ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ସୃଜନରେ ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମବାୟ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ପ୍ରମୁଖ ଯୋଗଦାନ କରିଥିଲେ। ଅନନ୍ତ କୁମାର ନାୟକ, DRCS ନୟାଗଡ ଯୋଗଦାନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପରିଚାଳନା କରିଥିଲେ। ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭାକାର୍ଯ୍ୟ ଉଦ୍ଘାଟନ କରାଯାଇଥିଲା ଏବଂ ପରେ ପରେ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମୁଖ୍ୟ ଅତିଥି ଖଣ୍ଡପଡ଼ା ବିଧାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ନୟାଗଡ଼ ଜିଲ୍ଲାକୁ ଆଗଧାଡ଼ିରେ ପହଂଚାଇବାକୁ…
Read MoreCategory: ନୟାଗଡ଼
ଜିଲ୍ଲାସ୍ତରୀୟ ଯୁବ ଉତ୍ସବ-୨୦୨୫
ବିକଶିତ ଭାରତରେ ଯୁବ ନେତୃତ୍ୱଙ୍କ ସଂଳାପ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ-୨୦୨୫ ପାଳନ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା କୁମାରୀ ସାହୁ । ଆସନ୍ତା ତା.୨୭.୧୧.୨୦୨୫ରିଖରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ-୨୦୨୫ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ରାଜ୍ୟ କ୍ରୀଡ଼ା ବିଭାଗଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ୧୫ ରୁ ୨୯ବର୍ଷ ବୟସ୍କ ଯୁବକ ଯୁବତୀମାନଙ୍କ ଦ୍ୱାରା ଜିଲ୍ଲାସ୍ତରୀୟ ୭ଗୋଟି ଇଭେଣ୍ଟରେ ଭାଗନେବାକୁ ସ୍ଥିର କରାଯାଇଛି, ଯଥା- ବିଜ୍ଞାନ ମେଳା/ଲୋକ ସଙ୍ଗିତ /ଲୋକନୃତ୍ୟ (ଦଳଗତ) ହୋଇଥିବା ବେଳେ ଗଳ୍ପ ଲିଖନ/କବିତା ଲିଖନ / ଚିତ୍ରକଳାରେ ଜଣେ ଜଣେ ଭାଗ ନେଇପାରିବେ। ସେଥିପାଇଁ ପୁରସ୍କାର ରହିଛି । ଦଳଗତ…
Read Moreଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆଜି ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଦୁଇଟି ବିଭାଗ ଯଥା ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋଟ ୪୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଶିଶୁ ସୁରକ୍ଷା ଅଧିକାର,ଶିଶୁ ଶିକ୍ଷା ଅଧିକାର,ଶିଶୁ ଉପରେ ବୈଷୟିକ ଜ୍ଞାନର ପ୍ରଭାବ, ବାଲ୍ୟ ବିବାହ,ଶିଶୁ ଶ୍ରମିକ ବିରୋଧରେ ସମାଜ, ଶିଶୁଙ୍କ ଉପରେ ସୋସିଆଲ ମିଡ଼ିଆର କୁପ୍ରଭାବ ତଥା ଶିଶୁ ଚୋରା ଚାଲାଣ ଆଦି ବିଷୟ ସଂପର୍କରେ ଏହି ଚିତାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଧନେଶ୍ୱର ସେଠିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଚିତ୍ରାଙ୍କନ ପ୍ରତିଯୋଗିତାକୁ ଶିକ୍ଷକ ସରୋଜ କୁମାର ବେହେରା, ଭାସ୍କର…
