ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ ଦଶପଲ୍ଲା ବିଧାୟକ ରମେଶ

ନିର୍ବାଚନ ମଣ୍ଡଳୀ ବାସୀଙ୍କ ଆଶ୍ରୀବାଦ କାମନା କଲେ ରମେଶ ନୂଆଗାଁ, (ନୟାଗଡ଼ ଦର୍ପଣ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଭିନ୍ନ ବିଧାନ ସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି।ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପାଇଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆସ୍ଥା ପ୍ରକଟ କରିବା ସହ ପୁନଃ ଟିକେଟ ପ୍ରଦାନ କରିଛନ୍ତି।ଏଥି ପାଇଁ ଦଶପଲ୍ଲା ବିଧାୟକ ରମେଶ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ,୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ, କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ,ନୟାଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା, ବରିଷ୍ଠ ପର୍ଯ୍ୟବେକ୍ଷକ ଦେବୀ ମିଶ୍ର ଏବଂ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ ଙ୍କୁ କୃତଜ୍ଞତା…

Read More

ଓଡଗାଁ ଭାଜପାର ୧୮ପରିବାର ଓ ବହୁ ମହିଳା ନେତ୍ରୀ ବିଜେଡିରେ ସାମିଲ

ଓଡ଼ଗାଁରେ ବିଜେଡି ପକ୍ଷରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ରାମସାଗର କଲ୍ୟାଣମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନୟାଗଡ଼ ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁ,ପୁରୀ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ,ବିଜେଡି ନେତ୍ରୀ ଇରାନୀ ରାୟ,ବିରଜାଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ନୟାଗଡ଼ ପ୍ରାର୍ଥୀ ଡ଼ ଅରୁଣ କୁମାର ସାହୁ ନୀତିଗତ ଲଢେଇରେ ବ୍ୟକ୍ତିଗତ ସ୍ତରକୁ ଯିବା ମୋର ଅଭ୍ୟାସ ନାହିଁ କିନ୍ତୁ ତାହା ଏବେ ଭାରତବର୍ଷରେ ଚାଲିଛି।ନୟାଗଡ଼ରେ ଏବେ କିଛି ଲକ୍ଷ୍ମୀ ଛଡା,ଗୋଷ୍ଠୀ ଛଡା ଓ ଘର ଛଡା ମାତିଛନ୍ତି ଏବଂ ନୟାଗଡ଼ ଜନସାଧାରଣ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି ଓ ସେମାନେ ହାରିବାଟା ଥୟ ବୋଲି କହିଥିଲେ।ଠିକ ସେହିପରି ଅରୁପ ପଟ୍ଟନାୟକ ଜଣେ ଭଲ…

Read More

ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ ଓ ପରିବେଶ ସୁରକ୍ଷା ସଚେତନତା କର୍ମଶାଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ଛାତ୍ରଛାତ୍ରୀଙ୍କୁ ସନ୍ତୁଳିତ ପରିବେଶ ତଥା ସବୁଜ ପୃଥିବୀ ଗଠନ ପାଇଁ ପ୍ରେରିତ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ମାନଙ୍କରେ “ଜାତୀୟ ଯୁବ ବାହିନୀ ତଥା ଇକୋ କ୍ଲବ୍” କାର୍ଯ୍ୟ କରୁଛି। ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ପ୍ରତିଷ୍ଠିତ ଇକୋ କ୍ଲବ୍ ଅଧୀନରେ ଗତକାଲି ଇକୋ କ୍ଳବର ବାର୍ଷିକୋତ୍ସବ ପାଳିତ ହୋଇଥିବା ବେଳେ ମୋ ସ୍କୁଲ କମିଟିର ସଭାପତି ଭଗବାନ୍ ଜେନା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ ଓ ପୂର୍ବତନ ସଭାପତି ସନ୍ତୋଷ ସାହୁ ଅତିଥି ଭାବରେ ଯୋଗଦେଇଥିଲେ। ସେହିପରି ସବୁଜ ପୃଥିବୀ ସହିତ ସନ୍ତୁଳିତ ପରିବେଶ ଉପରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟଅତିଥି ଭାବରେ ନୟାଗଡ଼ ବନାଞ୍ଚଳ ଅଧିକାରୀ କ୍ଷମା ଷଡ଼ଙ୍ଗୀ ଯୋଗଦେଇ ପିଲାଙ୍କୁ ଜଙ୍ଗଲ ସୁରକ୍ଷା ଓ ସୁସ୍ଥ ପରିବେଶ ଗଠନ ଉପରେ ଅନେକ ଉପାଦେୟ ବାର୍ତ୍ତା ଦେଇଥିଲେ। ବ୍ଲକ୍ ଶିକ୍ଷା ଅଧିକାରୀ…

