ଓଡ଼ଗାଁରେ ଜିଲ୍ଲା ଲେଖକ ପରିଷଦର ବର୍ଷାକାଳୀନ କବିତା ଆସର

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ବ୍ଲକ୍ ସମ୍ମିଳନୀ କକ୍ଷରେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଓ ସ୍ଥାନୀୟ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ମିଳିତ ଆନୁକୂଲ୍ୟରେ ବର୍ଷାକାଳୀନ ସାହିତ୍ୟ ଆସର ତଥା ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ ମୁଖ୍ୟଅତିଥି ରୂପେ ଯୋଗଦେଇଥିବା ବେଳେ ଓଡ଼ଗାଁ ସମ୍ବାଦ ସାହିତ୍ୟଘର ସଭାପତି ଦିବାକର ନାୟକ ବିଶେଷ ଅତିଥି, ଡଃ କୈଳାସ ବାଣ୍ଠ ମୁଖ୍ୟବକ୍ତା ଏବଂ ଜିଲ୍ଲା ଲେଖକ ପରିଷଦ ସମ୍ପାଦକ ଶେଖ୍ ଅବଦୁଲ ଖାଲିକ୍, ରଘୁନାଥ ସାରସ୍ଵତ ସଂସଦର ସଭାପତି ପଞ୍ଚାନନ ପଣ୍ଡାଙ୍କ ସମେତ ସ୍ଥାନୀୟ ସମସ୍ତ ସାମ୍ବାଦିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଲେଖକ ପରିଷଦର ସଭାପତି ପ୍ରଧାନୀ ବୄନ୍ଦାବନ ମହାପାତ୍ରଙ୍କ ସଭାପତିତ୍ୱରେ ଉକ୍ତ ସଭାରେ ବରିଷ୍ଠ କବି ଗୋଦାବରୀଶ ମିଶ୍ର, ନିର୍ମଳଚନ୍ଦ୍ର ଶୂରଦେଓ,ନୀଳିମା ନନ୍ଦ,…

Read More

ଅଧ୍ୟୟନ ଓ ଗବେଷଣା ପାଇଁ ସମର୍ପିତ ଥିଲା ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନ

ଡ୍ରଇଁ ଶିକ୍ଷକରୁ କଲିକତା ବିଶ୍ଵବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ନୟାଗଡ଼,(ନୟାଗଡ଼ ଦର୍ପଣ): ସାରା ଜୀବନ ଅଧ୍ୟୟନ ଓ ଗବେଷଣାରେ ନିମଗ୍ନ ଥିବା ମହାନ୍ ସାହିତ୍ୟିକ ପଣ୍ଡିତ ବିନାୟକ ମିଶ୍ର ସାମାଜିକ, ଆର୍ଥିକ, ପାରିବାରିକ ଦୁଃଖକଷ୍ଟକୁ ଭୃକ୍ଷେପ ନକରି ସାହିତ୍ୟ ଗବେଷଣାକୁ ଜୀବନର ବ୍ରତ ଭାବେ ଗ୍ରଦଣ କରିଥିଲେ । ମାତ୍ର ସପ୍ତମ ଶ୍ରେଣୀ ପାଠ ପଢିମଧ୍ୟ ନିଜର ଅସାଧାରଣ ଜ୍ଞାନ ପାଇଁ କଲିକତା ବିଶ୍ଵବିଦ୍ୟାଳୟର ଅଧ୍ୟାପକ ହୋଇପାରିଥିଲେ । କିନ୍ତୁ ସେଠାରେ ମିଳୁଥିବା ଦରମାକୁ ସେ ଖର୍ଚ୍ଚ କରିଦେଊଥିଲେ ପୁସ୍ତକ କିଣା ଓ ଗବେଷଣା କାର୍ଯ୍ୟରେ ଫଳରେ ଜୀବନର ଅନ୍ତିମ ସମୟରେ ରହିବା, ଖାଇବା ସହ ଅସୁସ୍ଥତା ଯୋଗୁଁ ଔଷଧ ପାଇଁ ମଧ୍ୟ କଷ୍ଟ ସହିବାକୁ ପଡିଥିଲା।ସେ ଥିଲେ ସ୍ୱାଭିମାନୀ,କାହାପାଖରେ ହାତପାତିବାକୁ ପସନ୍ଦ କରୁନଥିଲେ। ବାସ୍ତବରେ ଜୀବନର ଭଂଗା ଦୀପର ଉଜ୍ଜ୍ୱଳତମ ଶିଖା ଥିଲେ ପଣ୍ଡିତ ବିନାୟକ ମିଶ୍ର।…

