ନୟାଗଡ଼, (ନୟାଗଡ଼ ଦର୍ପଣ): ଶିକ୍ଷା, ଶିକ୍ଷାୟତନ, ଶିକ୍ଷାର୍ଥୀ ଓ ଶିକ୍ଷକଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟସରକାର ମୁଖ୍ୟମନ୍ତ୍ରୀ ପୁରସ୍କାର ଯୋଜନା କାର୍ଯ୍ୟକାରୀ କରିଛନ୍ତି l ଇତି ମଧ୍ୟରେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ଦିଆ ସରିଥିବା ବେଳେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ଉତ୍ସଵ ଆଜି ନୟାଗଡ଼ ଷ୍ଟାଡିୟମ୍ ରେ ଅନୁଷ୍ଠିତ ହୋଇଥିଲା l ମାନ୍ୟବର ବିଧାୟକ ନୟାଗଡ଼ ଡ. ଅରୁଣ କୁମାର୍ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ସ୍ଵଧା ଦେବ୍ ସିଂ,ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ପ୍ରମୁଖଙ୍କ ଉପସ୍ଥିତିରେ ପୁରସ୍କାର ବିତରଣ କରାଯାଇଥିଲା l ନୟାଗଡ଼ ବ୍ଲକର ଶ୍ରେଷ୍ଠ ଉଚ୍ଚ ବିଦ୍ୟାଳୟ ଭାବରେ ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟ, ବ୍ଲକର ଶ୍ରେଷ୍ଠ ପ୍ରଧାନଶିକ୍ଷକ ଭାବରେ ପ୍ରଧାନଶିକ୍ଷିକା ଝୁମୁରୀ ସାହୁ, ବ୍ଲକର…
Read MoreCategory: ନୟାଗଡ଼
ନୟାଗଡ଼ ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ ): ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଭବେଶ କୁମାର ନାୟକ ଅତିଥିମାନଙ୍କୁ ସ୍ଵାଗତ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସଡ଼କ ସୁରକ୍ଷା ଏବଂ ତଦ ଜନିତ ଆଇନ, ପରିବର୍ତୀତ କ୍ଷତିପୂରଣ ଧାରା, ଏବଂ ବିଭିନ୍ନ ପ୍ରକାରର ଶ୍ରମ ଏବଂ ଶ୍ରମିକ ସମସ୍ୟା ଉପରେ ଶିକ୍ଷାନବୀସମାନଙ୍କୁ ସଚେତନତା କରାଯାଇଥିଲା । ବରିଷ୍ଠ ବର୍ଗ ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ବିଶେଷ କୁମାର ସାହୁ ବିଷୟବସ୍ତୁ ଉପରେ ତଥ୍ୟଭିତ୍ତିକ ବିଶ୍ଲେଷଣ କରିଥିଲେ । ବିଚାରପତି ଶ୍ରୀ ରାକେଶ କୁମାର ସାହୁ ସଡ଼କ ସୁରକ୍ଷା…
Read Moreନୟାଗଡର ପ୍ରମୁଖ ସାହିତ୍ୟ ଅନୁଷ୍ଠାନମାନେ ପାଳିଲେ ବିଶ୍ଵ ମାତୃଭାଷା ଦିବସ
ନୟାଗଡ଼, (ନୟାଗଡ଼ ଦର୍ପଣ): ୟୁନେସ୍କୋ ଦ୍ୱାରା ନିର୍ଦ୍ଧାରିତ ଫେବୃଆରୀ ଏକୋଇଶି ବିଶ୍ଵ ମାତୃଭାଷା ଦିବସକୁ ନୟାଗଡ଼ର ବିଭିନ୍ନ ସାହିତ୍ୟ ଅନୁଷ୍ଠାନମାନ ପାଳନ କରିଛନ୍ତି। କବି ନିର୍ମଳ ଶୁରଦେଓଙ୍କ ସଭାପତିତ୍ବରେ ନୟାଗଡ଼ ପୁରୁଣା ସହର ସ୍ଥିତ ଖାଙ୍କୀମଠରେ ଆୟୋଜିତ ମାତୃଭାଷା ଦିବସରେ ବହୂଭାଷୀ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ସୁକବି ତଥା ଅଭିନେତା ଦେବେନ୍ଦ୍ର ପରମଗୁରୁ ଯୋଗଦେଇ ମାତୃଭାଷାର ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। କବୟିତ୍ରୀ ସୂକ୍ଷ୍ମଣୀ ଆନନ୍ଦ ହିନ୍ଦୀରେ, ନୀଳିମା ନନ୍ଦ ସଂସ୍କୃତରେ, କବି ସରୋଜ ସାହୁ ଇଂରାଜୀ ଓ ଶେଖ୍ ଅବଦୁଲ୍ ଖାଲିକ୍ ଉର୍ଦ୍ଦୁ ଭାଷାରେ କବିତା ପାଠ କରିବା ସହିତ ଭାଷାର ଗୁରୁତ୍ଵ ଉପରେ ଆଲୋକପାତ କରିଥଲେ। ଅନ୍ୟମାନଙ୍କ ଭିତରେ ଗୋପୀନାଥ ସେଠୀ, ଗୋପୀନାଥ ପରିଡ଼ା, ହରପ୍ରିୟା ଦ୍ବିବେଦୀ, ପ୍ରତାପ ସାହୁ ଓ ଝିଲିମିଲି…
