ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ସେବା ପରିବାରର ବନ୍ଧୁମିଳନ ଉତ୍ସବ ନୟାଗଡ଼ ଝରିଦେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଜିଲ୍ଲାର ବିଭିର୍ଣ୍ଣ ସାମାଜିକ ସଂଗଠନର କର୍ମକର୍ତା ମାନେ ଏକାଠି ହୋଇଥିବା ବେଳେ ଆଗାମୀ ଦିନରେ ସାରା ନୟାଗଡ଼ରେ କିଭଳି ସେବା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବା ସହ ଯୁବକ ମାନଙ୍କୁ ଏଥିରେ ଯୋଡ଼ାଯିବ ସେନେଇ ଆଲୋଚନା ହୋଇଥିଲା। ନୟାଗଡ଼ଜିଲ୍ଲାରେ ସମସ୍ତ ସ୍ବେଛାସେବୀ ସଂଗଠନ ମାନଙ୍କୁ ନେଇ ଜିଲ୍ଲାରେ କିଭଳି ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ଏନେଇ ଉପସ୍ଥିତ ଯୁବ ସ୍ବେଛାସେବୀମାନେ ନିଜର ମତ ରଖିଥିଲେ। ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବନ୍ଧୁମିଳନ ଉତ୍ସବରେ ଡାକ୍ତର ଅରବିନ୍ଦ ଦାଶ,ସମାଜସେବୀ ସନ୍ତୋଷ ପ୍ରଧାନ, ସାମ୍ବାଦିକ ପୁରୁଷୋତ୍ତମ ମହାପାତ୍ର, ଜୟନ୍ଦ୍ର ବେହେରା,ବିଶିଷ୍ଠ ସମାଜସେବୀ ବଂଶୀଧର…
Read MoreCategory: ନୟାଗଡ଼
ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ୭୫ତମ ବାର୍ଷିକ ପୁରସ୍କାର ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟରେ ୭୫ତମ ବାର୍ଷିକ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇସାରିଛି। ଉତ୍ସବ ରେ ମୁଖ୍ୟଅତିଥିଭାବେ ତହସିଲଦାର ଡ଼.ମାନସ ରଞ୍ଜନ ଭୋଇ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସୁଶ୍ରୀ ପ୍ରୀତିବାଳା ରଣା, ସମ୍ମାନୀତ ଅତିଥିଭାବେ ଓଡଗାଁ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାଜକିଶୋର ସାହୁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର, ରୋହିବାଙ୍କ ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମହନ୍ତ ବେହେରା, ବିଦ୍ୟାଳୟ ଆଲୁମିନି କମିଟି ସଭାପତି ଭୀମସେନ ନାୟକ, ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଜଳନ୍ଧର ରଥ, ରୋହିବାଙ୍କ ଗ୍ରାମ ସଭାପତି ରାଜେଶ ସୁବୁଦ୍ଧି, ସମ୍ପାଦକ କାହ୍ନୁଚରଣ ଗୌଡ଼ ସମାଜ ସେବି ଡିଲେଶ୍ଵର ପାତ୍ର ଓ ସଭାପତି ଭାବେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ବାରିକ…
Read Moreରେଳ ଓଭରବ୍ରିଜ ପାର୍ଶ୍ଵ ରାସ୍ତାରେ ନାହିଁ ଷ୍ଟ୍ରିଟ ଲାଇଟ, ଅସୁରକ୍ଷିତ ରାତ୍ର ଫେରନ୍ତା ଯାତ୍ରୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ରେଳ ଷ୍ଟେସନ ପାର୍ଶ୍ଵସ୍ଥ ନୟାଗଡ଼-ଖଣ୍ଡପଡା ରାଜ୍ୟ ରାଜପଥ ଉପରେ ନିର୍ମିତ ରେଳ ଓଭରବ୍ରିଜର ଉଭୟ କଡରେ ମୁଖ୍ୟ ରାସ୍ତାରୁ ବାହାରି ରେଳ ଷ୍ଟେସନକୁ ଯାଇଥିବା ରାସ୍ତାରେ ଅଦ୍ୟାବଧି ଷ୍ଟ୍ରିଟ ଲାଇଟ ଲାଗିନାହିଁ। ଫଳରେ ରାତ୍ର ହେଲେ ଏହି ରାସ୍ତା କିଟି କିଟି ଅନ୍ଧାର ହୋଇଥାଏ। ଓଭରବ୍ରିଜ ତଳ ଏବଂ ଏହି ରାସ୍ତା ଦୁଇଟି ନିର୍ଜନ ଅଞ୍ଚଳ ହୋଇଥିବାରୁ ଅନ୍ଧାରର ସୁଯୋଗ ନେଇ ବିଭିନ୍ନ ଅସାମାଜିକ ଲୋକମାନେ ଏଠାରେ ଗଂଜେଇ,ଅଫିମ, ବ୍ରାଉନ ସୁଗାର, ମଦ୍ୟପାନ ଆଦି ନାନା ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିଥାନ୍ତି। ଏହି ନିର୍ଜନ ଅନ୍ଧାର ରାସ୍ତା ଦେଇ ରାତ୍ରରେ ଫେରୁଥିବା ରେଳଯାତ୍ରୀ ମାନେ ନିଜକୁ ଅସୁରକ୍ଷିତ ମଣୁଥିବା ବେଳେ ଅଧିକାଂଶ ସମୟରେ ଲୁଟତରାଜର ଶିକାର ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ଅନ୍ୟ ପକ୍ଷରେ ଏହି ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଅନ୍ଧାରରେ ଝୁଣ୍ଟି …
Read Moreଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଇନ ସଚେତନତା ଶିବିର
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦୌରା ଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦ୍ଦେଶ ରେ ସଚିବ, ଅଞ୍ଜଳି ମଛଖଣ୍ଡ ଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଦଶପଲ୍ଲା ବ୍ଲକ ଘୁଗୁଡ଼ିପଡ଼ା ପଞ୍ଚାୟତର ଘୁଗୁଡ଼ିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶତାଧିକ ଛାତ୍ର ଛାତ୍ରୀ, ଅଧିକାର ମିତ୍ରମାନଙ୍କୁ ନେଇ ଅଧାରୁ ପାଠ ଛାଡୁଥିବା ଛାତ୍ର ଛାତ୍ରୀ ମାନଙ୍କ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା ଶିବିର କୁ ସଚିବ ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ପ୍ରାଧିକରଣ କର୍ମଚାରୀ ପବନ କୁମାର୍ ବେହେରା ଅତିଥି ପରିଚୟ ପତ୍ର ପ୍ରଦାନ ଏବଂ ଶିବିର ଅନୁଷ୍ଠିତ ହେବାର ଲକ୍ଷ ଏବଂ ଉଦ୍ଦେଶ୍ୟ ସମ୍ବନ୍ଧ ରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ମଛଖଣ୍ଡ ନିଜ ବକ୍ତବ୍ୟ…
Read More୬୯ତମ ତିନି ଦିନିଆ ରାଜ୍ୟସ୍ତରୀୟ ବିଦ୍ୟାଳୟ ନେଟବଲ ମହାକୁମ୍ଭ ଉଦଯାପିତ
ବାଳକ-ବାଳିକା ବର୍ଗରେ କଟକ ଚମ୍ପିୟାନ ବାଳକ ବର୍ଗରେ ନୟାଗଡ ରନର୍ସଅପ୍ ଓ ବାଳିକା ବିଭାଗରେ ଗଞ୍ଜାମ ରନର୍ସଅପ୍ ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ରଣପୁର ସ୍ଥିତ ପି.ଏମ୍.ଶ୍ରୀ. ବି.ସି. ହାଇସ୍କୁଲରେ ୬୯ତମ ଓଡିଶା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ଚାମ୍ପିୟନସିପ୍ (ଉଭୟ ବାଳକ ଓ ବାଳିକା ବର୍ଗ) ଆସନ୍ତା ୧୬ ଡିସେମ୍ବରରୁ ୧୮ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଦଳଗୁଡ଼ିକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବାଳିକା ସେମିଫାଇନାଲ ମ୍ୟାଚରେ ଗଞ୍ଜାମ ମାଲକାନଗିରିକୁ ପରାଜିତ କରି ଫାଇନାଲକୁ ପ୍ରବେଶ କରିଥିବା ବେଳେ, ଅନ୍ୟ ସେମିଫାଇନାଲରେ କଟକ ନୟାଗଡକୁ ହରାଇ ଫାଇନାଲରେ ପହଞ୍ଚିଥିଲା। ଫାଇନାଲ ମ୍ୟାଚରେ କଟକ ଓ ଗଞ୍ଜାମ ମଧ୍ୟରେ ହୋଇଥିବା ହାର୍ଡଫାଇଟ୍ ମୁକାବିଲାରେ କଟକ ଦଳ ଚମ୍ପିୟାନ ହୋଇଥିବା ବେଳେ ଗଞ୍ଜାମ ରନର୍ସଅପ୍ ହୋଇ ସମ୍ମାନ ଅର୍ଜନ…
