ନୟାଗଡ଼,(ନୟାଗଡ଼ ଦର୍ପଣ): ଶରଣକୁଳ ନିକଟବର୍ତ୍ତୀ ବାଉଁଶିଆ ଗ୍ରାମରେ ଥିବା ଦିବ୍ୟାଙ୍ଗ, ଅସହାୟ, ବୃଦ୍ଧବୃଦ୍ଧା ଏବଂ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ସାହାରା “ଆଶ୍ରୟ”ର ଦିବ୍ୟାଙ୍ଗ ସେବାଶ୍ରମ ପରିସରରେ ପ୍ରତିବର୍ଷ ଭଳି ଆଜି “ଆଶ୍ରୟର ସେବା ସଂସ୍କୃତି ଉତ୍ସବ- ୨୦୨୪” ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଶ୍ରୟ ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ତଥା ସାମାଜସେଵୀ ଲୋକନାଥ ଦାଶ ସଭାପତିତ୍ୱ କରିଥିଲାବେଳେ ଅତିଥି ଭାବେ ପୂର୍ବତନ ମହିଳା କମିଶନର, ଓଡିଶା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି, ବରିଷ୍ଠ କୈବୟତ୍ରୀ ବସରିନ ବିବି, ଖ୍ୟାତନାମା ସାହିତ୍ୟିକ ଓ ଗବେଷକ ତଥା ଆଶ୍ରୟର ଦିଗଦ୍ରଷ୍ଟା ଦାଶ ବେନହୁର, ନାଟ୍ୟଭୂଷଣ ଡ. ବିଜୟ ଚୌଧୁରୀ, ଶରଣକୂଳ ମହାବିଦ୍ୟାଳୟ ଅଧକ୍ଷ ବସନ୍ତ କୁମାର ରଥ, ଅବସରପ୍ରାପ୍ତ ଶିକ୍ଷକ ତଥା କବି ବ୍ରଜବନ୍ଧୁ ମହାପାତ୍ର ଯୋଗଦେଇ ଥିଲେ। ଅତିଥି ମାନେ ଦିବ୍ୟାଙ୍ଗ, ଅସହାୟ, ବୃଦ୍ଧବୃଦ୍ଧା ଏବଂ ମାନସିକ ବିକାରଗ୍ରସ୍ତ…
Read MoreCategory: ନୟାଗଡ଼
ଦଶପଲ୍ଲାର ମହାବୀର ବଣିକ ମହାସଂଘର ବାର୍ଷିକ ଉତ୍ସବ, ୨୭ତାରିଖରେ ୧୦ ଘଣ୍ଟିଆ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ବନ୍ଦ୍ ରହିବ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲାର ୧୪ଗୋଟି ବଜାରକୁ ନେଇ ଗଠିତ ମହାବୀର ବଣିକ ମହାସଂଘର ୧୩ତମ ବାର୍ଷିକ ସାରସ୍ୱତ ଉତ୍ସବ ଆସନ୍ତା ୨୭ତାରିଖ, ମଙ୍ଗଳବାର ଦିନ ପାଳନ ହେବାକୁ ଯାଉଛି। ଉକ୍ତଦିନ ସକାଳୁ ଦିନ ୩ଘଣ୍ଟା ପର୍ଯ୍ୟନ୍ତ ଦଶପଲ୍ଲାର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନର ଦୋକାନ ବଜାର ୧୦ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ ବନ୍ଦ୍ ରହିବ। ସକାଳ ୮ ଘଣ୍ଟା ସମୟ ରେ ଦଶପଲ୍ଲାର ବିଶ୍ୱକର୍ମା ବଜାର ଠାରୁ ବିଶାଲ ବାଇକ୍ ଶୋଭାଯାତ୍ରା ବାହାରି ସମସ୍ତ ବଜାର ପରିକ୍ରମା ପରେ ଆରାଧ୍ୟ ଦେବ ଶ୍ରୀ ରଘୁନାଥ ଓ ଶ୍ରୀ ମହାବୀରଙ୍କ ମନ୍ଦିର ପର୍ଯ୍ୟନ୍ତ ଯାଇ ମହାସଂଘ ଠାରେ ଆୟୋଜିତ ସମାବେଶ ସ୍ଥଳକୁ ପଟୁଆର ପ୍ରତ୍ୟାବର୍ତ୍ତନ କରିବ। ଶୋଭାଯାତ୍ରା ଯିବା ବେବେ ପୂର୍ବ ପରମ୍ପରା ଅନୁଯାୟୀ ରାସ୍ତା ପାର୍ଶ୍ବରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଡାକ୍ତରଖାନାରେ ଥିବା ଦୁସ୍ଥ…
Read Moreଶିଖରପୁରରେ ସି.ପି.ଆଇ.ଏମର କର୍ମୀ ସମ୍ମିଳନୀ
