ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱବିଶ୍ରୁତ ନଭବିଜ୍ଞାନୀ ମହାମହପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ଓରଫ ପଠାଣି ସାମନ୍ତଙ୍କ ୧୯୦ତମ ଜନ୍ମସ୍ମାରକୀ ମହା ସମାରୋହରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଯଦୁମଣି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ,ନୟାଗଡ଼ ପକ୍ଷରୁ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଯୋଗଦାନ କରିଥିବା ବେଳେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ଚଳିତ ବର୍ଷ ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ନୟାଗଡ଼ର ପ୍ରାକ୍ତନ ବନଖଣ୍ଡ ଅଧିକାରୀ ଏଚ. ଡି. ଧନରାଜଙ୍କୁ ‘ନୟାଗଡ଼ ବନ୍ଧୁ’, ଧୂରୀଣ ବିଜ୍ଞାନୀ…
Read MoreCategory: ନୟାଗଡ଼
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଉଦ୍ଘାଟନ କଲେ ଦଶପଲ୍ଲା ବିଧାୟକ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ପରିସରରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣସାରିକା ଜେନାଙ୍କ ତତ୍ବାବଧାନରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହ ବିଭିନ୍ନ ଷ୍ଟଲ୍ ବୁଲି ବିଭିନ୍ନ ବିଭାଗରେ ପଞ୍ଜିକୃତ ହୋଇଥିବା ଲୋକମାନେ କିପରି ସେବା ପାଇ ପାରିବେ ସେ ଉପରେ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଡ଼ିଓ ଅମୃତ କୁମାର ରାଉଳ, ସାଂସଦଙ୍କ ପ୍ରତିନିଧି ଭୀମସେନ ସେଠୀ, ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ନୂଆଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା, ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲଙ୍କ ସମେତ ଜନ ପ୍ରତିନିଧି ଉପସ୍ଥିତ ଥିଲେ। ଅଭିଜ୍ଞ ଡାକ୍ତରମାନଙ୍କୁ…
Read Moreଅନ୍ତର୍ଜାତୀୟ ରାଜନୀତି ଶାସ୍ତ୍ର ଉପରେ ଆଲୋଚନା ଚକ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି। କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ପୌରାହିତ୍ୟ କରି ଛାତ୍ରଛାତ୍ରୀ ମାନଙ୍କୁ ରାଜନୀତି ବିଜ୍ଞାନ ରେ ନିଜର ଭବିଷ୍ୟତ ଗଢିବାକୁ ପରାମର୍ଶ ଦେଇଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରଫେସର ଡକ୍ଟର ସୁଧୀର କୁମାର ପରିଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସେ ‘ବ୍ରିକ୍ସ ପ୍ଲସ ଏଵଂ ଗ୍ଲୋବାଲ ସାଉଥ ର ଅନ୍ତର୍ଜାତୀୟ ଶୃଙ୍ଖଳା ଗଠନରେ ଭୂମିକା ‘ ଉପରେ ନିଜର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ଡକ୍ଟର ଜୟରାମ ସିଂ ସାମଲ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ବିଭାଗୀୟ ଅଧ୍ୟାପକ ମନୋରଞ୍ଜନ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପୁଷ୍ପଲତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋଚନା…
Read Moreପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ୱବିଶ୍ରୁତ ନଭବିଜ୍ଞାନୀ ମହାମହୋପଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ଓରଫ ପଠାଣି ସାମନ୍ତଙ୍କ ୧୯୦ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ଏବଂ ପଠାଣି ସାମନ୍ତ ଜନ୍ମଜୟନ୍ତୀ କମିଟି ପକ୍ଷରୁ ଆଜି ପୂର୍ବାହ୍ନରେ ଧୂପ, ପୁଷ୍ପ ଏବଂ ମାଲ୍ୟାର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ, ପଠାଣି ସାମନ୍ତ ଜୟନ୍ତୀ କମିଟି ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଉପ ସଭାପତି ରଣଜିତ ଦାଶ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟଭୂଷଣ ଡ ବିଜୟ ଚୌଧୁରୀ,ସମାଜସେବୀ ଦାମୋଦର ସାହୁ, ଦୁର୍ଯ୍ୟୋଧନ ସାହୁ,ଡ ନିର୍ମଳ ଶୁରଦେଓ, ଗୋଦାବରୀଶ ମିଶ୍ର, ଗୋକୁଳ ଷଡଙ୍ଗୀ, ସୁରେନ୍ଦ୍ରନାଥ…
Read Moreପୋଷାକ ବିତରଣ ଉତ୍ସବ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ଗ୍ରାମ ପଞ୍ଚାୟତରେ ଥିବା ସରକାରୀ ଶିମିଳି ସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ଅର୍ଜୁନ ମଳିକ ଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅନିରୁଦ୍ଧ ମଳିକଙ୍କ ସମେତ ସମସ୍ତ ସଭ୍ୟସଭ୍ୟା ଯୋଗଦେଇ ୪୩ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ। ପୋଷାକ ବଣ୍ଟନ ସମୟରେ ବିଦ୍ୟାଳୟର ଶିକ୍ଷୟତ୍ରୀ ସୌଦାମିନୀ ଦେଇ, ଶିକ୍ଷକ ଅଚ୍ୟୁତା ନନ୍ଦ ଦାସ, ଅଖିଳ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Read Moreଜିଲ୍ଲାରେ ସନ୍ତୋଷ ଜନକ ସ୍ଥିତିରେ ଚାଲିଛି ଆପାର ପଞ୍ଜିକରଣ କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୂତନ ଶିକ୍ଷାନୀତି-୨୦୨୦ ଏବଂ ଗୋଟିଏ ଦେଶ-ଗୋଟିଏ ଷ୍ଟୁଡେଣ୍ଟ ଆଇଡି ଯୋଜନା ଅଧୀନରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପିଲାଙ୍କ ସମସ୍ତ ତଥ୍ୟ ଗୋଟିଏ ନମ୍ବର ମାଧ୍ୟମରେ ପଞ୍ଜିକରଣ କରିବା ପାଇଁ ଆରମ୍ଭ କରିଛନ୍ତି ଆପାର କାର୍ଯ୍ୟକ୍ରମ। ଏଥିରେ ପ୍ରି-ପ୍ରାଇମେରୀରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ତଥ୍ୟ ଆପାର ମାଧ୍ୟମରେ ପଞ୍ଜିକରଣ କରାଯାଉଛି। ଏହି କ୍ରମରେ ନୟାଗଡ଼ରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଆପାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ସ୍ୱତନ୍ତ୍ର ଆପାର ଶିବିର ଆୟୋଜନ କରାଯାଇ ପିଲାଙ୍କ ସମସ୍ତ ତଥ୍ୟ ପଞ୍ଜିକରଣ କରାଯାଉଛି। ଜିଲ୍ଲା ପ୍ରୋଗ୍ରାମର ସୁଦର୍ଶନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ ଶିକ୍ଷାଧିକାରୀ, ପ୍ରୋଗ୍ରାମର,ସିଆରସିସି ଏବଂ ଶିକ୍ଷକ ମାନେ ସହଯୋଗ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୮…
Read Moreବର୍ଷାଦିନେ ପାଣିକାଦୁଅ ଏବେ ଧୂଳିବାଲିରେ ହନ୍ତସନ୍ତ ସହରବାସୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦର ମହକୁମାରୁ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା ୨୧ନଂ ରାଜ୍ୟ ରାଜପଥର କୋଏନା ଢାବାଠାରୁ ଲେଙ୍କୁଡ଼ିପଡ଼ା ଛକ ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ୧୧ନଂ ୱାର୍ଡ ମଧ୍ୟ ଦେଇ ଯାଇଥିବା ଏହି ରାଜ୍ୟ ରାଜପଥର ଅବସ୍ଥା ଏମିତି ହୋଇଛି ଯେ ବର୍ଷା ଦିନେ ପାଣିକାଦୁଅରେ ସହରବାସୀ ହନ୍ତସନ୍ତ ହେଉଥିବା ବେଳେ ଏବେ ଧୂଳିବାଲିରେ ଅତିଷ୍ଠ ହେଉଛନ୍ତି। ବର୍ଷା ଦିନେ ରାସ୍ତାରେ ୨ଫୁଟ ଗାତ ହୋଇ ପାଣି ଜମିଥିବା ବେଳେ ସେଥିରେ ମେଣ୍ଟାଲ, ଷ୍ଟୋନଡଷ୍ଟ ପକାଇ ନାମକୁ ମାତ୍ର ମରାମତି କରିଥିଲା ପୂର୍ତ୍ତ ବିଭାଗ। ଏବେ ସେହି ଷ୍ଟୋନଡଷ୍ଟ ସ୍ଥାନୀୟ ଅଧିବାସୀଙ୍କ ପାଇଁ କାଳ ସାଜିଥିବା ବେଳେ ରାସ୍ତାରେ ପଡ଼ିଥିବା ମେଣ୍ଟାଲ ଯୋଗୁଁ ପଥଚାରୀ ଏବଂ ବାଇକ ଚାଳକମାନେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏପରିକି ଏହି ରାସ୍ତା…
Read Moreଇଟାମାଟି ବଜ଼ାର ବଣିକ ସଂଘ କମିଟି ଗଠନ
ନୟାଗଡ଼, (ନୟାଗଡ଼ ଦର୍ପଣ): ବଣିକ ସଂଘର ବାର୍ଷିକ ଅଧିବେଶନ ସ୍ଥାନୀୟ ଦୋଳ ମଣ୍ଡପରେ ଅନୁଷ୍ଠିଟ ହୋଇଯାଇଛି। ପ୍ରଥମେ ବ୍ୟବସାୟୀ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଉଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସଭା କାର୍ଯ୍ୟ ଆରମ୍ଭ କରାଯାଇ ନୂତନ କମିଟି ଗଠନ କରାଯାଇଥିଲା। ସମସ୍ତ ବ୍ୟବସାୟୀଙ୍କ ସମ୍ମତିରେ ସଭାପତି କିଶୋର ଚନ୍ଦ୍ର ନାୟକ, ଉପସଭାପତି ବିଷ୍ଣୁ ଚରଣ ସାହୁ, ସମ୍ପାଦକ ଅଜୟ କୁମାର ସାହୁ, ସହ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ, କୋଷାଧକ୍ଷ ବୈଷ୍ଠଵ ଚରଣ ଦାସଙ୍କୁ ମନୋନୀତ କରାଯାଇଥିଲା। ଉପଦେଷ୍ଟା ମଣ୍ଡଳୀ ଶ୍ରବଣ କୁମାର ରାମ, ପ୍ରଶାନ୍ତ ପ୍ରଧାନ, ଆଶିଷ ଅଗ୍ରୱାଲ, ପ୍ରଭାତ କୁମାର ପାତ୍ର, ରାଜକିଶୋର ପୃଷ୍ଟି, ସନ୍ତୋଷ ପାତ୍ର, ଦାମୋଦର ପାତ୍ର, ସୁରେନ୍ଦ୍ର କୁମାର ସାହୁ, ବସନ୍ତ କୁମାର ସାହୁ ରହିଥିବା ବେଳେ କମିଟି ସଭ୍ୟ ସମୀର ଲେଙ୍କା, ପ୍ରମୋଦ ସାହୁ, ଦିଲ୍ଲୀପ…
