ଧାଡ଼ିକିଆ ଖବର, ତାରିଖ-୧୯.୦୪.୨୪ (ଶୁକ୍ରବାର)

⭕ଉଦଳା – ଖୁଣ୍ଟା – ବାରିପଦା ମୁଖ୍ୟ ରାସ୍ତାରେ ଟ୍ରାକ୍ଟର- ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ୧ ଗୁରୁତର ।

⭕ବରଗଡ଼ ଟାଉନ୍ ଥାନା ପୋଲିସ୍ ପକ୍ଷରୁ ପିକ୍ଅପ୍ ଭ୍ୟାନରୁ ୧୦ଲକ୍ଷ ଟଙ୍କା ଜବତ ।

⭕ମାଲକାନଗିରି ସୀମାନ୍ତ ଛତିଶଗଡରେ ମାତିଲେ ମାଓବାଦୀ , ଭୋଟ ବର୍ଜନର ଧମକ ଦେଇ ଲଗାଇଲେ ବ୍ୟାନର ଓ ପୋଷ୍ଟର ।

⭕ୟୁରୋପ ଓ ଆମେରିକାରେ ବନ୍ଦ ହୋଇଯାଇଛି, ଭାରତରେ କିପରି ଚାଲୁଛି ଇଭିଏମ୍ ? ସୁପ୍ରିମକୋର୍ଟଙ୍କୁ ଉତ୍ତର ରଖିଲେ ନିର୍ବାଚନ କମିଶନ ।

⭕ବରଗଡ଼ ଜିଲ୍ଲା ବରପାଲିରେ ବ୍ୟାଙ୍କରେ ବନ୍ଧୁକ ଦେଖାଇ ଲୁଟି ନେଲେ ଦୁର୍ବୃତ୍ତ, ୧୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍ ।

⭕କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ବଳରାମପୁରରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଚା ପିଉଥିବା ବେଳେ ଯୁବକଙ୍କୁ ୧୬ ଥର ଛୁରାମାଡ କରି ହତ୍ୟା ।

⭕ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଇଡିର ନୂଆ ଦାବି, ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇବାକୁ ନିଜ ସ୍ୱାସ୍ଥ୍ୟ କରୁଛନ୍ତି ଖରାପ ।

⭕କାଲି ପଡିବ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଭୋଟ, ୧୦୨ ଲୋକସଭା ଆସନ ପାଇଁ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧରଣ କରିବେ ୧୬କୋଟି ୬୩ଲକ୍ଷ ଭୋଟର ।

⭕ଫାଇଭ-ଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କାଠଗଡ଼ାକୁ ଟାଣିଲେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ୱେବସାଇଟରେ ଫାଇଭ-ଟି ତଥ୍ୟ ଉଭାନକୁ ନେଇ ବର୍ଷିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

⭕ପ୍ରଚଣ୍ଡ ତାତିରେ ଦୁର୍ଦ୍ଦଶା ବଢ଼ାଉଛି ଅଘୋଷିତ ପାୱାର କଟ୍, ମେଣ୍ଟେନାନ୍ସ ଆଳରେ ୨ରୁ ୩ ଘଣ୍ଟା ବିଜୁଳି ଠପ୍ ।

⭕୭୭ ବର୍ଷରେ ସାଂସଦଙ୍କ ବେତନ ବଢିଛି ୨୫୦ ଗୁଣା, ,ଏହା ସହ ମିଳୁଛି ୬ ପ୍ରକାର ଭତ୍ତା ।

⭕ଓଡିଶା‌ରେ ଆପ୍ ଘୋଷଣା କଲା ୩୭ବିଧାନସଭା ପ୍ରାର୍ଥୀ।

⭕ପାଣି ସମସ୍ୟା ପାଇଁ ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେକ୍ଚି ଧରି ବସିଲେ ସାହି ବାସିନ୍ଦା।

⭕ଥଣ୍ଡା କି ଜ୍ବର ହୋଇଥିଲେ ଏବେ ଗ୍ରୋସରୀ ଦୋକାନରେ ପାଇବେ ଔଷଧ, ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି ।

⭕ୟୁକ୍ରେନ ଉପରେ ରୁଷ୍‌ର କ୍ଷେପଣାସ୍ତ୍ର ମାଡ, ୧୭ ମୃତ, ୬୧ ଆହତ ।

⭕Nestle ର ଭେଦଭାବ: ଭାରତରେ ବିକ୍ରି ହେଉଥିବା ସେରେଲାକ୍‌ରେ ମିଶୁଛି ଚିନି, ଚକିତ କଲା ଷ୍ଟଡି ରିପୋର୍ଟ ।

⭕ପଞ୍ଜି ସ୍କାମ୍‌ରେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ୯୭ କୋଟିର ସମ୍ପତ୍ତି ଜବତ କଲା ED ।

