ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ରୋଟାରୀ ଭବନଠାରେ ଆୟୋଜିତ ‘ପୁସ୍ତକ ଉନ୍ମୋଚନ ଉତ୍ସବ’ ରେ ଲେଖିକା ପ୍ରଭାସିନୀ ବରାଡଙ୍କ ଶିଶୁ ଓ କିଶୋର କବିତା ସଂକଳନ ‘ସେନେହର କଳିକା’ ଓ ପିଲେ ତୁମରି ପାଇଁ ଉନ୍ମୋଚିତ ହୋଇଯାଇଛି। ବରିଷ୍ଠ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଡ. ବିଜୟ କୁମାର ଚୌଧୁରୀ, ସମ୍ମାନୀତ ଅତିଥି ଭାବେ ଓଡିଶାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ପକ୍ଷୀଘର ର ସମ୍ପାଦକ ବନୋଜ ତ୍ରିପାଠୀ, ବରିଷ୍ଠ କଥାକାର ଡ. ଅଜୟ କୁମାର ସ୍ବାଇଁ, ଗାଳ୍ପିକ ଶ୍ରୀ ତପନ କୁମାର ମହାପାତ୍ର ଓ ସମୀକ୍ଷକ ଭାବେ ଅଧ୍ଯାପକ ଡ. ଆଶୁତୋଷ ମିଶ୍ର ଓ ବରିଷ୍ଠ କବି ତଥା ଆଇନଜୀବୀ ଚନ୍ଦ୍ର ବିଜୟୀ ମିଶ୍ର ଯୋଗଦେଇଥିଲେ। ସନ୍ତୋଷ କୁମାର ବରାଡଙ୍କ ଆବାହକତ୍ବରେ ଆୟୋଜିତ ଏହି…
Read MoreCategory: କବିତା
ପବିତ୍ର ରାସପୂର୍ଣ୍ଣିମାରେ “ଜ୍ଞାନଘର” ଲୋକାର୍ପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ରାସପୂର୍ଣ୍ଣିମା ଅବସରରେ ନୟାଗଡ଼ ସହର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ଅତିଥିଙ୍କ ଦ୍ଵାରା ପୁସ୍ତକ “ଜ୍ଞାନଘର” ଲୋକାର୍ପିତ ହୋଇଯାଇଛି। ଓଡ଼ଗାଁ ବ୍ଳକ ରୋହିବାଙ୍କ ଗ୍ରାମର ଶିକ୍ଷକ ଦମ୍ପତି ରାଧାଗୋବିନ୍ଦ ନାୟକ ଓ ଦମୟନ୍ତୀ ପାତ୍ରଙ୍କ ଦ୍ୱାରା ମହାପୁରୁଷଙ୍କ ମହତବାଣୀ ଉପରେ ଆଧାରିତ ୧୪୫ପୃଷ୍ଠା ସମ୍ବଳିତ ଜ୍ଞାନ ଗର୍ଭକ ପୁସ୍ତକ “ଜ୍ଞାନଘର”ଟି ଛାତ୍ରଛାତ୍ରୀ, ଅଭିଭାବକଙ୍କ ମହଲରେ ନିଶ୍ଚୟ ଆଦୃତି ଲାଭ କରିବ। ଏହି ସାରସ୍ୱତ କାର୍ଯ୍ୟକ୍ରମରେ “ଦର୍ପଣ ପବ୍ଲିକେଶନ” ତଥା “ନୟାଗଡ଼ ଦର୍ପଣ”ର ମୁଖ୍ୟ ଗୀତିକଳ୍ପ ହରିଶ ପ୍ରଧାନ ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ। ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଦାମୋଦର ସାହୁ, ନାଟ୍ୟକାର ବିଶ୍ଵନାଥ ମହାପାତ୍ର, ସିଆରସିସି ଲଳିତ ମୋହନ ମିଶ୍ର, କବି ଗୋଦାବରୀଶ ମିଶ୍ର, ଉମେଶ…
Read Moreଶବ୍ଦ ନୁହେଁ, ଅନୁବାଦ ପାଇଁ ଭାବର ଗୁରୁତ୍ୱ ବେଶୀ
ଅନଲାଇନରେ ଉଦଘାଟିତ ହେଲା ଭାରତୀୟ ଅନୁବାଦ ସାହିତ୍ୟ ନୟାଗଡ଼,(ନୟାଗଡ଼ ଦର୍ପଣ): ଭାଷାଗତ ଦୂରତାକୁ ଦୂର କରିବା ଦିଗରେ ଅନୁବାଦକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନୁବାଦ ଏକମାତ୍ର ମାଧ୍ୟମ ଯାହାଦ୍ୱ।ରା ପୃଥିବୀର ବିଭିନ୍ନ ଭାଷା, ସାହିତ୍ୟକୁ ଜାଣିହୁଏ, ବୁଝିହୁଏ । ଏହା କେବଳ ଅନୁବାଦକଙ୍କ ଯୋଗୁଁ ହିଁ ସମ୍ଭବ ହୋଇଥାଏ।କେବଳ ଶବ୍ଦ ଜ୍ଞାନ ଥିଲେ ଜଣେ ଯଥାର୍ଥ ଅନୁବାଦକ ହୋଇପାରିବ ନାହିଁ,ଅନୁବାଦ ପାଇଁ ଶବ୍ଦ ସହ ଭାବର ସମନ୍ୱୟ ରହିବା ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଆୟୋଜିତ ଜାତୀୟସ୍ତରୀୟ ଅନୁବାଦ ସାହିତ୍ୟ ଆଲୋଚନାଚକ୍ରରେ ବିଶିଷ୍ଟ ଅନୁବାଦକମାନେ ମତବ୍ୟକ୍ତ କରିଥିଲେ। ଖ୍ୟାତିପ୍ରାପ୍ତ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ବିଭିନ୍ନ ଭାରତୀୟ ଭାଷାର ପ୍ରାୟ ୭୦ ଜଣ ଅନୁବାଦକଙ୍କୁ ନେଇ ଗଠିତ ଭାରତୀୟ ଅନୁବାଦ ସାହିତ୍ୟ ସଂଗଠନ ଅନଲାଇନ୍ ମାଧ୍ୟମରେ ଉଦଘାଟିତ ହୋଇଥିଲା।ଉଦଘାଟନ ସମାରୋହ…
Read Moreସ୍ବର୍ଣ୍ଣଭୂମି
ବିଶ୍ଵବନ୍ଦିତା ଅଭିନିନ୍ଦିତା,ଅପରୂପ ମନଲୋଭା ।ରତ୍ନ ଗରଭା ପୂର୍ଣ୍ଣ ପ୍ରତିଭା,ଅନିନ୍ଦ୍ୟ କନକପ୍ରଭା ।। ବିତ୍ତ ବିଭବ ଗାଥା ଗୌରବ,ଶାନ୍ତି, ମୈତ୍ରୀ, ପ୍ରୀତି ଭରା ।ବୀର ପ୍ରସବା ଶୋଭା ସୌରଭା,ସତତ ଅମୀୟ ଧାରା ।। ତୋ ମହୋଦଧୀ ଆଣେ ପ୍ରସିଦ୍ଧି,ତୀରେ ତା ବିଶ୍ୱନିୟନ୍ତା ।ପ୍ରତିଟି ତନ୍ତ୍ରେ ଏକତା ମନ୍ତ୍ରେ,ଗୁଞ୍ଜରେ ଶାନ୍ତି ବାରତା ।। କଳା ସଂସ୍କୃତି କାରୁ ସ୍ଥପତି,ଅନନ୍ୟ ଏ ଧରାବୁକେ ।ଜ୍ଞାନ ବିଜ୍ଞାନ ସତ୍ୟ ସମ୍ମାନ,ବିଶ୍ୱରେ ସଦା ମହକେ ।। ତୁ ପୂଣ୍ୟଭୂମି ତୁ ସ୍ଵର୍ଣଭୂମି,ସର୍ବ ଶୋଭାର ପସରା ।ନାହିଁ ତୁଳନା ଅବା କଳ୍ପନା,ହୃଦୟ ତୋ ମଧୁଝରା ।।★■★ ସୁରେଶ ଚନ୍ଦ୍ର ମହାରଣାସହକାରୀ ଶିକ୍ଷକ,ଚକ୍ରଧରପ୍ରସାଦ ଉଚ୍ଚ ବିଦ୍ୟାଳୟଭାପୁର, ନୟାଗଡ଼
