନୟାଗଡ଼
ଜିଲ୍ଲାବ୍ୟାପି ଭୋଟ ଚୋରି ଦସ୍ତଖତ ଅଭିଯାନ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ ଜିଲ୍ଲାବ୍ୟାପି ଭୋଟ ଚୋରି ଦସ୍ତଖତ ଅଭିଯାନ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଡିସିସି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ପିସିସି ପର୍ଯ୍ୟବେକ୍ଷକ ସୁଶ୍ରୀ ସ୍ୱାଗତିକା ପଟ୍ଟନାୟକ ଏହି ବୈଠକରେ ଯୋଗ ଦେଇ ଜିଲ୍ଲାର ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଆଲୋଚନା କରି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଆସନ୍ତା ୧୯ ତାରିଖ ସୁଦ୍ଧା ଅନ୍ୟୁନ ୧୦ହଜାର ସାଧାରଣ ଜନତା ଙ୍କ ଦସ୍ତଖତ କରାଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ଏବଂ ଅଦ୍ୟାବଧି ସମଗ୍ର ଜିଲ୍ଲାରେ ପ୍ରାୟ ୧୫ହଜାର ଦସ୍ତଖତ ସଂଗ୍ରହ କାର୍ଯ୍ୟ ଶେଷ ହୋଇଥିବା ବ୍ଲକ ସଭାପତି ଭାବେ ରିପୋର୍ଟ ଦେଇଥିଲେ। ସେହିଭଳି ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟଚୋରି…
Read Moreନଭେମ୍ବର ୩ରୁ ରୋଟାରୀ କ୍ଳବ୍ ତରଫରୁ ମାଗଣା କୃତ୍ରିମ ଅଙ୍ଗରୋପଣ ଶିବିର
ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରୀ କ୍ଲବ ନୟାଗଡ଼ ଏବଂ ରୋଟାରି କ୍ଲବ ଅଫ ବ୍ରହ୍ମପୁର ଇଷ୍ଟର ମିଳିତ ଆନୁକୂଲ୍ୟରେ, ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ବିଜୁ ମହାବୀର ଫୁଟ୍ ସେଣ୍ଟର, ଖୋର୍ଦ୍ଧାଙ୍କ ସହଭାଗିତାରେ ନୟାଗଡ ରୋଟାରୀ କ୍ଲବ ପରିସରରେ ଭିନ୍ନକ୍ଷମଙ୍କ ପାଇଁ ମାଗଣାରେ କୃତ୍ରିମ ଅଙ୍ଗ ରୋପଣ ଶିବିର ଆୟୋଜନ କରାଯାଉଛି। ଏହି କ୍ରମରେ ନୟାଗଡଠାରେ ନଭେମ୍ବର ୩ରୁ ୭ପର୍ଯ୍ୟନ୍ତ ଆୟୋଜନ କରାଯିବ। ଏହି ଶିବିରରେ କୃତ୍ରିମ ଅଙ୍ଗ ଯଥା -ଗୋଡ଼ ଓ ହାତ ସହ ଆଶା ବାଡି ଓ ଶ୍ରବଣ ଯନ୍ତ୍ର ମାଗଣାରେ ଯୋଗାଇଦିଆଯିବ। ଏହି ମହତ କାର୍ଯ୍ୟରେ ସମାଜର ସବୁ ବର୍ଗର ଜନ ସାଧାରଣଙ୍କୁ ସହଯୋଗ, କରିବା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀକୁ ରୋଟାରୀ କ୍ଲବ ନୟାଗଡ଼ ର ସଭାପତି…
Read Moreଅକ୍ଟୋବର ୧୮ରୁ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଆସନ୍ତା ଅକ୍ଟୋବର ୧୮ ଏବଂ ୧୯ ତାରିଖ ଦୁଇଦିନ ଧରି ସ୍ଥାନୀୟ କେସି କ୍ଳବ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ ଅଲ ଓଡ଼ିଶା ଚେସ ଆସୋସିଏସନର ମିଳିତ ଆନୁକୂଲ୍ୟ ତଥା କେସି କ୍ଳବର ପ୍ରତ୍ୟକ୍ଷ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୭ ବର୍ଷରୁ କମ କନିଷ୍ଠ ବର୍ଗ ଏବଂ ୧୭ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ବର୍ଗ ଏହିପରି ଦୁଇଟି ବିଭାଗରେ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତ୍ୟେକ ବର୍ଗରେ ଶ୍ରେଷ୍ଠ ୫ଜଣଙ୍କୁ ଅର୍ଥରାଶି ସହିତ ଟ୍ରଫି ଏବଂ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯିବ। ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଓପନ ଚେସ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡା. ସମ୍ବିତ ପାତ୍ର,…
Read Moreପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଏ. ପି. ଜେ. ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶିଷ୍ଟ ବୈଜ୍ଞାନିକ, ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିଜାଇଲ ମ୍ୟାନ ଭାବରେ ପରିଚିତ ଭାରତରତ୍ନ ଡ. ଏ.ପି.ଜେ.ଅବଦୁଲ୍ କଲାମଙ୍କ ଜନ୍ମଜୟନ୍ତୀ ଅବସରରେ ନୟାଗଡ଼ ମଣ୍ଡଳ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଅବସ୍ଥିତ ଡ. କଲାମଙ୍କ ପ୍ରତିମୂର୍ତ୍ତିରେ ଶିକ୍ଷକ ସମାଜ, ସାମାଜିକ ଅନୁଷ୍ଠାନ ଓ ଶିକ୍ଷା ବିଭାଗ ତରଫରୁ ଦୀପଧୂପ ସହିତ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦିଆଯାଇଥିଲା ଗଭୀର ଶ୍ରଦ୍ଧାଞ୍ଜଳି। ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ତ୍ରିଲୋଚନ ପାଣ୍ଡେ, ବ୍ଲକ ଶିକ୍ଷା ଅଧିକାରୀ ଉମାକାନ୍ତ ସେଠୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ସେଠୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ଜିଲ୍ଲା ଲେଖକ ପରିଷଦର ସଂପାଦକ ତଥା ଶିକ୍ଷକ ନେତା ଶେଖ୍ ଅବଦୁଲ୍ ଖାଲିକ୍, ଭକ୍ତ ବଲ୍ଲଭ ବଟକୃଷ୍ଣ ମିଶ୍ର, ମାଣିକେଶ୍ଵର…
Read Moreବାଉଁଶିଆ ଚୋରୀର ପଦ୍ଦାର୍ଫାସ, ଦୁଇ ଗିରଫ
ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ଥାନା ଅନ୍ତର୍ଗତ ଶରଣକୁଳ ନିକଟବର୍ତ୍ତୀ ବାଉଁଶିଆ ଗ୍ରାମର ପ୍ରଶାନ୍ତ କୁମାର ରଥଙ୍କ ଘରର ତାଲା ଭାଙ୍ଗି ଘରେ ପଶି ଚଳିତ ମାସ ୮ ତାରିଖର ବିଳମ୍ବିତ ରାତିରେ କିଛି ଅଜଣା ବ୍ୟକ୍ତି ତାଙ୍କ ଘରୁ ସୁନା ଗହଣା ସମେତ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଚୋରି କରି ନେଇ ଯାଇଥିଲେ। ଶ୍ରୀ ରଥ ଥାନାରେ ଆସି ଚୋରି ସମ୍ପର୍କରେ ଅଭିଯୋଗ କରିଥିଲେ। ଥାନା କେସ ନଂ ୨୨୧/ତା ୮.୧୦.୨୫ ରିଖ ରେ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଜାରୀ ରଖିଥିଲା।ଆଜକୁ ଦୁଇମାସ ଧରି ଚୋରମାନେ ବାଉଁଶିଆ ଗ୍ରାମର ୧୦ ଜଣଙ୍କ ଘରୁ ଚୋରି କରିଥିଲେ। ଚୋରମାନଙ୍କ ପ୍ରାଦୃର୍ଭାବ ଏହି ବାଉଁଶିଆ ଗ୍ରାମରେ ବଢ଼ି ଚାଲିଥିଲା। ସେହିଦିନ ଠାରୁ ଶରଣକୁଳ ପୋଲିସ ଚୋରମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା। ଆଜି ଶରଣକୁଳ…