Read More

ଜିଲ୍ଲାରେ ପ୍ରଥମ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା ‘ବ୍ୟଙ୍ଗ କଲମ’ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ୟଙ୍ଗକାର ରବୀନ୍ଦ୍ର ରାଉତଙ୍କ ଦ୍ୱାରା ସମ୍ପାଦିତ ଜିଲ୍ଲାର ସର୍ବପ୍ରଥମ ବ୍ୟଙ୍ଗ ପତ୍ରିକା ଆଜି ଅପରାହ୍ନରେ ନୟାଗଡ଼ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସାମନାରେ ଥିବା ଉତ୍କଳ ଘଣ୍ଟ ଯଦୁମଣିଙ୍କ ପ୍ରତିମୂତ୍ତିୀ ସାମନାରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ନୟାଗଡ଼ ଜିଲ୍ଲାରୁ ପ୍ରକାଶିତ ହେଲା ସମାଲୋଚନା ଧର୍ମୀ ତଥା ହାସ୍ୟ ବ୍ୟଙ୍ଗ ପତ୍ରିକା ‘ବ୍ୟଙ୍ଗ କଲମ’ । ଉନ୍ମୋଚନ ପୂର୍ବରୁ ପ୍ରଥମେ ପତ୍ରିକାକୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଉନ୍ମୋଚନ କାର୍ଯ୍ୟକ୍ରମରକୁ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ବେଳେ ନାଟ୍ୟକାର ଡ.ବିଜୟ ଚୌଧୁରୀ, ବରିଷ୍ଠ ଅଧିବକ୍ତା ମନୋରଂଜନ ମହାପାତ୍ର, ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ଅଶୋକ କୁମାର ନାୟକ, କବି ନିର୍ମଳ ଶୂରଦେଓ, କୈଳାସ ବାଣ୍ଠ, ପ୍ରଶାନ୍ତ ଦାଶ, ସମାଜସେବୀ ମନୋଜ ସାହୁ,…

Read More

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ବରଚିତ ଦେଶାତ୍ମାବୋଧକ କବିତା ପାଠ ଉତ୍ସବ ନୟାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅତିଥି ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌରାଞ୍ଚଳର ଅଧ୍ୟକ୍ଷା ନିରୁପମା ଖଟେଇ, ପ୍ରାକ୍ତନ ଅଧ୍ୟକ୍ଷ ତଥା ସାହିତିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ ସାହିତିକା ବସିରନ ବିବି, ସାହିତ୍ୟିକ ଶେଖ ଅବଦୁଲ ଖାଲିକ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଅତିଥିମାନେ ଆଜିର ଦିବସ ଉପରେ ବହୁ ସାରଗର୍ଭକ ଅଭିଭାଷଣ ରଖିଥିଲେ। ନୟାଗଡ଼ର ୨୦ରୁ ଉର୍ଦ୍ଧ୍ଵ ସୁସାହିତ୍ୟିକ ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ।…

Read More

ଆଜାଦି କା ଅମୄତ ମହୋତ୍ସବ ପାଳନ ଓ କବିତା ପାଠୋତ୍ସବ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଜି ଅପରାହ୍ନ ୩ ଘଟିକାରୁ ଘ୫:୩୦ ପର୍ଯ୍ୟନ୍ତ ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଆଜାଦି କା ଅମୄତ ମହୋତ୍ସବ ପାଳନ ଅବସରରେ ଏକ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ କବି ତଥା ସମାଜସେବୀ ଦିବାକର ନାୟକ ମୁଖ୍ୟଅତିଥି,କବି ଲୋକନାଥ ମିଶ୍ର (ଭରଦ୍ୱ।ଜ) ସମ୍ମାନିତ ଅତିଥି,କବି ଦୀନବନ୍ଧୁ ମହାପାତ୍ର ମୁଖ୍ୟ ବକ୍ତା ଓ କବି ପ୍ରଫୁଲ୍ଲ ମାଝି ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଏ ଅବସରରେ ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ର, ସୁନିଲ ପଟ୍ଟନାୟକ, ନାରାୟଣ ପାଣିଗ୍ରାହୀ, ରାମକୃଷ୍ଣ ପରିଡ଼ା, ଗଣେଶ୍ୱର ସାହୁ,ଫକୀର ମୋହନ ମହାରଣା ଆଦି ସ୍ଥାନୀୟ ସାମ୍ବାଦିକଗଣ ମଧ୍ୟ ସାମିଲ ହୋଇଥିଲେ।ସାମୁହିକ ଜାତୀୟ ସଂଗୀତ ଗାନ କରାଯାଇ…

