ଇଦ୍ ମୁବାରକ୍ଇଦ୍ ମୁବାରକ୍ ତୁମକୁ ଭାଇଇଦ୍ ମୁବାରକ୍ ତୁମକୁ ଭାଇପ୍ରଥମ ଜହ୍ନର ଅବଲୋକନରେ ହସନ୍ତି ଜଗତ ଜନ,ସେହିପରି ଶିହରଣ ଆଣୁଥାଏ ପାର୍ବଣର ରମଜାନ ।କଳାବଉଦରେ ଲୁଚିଲୁଚି ଆସେ ରମଜାନ ରୂପେଲି ଜହ୍ନ,ମକା ମଦିନାର ଚୂଳ ଛୁଇଁଯାଏ ରଖିଛି ଜାତିର ମାନ ।ଆମେନା ନନ୍ଦନ ଇସଲାମର ଜ୍ୟୋତି କରିଗଲେ କେତେ ପଣ,ବିଜୟ କରିଲେ ଜଗତର ମନ ପରାଣେ ତୋଳି ସ୍ପନ୍ଦନ ।କିଶୋର କିଶୋରୀ ମେହେନ୍ଦି ସଜାଇ ମୁବାରକ ଉଚ୍ଚାରଣେ,ଶୁଭାଶିଷ ଦିଆନିଆ ଚାଲିଥାଏ ଏହି ମଧୁ ପାରବଣେ ।ହେ ଜଗତଜିତା ତୁମେ ପରମାତ୍ମା ସଂସାରରେ ପଏଗମ୍ବରତୁମ ଚଲାପଥ ଆଦରି ନେଇଛୁ ତୁମେ ଏକା ଆପଣାର ।ଇଦ୍ ମୁବାରକ୍ ତୁମକୁ ଭାଇଇଦ୍ ମୁବାରକ୍ ତୁମକୁ ଭାଇ ।। (ଏମ.ଆଉରଙ୍ଗଜେବ)
Read MoreCategory: କବିତା
ଅଭିନ୍ନ ପରିଚୟ
ପ୍ରିୟଦର୍ଶୀ ଚନ୍ଦନ (ଦୀପୁ) ମଣିଷ ଜୀବନଅସମ୍ପୂର୍ଣ୍ଣ ପାଂଡୁଲିପିଟିଏତା’ପରେ ସବୁବେଳେ ପ୍ରଶବାଚୀବ୍ୟର୍ଥ ଯାହା ଗତି ଅନୁମେୟଛାତିତଳେ ବା ମଶାଣି କବରଛାତିତଳେ ମସଜିଦ ମନ୍ଦିରପୋତେ ସେ, ପୋଡ଼େ ସେପାପ ମଥାତଳରଯନ୍ତ୍ରଣା ବିସ୍ମୃତି ସବୁ ଛାତିତଳରଆଲ୍ଲା ଆଲ୍ଲା କରେ ହାଲ୍ଲାଦୁର୍ବଳ ମୁହୂର୍ତରେଈଶ୍ୱର ପରମେଶ୍ୱର ବୋଲି ଉଚ୍ଚାରେପୁଣ୍ୟର ଆଶାରେନିଚ୍ଛକ ସତଟିଏ କିନ୍ତୁମୋତେ ବିଶ୍ୱାସ କରଏ ମଣିଷର ନିର୍ଭୁଲ ସଂଜ୍ଞାଟିଏ “ସ୍ୱାର୍ଥପର”ଅଭିନୟ ପେଷା ତା’ରସ୍ନେହ ପ୍ରେମ ତା ଅଚଳନ୍ତି ମୁଦ୍ରାଛାତି ତା’ କଙ୍କ୍ରିଟ ଚଟ୍ଟାଣସ୍ୱର୍ଶଶୂନ୍ୟ ସ୍ପନ୍ଦନହୀନଦୁନିଆର ଡ୍ରଇଂ ରୁମ୍ରେକିନ୍ତୁ କାକଟସ ଣ୍ଠଉଁ ସୁନ୍ଦର ।ା ଅକଲାଣ୍ଡ, ନିଉଜ୍ଲାଣ୍ଡ
Read Moreଲକଡାଉନ 2.0