ଶରଣକୁଳ, (ନୟାଗଡ଼ ଦର୍ପଣ): ଶିଖରପୁରଠାରେ ସି.ପି.ଆଇ.(ଏମ୍) ପକ୍ଷରୁ ଏକ ବଡ଼ ଧରଣର କର୍ମୀ ସମ୍ମିଳନୀରେ କେନ୍ଦ୍ରରେ କୃଷକ-ଶ୍ରମିକ ବିରୋଧୀ ବିଜେପି ମେଣ୍ଟ ସରକାରକୁ ଏବଂ ତାକୁ ସମର୍ଥନ କରୁଥିବା ଓଡିଶାର ବିଜେଡ଼ି ଦଳକୁ ଆଗାମୀ ସାଧାରଣ ନିର୍ବାଚନରେ ପରାସ୍ତ କରିବା ପାଇଁ ନିଷ୍ପତ୍ତି ନେବା ସହିତ ସି.ପି.ଆଇ.ଏମ୍ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଅଣ୍ଟା ଭିଡିବାକୁ ଶପଥ ନିଆଯାଇଛି। ପାର୍ଟିର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ୍ ସୁରେଶ ପାଣିଗ୍ରାହୀ ଓ ଦୁଷ୍ମନ୍ତ ଦାସ କେନ୍ଦ୍ର ବିଜେପି ସରକାରର ଦରବୃଦ୍ଧି ନୀତି,ଘରୋଇକରଣ ନୀତି, ଗଣତନ୍ତ୍ର ଆଉ ସାମ୍ବିଧାନିକ ବିଧିବ୍ୟବସ୍ଥା ବିରୋଧୀ ଏକଛତ୍ରବାଦ ନୀତି ବିରୁଦ୍ଧରେ ବ୍ୟାପକ ଆଲୋଚନା ରଖିଥିଲେ। ଜିଲ୍ଲାର ଅନ୍ୟତମ ନେତୃତ୍ବ କମ୍ରେଡ୍ ଶରତଚନ୍ଦ୍ର ବେହେରା, ଗୋଲକ ବିହାରୀ ମୁଦୁଲି, ପବିତ୍ର ଇନ୍ଦ୍ରଜିତ, ନିତ୍ୟାନନ୍ଦ…
Read Moreମାର୍ଚ୍ଚ ୩ରେ ନୟାଗଡ଼ ସାହିତ୍ୟ ଉତ୍ସବକୁ ନେଇ ନୟାଗଡ଼ରେ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ଆନୁକୂଲ୍ୟରେ ଆୟୋଜିତ ହେଉଛି ଜିଲ୍ଲାର ସର୍ବବୃହତ୍ ସାରସ୍ୱତ ସମାବେଶ ତୃତୀୟ ନୟାଗଡ଼ ସାହିତ୍ୟ ଉତ୍ସବ। ଆଜି ଅପରାହ୍ଣରେ ସ୍ଥାନୀୟ ସିନ୍ଦୁରିଆ ବିଦ୍ୟାଳୟ ପ୍ରାଙ୍ଗଣରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତା ମାର୍ଚ୍ଚ ୩ ତାରିଖ ରବିବାର ଦିନ ଏହି ଉତ୍ସବ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ନବନିର୍ମିତ ବଲାଙ୍ଗି ବନ୍ଧ ପ୍ରମୋଦ ଉଦ୍ୟାନ ପରିସରରେ ଏହି ଉତ୍ସବ ଆୟୋଜିତ ହେବ ବୋଲି ବିଶିଷ୍ଟ ଲେଖକ ତଥା ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି। ନୟାଗଡ଼ର ଲେଖକଙ୍କ ଭିତରେ ସହଭାବ (fellow feelings) ବୃଦ୍ଧି କରିବା ସହ ଆଞ୍ଚଳିକ ସାହିତ୍ୟର ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ୨୦୨୧ ମସିହାଠାରୁ ଏ ଉତ୍ସବ ଆୟୋଜିତ ହୋଇଆସୁଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏଥର ଜିଲ୍ଲାର…
Read Moreଯକ୍ଷ୍ମା ମୁକ୍ତ ପଞ୍ଚାୟତ ସଚେତନତା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପଞ୍ଚାୟତ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟିବି ମୁକ୍ତ ପଞ୍ଚାୟତ ସଂପର୍କରେ ସମସ୍ତ ପଞ୍ଚାୟତ ବିଭାଗ କର୍ମକର୍ତାଙ୍କୁ ନେଇ ଜିଲ୍ଲାପରିଷଦର ସୃଜନ ଗୃହରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା, ରାଜ୍ୟ ଯକ୍ଷ୍ମା ବିଭାଗ ଯୁଗ୍ମ ନିର୍ଦେଶକ ଅର୍ଘ୍ୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଯକ୍ଷ୍ମା ରୋଗର ଚିକିତ୍ସା ଓ ନିରାକରଣ ଯକ୍ଷ୍ମାମୁକ୍ତ ପଞ୍ଚାୟତ ଗଠନ କରିବା ପାଇଁ ପଞ୍ଚାୟତ ସ୍ତରରେ ସଚେତନତା କରାଯିବା ପାଇଁ ଆଲୋଚନା ହୋଇଥିଲା।ଅତିରିକ୍ତ…