Read Moreକ୍ଲଷ୍ଟର୍ ସ୍ତରୀୟ ସୁରଭି ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ମଶାବାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଶାବାରୀ କ୍ଲଷ୍ଟର୍ ସିଆରସିସି ଯଶୋବନ୍ତ ପଟ୍ଟନାୟକଙ୍କ ପରିଚାଳନାରେ ଶିଶୁମହୋତ୍ସବ ସୁରଭି -୨୦୨୫ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କ୍ଲଷ୍ଟର୍ ଅନ୍ତର୍ଗତ ଚାରିଟି ପଞ୍ଚାୟତର ଚଉଦଟି ବିଦ୍ୟାଳୟରୁ ଗାଇଡ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଏକଶହ ପଚାଶ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ।ଶିକ୍ଷାବିତ୍ ଦାମୋଦର ଖିଲାର, ସାରସ କୁମାର ମିଶ୍ର, ପ୍ରଦୀପ୍ତ କୁମାର ନାୟକ,ଡ.ସ୍ୱରୂପ ରଞ୍ଜନ ମିଶ୍ର, ଡ.ଦେବୀପ୍ରସାଦ ପଣ୍ଡା, ସଂଗୀତ ଶିକ୍ଷକ ସବ୍ୟସାଚୀ ମିଶ୍ର, ବିଶିଷ୍ଟ କଳାକାର ପଞ୍ଚାନନ ସାହୁ ବିଚାରକ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମୂଲ୍ୟାଙ୍କନ କରିଥିଲେ। ସୁରଭି କାର୍ଯ୍ୟକ୍ରମର ଦଳଗତ ନୄତ୍ୟ ଦେଖିବାକୁ ଦର୍ଶକମାନଙ୍କ ପ୍ରବଳ ଭିଡ଼ ଜମିଥିଲା।ଉକ୍ତ କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ରାଜକିଶୋର ସାହୁ, ରଘୁନାଥ ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ମହାନ୍ତି,ସିଆରସିସି ନରେଶ ପାଣିଗ୍ରାହୀ,ମଶାବାରୀ…
Read Moreଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ନୟାଗଡ଼ ପକ୍ଷରୁ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ଜିଲ୍ଲା ସଦର ମହକୁମାରସ୍ଥିତ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ରବିବାର ପାଳିତ ହୋଇ ଯାଇଛି। ଜିଲ୍ଲା ସଂସ୍କୃତ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ପଣ୍ଡା ସଭାରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ, ଭୁବନେଶ୍ୱରର ପୂର୍ବତନ ସାଧାରଣ ସମ୍ପାଦକ ନରସିଂହ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଂସ୍କୃତ ଭାଷାର ମହତ୍ତ୍ଵ ବିଷୟରେ ବକ୍ତବ୍ୟ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଳାର ବରିଷ୍ଠ ସଂସ୍କୃତ ଶିକ୍ଷକ ମନମୋହନ ଚମ୍ପତି, କୋଷାଧ୍ୟକ୍ଷ ଶ୍ରୀହର୍ଷ ମହାପାତ୍ର କାର୍ଯ୍ୟକାରୀ ସଭାପତି ଅଖିଳ କୁମାର ସାହୁ ସଂସ୍କୃତ ଭାଷାର ସୁରକ୍ଷା ଏବଂ ଜିଲ୍ଲା ସଂସ୍କୃତ ଶିକ୍ଷକ ସଂଗଠନକୁ ସୁଦୃଢ଼ କରିବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଉଦ୍ଦେଶ୍ୟରେ…