Read Moreତୋ ଆଖି (କବିତା)
ତୋ ଆଖି…ତୋର ସେଇ ନିରୀହ ଅଖିରେ ସାଇତିଛି, ମୋର ସବୁ ସପନ…ଡର ଲାଗେ…କାଳେ ଲାଗିଯିବ କାହା ନଜର..ସେଇଥିପାଇଁ ତ ଭରିଦିଏ ସେଇ ଆଖି ଦୁଇଟିରେ କଜଳର ଗାର…ସ୍ବପ୍ନ ସେତ ଏକ ଉଡନ୍ତା ରାଜହଂସୀ..ଯାର ଭ୍ରମଣର ଆଦି ଅନ୍ତ ନାହିଁ…କେବେ ସେ ମୟୁରୀର ଛନ୍ଦ ବାନ୍ଧି ଛମ୍ ଛମ ନାଚେ..କେବେ ପୁଣି ସେ ବୀଣାର ଝଙ୍କାର ତୋଳି, ଜୀବନ ରେ ସାତ ସୁର ଭରେ…ଏକାନ୍ତ ନିଜର ସ୍ବପ୍ନ ମାନଙ୍କ ଛାତିରେ ନୀତି ମୁଁ ଆଉଜି ହେଉଥାଏ….ନାଲି, ନେଳି, ସବୁଜ… ରଙ୍ଗୀନ ସ୍ବପ୍ନ ମାନଙ୍କ ବଳୟ ଭିତରେ ଅନୁଭବ କରୁଥାଏ, ସ୍ପନ୍ଦିତ ହେଉଥିବା, ହୃଦୟର ଆହ୍ଵାନ….ଯାହା ପ୍ରେରଣା ଦିଏ, ତୋ ଆଖିରେ ମୋ ସ୍ବପ୍ନକୁ ବାସ୍ତବତାର ରୂପ ଦେବା ପାଇଁ… ଦେବସ୍ମିତା ପାଣିଛାୟାପଥ ଲେନ୍, ନୟାଗଡ଼, ମୋ-୮୦୯୩୯୩୬୮୨୭
Read Moreଏଇତ ଜୀବନ (କବିତା)
ବିଭୁ ଉପହାର ଏ ଦିବ୍ୟ ଜୀବନସମସ୍ତଙ୍କ ହିତ ପାଇଁ,ଅମୃତ ସନ୍ତାନ ଆମେରେ ମହାନହସିହସାଇବା ପାଇଁ।୧। ଯଦି କା ଜୀବନେ ଫୁଲଟିଏ ହୋଇବିତରି ପାରେନା ବାସ୍ନା,କା ପାଇଁ କାହିଁକି କଣ୍ଟକିତ ପଥକରିବି ମନେ ଭାବନା।୨। କାହା ଜୀବନରେ ଦୀପଟିଏ ହୋଇଜଳି ଯେବେ ପାରେନାହିଁ,କା ପାଇଁ କାହିଁକି ଅନ୍ଧାର ର ପଥଦେଖାଇବି ଅବା ମୁହିଁ।୩। କାହା ଜୀବନରେ ସତ୍ୟର ପଥକୁଦେଖାଇ ନ ପାରେ ଯେବେ,କା ପାଇଁ କାହିଁକି ଅନ୍ୟାୟ ଅସତ୍ୟପଥ ଦେଖାଇବି କେବେ।୪। କାହା ଜୀବନରେ ଆଶା,ଭରସା ରସୂତ୍ର ଯେବେ ହେଲି ନାହିଁ,କା ପାଇଁ କାହିଁକି ଦୁଃଖ ଓ ଯନ୍ତ୍ରଣାସାଇତିଵି ମନେ ମୁହିଁ ।୫। କାହା ପାଇଁ ଯଦି ସୁଖର ସଉଧଗଢି ନପାରେ ମୁଁ କେବେ,କା ପାଇଁ କାହିଁକି ଦୁଃଖର ପାହାଡ଼ତିଆରି କରିବି ତେବେ।୬। ଶେଫାଳି କୁସୁମ କରିଦିଅ ବିଭୁକିଛି କ୍ଷଣ ମହକିବି,ଯେତିକି ସମୟ ରହିଥିବି ଭବେକା’ରେ ଦୁଃଖ ମୁଁ…
Read Moreଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ମାତୄଶକ୍ତି କବିତା ଆସର
ଓଡ଼ଗାଁ,(ନୟାଗଡ଼ ଦର୍ପଣ)- କରୋନା କଟକଣା ଦୄଷ୍ଟିରୁ ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଲକର ସାରସ୍ୱତ ସାଧକସାଧିକା ମାନଙ୍କୁ ନେଇ ଦୀର୍ଘ ଛଅମାସ ଧରି ପ୍ରତି ମାସରେ ଭର୍ଚୁଆଲ୍ କବିତା ଆସର କରିଆସୁଥିବା ଓଡ଼ଗାଁର ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ଚଳିତ ମାସରେ ଭାପୁର ଓ ଖଣ୍ଡପଡାର କବି କବୟିତ୍ରୀମାନଙ୍କୁ ନେଇ ପାର୍ବଣ ଅବସରରେ ମାତୄଶକ୍ତି କବିତା ଆସର ନାମରେ ଏହାର ୫ମ କବିତା ଆସର ଅପରାହ୍ନ ୨ ଘଟିକା ସମୟରେ ଆୟୋଜନ କରିଛି।ଉକ୍ତ କବିତା ଆସରରେ ମୁଖ୍ୟ ଅତିଥି ଭାବେ ଉତ୍କଳ ଶିକ୍ଷା ସଂସଦ,କୋଲକାତାର ଉପସଭାପତି ତଥା ପ୍ରତିବେଶୀ ପତ୍ରିକାର ସମ୍ପାଦକ ପୀତାମ୍ବର ବାରିକ ଯୋଗ ଦେଇଥିବା ବେଳେ ସଭାପତି ପଞ୍ଚାନନ ପଣ୍ଡାଙ୍କ ପରିଚାଳନାରେ ଅନୁଷ୍ଠାନର ପ୍ରତିଷ୍ଠାତା ଲୋକନାଥ ମିଶ୍ର(ଭରଦ୍ୱ।ଜ), ଉପସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ ଓ ମନୋଜ କୁମାର ନାୟକ, ଆବାହକ ପ୍ରହଲ୍ଲାଦ…
Read Moreଜୀବନ ଜ୍ୟୋତି ଙ୍କୁ ପରମ୍ପରା ଯୁବକବି ସମ୍ମାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ପରମ୍ପରା ସାହିତ୍ୟ ଏବଂ ସଂସ୍କୃତି ପରିଷଦର ୨୬ତମ ସାରସ୍ୱତ ସମାରୋହ ନୟାଗଡ଼ ସ୍ଥିତ କେସି କ୍ଲବ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ସୁକାନ୍ତି ମହାନ୍ତିଙ୍କ ପୌରହତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ କବି ପିନାକୀ ସିଂ, ଉତ୍କଳ ସାହିତ୍ୟ ସମାଜ ସଭାପତି ତରୁଣ କୁମାର ସାହୁ, ନୟାଗଡ଼ ଜିଲ୍ଲା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ଅଶୋକ ନାୟକ, କବି ବିରଞ୍ଚି ନାରାୟଣ ତ୍ରିପାଠୀ, ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଡ଼ଃ. ପବିତ୍ର ସୁବୁଦ୍ଧି, ଶେଖ ଅବଦୁଲ ଖାଲିକ, ଅଶୋକ ମଲ୍ଲ, ସ୍ମିତା ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ। ଅନୁଷ୍ଠାନର ସଂପାଦକ ନିର୍ମଳ ଚନ୍ଦ୍ର ଶୂରଦେଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଉପଢ଼ୌକନ ଏବଂ ମାନପତ୍ର ଦିଆଯାଇ…