ଚାଂହିଥା ଆକାଶକୁହେଲେ ଦେଖିବନି ଇନ୍ଦ୍ରଧନୁସାତରଙ୍ଗ ଏଵେ ସଟଡାଉନ କବ୍ଜାରେକାହାର କାଶ, ଥଣ୍ଡାକାହାର ଜ୍ଵରକାହାର ଛାତି ଯନ୍ତ୍ରଣାରେ l ପାଠପଢା ସବୁ ଚୁଲିକୁ ଯାଉବଂଚିଥିଲେ ପଢିବ ଢେରସମସ୍ତେ ନୂଆ କଥା ଶୁଣନୂଆ କଥା ଦେଖପ୍ରଥମେ ବିକାଗଲା ମାଟିତାପରେ ପାଣିଏଵେ ପବନ କିଣାବିକା ଢେର ଉଚ୍ଚାରେଶିକ୍ଷିତ ମଣିଷ ଏଵେଗଛ କଟାକୁ ପବନ ବିକାରେ l ଅଟୋ ଷ୍ଟାଣ୍ଡରେ ଅଟୋ ନମ୍ବର ପରିଶବ ଏଵେ ଚିତା ଅପେକ୍ଷାରେଶାଗ କଡେଇଟା ତରଳି ଯାଉଛିତତଲା ଲୁହରେ l ଗାଁ ପାଲଟିଛି ଏଵେ ଶବବୋହୂ ଚୋରି, ଖପରକାତି ସବୁ ଖେଳ ଏଵେ ବନ୍ଦଚଷା ପୁଅ ବସିଚି ଶଗଡ଼ ଗୁଳାରେ l ଛୋଟ ପଡିଗଲା ମହାଭାରତର ଯୁଦ୍ଧକିଏ ହସୁଥିଲା ତ, କିଏ କାନ୍ଦୁଥିଲାକରୋନା ମହାମାରୀଙ୍କୁ ଦିଅ ଡକାୟତ ତାଲିକାର ଶୀର୍ଷ ସ୍ଥାନସଭିଙ୍କୁ କନ୍ଦାଇ ଏକା ହସୁଥିଲା l ନୟାଗଡ, ମୋ- ୭୯୭୮୫୮୮୧୭୭
Read Moreନୟାଗଡ଼ ଏକ କ୍ଷୁଦ୍ର ଆଲୋକପାତ
ସାନ୍ତନୁ ବିଶୋଇ ଅଜା ଡାକୁଥିଲେ କୁନାକୁ ସଧିରେବୁଲିବାକୁ ଛୁଟି ଦିନେ,ଅବକାଶ ଦେଖି କୁନା ବି କହିଲାବୁଲି ଯିବାପରା ପଡୁନିକି ତମ ମନେ ??ଅଜା ବାହାରିଲେ ବୁଲିଯିବା ପାଇଁକୁନାକୁ ସାଥିରେ ନେଇ,ପହଁଚିଲେ ଯାଇ ଓଡ଼ଗାଁ ଠାରେରଘୁନାଥ ଦେଖା ପାଇଁ ।ବୁଲିଲେ ମନ୍ଦିର ଭକ୍ତି ଭାବ ନେଇସାଗର ପୋଖରୀ ଗଲେରାମସାଗରର ଉଦ୍ୟାନକୁ ଦେଖିଉଭୟେ ପ୍ରୀତ ହୋଇଲେ ।ତରତର ହୋଇ ଶରଣକୁଳକୁଯିବାକୁ ହେଲେ ତତ୍ପର,ଲଡୁବାବାଙ୍କ ସେ କରିବେ ଦର୍ଶନସୁପ୍ରସିଦ୍ଧ ଶୈବ କ୍ଷେତ୍ରା ।ସଦାନନ୍ଦ ବ୍ରହ୍ମା ଜନମ ମାଟି ସେଭିକାରୀ ପଡା ତା’ ନାଁସେଇ ବାଟ ଦେଇ ରଣପୁର ଯିବେଦେଖିବାକୁ କିଛି ନୂଆଁ । ।ପାହାଡ ଉପରେ ମଣିନାଗ ଉଭାସୁନ୍ଦର ମନ୍ଦିର ଅଛିବୀର ସହିଦ ସେ ରଘୁ ଦିବାକରେଏଇ ମାଟି ପ୍ରସବିଛି । ।ଆସୁ କବି ସିଏ ଉତ୍କଳର ଘଣ୍ଟଯଦୁମଣି ମହାପାତ୍ର,ଇଟାମାଟି ଘର ଅଟଇ ତାଙ୍କରମନେ ମନେ ତାଙ୍କୁ ସ୍ମର । ।ଦକ୍ଷିଣକାଳୀ…
Read Moreଭାଷା ହୃଦୟର