Read Moreଏସ୍ଆଇରୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ନୟାଗଡ ଏସପି
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସରେ ୧୧ଜଣ ଏସ୍ଆଇରୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ନୟାଗଡ ଏସପି ଏସ ସୁଶ୍ରୀ। ନୟାଗଡ଼ ଜିଲ୍ଲାର କାର୍ଯ୍ୟରତ ୧୧ ଜଣ ଏସ୍ ଆଇ ଇନ୍ସପେକ୍ଟର ସ୍ତରକୁ ପଦୋନ୍ନତି ପାଇଛନ୍ତି। ଏହି ପଦୋନ୍ନତି ତାଲିକାରେ ଓଡ଼ିଶାରେ ୪୨୭ ଜଣ ଏସ୍ଆଇଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ମିଳିଛି ।ଏହି ପଦୋନ୍ନତି ତାଲିକାରେ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ୧୧ ଜଣ ଏସ୍ଆଇଙ୍କ ନାମ ରହିଛି। ନୟାଗଡ଼ ଜିଲ୍ଲା ଦର୍ପନାରାୟଣପୁର ଫାଣ୍ଡିରେ କାର୍ଯ୍ୟରତ ଏସ୍ଆଇ ଧର୍ମେନ୍ଦ୍ର ଶିଆଳ, ଚାନ୍ଦପୁର ଥାନାରେ କାର୍ଯ୍ୟରତ ଏସ୍ଆଇ ସଞ୍ଜୟ କୁମାର ପରିଡ଼ା, ରଣପୁର ଥାନାରେ କାର୍ଯ୍ୟରତ ଏସ୍ଆଇ ସ୍ନେହଲତା ପ୍ରଧାନ, ନୟାଗଡ଼ ଟାଉନ ଥାନାରେ କାର୍ଯ୍ୟରତ ଏସ୍ଆଇ ଶିବାରଞ୍ଜନ ସିଙ୍ଗା, ଏସଆଇ ସନ୍ତୋଷ କୁମାର ଦାଶ, ଚାନ୍ଦପୁର ଥାନାରେ କାର୍ଯ୍ୟରତ ଏସ୍ଆଇ ଶ୍ରଦ୍ଧା ନାୟକ,…
Read Moreରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୨୦୦୭ ବ୍ୟାଚ ବନ୍ଧୁ ମିଳନ ଅନୁଷ୍ଠିତ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୨୦୦୭ ମସିହାର ୧୦ମ ଶ୍ରେଣୀ ବ୍ୟାଚ ଶିକ୍ଷାର୍ଥୀମାନଙ୍କ ବନ୍ଧୁ ମିଳନ ଅତ୍ୟନ୍ତ ଆନନ୍ଦମୟ ପରିବେଶରେ ମା ମଣିନାଗଙ୍କ ପରିସରରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ହୋଇଥିବା ପୂର୍ବତନ ଶିକ୍ଷାର୍ଥୀମାନେ ଦୀର୍ଘ ଦିନ ପରେ ଏକାଠି ହୋଇ ବିଗତ ଶିକ୍ଷାଦିନର ସ୍ମୃତିକୁ ତାଜା କରିଥିଲେ। ସେମାନେ ସେମାନଙ୍କ ଶିକ୍ଷକମାନଙ୍କ ପ୍ରତି ଆଭାର ପ୍ରକାଶ କରି, ବିଦ୍ୟାଳୟର ଉନ୍ନତି ନେଇ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ମୃତି ଆଲୋଚନା କରିବା ସହ ସମୁହ ଛବି ଉତ୍ତୋଳନ କରାଯାଇଥିଲା। ବନ୍ଧୁ ମିଳନର ଅନ୍ତରେ ସମସ୍ତେ ପୁନର୍ମିଳନ ଅନୁଷ୍ଠାନକୁ ପ୍ରତିବର୍ଷ କରିବା ପାଇଁ ସମ୍ମତି ଜଣାଇଲେ । ଆଗାମୀ ଦିନରେ ସମସ୍ତ ବନ୍ଧୁଙ୍କୁ ଏଥିରେ ସାମିଲ କରିବା ପାଇଁ ସ୍ଥିର କରାଯାଇଛି। ଏହି ଅବସର ମାଧ୍ୟମରେ ପୁରୁଣା…
Read More