Read Moreତୋ ଆଖି…
କବିତା- ତୋ ଆଖି ତୋର ସେଇ ନିରୀହ ଅଖିରେ ସାଇତିଛି, ମୋର ସବୁ ସପନ…ଡର ଲାଗେ…କାଳେ ଲାଗିଯିବ କାହା ନଜର..ସେଇଥିପାଇଁ ତ ଭରିଦିଏ ସେଇ ଆଖି ଦୁଇଟିରେ କଜଳର ଗାର…ସ୍ବପ୍ନ ସେତ ଏକ ଉଡନ୍ତା ରାଜହଂସୀ..ଯାର ଭ୍ରମଣର ଆଦି ଅନ୍ତ ନାହିଁ…କେବେ ସେ ମୟୁରୀର ଛନ୍ଦ ବାନ୍ଧି ଛମ୍ ଛମ ନାଚେ..କେବେ ପୁଣି ସେ ବୀଣାର ଝଙ୍କାର ତୋଳି, ଜୀବନରେ ସାତ ସୁର ଭରେ…ଏକାନ୍ତ ନିଜର ସ୍ବପ୍ନ ମାନଙ୍କ ଛାତିରେ ନୀତି ମୁଁ ଆଉଜି ହେଉଥାଏ….ନାଲି, ନେଲି, ସବୁଜ… ରଙ୍ଗୀନ ସ୍ବପ୍ନ ମାନଙ୍କ ବଳୟ ଭିତରେ ଅନୁଭବ କରୁଥାଏ, ସ୍ପନ୍ଦିତ ହେଉଥିବା, ହୃଦୟର ଆହ୍ଵାନ….ଯାହା ପ୍ରେରଣା ଦିଏ, ତୋ ଆଖିରେ ମୋ ସ୍ବପ୍ନକୁ ବାସ୍ତବତାର ରୂପ ଦେବା ପାଇଁ… ଲେଖିକା -ଦେବସ୍ମିତା ପାଣି, ଛାୟା ପଥ ଲେନ୍, ନୟାଗଡ଼ ।
Read Moreକଥା ଓ କବିତାର ଶାରଦୀୟ ଉତ୍ସବ ‘ସମ୍ଭାର’ ଆୟୋଜିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଦ୍ୱାରା ଆୟୋଜିତ କଥା ଓ କବିତାର ଶାରଦୀୟ ସାହିତ୍ୟ ଉତ୍ସବ ‘ସମ୍ଭାର’ ନୟାଗଡ଼ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଅଧ୍ୟାପକ ଅଶୋକ ନାୟକ ଯୋଗଦାନ କରିଥିବା ବେଳେ ନାଟ୍ୟକାର ଓ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର କହଁର କାର୍ଯ୍ୟକ୍ରମକୁ ଉଦଘାଟନ କରିଥଲେ । ମୁଖ୍ୟବକ୍ତା ଭାବେ କଥାକାର ତଥା ସାମ୍ବାଦିକ ଶୁଭ୍ରାଶୁଂ ପଣ୍ଡା ଏବଂ ବିଶିଷ୍ଟ ଅତିଥିଭାବେ ପ୍ରତିଷ୍ଠିତ ବ୍ୟଙ୍ଗକବି ତଥା ସୁସମାଲୋଚନ ଏବଂ ସ୍ତମ୍ଭକାର ଡଃ କୁଳାଙ୍ଗାର ଯେଗଦାନ କରି ‘ଓଡ଼ିଆ ଭାଷା ସାହିତ୍ୟରେ ଯୁବପିଢ଼ିର ଉତ୍ତର ଦାୟିତ୍ୱ’ ପ୍ରସଙ୍ଗରେ ଆଲୋଚନା କରିଥଲେ । ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ ଅବଦୁଲ ଖାଲିକ…
Read More