Read More

ନୟାଗଡ଼ରେ ବିଶ୍ୱ ନାଟ୍ୟ ଦିବସ

ନୟାଗଡ଼,(ନୟାଗଡ଼ ଦର୍ପଣ): ମାର୍ଚ୍ଚ ୨୭ ତାରିଖ ବିଶ୍ବ ନାଟ୍ୟଦିବସ । ଏହି ଅବସରରେ ନୟାଗଡ଼ କେ.ସି. କ୍ଳବ ଠାରେ ‘ନାଟ୍ୟଧାରା’ ଆନୁକୁଲ୍ୟରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ବ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ବିଶ୍ଵ ନାଟ୍ୟ ଦିବସର ତାତ୍ପର୍ଯ୍ୟ, ଆହ୍ବାନ ଆଉ ଲକ୍ଷ୍ୟ ଉପରେ ଆଲୋଚନା ରଖି ପୃଥ‌ିବୀରେ ନାଟ୍ୟ ଆନ୍ଦୋଳନର ଏକ ଚିତ୍ର ଉପସ୍ଥାପନ କରିଥିଲେ ନାଟ୍ୟକାର କମ୍ରେଡ ବିଶ୍ବନାଥ ମହାପାତ୍ର । ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ଅଭିନେତା ପବିତ୍ର ମହାନ୍ତି ଅତ୍ୟାଧୁନିକ ଯୁଗରେ ନାଟକର କ୍ରମ ବିକାଶ, ଓଡିଆ ନାଟକରେ ନୟାଗଡ଼ ନାଟ୍ୟକଳାର ଅବଦାନ ଏବଂ ଲଗାତାର ନାଟ୍ୟ ଧାରାକୁ ଉଜ୍ଜିବିତ କରିବା ପାଇଁ ଲୋକକଳାକୁ ସମ୍ମାନିତ କରିବା ପାଇଁ ଆହ୍ୱାନ ଦେଇଥିଲେ। ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର ଓଡିଆ ନାଟ୍ୟକାର ବିକାଶ, ନାଟକର ସମାଜ ପ୍ରତିବଦ୍ଧତା,…

Read More

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଅସଲି ଖଡିରତ୍ନ ପଞ୍ଜିକା ପୂଜା

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ସୋମବାର ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଶାକଦ୍ଵୀପ ବୈଦିକ ବ୍ରାହ୍ମଣ ପରିଷଦ ନୟାଗଡ଼ ତରଫରୁ ଅସଲି ଖଡିରତ୍ନ ପଞ୍ଜିକା ପୂଜା କରାଯାଇ ଜିଲ୍ଲାର ଯାଗ୍ନିକ ପୁରୋହିତମାନଙ୍କୁ ନୂତନ ପଞ୍ଜିକା ପ୍ରଦାନ କରାଗଲା । ପୁରୋହିତମାନଙ୍କ ଦ୍ଵାରା ବେଦ ପାଠ କରାଯାଇ ନୟାଗଡ଼ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ପ୍ରଭାକର ମିଶ୍ର, କମଳା କାନ୍ତ ରଥ, ଶାନ୍ତନୁ ଦାଶ, ଘନଶ୍ୟାମ ମିଶ୍ର, ଫକୀର ମିଶ୍ର, ଗଗନ ବିହାରୀ ମିଶ୍ର, ବସନ୍ତ ରଥ, ପ୍ରକାଶ ଚନ୍ଦ୍ର ମିଶ୍ର, କୁଳମଣି ପଣ୍ଡା (ବଡ଼ପଣ୍ଡା) ବସନ୍ତ ରଥ (ବାବୁଲି), ନିରଞ୍ଜନ ଦୈବଜ୍ଞ ଓ ଉପେନ୍ଦ୍ର ନାଥ ମହାପାତ୍ରଙ୍କୁ ନୟାଗଡ଼ ତ୍ରିନାଥ ଛକ ନିକଟସ୍ଥ ଶ୍ରୀରାମ ମନ୍ଦିର ପରିସରରେ ପଞ୍ଜିକା ପ୍ରଦାନ କରାଗଲା। ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ସଭାପତି ପଣ୍ଡିତ ତ୍ରିନାଥ ନାୟକ, ସଦସ୍ୟ ସନ୍ତୋଷ ରାୟ, ରବୀନ୍ଦ୍ର…

