ବିଭିନ୍ନ ସଚେତନତାମୂଳକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ, କୃତି ପ୍ରତିଯୋଗୀ ରାଜ୍ୟସ୍ତର ପାଇଁ ମନୋନୀତ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ‘ନିଶାମୁକ୍ତ ଯୁବକ–ବିକଶିତ ଭାରତ’ କାର୍ଯ୍ୟକ୍ରମ ଗୁରୁବାର ସଫଳତାର ସହ ଅନୁଷ୍ଠିତ ହୋଇଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ମାଇ ଭାରତ, ନୟାଗଡ଼ ପକ୍ଷରୁ ସେବା ଉତ୍ସବ ସମିତିର ସହଯୋଗରେ ଏହି ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେବା ଉତ୍ସବ ସମିତିର ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ମାଇ ଭାରତର ଜିଲ୍ଲା ପ୍ରୋଗ୍ରାମ ଅଫିସର ଅଶୋକ ବେହେରା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ଏସଡିପିଓ ସୃଷ୍ଟି ପ୍ରଧାନ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ କୁମାର ରାଉତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ ଓ ସନ୍ତୋଷ କୁମାର…
Read MoreCategory: ନୟାଗଡ଼
ଯୁବ-ଛାତ୍ର ବିଜେଡି ଓ ଅଭିଭାବକଙ୍କ ପକ୍ଷରୁ ଶିକ୍ଷା ଅଧିକାର ସମାବେଶରେ
ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି
ନୟାଗଡ଼,(ନୟାଗଡ଼ ଦର୍ପଣ): ପାଠ୍ୟ ପୁସ୍ତକରେ ମାତ୍ରାଧିକ ତୃଟିକୁ ନେଇ ଉଭୟ ବିରୋଧି ଯୁବ ଓ ଛାତ୍ର ବିଜୁ ଜନତା ଦଳ ଆହ୍ୱାନରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପଦର୍ଶନ କରାଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ପଠାଣି ସାମନ୍ତ ପ୍ରେକ୍ଷାଳୟ ଦୁର୍ଗାମଣ୍ଡପଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ବିଧାୟକ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ସରକାରଙ୍କ ଦୋମୁହଁ ନୀତିକୁ କଡ଼ା ସମାଲୋଚନା କରିଥିଲେ । ଉକ୍ତ ସଭାରେ ରାଜ୍ୟ ଛାତ୍ର ବିଜେଡି ସଭାନେତ୍ରୀ ଇପସିତା ସାହୁ ଯୋଗ ଦେଇ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ସହ ଖେଳୁଥିବା କହିଛନ୍ତି । ପିଲାଙ୍କ ପାଠ୍ୟ ପୁସ୍ତକରେ ୨ହଜାରରୁ ଉର୍ଦ୍ଧ୍ୱ ଭୁଲ ହେବା ରାଜ୍ୟ ସରକାରଙ୍କ ଅପାରଗତା ବୋଲି କହିଥିଲେ । ନବୀନ ସରକାର ରାଜ୍ୟ ବାସୀଙ୍କୁ ସୁଶାସନ ପ୍ରଦାନ କରୁଥିଲା…
Read Moreନିଶାମୁକ୍ତ ଯୁବକ – ବିକଶିତ ଭାରତ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନିଶାମୁକ୍ତ ଯୁବକ – ବିକଶିତ ଭାରତ କାର୍ଯ୍ୟକ୍ରମ ପାଇଁ ନୟାଗଡ଼ରେ ମାଇଁ ଭାରତ ଓ ସେବା ଉତ୍ସବ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ନୟାଗଡ଼ ସେବା ଉତ୍ସବ ସମିତି କାର୍ଯ୍ୟାଳୟ ପରିସରରେ ଏନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ମାଇଁ ଭାରତ ପକ୍ଷରୁ ଆସନ୍ତା ୩୦ତାରିଖରେ ଜିଲ୍ଲା ସ୍ଥରୀୟ ବିଭିର୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଏହି ଅବସରରେ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ୧୫ ରୁ ବର୍ଷରୁ ୨୯ବର୍ଷ ପର୍ଯ୍ୟନ୍ତ ଯୁବକ/ ଛାତ୍ରଛାତ୍ରୀ ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ଯୁବପିଢ଼ିଙ୍କ ପାଇଁ ନିଜ ପ୍ରତିଭା ପ୍ରଦର୍ଶନ କରିବା ସହିତ ନିଶାମୁକ୍ତ ଓ ବିକଶିତ ଭାରତ ଗଠନରେ ନିଜର ଅବଦାନ ରଖିବାକୁ ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଲୋକ…
Read Moreନୟାଗଡ଼ରେ କୃଷକ ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଓ ‘ମନ କି ବାତ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରସ୍ଥିତ ଈଶ୍ୱର କଲ୍ୟାଣ ମଣ୍ଡପରେ ଭାରତୀୟ ଜନତା ପାର୍ଟିର ନୟାଗଡ଼ ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସହ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳିତ ହୋଇଛି। ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସଞ୍ଜୟ କୁମାର ନାୟକଙ୍କ ସଭାପତିତ୍ୱ ଓ ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ କୁମାର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷକ ମୋର୍ଚ୍ଚାର ନବନିଯୁକ୍ତ ପଦାଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବକ୍ତାମାନେ ଚାଷୀମାନଙ୍କ ପାଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ସମ୍ବନ୍ଧୀୟ ଯୋଜନାର ସୁବିଧା କିପରି ସୁଗମ ଭାବେ ପହଞ୍ଚିବ, ସେଥିପାଇଁ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ସାର, କୀଟନାଶକ, ସମବାୟ ସମିତି ଓ ଜିଲ୍ଲା କୃଷି ବିଭାଗର କ୍ଷେତ୍ର ଅଧିକାରୀଙ୍କ ସହ…
Read Moreଦୁଇ ବର୍ଷ ଧରି ଅବହେଳିତ ଓଡ଼ଗାଁ କେନାଲ ଛକ ରାସ୍ତା; ୩୦ ଗାଁବାସୀଙ୍କ ଦୁର୍ଦ୍ଦଶା, ପର୍ଯ୍ୟଟନ ଉପରେ ବି ପ୍ରଭାବ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର କେନାଲ ଛକଠାରୁ ବୁଢାବୁଢିଆଣୀ ଡ୍ୟାମ ଆଡ଼କୁ ଯାଇଥିବା ସଡ଼କ ଦୀର୍ଘ ଦୁଇ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଛି। କେନାଲ ଛକରୁ ମାତ୍ର ୫୦୦ ମିଟର ରାସ୍ତା ଖାଲଖମାରେ ଭରି ଯାଇଥିବା ବେଳେ ଏହାର ମରାମତି ପାଇଁ ଏପର୍ଯ୍ୟନ୍ତ ମାଟି ମୁଠେ ମଧ୍ୟ ପଡ଼ିନାହିଁ। ଫଳରେ ପ୍ରତିଦିନ ଏହି ରାସ୍ତାରେ ଯାତାୟାତ କରୁଥିବା ହଜାର ହଜାର ଲୋକ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାଟି ପ୍ରାୟ ୩୦ଟି ଗ୍ରାମର ପ୍ରବେଶ ପଥ ହୋଇଥିବାରୁ ଏହାର ଗୁରୁତ୍ୱ ବହୁତ ଅଧିକ। ସ୍ଥାନୀୟ ଲୋକଙ୍କ ସହ ପ୍ରତିଦିନ ଅନେକ ପର୍ଯ୍ୟଟକ ମଧ୍ୟ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। କାରଣ ଏହି ସଡ଼କ ଦେଇ ଜିଲ୍ଲାର ଦୁଇଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବୁଢା ବୁଢିଆଣୀ ଡ୍ୟାମ ଏବଂ ବରକନ୍ୟା…