Read Moreଗଳ୍ପ ସଂକଳନ “ଭିନ୍ନ ରଙ୍ଗ” ଉନ୍ମୋଚିତ
ନୟାଗଡ଼, (ନୟାଗଡ଼ ଦର୍ପଣ): କବି ତଥା ଲେଖକ ଧିରେନ୍ଦ୍ର ପଟ୍ଟନାୟକଙ୍କ ନୂତନ ଗଳ୍ପ ସଂକଳନ “ଭିନ୍ନ ରଙ୍ଗ” ଆଜି ରୋଟାରୀ କ୍ଲବ, ନୟାଗଡ଼ରେ ଉନ୍ମୋଚିତ ହେଇଯାଇଛି। ଆଜିର ଏହି ପୁସ୍ତକ ଲୋକାର୍ପଣ ଉତ୍ସବକୁ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ବେଳେ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ସାହିତ୍ୟିକା ବସିରନ୍ ବିବି, କଥାକାର ଅନିଲ ପଣ୍ଡା, କବି ରବିନ୍ଦ୍ର ମହାପାତ୍ର, କବି ମଣିମାଳା ପାଣିଗ୍ରାହୀ, ସମାଜସେବୀ ଶ୍ରୀଧର ସାହୁ, ରୋଟାରିଆନ ଅବିନାଶ ସାହୁ, ରୋଟାରିଆନ ସନ୍ତୋଷ ନାୟକ, ସାମ୍ବାଦିକ ବିଶ୍ବଜିତ ନାୟକ, ସୁଶାନ୍ତ ପାଇକରାୟ, ପ୍ରଦୀପ ବରାଡ଼, କାଜଲ ଡାକୁଆ, ସୌମ୍ୟରଞ୍ଜନ ରଥ, ସୁଜିତ୍ ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଭିନ୍ନ ରଙ୍ଗରେ ମାନବୀୟ ଭାବନା, ଦୈନିକ ଜୀବନ ଓ ସରଳ ଶୈଳୀରେ ଲେଖାଯାଇଥିବା ଗଳ୍ପଗୁଡ଼ିକୁ ସ୍ୱାଗତ…
Read Moreନୟାଗଡ଼ ଶିକ୍ଷକ ଭବନରେ ସିଆଇଟିୟୁର ଜିଲ୍ଲା ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଶ୍ରମିକଙ୍କ ନ୍ୟାୟସଙ୍ଗତ ଦାବି ନେଇ ବ୍ୟାପକ ଓ ଶକ୍ତିଶାଳୀ ଟ୍ରେଡ୍ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଆଜି ନୟାଗଡ଼ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ସିଟୁ ଜିଲ୍ଲା ସମ୍ମିଳନୀରେ ଶ୍ରମିକ ମୁଖିଆମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଶ୍ରମିକ ଶ୍ରେଣୀର ସ୍ଵାର୍ଥ ଲାଗି ପାଚିକା ସହାୟିକା, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ପ୍ରଭୃତି ସ୍କିମ କର୍ମଚାରୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରି ନିଯୁକ୍ତିକୁ ସ୍ଥାୟୀ କରିବା, ସର୍ବନିମ୍ନ ମାସିକ ବେତନ ୨୬ହଜାର ଟଙ୍କା ଓ ଅବସର ଭତ୍ତା ୧୦ହଜାର ଟଙ୍କା କରିବା, ଶ୍ରମିକ ବିରୋଧୀ ଶ୍ରମ କୋଡ ବାତିଲ କରି ପୂର୍ବପରି ଶ୍ରମ ଆଇନକୁ କାର୍ଯ୍ୟକାରୀ କରିବା ଉପରେ ଦୃଢ଼ ଆନ୍ଦୋଳନ ଗଢ଼ି ତୋଳିବାକୁ ସମ୍ମିଳନୀ ନିଷ୍ପତ୍ତି ଗ୍ରହଣ କରିଛି। ସମ୍ମିଳନୀର ପ୍ରାରମ୍ଭରେ ବରିଷ୍ଠ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ର ଲାଲ୍ ପତାକା…
Read Moreଭଏସ୍ ଅଫ୍ ନୟାଗଡ଼ ସିଜିନ-୬ ର ପ୍ରଥମ ପର୍ଯ୍ଯାୟ ଅଡିସନ୍