Read Moreଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ତାଲିମ ଓ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗ୍ରୀଷ୍ମ ପ୍ରବାହ ମୁକାବିଲା ଓ ପ୍ରସ୍ତୁତି ନିମନ୍ତେ ଏକ ଜିଲ୍ଲାସ୍ତରୀୟ ତାଲିମ ଶିବିର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ଡି.ପି.ଆର.ସି. ସଭାଗୃହରେ ଆୟୋଜନ କରାଯାଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ ସଭାପତିତ୍ୱ କରିଥିଲେ । ସମ୍ବଳ ବ୍ୟକ୍ତିତ୍ଵ ଭାବରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତପତି ରାଜ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ନୌସଦ୍ ଅଲ୍ଲୀ ଖାଁ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶୋକ କୁମାର ରଥ ଯୋଗ ଦେଇଥିଲେ । ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ସେମାନଙ୍କର ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ କାର୍ଯ୍ୟ ଖସଡ଼ା ଉପସ୍ଥାପନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ସବୁ ବିଭାଗ କିପରି ପ୍ରସ୍ତୁତ ରହିବେ ତାହା ଉପରେ ମତ…
Read Moreମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବହୁମୁଖୀ ଇନଡୋର ଷ୍ଟାଡିୟମ ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭାସୀ ମାଧ୍ୟମରେ ନୟାଗଡ଼ଠାରେ ବହୁମୁଖୀ ଇନଡୋର ଷ୍ଟାଡିୟମର ଉଦ୍ଘାଟନ କରିଛନ୍ତି । ଏହି ଉପଲକ୍ଷେ ନୟାଗଡ଼ ଇନ୍ଡୋର ଷ୍ଟାଡିୟମ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ଅର୍ଚ୍ଚନା ଦାସ, କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ଓ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଧାୟକ ଡ. ସାହୁ କ୍ରୀଡ଼ାର ବିକାଶ ନିମନ୍ତେ ଏହି ବହୁମୁଖୀ ଷ୍ଟାଡିୟମ ଅନେକ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନୟାଗଡ଼ ଜିଲ୍ଲାର କ୍ରୀଡ଼ାର ବିକାଶ ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି ।…
Read Moreନୟାଗଡ଼ରେ କୃଷକ କଳାଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ଵାନରେ ଦିଲ୍ଲୀଠାରେ ଚାଲିଥିବା କୃଷକ ଆନ୍ଦୋଳନ ଉପରେ ହରିଆଣା ପୋଲିସ୍ ର ଗୁଳି ମାଡ଼ରେ ସହୀଦ ହୋଇଥିବା ଯୁବ କୃଷକ ନେତା ଶୁଭ କରନ୍ ସିଂ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପୂର୍ବକ ନୟାଗଡ଼ ଜିଲ୍ଲା ସଦରମହକୁମା ଠାରେ କିଷାନ ମୋର୍ଚ୍ଚା ପକ୍ଷରୁ କଳାଦିବସ ପାଳନ କରାଯାଇଛି। ଚାଷୀ ଫସଲର ଲାଭଜନକ ଦର ପାଇଁ ସ୍ଵାମୀନାଥନ୍ କମିସନଙ୍କ ସୁପାରିଶ ଲାଗୁ କରିବା, ସର୍ବନିମ୍ନ ଦର ଆଇନ ସୁନିଶ୍ଚିତ କରିବା, ଚାଷୀକୁ ରୂଣମୁକ୍ତ କରିବା ପାଇଁ ଋଣଛାଡ଼ କରିବା, ବିଦ୍ୟୁତ ଘରୋଇକରଣ ବନ୍ଦ କରିବା ପ୍ରଭୃତି ଦାବିରେ ଚାଲିଥିବା ଆନ୍ଦୋଳନକୁ ଦବେଇଦେବା ପାଇଁ କେନ୍ଦ୍ର ବିଜେପି ସରକାର ଯେଉଁ ଦମନମୂଳକ ଆକ୍ରମଣ କରିଚାଲିଛି, ତାହା ଇଂରେଜ ଅତ୍ୟାଚାରକୁ ବଳେଇ ଯାଇଛି ବୋଲି ସଂଗଠନର ନେତା ବିଶ୍ଵନାଥ ମହାପାତ୍ର ପ୍ରକାଶ କରିଛନ୍ତି। ସଂଗଠନର…