Read More

ଜ୍ଞାନ,ଅନୁଭବ, ସାମର୍ଥ୍ୟ ଏବଂ କଳାତ୍ମକ କୈ।ଶଳ ଅନୁବାଦକୁ ପଭାବଶାଳୀ କରେ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତର ବିଭିନ୍ନ ପ୍ରାନ୍ତର ଅନୁବାଦକଙ୍କୁ ଏକାଠି କରିବା ସହ ଅନୁବାଦ ସାହିତ୍ୟର ବ୍ୟାପକତା ଦିଗରେ ନିରନ୍ତର ପ୍ରୟାସ କରିଆସୁଥିବା ଭାରତୀୟ ଅନୁବାଦ ସାହିତ୍ୟ ଅନୁଷ୍ଠାନ ବିଭିନ୍ନ ସମୟରେ ଅନୁବାଦ ସାହିତ୍ୟ ଆଧାରିତ ଆଲୋଚନାଚକ୍ର, ଅନୁବାଦକଙ୍କ ଅନୁଭବ,ଅନୂଦିତ କାବ୍ୟପାଠ ଆଦି ଆୟୋଜନ କରିଆସୁଅଛି। ଏହି କ୍ରମରେ ଅନୁଷ୍ଠାନ ତରଫରୁ ଅନଲାଇନ୍ ମାଧ୍ୟମରେ ଆୟୋଜିତ ହୋଇଯାଇଛି ବହୁଭାଷୀ ଅନୂଦିତ କାବ୍ୟପାଠ ଓ କାବ୍ୟ ସମୀକ୍ଷା କାର୍ଯ୍ୟକ୍ରମ। ଭାରତୀୟ ଅନୁବାଦ ସାହିତ୍ୟର ଆବାହକ ଶରତ ଚନ୍ଦ୍ର ଆଚାର୍ଯ୍ୟ ବରେଣ୍ୟ ଅନୁବାଦକମାନଙ୍କୁ ସ୍ୱାଗତ କରିବା ସହ ଭାରତୀୟ ଅନୁବାଦ ସାହିତ୍ୟ ଆସନ୍ତା ସମୟରେ ବିଭିନ୍ନ ରାଜ୍ୟମାନଙ୍କରେ ସମ୍ମିଳନୀ ଆୟୋଜନ ଏବଂ ଅନୁବାଦ କାର୍ଯ୍ୟ କୁ ବ୍ୟାପକ କରିବା ଦିଗରେ ଯତ୍ନଶୀଳ ହେବ ବୋଲି ଦର୍ଶାଇଥିଲେ। ଆକାଶବାଣୀ ଉପସ୍ଥାପିକା ମିତା ପଟ୍ଟନାୟକ ଓ ଯୁବ ଅନୁବାଦିକା ଜୟଶ୍ରୀ ଦୋରାଙ୍କ ସଂଯୋଜନାରେ ୨୦…

Read More

“ପାରିଆପଣେ ପାଣ୍ଡିଆ” ଲୋକାର୍ପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ବିଶିଷ୍ଟ ଲେଖକ ବିଶ୍ୱନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ‘ପାରିଆପଣେ ପାଣ୍ଡିଆ’ ଆଜି ନୟାଗଡ଼ ରୋଟାରୀ ଭବନଠାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡ଼.ହୃଷିକେଶ ମଲ୍ଲିକଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସାରସ୍ୱତ ପ୍ରେମୀ ଯୋଗ ଦେଇଥିଲେ। ରଂଜୁବାଳା ପ୍ରକାଶନୀର ମୁଖ୍ୟ ଶରତଚନ୍ଦ୍ର ବେହେରା ସ୍ୱାଗତ ଅଭିଭାଷଣ ରଖିଥିଲେ । ପ୍ରାକ୍ତନ ଶିକ୍ଷକ ଅଲେଖ ବେହେରା ଓ ପାଣ୍ଡବ ପ୍ରଧାନଙ୍କ ଦ୍ୱାରା ପୁସ୍ତକ ଉତ୍ସର୍ଗ ହୋଇଥିବା ସ୍ୱର୍ଗତ ବିଚ୍ଛେଦ ମହାପାତ୍ରଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶିକ୍ଷାବିତ ପ୍ରଫୁଲ୍ଲ କୁମାର ମହାନ୍ତି, ଗାଳ୍ପିକ ତପନ ମହାପାତ୍ର ଓ ସଙ୍ଗୀତକାର ଶରତ କୁମାର ସାହୁଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୁସ୍ତକର ଲୋକାର୍ପଣ ଅବସରରେ…

