ନୟାଗଡ଼, (ନୟାଗ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଶ୍ରମିକ, ଦିନ ମଜୁରିଆ, କୃଷକମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପ୍ରଦାନ କ୍ଷେତ୍ରରେ ଶ୍ରମ ବିଭାଗ, ଜିଲ୍ଲା ପ୍ରଶାସନ କାଳକ୍ଷେପଣ ନୀତି ପ୍ରତିବାଦରେ ଶ୍ରମିକ କ୍ରାନ୍ତି ସତ୍ୟାଗ୍ରହ କରାଯାଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବି ରଣଜିତ ଦାଶ କହିଛନ୍ତି l ଶ୍ରମିକଙ୍କ ମୃତ୍ୟୁକାଳୀନ, ଶିକ୍ଷା, ମାତୃତ୍ୱ, ଶାରୀରିକ ବିକଳାଙ୍ଗ ପେନସନ ପ୍ରଦାନ ପାଇଁ ହଜାର ହଜାର ଦରଖାସ୍ତ ପଡ଼ିରହିଛି l କେତେ ତଦନ୍ତ ସରିଯାଇଛି, କିନ୍ତୁ ହିତାଧିକାରୀଙ୍କ ଆକାଉଣ୍ଟକୁ ନିର୍ଦ୍ଧାରିତ ଅର୍ଥରାଶି ଯାଉନାହିଁ, ସେଥିପାଇଁ ଆଜି ବହୁ ଶ୍ରମିକ ହିତାଧିକାରୀଙ୍କ ସହ ଆଇଏନଟିୟୁସି କାର୍ଯ୍ୟକର୍ତାଙ୍କ ସହଯୋଗରେ କ୍ରାନ୍ତି ସତ୍ୟାଗ୍ରହ ଶୋଭାଯାତ୍ରା ଜିଲ୍ଲା ପ୍ରଭାଗୀୟ ଶ୍ରମ ଅଯୁକ୍ତଙ୍କ କାର୍ଯ୍ୟାଳୟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଧାରଣା ଡିଆଯାଇଥିଲା l ସତ୍ୟାଗ୍ରହରେ ସାମିଲ ଥିବା ହିତାଧିକାରୀଙ୍କ ସହ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ…
Read MoreCategory: ନୟାଗଡ଼
ଶ୍ରମଜୀବିଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ପ୍ରଦାନ ପାଇଁ
ଦୁଇ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ କଲେଜ ଅଧ୍ୟକ୍ଷ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଇଟାମାଟି ଥାନା କେନ୍ଦୁଢିପି ନବ ଚୌଧୁରୀ ମହାବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନରେ ପାଠ ପଢ଼ୁଥିବା ଦୁଇ କଲେଜ ଛାତ୍ରୀଙ୍କୁ ମହାବିଦ୍ୟାଳୟର ଅଧକ୍ଷ ଅଶ୍ଳୀଳ ଇଙ୍ଗିତ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି I ଅଭିଯୋଗ କରିବା ପାଇଁ ଯାଇଥିବା ଛାତ୍ରୀଙ୍କୁ କଲେଜ ଅଧ୍ୟକ୍ଷ କହିଥିଲେ ଆଗ ମୋ କଥା ବୁଝ ମୁଁ ତମ କଥା ବୁଝି ଦେବୀ lଏହା କହିବା ସହ ଛାତ୍ରୀଙ୍କ ଗାଲକୁ ଚିପି ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ମାନେ l ଏକଥା ବାହାରେ ପଘଟ କଲେ ପରୀକ୍ଷାରେ ପାଟିକାଲ ମାର୍କ କାଟି ଦେବା ପାଇଁ ଅଧ୍ୟକ୍ଷ ଧମକ ଦେଇଥିବା ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି l ଏନେଇ ଦୁଇ ନାବାଳିକା କଲେଜ ଛାତ୍ରୀ ଇଟାମାଟି ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ସହ ଜିଲ୍ଲା ଶିଶୁମଙ୍ଗଳ…