ସୁକାନ୍ତି ମହାନ୍ତି ନୁହଁଇ କବି ମୁଁ ନୁହେଁ ସାହିତ୍ୟିକା ନୁହଁଇ ସୃଜନକାରୀନୂଆ ସୃଷ୍ଟି କରି ତୋଷିବି ସଭିଙ୍କୁ ଦେଖାଇବି ବାହାଦୂରୀ ।1।ହୃଦୟ ବେଦନା ନିଛକ ସତ୍ୟକୁ ପରଷିବା ମୋର ଲକ୍ଷ୍ୟସୃଷ୍ଟି ସମ୍ଭାରରେ ଶବ୍ଦ ସଂଯୋଜନା କରିବାରେ ନୁହେଁ ଦକ୍ଷ ।2।ସରଳ ଭାଷାର କୁହୁକ ପେଡ଼ିକୁ ଥୋଇବାରେ ମୋର ମନଛୋଟିଆ ଦୀପଟେ ଦିବସେ ଜାଳିଲେ ଆଲୋକ ହେବ କି ଦିନ ।3।ଜନସଚେତନ ଅବା ଆଲୋଚନା ଶୋଷଣ କଷଣ କେତେଅନ୍ୟାୟ ଅନୀତି ଅବା ପ୍ରିୟା ପ୍ରୀତି ସମାଜେ ରହିଛି ଯେତେ ।4।କ୍ରାନ୍ତିକାରୀ ପରି ଲେଖନୀ ମୁନରେ ଆଙ୍କିଲେ ଦି ଧାଡ଼ି ଲେଖାଦୂର ନ ହେଲେ ବି ଦୁର୍ନୀତି ଆବର ଖୋଲି ଯିବ ଦିନେ ମୁଖା ।5।ଆସ ସାଥୀ ଆସ ଦି ଧାଡ଼ି ଲେଖିବା ଆମ ଗାଁ, ସହର କଥାସୁଖୀ ନ ହେଲେ ବି ଦୁଃଖୀ ତ ହେବନି ମନରୁ ହରିବ…
Read Moreମୋବାଇଲ୍ ଯନ୍ତ୍ର
ମାନସ ରଞ୍ଜନ ନାୟକଭାଇରେ ଏ କି ଯୁଗ ହେଲା,ମୋବାଇଲି ଯନ୍ତ୍ର କାହୁଁ ଅଇଲା!ପିଲାଠାରୁ ବୁଢା ପୁରୁଷଠୁ ନାରୀଭେଣ୍ଡିଆ ଟୋକାଙ୍କୁ ପାଗଳ କଲା ।ା ଘୋଷା ।ାସବୁ ଏବେ ହୋଇଛି ପରମୋବାଇଲି ଏକା ନିଜରଶୋଇଲେ, ବସିଲେ, ଝାଡାପ୍ରସା ଗଲେପାଖୁ ଛାଡନ୍ତିନି ଆଜିକା ପିଲା ।ା୧।।ଇୟର୍୍କର୍ଡ କାନରେ ମାଡିଗଫିଗଫି ଚଲାନ୍ତି ଗାଡିଲକ୍ଷ୍ୟଭ୍ରଷ୍ଟ ହୋଇ ଆକ୍ସିଡେଂଟ କରିଭିଆଣ କରନ୍ତି ତୁଛା ଝାମେଲା ।ା୨।।ସ୍କୁଲ୍ କଲେଜ ଛାତ୍ରଛାତ୍ରୀସୁବିଧାରେ ପାଇଲେ ସାଥୀରାତିରେ ନଶୋଇ ଚାଟିଂ କରନ୍ତିପାଠପଢା ତାଙ୍କ ଚୁଲିକି ଗଲା ।ା୩।।ନୂଆ ବୋହୂ କୋଣରେ ରହି ପୂର୍ବ ସ୍ମୃତି ମନେ ପକାଇପୂରୁଣା ପ୍ରେମିକ ସାଥେ ଗଫୁଗଫୁସୁବିଧା ଦେଖିକି ଛୁ.. ମାରିଲା ।ା୪।।କାଲି ଜନ୍ମ ହୋଇବା ଛୁଆ କାନ୍ଦଇ ଯେବେ କୁଆଁକୁଆଁମା କ୍ଷୀର ଦେଲେ ତୁନି ହୁଏ ନାହିଁମୋବାଇଲି ଶୁଣି ଶୁଅଇ ଭଲା ।ା୫।।ଯନ୍ତ୍ର ନୁହେଁ ଜାଲଟେ ଏତ ବିଛାଇଛି ସାରା ଜଗତଗୋଟିଏ ଜାଲରେ ସଭିଙ୍କୁ…
Read More