Read More‘ଅଙ୍କୁରାୟନ’ର ଦ୍ଵିତୀୟ ଦିବସ ଡ଼ଃ. ସୁରେଶ ବରାଡ଼ଙ୍କ ଆଭାସ ଗଳ୍ପ ‘ଲୁହ’ ଲୋକାର୍ପିତ
ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଗ୍ରୀନକ୍ଲବ ତରଫରୁ ଗ୍ରୀନ ପାର୍କ ପରିସର ମଧ୍ୟରେ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଆଜି ଦ୍ୱିତୀୟ ଦିବସରେ ବିଶିଷ୍ଟ କବି, ଲେଖକ, କାବ୍ୟକାର, ନାଟ୍ୟକାର, ଗାଳ୍ପିକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଆଭାସ ଗଳ୍ପ “ଲୁହ” ଲୋକାର୍ପିତ ହୋଇଯାଇଛି। ଗ୍ରୀନ କ୍ଳବର ସଭାପତି ବିଭୁପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରାଧ୍ୟାପକ ଡ଼ ଗୋବିନ୍ଦ ଚନ୍ଦ୍ର ଦାଶ । ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ମଙ୍ଗରାଜ, ଷ୍ଟେଟ ସ୍କାଉଟ ଟ୍ରେନର, ରମେଶ କୁମାର ବଳବନ୍ତରାୟ, କବି ଦିନବନ୍ଧୁ ମହାପାତ୍ର ଓ ମଞ୍ଚ…
Read Moreନୟାଗଡ଼ କଂଗ୍ରେସ ପକ୍ଷରୁ ବିଜେପି ସରକାର ବିରୁଦ୍ଧରେ ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ
ନୟାଗଡ଼,(ନୟାଗଡ଼ ଦର୍ପଣ): ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲଡ଼ ମନିଲଣ୍ଡେରିଙ୍ଗ ଶହଶହ କୋଟି ଟଙ୍କା ହଡପ କରିଥିବା ଦର୍ଶାଇ କେନ୍ଦ୍ର ବିଜେପି ସରକାର ତାଙ୍କ ପୋଷା ସିବିଆଇ ଇଡି ଲଗାଇ ଗାନ୍ଧୀ ପରିବାର ବିରୁଦ୍ଧରେ ମିଛ କେଶ କରି କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦୀର୍ଘ ୧୨ବର୍ଷ ଧରି ଦିଦିନ ଧରି ପଚାରାଉଚୁରା କରି ମାନସିକ ନିର୍ଯାତନା ଦେଇ ଦେଶବାସୀଙ୍କ ଆଗରେ ନିନ୍ଦିତ କରିବା ଭଳି ମନ୍ଦ ଉଦ୍ଧେଶ୍ୟ ରଖି କଂଗ୍ରେସ ଦଳ ବିରୁଦ୍ଧରେ ନାନାଦି ଅପପ୍ରଚାର କରି ଆସୁଥିଲେ। ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଇଡି ସିବିଆଇ ଦ୍ୱାରା ଦିଲ୍ଲୀ ରାଉଜ ଆଭେନିୟୁ ଅଦାଲତରେ ଦାଖଲ ହୋଇଥିବା ମିଥ୍ୟା ଦସ୍ତାବିଜ କୌଣସି ଠୋସ ଅଭିଯୋଗ ସମ୍ପର୍କିତ ପ୍ରାମାଣିକ ତଥ୍ୟାବଳୀ ଉଲ୍ଲେଖ କରାଇବାରେ ସିବିଆଇ…
Read Moreସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଉଦବୋଧନୀ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ଯୁଗ ପୁରୁଷ ସ୍ବାମୀ ବିବେକାନନ୍ଦ ଭାରତୀୟ ସଂସ୍କୃତି, ପରମ୍ପରା ଓ ବେଦ ବେଦାନ୍ତଦର୍ଶନର ବାର୍ତ୍ତାଵହ। ବିଶେଷ କରି ପାଶ୍ଚାତ୍ୟ ଜଗତରେ ଭାରତୀୟ ହିନ୍ଦୁ ଧର୍ମର ମହନୀୟତା ଏବଂ ଗରିମାକୁ ବିଶ୍ଵ ବିଖ୍ୟାତ କରିବାରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ଆଜି ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋଡ଼ିପଡାଠାରେ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ, ନୟାଗଡ଼ ଜିଲ୍ଲା ଶାଖା ଆନୁକୁଲ୍ୟରେ ଅନୁଷ୍ଠିତ ଉଦବୋଧନୀ ସମାବେଶରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଉକ୍ତ ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ନିରଞ୍ଜନ ନାୟକ ସଭାପତିତ୍ତ୍ଵ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ଉଷାରାଣୀ ପଟ୍ଟନୟକ ଯୋଗଦେଇ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର…