Read Moreପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟଭାର ଗ୍ରହଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏନଏସି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ରସିଦା ଖାତୁନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ଶ୍ରୀମତୀ ଖାତୁନ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସହିତ ଶିକ୍ଷାଦାନକୁ ପ୍ରାଧାନ୍ୟ ଦେବାପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗ ଲୋଡ଼ିଥିଲେ । ସୂଚନା ଯୋଗ୍ୟ ଯେ ନିକଟରେ ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଅନୁସାରେ ଏଠାରେ କାର୍ଯ୍ୟରତ ଥିବା ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର କର ପଦୋନ୍ନତି ପାଇ ଖଣ୍ଡପଡ଼ା ବିଇଓ ଭାବେ ଯୋଗଦାନ କରିବା ପରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଥିଲା ।
Read Moreବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନର ସବୁଜ ସଚେତନତା ପଦଯାତ୍ରା
ଓଡଗାଁ,(ନୟାଗଡ଼ ଦର୍ପଣ): ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନର ସବୁଜ ସଚେତନତା ପଦଯାତ୍ରା ଓଡ଼ଗାଁ ବ୍ଲକ ଭାଡ଼ିକିଳା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାରାବଣ୍ଟନ ଏବଂ ଜନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଫାଉଣ୍ଡେସନର ଅଧ୍ୟକ୍ଷ ମନୋଜ କୁମାର ସାହୁଙ୍କ ପୌରହିତରେ ୨୦୦୦ରୁ ଉର୍ଦ୍ଧ ଚାରା (ଡାଳିମ୍ବ, ଅଁଳା, ପିଜୁଳି, ବେଲ, ପିସ୍ତବାଦାମ, ଶାଗୁଆନ) ବଣ୍ଟନ କରାଯାଇଥିଲା । ଗ୍ରାମର ଶିବ ମନ୍ଦିର ବେଢ଼ାରେ ବୃକ୍ଷରୋପଣ କରାଯାଇଥିଲା। ମୁଖ୍ଅତିଥି ପ୍ରମୟ ସାମ୍ବାଦିକ ଶ୍ରୀ ଫକୀର ମହାରଣା ଚାରା ବଣ୍ଟନ କାର୍ଯ୍ୟ ଆରମ୍ଭ କରିଥିଲେ। ବ୍ୟଙ୍ଗସାହିତ୍ୟିକ ରବୀନ୍ଦ୍ର ରାଉତ, ସମାଜ ସେବୀ ବସନ୍ତ କୁମାର କର, ଲିଗରାଜ ନାୟକ, ନିରଂଜନ ରାଉତ, ଫକୀର ମୋହନ ସାହୁ, ପବିତ୍ର ଇନ୍ଦ୍ରଜିତ, ବିମଳ ଦାସ, ପ୍ରସାନ୍ତ ପୃଷ୍ଟି,, ଲିଙ୍କନ ସାହୁ, ପ୍ରଦ୍ୟୁମ୍ନ ସାହୁ, ନବକିଶୋର ସାଥୁଆ, ଜଗନ୍ନାଥ ପ୍ରଧାନ ଙ୍କ ସହଯୋଗରେ ଚାରା…
Read Moreଓଏଏସ୍ ପାଇଲେ ଆଦିବାସୀ ଯୁବତୀ ସାରସ୍ୱତୀ ଜାନୀ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ତେଣ୍ଡାବାଡି ପଞ୍ଚାୟତର ଦୁର୍ଗମ ଗାଁ ଦୁଗୁଡ଼ିର ଆଦିବାସୀ ଯୁବତୀ ତଥା ସୋମନାଥ ଜାନୀଙ୍କ ସୁପୁତ୍ରୀ ସରସ୍ବତୀ ଜାନୀ ସମ୍ମାନଜନକ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସରସ୍ୱତୀ ୪୧୭ରାଙ୍କ ପାଇ ଏହି ସଫଳତା ହାସଲ କରିଛନ୍ତି । ସରସ୍ଵତୀଙ୍କର ଏପରି ସଫଳତା ପାଇଁ ସମଗ୍ର ଦଶପଲ୍ଲା ଗର୍ବିତ ହୋଇଛି। ପିତା ସୋମନାଥ ଜାନୀ ଓ ମାତା ସବିତା ଜାନୀଙ୍କୁ ସେ ଏଥିପାଇଁ ସଫଳତାର ଶ୍ରେୟ ଦେଇଛନ୍ତି।