Read More

ଓଡଗାଁ ମାଳିଆଝୋଲା ଗାଁରେ ବିଲୁଆ ଆକ୍ରମଣରେ ଦୁଇ ଆହତ

ଓଡଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବନାଞ୍ଚଳ ବାହାଡ଼ାଝୋଲା ସେକ୍ସନ ମାଳିଆଝୋଲା ଗ୍ରାମରେ ବିଲୁଆ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବାବେଳେ ଜଣେ ଯୁବକ ଆହତ ହୋଇଥିବା ଜଣାପଡିଛି।ଗୁରୁତର ମହିଳା ଜଣଙ୍କ ଉକ୍ତ ଗ୍ରାମର କଳାବତୀ ନାୟକ ଓ ଆହତ ଯୁବକ ଜଣଙ୍କ ଭଞ୍ଜ ନାୟକ ଅଟନ୍ତି। ସୂଚନା ଅନୁଯାୟୀ ସକାଳ ୮ଘଟିକା ସମୟରେ ମାଳିଆଝୋଲା ଗାଁ ମୁଣ୍ଡରେ ଥ‌ିବା ନିଜ ବିଲରେ କଳାବତୀ ମୁଗ ଉପାଡୁଥିବା ସମୟରେ ବିଲୁଆଟି ଅତର୍କିତ ଭାବରେ କଳାବତୀଙ୍କ ଉପରକୁ ଆକ୍ରମଣ କରିବା ସହ ହାତ ଓ ଗୋଡ଼କୁ କାମୁଡି ରକ୍ତାକ୍ତ କରିଦେଇଥିଲା। ସ୍ଥାନୀୟ ଲୋକେ କଳାବତୀଙ୍କୁ ଉଦ୍ଧାର କରିବା ସ‌ହ ପ୍ରାଥମିକ ଚିକିତ୍ସା କରାଇଥିଲେ। ଅବସ୍ଥା ଗୁରୁତର ହେବାରୁ ୧୦୮ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ଭଞ୍ଜ ନିତ୍ୟକର୍ମ ସାରିବା ଉଦ୍ଦେଶ୍ୟରେ ବିଲକୁ ଯାଇଥିବା ସମୟରେ ବିଲୁଆଟିଆକ୍ରମଣ କରି…

Read More

ଥାନା ପୋଲିସକୁ ଚକମା ଦେଇ ଅଭିଯୁକ୍ତ ମାରିଲା ଚମ୍ପଟ। ଗୋଡେଇ ଗୋଡେଇ ଧରିଲା ପୋଲିସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନାରୁ ଅଭିଯୁକ୍ତ କଇ ପ୍ରଧାନ ଫେରାର ହୋଇଯିବା ବେଳେ ଗୋଡେଇ ଗୋଡେଇ ତାକୁ କାବୁ କରିଛି ଟାଉନ ଥାନା ପୋଲିସ। ସୂଚନା ଅନୁଯାୟୀ ବିଭିନ୍ନ ଚୋରୀ ଓ ଡକାୟତି ମାମଲାରେ ଅଭିଯୁକ୍ତ ଯୁବକ କଇ ପ୍ରଧାନଙ୍କୁ ଟାଉନ ଥାନା ପୋଲିସ ଆଜି ଧରି ଥାନାକୁ ଆଣିଥିବା ବେଳେ ଅଭିଯୁକ୍ତ କଇ ପ୍ରଧାନ ପରିସ୍ରା କରିବା ବାହାନା କରି ଥାନାରୁ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଥିଲା। ଆଉ ପୋଲିସ ଗୋଡେଇ ଥିଲା ଅଭିଯୁକ୍ତକୁ ଧରିବା ପାଇଁ। ଆଜି ନୟାଗଡ଼ ସହରରେ ଦେଖିବାକୁ ମିଳିଥିଲା ଏହି ଚୋର ପୋଲିସ ଖେଳ। ଯାହା ସ୍ଥାନୀୟ ଲୋକଙ୍କୁ ଚକିତ କରିଥିଲା, ଅଭିଯୁକ୍ତ କଇ ପ୍ରଧାନ ଟାଉନ ଥାନା ଠାରୁ ମାତ୍ର ୩ଶହ ମିଟର ଦୂରରେ ଥିବା ଏକ ଚର୍ଚ୍ଚ ପରିସର ଗାଡ଼ିଆରେ ପଶି ଯାଇଥିଲା।…