Read Moreବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଥାନାରେ ଲିଖିତ ଅଭିଯୋଗ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ମାଇଛେଳି ଜଙ୍ଗଲ ନିକଟରେ ବାଇକ୍ ଦୁର୍ଘଟଣାରେ ନବ କିଶୋର ସେନାପତିଙ୍କ ମୃତ୍ୟୁ ହୋଇଥିବା ନେଇ ନବକିଶୋରଙ୍କ ବଡ଼ଭାଇ ସୁଦର୍ଶନ ସେନାପତି ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଥାଉକି ନୟାଗଡ ଜିଲ୍ଲା ରଣପୁର ଥାନା ଗମ୍ଭାରୀଖୋଲ ଗ୍ରାମର ପରିକ୍ଷିତ ସେନାପତିଙ୍କ ପୁଅ ନବକିଶୋର ସେନାପତି ଭଣଜା ବିବାହରେ ଯୋଗଦେବା ପାଇଁ ମସ୍କାବାରୀ ଗ୍ରାମକୁ ଆସିଥିଲେ। ଗତକାଲି ରାତ୍ର ୧୦ଟା ସମୟରେ ମସ୍କାବାରୀ ଗ୍ରାମରୁ ଭଣଜା ବିବାହ ବରଯାତ୍ରୀରେ ଏକ ମୋଟର ସାଇକେଲ OD 25 3017ନମ୍ବର ଗାଡ଼ିରେ ମହିପୁର କଲ୍ୟାଣ ମଣ୍ଡପ ଅଭିମୁଖେ ଯାଉଥିବା ବେଳେ ସମ୍ପଡା-ମାଇଛେଳି ରାସ୍ତା ମଧ୍ୟରେ ପଛରୁ ଆସୁଥିବା ଆଉ ଏକ ମୋଟର ସାଇକେଲ OD 02 BR 2191 ଧକ୍କା ଦେବାରୁ ନବକିଶୋର ଆଗରେ ଯାଉଥିବା ବାଇକରୁ…
Read Moreପ୍ରଧାନମନ୍ତ୍ରୀ ଅନୁସୂଚୀତ ଜାତି ଅଭ୍ୟୁଦୟ ଯୋଜନାର ଉନ୍ନୟନ କାର୍ଯ୍ୟ କମିଟି ଦ୍ୱାରା ଅନୁମୋଦନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାକକ୍ଷରେ ପ୍ରଧାନମନ୍ତ୍ରୀ ଅନୁସୂଚୀତ ଜାତି ଅଭ୍ୟୁଦୟ ଯୋଜନାରେ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ପଞ୍ଚାୟତର ମହିତମା ଗ୍ରାମ ଏବଂ ସିଙ୍ଗାରପଲ୍ଲୀ ପଞ୍ଚାୟତର ସିଙ୍ଗାରପଲ୍ଲୀ ଗ୍ରାମ, ନୟାଗଡ଼ ବ୍ଲକର ଲକ୍ଷ୍ମିପ୍ରସାଦ ପଞ୍ଚାୟତର ଯଦୁପୁର ଗ୍ରାମ ଏବଂ ମୁଥାଗାଡ଼ିଆ ପଞ୍ଚାୟତର ମୁଥାଗାଡ଼ିଆ ଗ୍ରାମ, ଭାପୁର ବ୍ଲକର ଫତେଗଡ଼ ପଞ୍ଚାୟତ ଅନ୍ତର୍ଗତ ମଣିପୁର ଗ୍ରାମ ଏବଂ ପଦ୍ମାବତୀ ପଞ୍ଚାୟତର ହାତୁଆରି ଗ୍ରାମ, ଖଣ୍ଡପଡ଼ା ବ୍ଲକର ବନମାଳିପୁର ପଞ୍ଚାୟତର ବାହାଡ଼ା ଗ୍ରାମ ଇତ୍ୟାଦି ୭ଗୋଟି ଗ୍ରାମର ଅନୁସୂଚୀତ ଜାତିର ଲୋକମାନଙ୍କ ସଂଖ୍ୟା ୫୦%ରୁ ଅଧିକ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିରିକୃତ ୩୬ଗୋଟି ମାନଦଣ୍ଡରେ ଯୋଗ୍ୟ ବିବେଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ସେହି ଗ୍ରାମଗୁଡ଼ିକର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆସିଥିବା ଯୋଜନାଗୁଡ଼ିକ ଜିଲ୍ଲାସ୍ତରୀୟ…
Read More