Read Moreଗ୍ରୀନକ୍ଲବ ପକ୍ଷରୁ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଉଦ୍ଘାଟିତ
ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟବର୍ତ୍ତୀ ହରିହରପୁର ଗ୍ରୀନକ୍ଲବ ତରଫରୁ ଗ୍ରୀନ ପାର୍କ ପରିସର ମଧ୍ୟରେ ଶିଶୁ ଉତ୍ସବ ‘ଅଙ୍କୁରାୟନ’ ଆଜି ଉଦ୍ଘାଟିତ ହୋଇ ଯାଇଛି। କ୍ଲବର ଉପଦେଷ୍ଟା ସୌଦାଗର ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶରଣକୁଳ ଅଞ୍ଚଳରେ କୁନୁ କୁନି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ନୂତନ ସମ୍ଭାବନାର ଅୟରାରମ୍ଭ କରିଛି। ଆଜିର ଉଡ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ନୟାଗଡ଼ ଜିଲ୍ଲାର ସୁନାମଧନ୍ୟ ସୁସାହିତ୍ୟିକ ଡ. ସୁରେଶ ଚନ୍ଦ୍ର ବରାଡ଼ । ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆରମ୍ଭ କରିଥିଲେ। ତତ୍ପରେ ଆଜିର ପ୍ରତିଯୋଗୀତା ୧୦୦ ମିଟର ଦୋୈଡ଼, ଲମ୍ବଡ଼ିଆଁ, ସୃଜନିକା, ଝୋଟିଚିତା, ଦଉଡ଼ିଡ଼ିଆଁ, ସଂଗୀତ, ମୁରୁଜ, ଆଦି ବରିଷ୍ଠ ଓ କନିଷ୍ଠ ବର୍ଗ ପାଇଁ ଅନୁଷ୍ଠିତ ହୋଇଥିଲା।…
Read Moreଦ୍ଵିତୀୟ ଦିବସରେ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ପ୍ରତିଯୋଗିତା,
ମ୍ୟାଚ୍କୁ ନେଇ ଖେଳପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ
ରଣପୁର,(ନୟାଗଡ଼ ଦର୍ପଣ) : ରଣପୁରରେ ଆୟୋଜିତ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ ଖେଳଗୁଡିକ ଉତ୍ସାହପୂର୍ଣ୍ଣ ଓ କଠିନ ପ୍ରତିସ୍ପର୍ଧାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ମ୍ୟାଚଗୁଡିକରେ ବିଭିନ୍ନ ଜିଲ୍ଲାର ଦଳମାନେ ଦକ୍ଷତା, ସମନ୍ୱୟ ଓ ଖେଳମନୋଭାବର ପ୍ରଦର୍ଶନ କରିଥିଲେ। ବାଳକ ଓ ବାଳିକା ବିଭାଗରେ ହୋଇଥିବା ଲିଗ୍, କ୍ୱାର୍ଟର ଓ ସେମିଫାଇନାଲ ମ୍ୟାଚଗୁଡିକ ଦର୍ଶକମାନଙ୍କୁ ଭାରି ଆକର୍ଷିତ କରିଥିଲା। କେତେକ ମ୍ୟାଚ ଶେଷ ମୁହୂର୍ତ୍ତରେ ପଏଣ୍ଟ ତଫାତରେ ନିଷ୍ପତ୍ତି ହେବାରୁ ରୋମାଞ୍ଚ ଚରମକୁ ପହଞ୍ଚିଥିଲା। ପ୍ରଥମ ଦିନ ହୋଇଥିବା ଲିଗ ମ୍ୟାଚ୍ଗୁଡ଼ିକରେ ବିଭିନ୍ନ ଜିଲ୍ଲା ଦଳ ଅଂଶଗ୍ରହଣ କରି ଉତ୍କୃଷ୍ଟ କ୍ରୀଡାଦକ୍ଷତା ପ୍ରଦର୍ଶନ କରିଥିଲେ। ବାଳିକା ବିଭାଗରେ ଭଦ୍ରକକୁ ୧୧–୦୩ ଗୋଲ୍ରେ ପରାସ୍ତ କରି କେନ୍ଦ୍ରାପଡ଼ା ବିଜୟୀ ହୋଇଥିବାବେଳେ କେଉଁଝରକୁ ୧୬–୦୭ ଗୋଲ୍ରେ ହରାଇ ନୟାଗଡ଼ ଦଳ ଜିତ ହାସଲ କରିଥିଲା। ଢେଙ୍କାନାଳ ୧୦–୦୭…
Read More