Read Moreଖଣ୍ଡପଡାରୋଡସ୍ଥ ନିରୋଗ କ୍ଳିନିକ୍ ରେ ଅଲଟ୍ରା ସାଉଣ୍ଡ ଉଦଘାଟନ କଲେ ବିଧାୟକ।
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ଖଣ୍ଡପଡାରୋଡସ୍ଥ ‘ନିରୋଗ’ କ୍ଳିନିକରେ ଅଲଟ୍ରା ସାଉଣ୍ଡ କେନ୍ଦ୍ରକୁ ଉଦଘାଟନ କଲେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ। ନୟାଗଡ଼ ସହରରେ ମାତ୍ର ଦୁଇଟି ଅଲଟ୍ରାସାଉଣ୍ଡ କେନ୍ଦ୍ର ଥିବାରୁ ରୋଗୀମାନେ ବହୁ ହଇରାଣ ହରକତ ହେଉଥିଲେ। ଆବଶ୍ଯକ ସ୍ଥଳେ ଭୁବନେଶ୍ୱର ଯାଉଥିଲେ। ଏହି ଅସୁବିଧାକୁ ଦୂର କରିବା ପାଇଁ ନିରୋଗ କ୍ଳିନିକର ଅଲଟ୍ରା ସାଉଣ୍ଡ ନିଶ୍ଚିତଭାବେ ରୋଗୀମାନଙ୍କୁ ସାହାଯ୍ୟ କରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହି ନିରୋଗ କ୍ଳିନିକରେ ଅତ୍ୟାଧୁନିକ ମେଶିନ ସାହାଯ୍ୟରେ ପାଥୋଲୋଜି, ଏକ୍ସରେ, ଇସିଜି ଠାରୁ ଆରମ୍ଭ କରି ଅଲଟ୍ରାସାଉଣ୍ଡ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସ୍ବାସ୍ଥ୍ଯ ପରୀକ୍ଷା କରାଯାଉଛି ବୋଲି ଏହି କ୍ଳିନିକ୍ ର ପ୍ରୋପ୍ରାଇଟର ସନ୍ତୋଷ କୁମାର ନାୟକ ଓ ସାନଭାଇ ଡାକ୍ତର ମନୋଜ କୁମାର ନାୟକ ପ୍ରକାଶ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ Radiology…
Read Moreଜିଲ୍ଲା ପାଠାଗାର ଉଦ୍ଘାଟନ ଉତ୍ସଵରେ ପାଠାଗାରକୁ ପୁସ୍ତକ ପ୍ରଦାନ କଲେ ସାହିତ୍ୟିକ ଲେଖକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ପାଠାଗାରର ଉଦଘାଟନୀ ପର୍ବ ଅନୁଷ୍ଠିତ ହୋଇଥିଲା। ଆଜିର ଉଦଘାଟନୀ ଉତ୍ସବରେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର୍ ସାହୁ ଫିତା କାଟି ପାଠାଗାର ଉଦଘାଟନ କରିଥଲେ। ପରେ ପରେ ଦକ୍ଷିଣକାଳୀ ପଡ଼ିଆରେ ଆୟୋଜିତ ସଭାରେ ବିଧାୟକ ଡ. ଅରୁଣ କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଓ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବହି ଜୀବନର ବିଶ୍ବସ୍ତ ବନ୍ଧୁ, ସେ କେବେ ଧୋକା ଦିଏନା ବୋଲି ଡ. ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ। ପରେ ପରେ ଜିଲ୍ଲା ଲେଖକ ପରିଷଦ ସମ୍ପାଦକଙ୍କ ଆହ୍ଵାନରେ ସତର ଜଣ କବି/କବୟିତ୍ରୀ ଓ ସାହିତ୍ୟିକ ଜିଲ୍ଲା ପାଠାଗାରକୁ ଆନେକ ବହି ପ୍ରଦାନ୍ କରିଥଲେ। ବହି ପ୍ରଦାନ୍ କରିଥିବା ବଦାନ୍ୟ ବ୍ୟକ୍ତି ଭିତରେ ଜିଲ୍ଲା ଲେଖକ ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର,…
Read More