⭕ରାଜଧାନୀରେ ସାବାଡ଼ ହେବେ ରୋଡ୍‌ ରୋମିଓ, ମହିଳାଙ୍କ ସୁରକ୍ଷା ପାଇଁ ଗଠନ ହେଲା ସ୍ପେଶାଲ ସ୍କ୍ୱାର୍ଡ HER ଟିମ୍‌ ବା ହାଇଲି ଏଫିସିଏଣ୍ଟ ରେସପନ୍ସ ଟିମ୍।

⭕ରାମନବମୀଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପାରମ୍ପରିକ ସାହିଜାତ, ରାମଜନ୍ମଠାରୁ ରାବଣ ବଧ ଯାଏଁ ସବୁ କଳା ଦେଖାଉଛନ୍ତି କଳାକାର ।

⭕ବିଜେଡି ଛାଡ଼ି କଂଗ୍ରେସରେ ଯୋଗଦେଲେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ।

⭕ନିମାପଡ଼ାରୁ ସମୀର ଦାଶଙ୍କ ଟିକେଟ କଟିବା ପରେ ସମର୍ଥକଙ୍କ ମେଳି, ନିଷ୍ପତି ନବଦଳାଇଲେ ସମୁହ ଇସ୍ତଫା ଦେବାକୁ ଚେତାବନୀ ।

⭕ବିଜେଡିର ନିର୍ବାଚନୀ ଇସ୍ତାହାର ପାଇଁ ଲୋକଙ୍କ ମତାମତ ମାଗିଲେ ଭିକେ ପାଣ୍ଡିଆନ । କହିଲେ, ଓଡ଼ିଶାବାସୀ ଯାହା ଚାହିଁବେ ସେହି ଅନୁସାରେ ପ୍ରସ୍ତୁତ ହେବ ଇସ୍ତାହାର ।

⭕ପ୍ରଚାର ମଇଦାନରେ ମୁହାଁମୁହିଁ ହେବେ କି ବର୍ଷା-ଅନୁଭବ ? ବିଜେଡିରେ ବର୍ଷା ମିଶିବା ପରେ ବଢ଼ିଲା ଚର୍ଚ୍ଚା ।

⭕ନଦୀରେ ଗାଧୋଇବା ବେଳେ ଅଘଟଣ, ଯାଜପୁରରୋଡ଼ ଜୋକଡିଆ ଖରସ୍ରୋତା ନଦୀରେ ବୁଡ଼ି ୨ ଭାଇ ନିଖୋଜ ।

⭕ନାମାଙ୍କନ ଭରିଲେ ନବରଙ୍ଗପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ, ସେପଟେ ଚିକିଟି ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ମନୋରଞ୍ଜନ।

⭕ଜାଣିଶୁଣି ଆମ୍ବ-ପୁରୀ-ମିଠା ଖାଇ ଜେଲ୍‌ରେ ବେଲ୍‌ ପ୍ଲାନ୍‌ କରୁଛନ୍ତି କେଜ୍ରିୱାଲ ! ଯାହାଫଳରେ ଚିକିତ୍ସା ଆଳ ଦେଖାଇ ନେଇପାରିବେ ଜାମିନ । କୋର୍ଟରେ ଅଭିଯୋଗ କଲା ଇଡି ।

⭕ଜାତୀୟ ରାଜପଥ ୫୫କୁ ନେଇ ଚିନ୍ତାପ୍ରକଟ କଲେ ପ୍ରଣବ ପ୍ରକାଶ ଦାସ, ବିଜୁ ଏକ୍ସପ୍ରେସ ୱେ ଏବଂ ଜାତୀୟ ରାଜପଥ ୫୫ର ଫଟୋ ଜାରି କଲେ କଟାକ୍ଷ ।

⭕ସୋସିଆଲମିଡିଆରେ ଟେଲିଗ୍ରାମ ଫ୍ରଡ୍ ହେଉଛି, ଅଜଣା ଲିଙ୍କରେ କ୍ଲିକ ନକରିବାକୁ ଡିସିପି ଦେଲେ ସୂଚନା ।

⭕ଆହୁରି ଶକ୍ତିଶାଳୀ ହେଲା ଚେନ୍ନାଇ, ଡେଭନ୍ କନୱେଙ୍କ ସ୍ଥାନରେ ଦଳରେ ସାମିଲ ହେଲେ ରିଚାର୍ଡ ଗ୍ଲିସନ୍ ।

⭕ଟକମକ ହୋଇ ଫୁଟିଲା ରାଜଧାନୀ, ୪୩.୬ ଡିଗ୍ରୀ ସହ ପାଲଟିଲା ସବୁଠୁ ଉତ୍ତପ୍ତ ।

Related posts