ସେମିଫାଇନାଲକୁ ଉନ୍ନୀତ ହେଲେ ୨୧ ଯୁବ କଣ୍ଠଶିଳ୍ପୀ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ -୬ର ପ୍ରଥମ ପର୍ଯ୍ଯାୟ ଅଡିସନ୍ ନୟାଗଡ଼ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ପାଞ୍ଚବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼। ଆଜିର ପ୍ରଥମ ପର୍ଯ୍ଯାୟ ଅଡିସନ୍ କାର୍ଯ୍ୟକ୍ରମକୁ ନୟାଗଡ଼ କ୍ଳବ ସଭାପତି ଅଶୋକ କୁମାର ନାୟକ ଓ ଭଏସ୍ ଅଫ୍ ନୟାଗଡ଼ କାର୍ଯ୍ୟକ୍ରମର ଚେୟାରମ୍ୟାନ ତଥା ସମାଜସେବୀ ମିହିର ରଂଜନ ନାୟକ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିବାବେଳେ ପ୍ରତିଯୋଗୀ ତଥା ଅତିଥିମାନଙ୍କୁ ସ୍ବାଗତ କରିଥିଲେ ନୟାଗଡ଼ କ୍ଳବ ସଂପାଦକ ଶ୍ରୀଧର ସାହୁ। ଭଏସ୍ ଅଫ୍ ନୟାଗଡ଼ କମିଟିର ନିର୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟ,…
Read Moreନୀଳମାଧବ ମହାବିଦ୍ୟାଳୟରେ ଏବିଭିପି ତରଫରୁ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ
କଣ୍ଟିଲୋ, (ନୟାଗଡ଼ ଦର୍ପଣ): କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ତରଫରୁ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ସହିତ ଜନଜାତି ଗୌରବ ଦିବସ ଉତ୍ସାହପୂର୍ଣ୍ଣ ପରିବେଶରେ ପାଳନ କରାଯାଇଛି। ଜନଜାତି ଗୌରବ ଦିବସ ଟିକୁ ଅଧିକ ସାର୍ଥକ କରିବା ପାଇଁ ମହାବିଦ୍ୟାଳୟ ପରିସରରେ ସାଧାରଣ ଜ୍ଞାନ, ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମାରେ ମାଲ୍ୟାର୍ପଣ କରି ସମ୍ମାନ ଜଣାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ଜନଜାତି ନାୟକ ବିର୍ସା ମୁଣ୍ଡାଙ୍କ ଜୀବନ, ତ୍ୟାଗ ଓ ସଂଗ୍ରାମ ସମ୍ବନ୍ଧରେ ଅବଗତ କରାଯାଇଥିଲା। ବକୃତା ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ବିର୍ସା ମୁଣ୍ଡାଙ୍କ ଜନଜାତି ଅଧିକାର ପାଇଁ ହୋଇଥିବା ଆନ୍ଦୋଳନ, ତାଙ୍କର ଦେଶଭକ୍ତି ଓ ସମାଜ ସୁଧାର ଧାରଣା ବିଷୟରେ ଉତ୍ସାହିତ ଭାବରେ ମତ ପ୍ରକାଶ କରିଥିଲେ। ସାଧାରଣ ଜ୍ଞାନ…
Read More“ବିଜୁ ମହତାବ ସ୍ଵଚ୍ଛାସେବୀ ସଂଗଠନ” ଏବଂ “GIVE BLOOD SAVE LIFE”ର ମିଳିତ ଆନୁକୁଲ୍ୟରେ ଶିଶୁ ଦିବସ ପାଳିତ
ଇଟାମାଟି, (ନୟାଗଡ଼ ଦର୍ପଣ): ଶିଶୁମାନେ ରାଷ୍ଟ୍ରର ପରିସମ୍ପତି। ଆଜିର ଶିଶୁ କାଲିର ନାଗରିକ। ଦେଶର ଭବିଷ୍ୟତ ଶିଶୁର ଶିକ୍ଷା, ଅଧିକାର ଏବଂ ସାମଗ୍ରିକ ବିକାଶ ଉପରେ ନିର୍ଭର କରେ। ଶିଶୁର ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ଶିକ୍ଷକ, ବାପା, ମା’ ଏବଂ ସମାଜର ଦାୟିତ୍ଵ ବୋଲି “ବିଜୁ ମହତାବ ସ୍ଵଚ୍ଛାସେବୀ ସଂଗଠନ” ଏବଂ “GIVE BLOOD SAVE LIFE” ମିଳିତ ଆନୁକୁଲ୍ୟରେ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟର ପରିସରରେ ଅନୁଷ୍ଠିତ ଶିଶୁ ଦିବସ ଉତ୍ସବ -୨୦୨୫ ରେ ଯୋଗଦାନ କରି ଅତିଥିମାନେ ଏହା କହିଥିଲେ। ଉଭୟ ଅନୁଷ୍ଠାନର ସଭାପତି, ସମାଜସେବୀ ଭାଗିରଥି ବାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଇଟାମାଟିର ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଯୋଗଦାନ କରି ଶିଶୁମେଳାରେ ଭାଗ ନେଇଥିଲେ। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଆରାକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ,…
Read Moreନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଶିଶୁ ଦିବସ ପାଳିତ
“ପିଲାମାନେ ଭଲ ପାଠ ପଢ କିନ୍ତୁ ପିତାମାତାଙ୍କୁ ଭୁଲ ନାହିଁ”- ମୁଖ୍ଯ ଅତିଥି- ରଂଜନ କୁମାର ଦାସ ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଶିଶୁ ଦିବସ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ କେନ୍ଦ୍ରୀୟ ହିନ୍ଦି ସଂସ୍ଥାନ, ଆଗ୍ରାର ରିଜିଓନାଲ ଡାଇରେକ୍ଟର ରଂଜନ କୁମାର ଦାଶ ଯୋଗଦେଇ ମଞ୍ଚରେ ସ୍ଥାପିତ ଠାକୁରଙ୍କ ପ୍ରତିମୂର୍ତ୍ତି ଏବଂ ନେହେରୁଙ୍କ ପ୍ରତିଛବି ରେ ଧୂପଦୀପ ପ୍ରଦାନ ପୂର୍ବକ ପୁଷ୍ପମାଲ୍ଯାର୍ପଣ କରିଥିଲେ। ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ ବିଷୟ ରେ ଆଲୋଚନା କରିବା ସହିତ ଶିଶୁ ମାନଙ୍କ ପ୍ରତି ତାଙ୍କର ଅହେତୁକ ସ୍ନେହ ଶ୍ରଦ୍ଧା…
Read Moreହିନ୍ଦୀ ଶିକ୍ଷକମାନଙ୍କ ନବୀକରଣ ପାଠ୍ୟକ୍ରମ ପ୍ରଶିକ୍ଷଣ ଆରମ୍ଭ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ଆଗ୍ରା ତରଫରୁ ଅଞ୍ଚଳିକ ଭୁବନେଶ୍ୱର କେନ୍ଦ୍ର ଦ୍ୱାରା ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୬୩ଜଣ ହିନ୍ଦୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ହିନ୍ଦୀ ଶିକ୍ଷକ ନବୀକରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଶିକ୍ଷକମାନଙ୍କ ଜ୍ଞାନ, କୌଶଳ ଏବଂ ଶିକ୍ଷଣ ଦୃଷ୍ଟିକୋଣରୁ ନବୀକରଣର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଶିକ୍ଷକମାନଙ୍କୁ ସମୟାନୁସାରେ ଆଧୁନିକ ଏବଂ ପ୍ରଭାବଶାଳୀ ଶିକ୍ଷଣ ଦିଗରେ ସଚେତନ କରିପାରିବ। ଏହି ପ୍ରଶିକ୍ଷଣ ଶିବିର ନଭେମ୍ବର ୧୧ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ମାସ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜିର ଉଦ୍ଘାଟନ ଉତ୍ସବରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରିଣୀ ଗୀତାଞ୍ଜଳୀ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ପ୍ରଶିକ୍ଷକ ରୂପେ ଭୁବନେଶ୍ବର କେନ୍ଦ୍ରର ନିର୍ଦ୍ଦେଶକ ତଥା ଭାଷା ବିଜ୍ଞାନ ଓ ହିନ୍ଦୀ ଭାଷା…
Read More