Read Moreସମର୍ପଣ ବୃଦ୍ଧାଶ୍ରମ ବାର୍ଷିକ ଉତ୍ସବ ଅବସରରେ ସମର୍ପଣ ପ୍ଳେ ସ୍କୁଲ ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ଠାରେ ଥିବା ସମର୍ପଣ ବୃଦ୍ଧାଶ୍ରମ ପରିସରରେ ଅନୁଷ୍ଠାନର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହା ସହିତ ସମର୍ପଣ ପରିସରରେ ଗଢିଉଠିଥିବା ପ୍ଳେସ୍କୁଲକୁ ମୁଖ୍ଯ ଅତିଥି ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ରିବନ୍ କାଟି ଉଦଘାଟନ କରିଛନ୍ତି। ଏହି ଉପଲକ୍ଷେ ଆୟୋଜିତ ସଭାରେ ସମର୍ପଣ ପରିଚାଳନା କମିଟିର କାର୍ଯ୍ଯନିର୍ବାହୀ ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ ସଭାପତିତ୍ୱ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ପୌରପରିଷଦ ପୌରଧ୍ଯକ୍ଷା ନିରୁପମା ଖଟେଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର ଯୋଗଦେଇ ଥିଲେ। ଏହି ଅବସରରେ ଅନୁଷ୍ଠାନର ସଂପାଦକ ଶ୍ରୀଧର ସାହୁ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ଯ ଅତିଥି ଡକ୍ଟର ସାହୁ କହିଥିଲେ, ମୁଁ ଏ ଅନୁଷ୍ଠାନର ଅତିଥି ନୁହେଁ ମୁଁ ହେଉଛି ଜଣେ ସେବକ। ଆପଣ…
Read Moreଅଧ୍ୟାପକ ଅଧ୍ୟାପିକାଙ୍କ ନଗ୍ନ ଭିଡିଓ ଚିତ୍ର ଭାଇରାଲ ପ୍ରସଙ୍ଗରେ ଉଭୟଙ୍କୁ ବହିଷ୍କାର ଦାବୀ କଲା କଂଗ୍ରେସ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟର ଜନୈକ ବରିଷ୍ଠ ଅଧ୍ୟାପକ ଏବଂ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟର ଅଧ୍ୟାପିକାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ନୟାଗଡ ଏବଂ ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନର ସମ୍ମାନ ଉପରେ ପ୍ରଶ୍ନ ଉଠାଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ। ଅଧ୍ୟାପିକା ଜଣଙ୍କ ନାରିଜାତିର ସମସ୍ତ ଶାଳୀନତା କୁ ଭୃକ୍ଷେପ ନକରି ନିଜ ନଗ୍ନ ଶରୀରକୁ ଭିଡିଓ କଲିଂରେ ସେୟାର କରି ନିଜର ଚାରିତ୍ରିକ ବିଶୃଙ୍ଖଳିତ ଆଚରଣ ପାଇଁ ଦୁଇ ଅଧ୍ୟାପକ ଅଧ୍ୟାପିକାଙ୍କୁ ବହିଷ୍କାର କରିବା ପାଇଁ ଉଭୟ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷଙ୍କୁ ଭେଟି ଦାବୀ ଜଣାଇବା ସହ ସ୍ଥାନୀୟ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କୁ ମଧ୍ୟ ଦାବୀ କରିଛନ୍ତି କଂଗ୍ରେସ ନେତା। ନଗ୍ନ ଭିଡିଓର ସତ୍ୟତାକୁ ଆଧାର କରି ଟାଉନ…
Read Moreମିଶନ ଶକ୍ତି ଉପଦେଷ୍ଟାଙ୍କ ନୟାଗଡ଼ ଗସ୍ତ, ଖଣ୍ଡପଡ଼ା ଏବଂ ଭାପୁରରେ ମିଶନ ଶକ୍ତି ମା’ମାନଙ୍କ ସହ ଆଲୋଚନା