Read More

ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମ; କ୍ଷୋଭ ପ୍ରକାଶ କଲେ ଯୁବ ସାହିତ୍ୟିକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେଉଥିବା ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମରେ ବ୍ୟାପକ ତୃଟି ଏବଂ ମନମାନୀକୁ ନେଇ ଯୁବ ସାହିତ୍ୟିକ ଅନୀଲ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି । ସେ ତାଙ୍କ ଫେସବୁକ ପେଜରେ ଉଲ୍ଲେଖ କରିଛନ୍ତି କି, ଅଣସାହିତ୍ୟିକ ତଥା ରାଜନୈତିକ ଇଚ୍ଛାଶକ୍ତି ସର୍ମ୍ପନ୍ନ ବ୍ୟକ୍ତିଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଦୀର୍ଘଦିନ ଧରି ନୟାଗଡ଼ ଜିଲ୍ଲାରେ ସାହିତ୍ୟ ଏକାଡେମୀ ତରଫରୁ କୈାଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଉନଥିବା ବେଳେ ଏବେ ଯେଉଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ସେଠାରେ ସାତିତ୍ୟିକ କମ ଏବଂ ଅଣସାହିତ୍ୟିକଙ୍କୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଇଛି । ନୟାଗଡ଼ ଜିଲ୍ଲାରୁ ସାହିତ୍ୟ କ୍ଷେତ୍ରରେ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ଦାଶ ବେନୁହର୍, ଜ୍ଞାନି ଦେବାଶିଷ ମିଶ୍ର, ଡ. ଭାରତ ଭୂଷଣ ରଥ, ଦେବାଶିଷ…

Read More

ନାଟକ ସମଗ୍ର ରେ ପ୍ରକାଶିତ ହୋଇଛି ନୟାଗଡ଼ର ନାଟ୍ୟକାରଙ୍କ ନାଟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କୋଲକାତା ତଥା ଓଡ଼ିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ନାଟ୍ୟ ଉତ୍ସବ ପୂର୍ବ ରଂଗ ର ଉଦଯାପନୀ ସଂଧ୍ୟାରେ ଉନ୍ମୋଚିତ ହୋଇଯାଇଛି ଓଡ଼ିଶାର ୫ ଜଣ ନାଟ୍ୟକାରଙ୍କ ନାଟକ ଗ୍ରନ୍ଥାବଳୀ ‘ ନାଟକ ସମଗ୍ର ‘। ଏହି କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଜଂନ କୁମାର ଦାସ, ସଂଗୀତ ନାଟକ ଏକାଡେ଼ମୀ ସଭପତି ଅରୁଣା ମହାନ୍ତି,ସଚିବ ପ୍ରବୋଧ କୁମାର ରଥ, ଉପସଭାପତି ମନ୍ମଥ ଶତପଥୀ, ନାଟ୍ୟ ସଂଘର ସଭାପତି ହରେନ ସାହୁଙ୍କ ସହ ପାଞ୍ଚ ଜଣ ନାଟ୍ୟକାର ଉପସ୍ଥିତ ରହି ନାଟକ ସମଗ୍ର ର ଉନ୍ମୋଚନ କରିଥିଲେ।ନାଟକ ସମଗ୍ର ରେ ନୟାଗଡ଼ର ବିଶିଷ୍ଟ…

Read More

ଡ. ଅରୁଣ କୁମାର ସାହୁଙ୍କ ସମ୍ପାଦିତ ପୁସ୍ତକ ‘ଯୌବନ’ ଲୋକାର୍ପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପକ୍ଷୀଘର ଆନୁକୁଲ୍ୟରେ ଆଜି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ସମ୍ପାଦିତ ଗଳ୍ପ ପୁସ୍ତକ ‘ଯୌବନ’ ଲୋକାର୍ପିତ ହୋଇଯାଇଛି । ଜୁମ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରମୂଖ କବି ଓ ସାହିତ୍ୟିକମାନେ ଯୋଡ଼ି ହୋଇଥିବା ବେଳେ ନୟାଗଡ଼ ଦଳୀୟ କାର୍ଯ୍ୟାଳୟଠାରୁ ଶତାଧିକ ସାହିତ୍ୟିକ ଏବଂ ପ୍ରଶଂସକଙ୍କ ଗହଣରେ ପୁସ୍ତକ ଉନ୍ମୋଚନ ତଥା ଲୋକର୍ପଣ କାର୍ଯ୍ୟ ସମାପନ ହୋଇଛି । ଓଡ଼ିଆ ଗଳ୍ପ ସାହିତ୍ୟର ଧୂରୀଣ ସ୍ରଷ୍ଟା ଡ. ବିଭୂତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁସ୍ତକକୁ ଲୋକର୍ପିତ କରିବା ସହ କର୍ମ ଓ ଧର୍ମରେ ରାଜନେତା ଅରୁଣଙ୍କ ସାହିତ୍ୟ ପ୍ରତି ଥିବା ରୁଚି ଏବଂ ଭଲପାଇବାକୁ ଭୂରି ଭୂରି ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି…

Read More