Read Moreନିଟରେ ଉତ୍ତୀର୍ଣ୍ଣ ହୋଇ ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ ହେଲେ ନୟାଗଡର ଝିଅ ସ୍ୱୟଂପ୍ରଜ୍ଞା
ନୟାଗଡ଼, (ନୟାଗଡ଼ ଦର୍ପଣ): ୨୦୨୬ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍)ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡୁଗାଁ ଗ୍ରାମର ଝିଅ ସ୍ୱୟଂପ୍ରଜ୍ଞା ସାହୁ। ଏହି ପରୀକ୍ଷାରେ ସେ ୫୯୯ ମାର୍କ ସହ ସର୍ବ ଭାରତୀୟ ରାଙ୍କ ୧୦୪୧୬ ରେ ଏହି କୃତିତ୍ୱ ହାସଲ କରିଛନ୍ତି। ସ୍ୱୟଂପ୍ରଜ୍ଞା +୨ ପାସ୍ ପରେ ପ୍ରଥମ ପ୍ରୟାସ ରେ ଏହି ସଫଳତା ହାସଲ କରିଛନ୍ତି।ଏଥିପାଇଁ ଫିଜିକ୍ସୱାଲା (PW) କେନ୍ଦ୍ରୀୟ ମୁଖ୍ୟ କାର୍ଯ୍ୟାଳୟ ତରଫରୁ ନୂଆଦିଲ୍ଲୀ ଠାରେ ଗତ ଜୁଲାଇ ୧୮ତାରିଖରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ରେ ତାଙ୍କୁ ଟପ୍ପର ୨୦୨୬ ଟ୍ରଫି ସହ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ସ୍ୱୟଂପ୍ରଜ୍ଞା ନୟାଗଡ଼ ମହର୍ଷି ବିଦ୍ୟାମନ୍ଦିର ରୁ ୯୭ଶତକଡା ନମ୍ବର ସହ ମାଟ୍ରିକ ପାସ୍ ପରେ ଭୁବନେଶ୍ୱର ଫିଜିକ୍ସୱାଲା ଠାରେ+୨ କୋଚିଂ କରୁଥିଲେ । ସେ ହେଉଛନ୍ତି ଖଣ୍ଡୁଗାଁ ଗ୍ରାମ ନିବାସୀ ତଥା…
Read Moreନୟାଗଡ଼ ବ୍ଲକରେ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ, ୨୬୦ଜଣ ନୂତନ ହିତାଧିକାରୀ ପାଇଲେ ସହାୟତା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକର ନୂତନ ସମ୍ମିଳନୀ କକ୍ଷରେ ସାମାଜିକ ସୁରକ୍ଷା ଭତ୍ତା ସମ୍ପର୍କିତ ଏକ ସ୍ୱତନ୍ତ୍ର ବୈଠକ ସହ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ନୂତନ ଭାବେ ମଞ୍ଜୁରୀପ୍ରାପ୍ତ ୨୬୦ ଜଣ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଥିଲା। ଏହି ଅବସରରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ। ବୈଠକରେ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାର ସଫଳ ରୂପାୟନ, ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ନିର୍ଦ୍ଦିଷ୍ଟ ସମୟରେ ସହାୟତା ପହଞ୍ଚାଇବା ଏବଂ ସରକାରୀ ସେବାକୁ ଅଧିକ ସ୍ୱଚ୍ଛ, ଦକ୍ଷ ଓ ଲୋକାଭିମୁଖୀ କରିବା ଉପରେ ବିସ୍ତୃତ ଆଲୋଚନା…
Read Moreଚିରସ୍ରୋତା ବରକନ୍ୟା ଝରଣାର ବିକାଶ ଅଟକିଲା କାହିଁକି?