ନୟାଗଡ଼,(ନୟାଗଡ଼ ଦର୍ପଣ): ମିଶନ ଶକ୍ତିର ଉପଦେଷ୍ଟା ଡାଃ ଲୋପାମୁଦ୍ରା ବକ୍ସିପାତ୍ର ନୟାଗଡ଼ ଜିଲ୍ଲାର ଖଣ୍ଡପଡା ଏବଂ ଭାପୁର ଗସ୍ତ କରିଛନ୍ତି। ଖଣ୍ଡପଡ଼ା ବ୍ଲକ ସଭା କକ୍ଷରେ ମିଶନ ଶକ୍ତିର କମ୍ଯୁନିଟି ସପୋର୍ଟ ଷ୍ଟାଫ୍ ଏବଂ GPLFs BLFର ଲିଡର ମାନଙ୍କ ସହିତ ଆଲୋଚନା କରିଥିଲେ। ସରକାରଙ୍କ ବିଭିନ୍ନ ଯୋଜନା ଓ ଉପକାରିତା ବିଷୟର ଆଲୋଚନା କରିଥିଲେ। ବ୍ଲକ ସ୍ତରରେ ତାଲିମ୍ର ବ୍ୟବସ୍ତା କରି SHGରୁ SMEହେବା ପାଇଁ ପରାମର୍ଶ ଦେଇଥିଲେ। ପ୍ରତି ପଞ୍ଚାୟତରେ SHGରୁ SME କରିବା ପାଇଁ ସମସ୍ତେ ଚେଷ୍ଟା କରିବା ଦରକାର। ଇ.ସି ସଦସ୍ୟମାନେ ପ୍ରତି ପଞ୍ଚାୟତରେ ବୁଲି ବୁଲି SHGମାନଙ୍କୁ ବୁଝାଇବା ଦର୍କାର। ବ୍ୟାଙ୍କ୍ ରୁଣ ସୁଧ ରିହାତି scooty ମିଶନ ଶକ୍ତି ଘର ପଞ୍ଚାୟତ ମହାସଂଘ ଘର ପାଇଁ ଟଙ୍କା ଠାରୁ ଆରମ୍ଭ କରି ମିଶନ ଶକ୍ତି କାଫେ, ମିଶନ ଶକ୍ତି…
Read Moreଆସନ୍ତା ସମୟରେ ଓଡ଼ିଆ ଭାଷା ସମଗ୍ର ବିଶ୍ୱ- ଭାଷାକୁ ପ୍ରଭାବିତ କରିବ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆମ ଭାବନା ଓ ବିଚାରକୁ ସ୍ପଷ୍ଟ ବ୍ୟକ୍ତ କରିବାର ମାଧ୍ୟମ ହେଉଛି ମାତୃଭାଷା। ବହୁରାଷ୍ଟ୍ରୀୟକରଣ ସମୟରେ ମାତୃଭାଷା, ଗାଁ ଗହଳିର ଢଗଢମାଳିର ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ବର୍ତ୍ତମାନ ସମୟରେ ବିଭିନ୍ନ ବୈଦ୍ଧିକ ପ୍ରାଚୀନ କୀର୍ତ୍ତି ସବୁର ରକ୍ଷାକରିବା ତଥା ମାତୃଭାଷାର ସଂରକ୍ଷଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।ଓଡିଆ ଭାଷା ସାହିତ୍ୟ ବେଶ୍ ସମୃଦ୍ଧ ଏବଂ ଆସନ୍ତା ସମୟରେ ଆମର ମାତୃଭାଷା ସମଗ୍ର ବିଶ୍ୱର ଭାଷାକୁ ପ୍ରଭାବିତ କରିବ ବୋଲି କଳା, ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ତଥାସ୍ତୁ ଆନୁକୁଲ୍ୟରେ ଅନୁଷ୍ଠିତ ବିଶ୍ୱ ମାତୃଭାଷା ଦିବସ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।ନୟାଗଡର ସଂସ୍କୃତି ପୁରୁଷ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ଵନାଥ ମହାପାତ୍ର, ଅଶୋକ କୁମାର ନାୟକ, ଗୋଦାବରୀଶ ମିଶ୍ର, ଡ. ପ୍ରାଣକୃଷ୍ଣ ବେହେରା, ମହମ୍ମଦ ଓମାର ମଲ୍ଲିକ, ସୁଦର୍ଶନ ପ୍ରଧାନ ପ୍ରମୁଖ ମାତୃଭାଷାର…
Read Moreନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ବିଶ୍ୱ ମାତୃଭାଷା ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାଙ୍ଗଣରେ ଚଳିତ ବର୍ଷର ବିଶ୍ଵ ମାତୃଭାଷା ଦିବସ ବହୁ ଆଡମ୍ବରରେ ପାଳିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ର ବିଶିଷ୍ଟ କବି ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋଦାବରୀଶ ମିଶ୍ର ମୁଖ୍ୟଅତିଥି ଏବଂ ସାହିତ୍ୟିକ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତାଭାବେ ଯୋଗଦାନ ଦେଇ ମାତୃଭାଷାର ଆଧାର କରି ଦେଶ ତଥା ଜାତିର ଉନ୍ନତି ସମ୍ଭବ ଏବଂ ଏହା ସହ ପିତାମାତାଙ୍କ ଏ ଦିଗରେ ପ୍ରୋତ୍ସାହନ ନିତ୍ୟାନ୍ତ ଆବଶ୍ୟକ ବୋଲି ଶିଶୁମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଏହି ଅବସରରେ ୧୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଭାଷାସାହିତ୍ୟର ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ମହାପାତ୍ର ଶିଶୁମାନଙ୍କ ସମ୍ମୁଖରେ ଓଡ଼ିଶୀ ସଙ୍ଗୀତର ପରିବେଷଣ କରିଥିଲେ। ପରିଶେଷରେ ବିଦ୍ୟାଳୟର ବରିଷ୍ଠ…
Read Moreନୟାଗଡ଼ ବ୍ଲକର ୨୯ଟି ପଞ୍ଚାୟତର ୨୨୦୫ଜଣ ନୂତନ ହିତାଧିକାରୀ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାର ମଧୁବାବୁ ପେନ୍ସନ୍ଯୋଜନାରେ ମାସିକ ୫୦୦ ଟଙ୍କା ବୃଦ୍ଧି କରିଛନ୍ତି । ସେହିପରି ଜାତୀୟ ସାମାଜିକ ସହାୟତା ଅଧୀନରେ ରାଜ୍ୟ ସରକାର ଅତିରିକ୍ତ ପ୍ରୋତ୍ସାହନ ରାଶିକୁ ୫୦୦ ଟଙ୍କା ବୃଦ୍ଧି କରିଛନ୍ତି । ରାଜ୍ୟର ସର୍ବନିମ୍ନ ସାମାଜିକ ସୁରକ୍ଷା ଭତ୍ତା ୧୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି ଅବସରରେ ଆଜି ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ କକ୍ଷରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ପୌରଧ୍ୟକ୍ଷା ନିରୁପମା ଖଟେଇ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସଭ୍ୟ…
Read Moreନୟାଗଡ଼ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ୧୦୦୦ଟଙ୍କା ସହାୟତା ପ୍ରଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ନୟାଗଡ଼ରେ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ବଜାର ଦରକୁ ଦୃଷ୍ଟିରେ ରଖି ସାଧାରଣ ଖାଉଟୀମାନେ ଆର୍ଥିକ ବୋଝରୁ ମୁକୁଳିବା ପାଇଁ ନୂତନ ଭାବେ ସରକାରଙ୍କ ତରଫରୁ ଦିଆଯାଇଥିବା ଟ.୧୦୦୦/-ର ସହାୟତା ରାଶି ପ୍ରଦାନ ନୟାଗଡ଼ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଶୁଭ ଉଦ୍ଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ହିତାଧିକାରୀମାନଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କହିଲେ ଯେ, ନବୀନ ସରକାର ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ଯୋଜନା ମଧ୍ୟରେ ଖାଦ୍ୟ ସୁରକ୍ଷା ଅତି ଉତ୍ତମ ଯୋଜନା। ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ବୃଦ୍ଧି ବର୍ଷକୁ ଦୁଇଥର ହୋଇଥାଏ । ସାଧାରଣ ଗରୀବର ମହଙ୍ଗା ବୃଦ୍ଧି ବିଷୟରେ ସରକାର ସଚେତନ ହୋଇ ସେମାନଙ୍କୁ ୧୦୦୦ଟଙ୍କା ପ୍ରଦାନ କରିଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ…
Read More