Read More

ନୟାଗଡ଼ ସାମ୍ବାଦିକ ଭବନର କାର୍ଯ୍ୟକାରୀ ସମ୍ପାଦକ ହେଲେ ଅନୀଲ ପଣ୍ଡା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଳା ସାମ୍ବାଦିକ ଭବନ ପକ୍ଷରୁ ଆଜି ସନ୍ଧ୍ୟାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଦେଷ୍ଠା ଶ୍ରୀକାନ୍ତ ଖଟେଇ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ନବ କିଶୋର ମିଶ୍ର, ରବି ଦାଶ, ରଜତ ପଟ୍ଟନାୟକ, ପ୍ରଶାନ୍ତ କୁମାର ଜେନା, ବିଶ୍ୱଜିତ୍ ନାୟକ, ବିଭୂତି ଭୂଷଣ ସ୍ଵାଇଁ, ମହେଶ ମିଶ୍ର, ଯଯାତି କେଶରୀ, ପ୍ରଭାତ ମହାପାତ୍ରଙ୍କ ସମେତ ୪୦ରୁ ଉର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ବୈଠକରେ ହୋଲି ପାଳନ ସହ ଭବନର ବିଭିନ୍ନ ସମସ୍ୟା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହା ସହିତ ଭବନ ପରିଚାଳନା ପରିଷଦ ସଦସ୍ୟ ତଥା ସକାଳ ସାମ୍ବାଦିକ ଅନୀଲ କୁମାର ପଣ୍ଡାଙ୍କୁ କାର୍ଯ୍ୟକାରୀ ସମ୍ପାଦକ ଭାବେ ମନୋନୀତ କରାଯାଇଛି।…

Read More

ଏସଏଚଜି ମହିଳାଙ୍କ ଋଣ ଛାଡ଼ କଂଗ୍ରେସ ଗ୍ୟାରେଣ୍ଟିକୁ ବିଭିନ୍ନ ମହିଳା ଗୋଷ୍ଠୀର ସମର୍ଥନ

ନୟାଗଡ଼, (ନୟାଗଡ଼ ଦର୍ପଣ): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରୂଣ ସମ୍ପୂର୍ଣ୍ଣ ଛାଡ଼। ରାଜ୍ୟର ପ୍ରତ୍ୟେକ ଘର ମୁଖ୍ୟ ମହିଳାଙ୍କୁ ମାସିକ ୨୦୦୦ ଟଙ୍କା ଆର୍ଥିକ ପ୍ରୋତ୍ସାହନ, ମହିଳାଙ୍କୁ ୨୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା, ୫୦୦ ଟଙ୍କାରେ ମାସକୁ ଗୋଟିଏ ଗ୍ୟାସ ସିଲିଣ୍ଡର ଯୋଗାଣ, କୃଷି ଋଣ ଛାଡ, ବେକାରୀ ଭତ୍ତା ୩୦୦୦ ଟଙ୍କା ପ୍ରଦାନ ପାଇଁ କଂଗ୍ରେସ ଗ୍ୟାରେଣ୍ଟି କୁ ସ୍ୱାଗତ କରି ନୟାଗଡ ବ୍ଲକ ବିଭିନ୍ନ ଏସଏଚଜି ଗୋଷ୍ଠୀ ମହିଳା ଏବଂ ଗ୍ରୀନକାର୍ଡ ସଂଘ କାର୍ଯ୍ୟକର୍ତା ମାନେ ଆଜି ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କୁ ସାକ୍ଷାତ କରି କଂଗ୍ରେସ ଦଳକୁ ସମର୍ଥନ କରିବା ସହ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପାଇଁ ଇଛା ପ୍ରକାଶ କରିଛନ୍ତି। ସମ୍ପ୍ରତ୍ତି ରାଜ୍ୟରେ ସରକାରୀ ଦଳ ବିଜେଡି ଏବଂ ମୁଖ୍ୟ ବିରୋଧୀ…

Read More

ଶହ ଶହ କର୍ମୀଙ୍କ ସହ ବିଜେଡ଼ିରେ ମିଶିଲେ ଇରାନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଜେଡିରେ ଇରାନୀ ରାୟ। ବିଜେପି ନେତ୍ରୀ ଇରାନୀ ରାୟ ବିଜେଡିରେ ଯୋଗ ଦେଇଛନ୍ତି। ଆଜି ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଶହ ଶହ ସମର୍ଥକଙ୍କ ସହିତ ସେ ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି। ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଡ଼ ଅରୁଣ କୁମାର ସାହୁ ଓ ରାଜ୍ୟସଭା ସାଂସଦ ସଶ୍ମିତ ପାତ୍ର ମଧ୍ୟ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ। ସୂଚନା ଥାଉକି ଇରାନୀ ରାୟ କିଛି ଦିନ ତଳେ ବିଜେପି ଛାଡିଥିଲେ । ନୟାଗଡ଼ରୁ ୨୦୧୯ରେ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଇରାନୀ । ତେବେ ବିଜେଡିରେ ମିଶିଲା ପରେ ଇରାନୀ…

Read More