୪ କୋଟିରୁ ୩ କୋଟି ଟଙ୍କା ପଡ଼ିରହିଥିବା ଅଭିଯୋଗ, ସରକାର ଓ ବନ ବିଭାଗ ବିରୋଧରେ ଜନଅସନ୍ତୋଷ ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତର ନିହଲପ୍ରସାଦ ଗ୍ରାମ ନିକଟରେ ଅବସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଚିରସ୍ରୋତା ବରକନ୍ୟା ଝରଣାର ବିକାଶ କାର୍ଯ୍ୟ ବର୍ଷ ବର୍ଷ ଧରି ଅଧାରେ ଅଟକି ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପର୍ଯ୍ୟଟନର ଅପାର ସମ୍ଭାବନା ଥିବା ସତ୍ତ୍ୱେ ସରକାର ଓ ବନ ବିଭାଗର ଅବହେଳା ଯୋଗୁଁ ଏହି ପର୍ଯ୍ୟଟନସ୍ଥଳୀ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ବୋଲି ଅଭିଯୋଗ ହେଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପୂର୍ବ ସରକାର ସମୟରେ ବରକନ୍ୟା ଝରଣାର ସାମଗ୍ରିକ ବିକାଶ ପାଇଁ ପ୍ରାୟ ୪ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏଥିମଧ୍ୟରୁ କେବଳ ପ୍ରାୟ ୧ କୋଟି ଟଙ୍କା…
Read Moreରାହୁଲ ଗାନ୍ଧୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ନୟାଗଡ଼ରେ କଂଗ୍ରେସର ବିକ୍ଷୋଭ, ମୋଦି-ଶାହଙ୍କ କୁଶପୁତ୍ତଳିକା ଦାହ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ପ୍ରତିବାଦ କରି ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି (ଡିସିସି) ପକ୍ଷରୁ ବୁଧବାର ସ୍ଥାନୀୟ ଟ୍ରାଫିକ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ସେମାନଙ୍କ ବିରୋଧରେ ସ୍ଲୋଗାନ ଦିଆଯାଇଥିଲା। ଡିସିସି ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ଦିଲ୍ଲୀରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟ ନେତାମାନଙ୍କୁ ଅଟକ ରଖାଯାଇଥିବା ଘଟଣାକୁ ନେଇ ତୀବ୍ର ପ୍ରତିବାଦ କରାଯାଇଥିଲା। ସେହିପରି ଭୁବନେଶ୍ୱରରେ ପିସିସି…
Read Moreଦିଲ୍ଲୀରେ ଭର୍ତ୍ତୃହରିଙ୍କ ସାମ୍ବାଦିକ ସମ୍ମିଳନୀ ପରେ ନୟାଗଡ଼ରେ ଅରୁଣଙ୍କ ପ୍ରହାର, କହିଲେ ଦଳ ବଦଳାଇଲେ, ଇତିହାସ ବଦଳେ ନାହିଁ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦିଲ୍ଲୀ ଛାତ୍ର ଆନ୍ଦୋଳନକୁ ସମର୍ଥନ କରିଥିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଏନେଇ ପ୍ରତିକ୍ରିୟା ରଖିଥିଲେ ବିଜେପି ସାଂସଦ ଭର୍ତ୍ତୃହରି ମହତାବ । ମହତାବଙ୍କୁ କାଉଣ୍ଟର କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ଛାତ୍ରମାନଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ସ୍ୱର ଉଠାଇବା କଣ ଅପରାଧ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଅଧିକାର ଓ ନ୍ୟାୟ ପାଇଁ ଲଢ଼ୁଥିବା ଛାତ୍ରମାନଙ୍କ ସହ ଆଲୋଚନା କରିବା ପରିବର୍ତ୍ତେ ତାଙ୍କୁ ଲହୁ ଲୁହାଣ କରିବା କେଉଁ ସୁସ୍ଥ ଗଣତନ୍ତ୍ର ବୋଲି ସେ ପ୍ରଶ୍ନ କରିଛନ୍ତି। ଏନେଇ ଅରୁଣ ସିଧାସଳଖ ଭର୍ତ୍ତୁହରିଙ୍କୁ ଆପଣ କେଉଁ ଦଳରେ ଥିଲେ, ଆପଣଙ୍କ ନେତା କିଏ ଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଦଳ ବଦଳାଇବା ପରେ ଇତିହାସକୁ ବଦଳାନ୍ତୁ ନାହିଁ ବୋଲି କହିଛନ୍ତି। ନୟାଗଡ଼ ବିଜୁ ଜନତା ଦଳ…
Read More