Read More“ଶ୍ରୀରାମ ଫାଉଣ୍ଡେସନ ଓଡିଶା”ର ସମ୍ପାଦକ ଦେବୀ ପ୍ରସାଦ ମିଶ୍ରଙ୍କୁ ରାଜ୍ୟସଭା ପଠାଇବାକୁ ଫାଉଣ୍ଡେସନ ସଭ୍ୟଙ୍କ ଅନୁରୋଧ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରୁ ଆରମ୍ଭ ହୋଇଥିବା ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶ୍ରୀରାମ ଫାଉଣ୍ଡେସନ ଆଜିକୁ 5ବର୍ଷ ଧରି ସାରା ଓଡ଼ିଶାରେ ସେବା କାର୍ଯ୍ୟ ଆପଣେଇ ପୂର ପଲିରେ ଥିବା ଅନେକ ଗାଁ ମାନଙ୍କରେ ଅସହାୟଙ୍କୁ ସାହାଯ୍ୟ ସହଯୋଗ କରି ନିଜର ଏକ ପରିଚୟ ସୃଷ୍ଟି କରିପାଛି l ନୟାଗଡ଼ ଜିଲ୍ଲା ଭାପୁର ଅଞ୍ଚଳର ଯୁବ ସମାଜସେବୀ ଦେବୀ ପ୍ରସାଦ ମିଶ୍ର ହେଉଛନ୍ତି ଏହି ଶ୍ରୀରାମ ଫାଉଣ୍ଡେସନ ରାଜ୍ୟ ସାଙ୍ଗଠନିକ ସମ୍ପାଦକ l ଶ୍ରୀ ମିଶ୍ର ଦୀର୍ଘ ବର୍ଷ ଧରି ବହୁ ଦୁଃଖ କଷ୍ଟରେ ଥିବା ଗରିବ ନିରୀହ ଲୋକଙ୍କ ପାଖକୁ ଯାଇ ତାଙ୍କର ସୁବିଧା ଅସୁବିଧା ବୁଝି ନିଜର ସକ୍ଷମ ମୁତାବକ ସାହାଯ୍ୟ କରିବା ସହ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସମସ୍ୟା ସ୍ଥାନୀୟ ପ୍ରଶାସନ, ରାଜ୍ୟ ସରକାର ଓ ରାଜ୍ୟ ପ୍ରଶାସନ 5T ମୋ…
Read Moreନୂଆଗାଁ ବ୍ଲକ୍ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ବିଶାଳ ରାଲି ଓ ପ୍ରତିବାଦ ସଭା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ୮ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକ ମାନଙ୍କ ନିମ୍ନ ଲିଖିତ ଦାବି ଗୁଡିକୁ ଏଯାବତ ପୂରଣ କରାଯାଇନାହିଁ l ସେଥିପାଇଁ ଆଜି ସମସ୍ତ ପ୍ରାଥମିକ ସ୍କୁଲ ଶିକ୍ଷକ ମlନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦାବିଗୁଡିକ ହେଲା ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷକର୍ମୀ ଓ ଶିକ୍ଷlସହାୟକ ମାନଙ୍କୁ ଠିକା କାର୍ଯ୍ୟ କଳାକୁ ଇନକ୍ରୀମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା , ଏକ୍ସ କ୍ୟାଡ଼ର ଉଚ୍ଛେଦ ସହ ଏକ୍ସ କ୍ୟାଡ଼ର , କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା,ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ…
Read Moreଓଡ଼ଗାଁ ବ୍ଲକ୍ ଶିକ୍ଷକ ସଂଘର ୫୦୦ରୁ ଉର୍ଦ୍ଧ୍ବ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ବିଇଓଙ୍କୁ ଦେଲେ ତିନିଦଫା ଦାବୀପତ୍ର
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ପୂର୍ବାହ୍ନ ସାଢ଼େ ଏଗାରଟା ସମୟରେ ସ୍ଥାନୀୟ ଶ୍ରୀ ରଘୁନାଥ ମନ୍ଦିର ପରିସରରେ ସରକାରଙ୍କ ଉଦ୍ଦେଶ୍ୟରେ ତିନିଦଫା ଦାବୀପୂରଣ ପାଇଁ ଗର୍ଜିଥିଲେ ଓଡ଼ଗାଁ ବ୍ଲକର ସମସ୍ତ ବର୍ଗର ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ।ଏକ ବିରାଟ ରାଲି ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ରାସ୍ତାରେ ଚାଲିଚାଲି ବିଇଓ କାର୍ଯ୍ୟାଳୟରେ ପହଞ୍ଚି ବିଇଓ ଗୀତାଞ୍ଜଳି ସାହୁଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ।ସୂଚନା ଅନୁଯାୟୀ ଗତ ୨୦୨୨ ମସିହା ନଭେମ୍ବର ୨୭ ତାରିଖରେ ସମଗ୍ର ରାଜ୍ୟର ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଭୁବନେଶ୍ୱର ପିଏମଜି ଛକରେ ମୁଖ୍ୟ ଶାସନ ସଚିବ ପତ୍ରାଙ୍କ ନଂ ୧୦୯ ସିଏସ୍ ତା ୩୦/୧୧/୨୦୨୨ ରିଖ ଅନୁସାରେ ଶିକ୍ଷକ ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଖୁବଶୀଘ୍ର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ଦାବୀଗୁଡିକ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।…
Read Moreଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପ୍ରଶାସନରେ କାର୍ଯ୍ୟରତ ୪ ଜଣ ଅଧିକାରୀ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ କାର୍ଯ୍ୟରତ ଏହି ୪ ଜଣ ଅଧିକାରୀ ଟଙ୍କଧର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ, ସୁଶ୍ରୀ ଯଶସ୍ଵିନୀ ସ୍ବାଇଁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଖଣ୍ଡପଡ଼ା , ସୁଶ୍ରୀ ମୋନିକା ସେଠ୍, ରେଭିନ୍ୟୁ ଇନିସପେକ୍ଟର, ନୟାଗଡ଼ ତହସିଲ, ଗୋପାଳକୃଷ୍ଣ ରାଉତରାୟ, ପ୍ରଧାନ ଶିକ୍ଷକ,ବି.ସି. ଉଚ୍ଚ ବିଦ୍ୟାଳୟ ରଣପୁର ଓଡ଼ିଶା ସିଭିଲ ସର୍ଭିସ,୨୦୨୧ରେ କୃତ କାର୍ଯ୍ୟ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଦ୍ବାରା ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁ କୃତୀଅଧିକାରୀମାନଙ୍କୁ ମଂଚକୁ ସ୍ବାଗତ କରିଥିଲେ । ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ କହିଲେ ଯେ, ନୟାଗଡ଼ ଜିଲ୍ଲାରୁ…
Read Moreତାଲା ପଡ଼ିବ ସମସ୍ତ ପ୍ରାଥମିକ ବିଦ୍ୟାଳୟ,ସମୂହ ଛୁଟିରେ ଯିବେ ଶିକ୍ଷକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ୧୬ ତାରିଖରୁ ତାଲା ପଡ଼ିବ ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ । କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବା ପାଇଁ ରାଜ୍ୟ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି । ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡେରେସନ, ଖାରବେଳ ନଗର, ଭୁବନେଶ୍ୱରର ଆହ୍ୱାନ କ୍ରମେ ଆଜି ରାଜ୍ୟର ସମସ୍ତ ବ୍ଲକରେ ତିନିଦଫା ଦାବି ନେଇ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି କ୍ରମରେ ନୟାଗଡ଼ ବ୍ଲକରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନେ ସମଗ୍ରଶିକ୍ଷା କାର୍ଯ୍ୟାଳୟଠାରେ ୫ଶହରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ରିତ ହୋଇ ଏକ ବିଶାଳ ରାଲିରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରେ ପହଞ୍ଚି ଏକ ପ୍ରତିବାଦ ସଭା କରିଥିଲେ । ପ୍ରାଥମିକ ଶିକ୍ଷକସଂଘ ସଭାପତି ବିପିନ ବିହାରୀ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି…
Read More