ସେବା ଯୋଗାଇବାର ଉତ୍ସାହ ହେଲେ, ସବୁଦିନ ସେବା ଉତ୍ସବ ହେବ

ନୟାଗଡ଼, (ନୟାଗଡ଼ ଦର୍ପଣ): ସେବା ଯୋଗାଇବାର ଉତ୍ସାହ ହେଲେ, ସବୁଦିନ ସେବା ଉତ୍ସବ ହେବ। ସେବା ଉତ୍ସବ ଏମିତି ଏକ ପ୍ରୟାସ ଯେଉଁ ଉତ୍ସବ ସମାଜରେ ସେବା ଭାବନା ପାଇ ଉତ୍ସାହ ଭରିବ। ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧୫ ତାରିଖରୁ ଅନୁଷ୍ଠିତ ଅଷ୍ଟମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବରେ ଯୋଗଦେଇ ମଂଚାସୀନ ଅତିଥିମାନେ ଏଭଳି ମତ ରଖିଛନ୍ତି। ଗତ ଜୁଲାଇ ୧୫ ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ୨ପାଞ୍ଚ ତାରିଖ ଯାଏଁ ଅନୁଷ୍ଠିତ ହୋଇଯାଇଥିବା ଏହି ଜିଲ୍ଲାସ୍ଥରୀୟ ଉତ୍ସବରେ ଜିଲ୍ଲାର ୨ ହଜାର ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ରାସନ ଓ ଆର୍ଥିକ ସହାୟତା ସାଙ୍ଗକୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଯାଇଥିଲା। ଚଳିତ ବର୍ଷ ଏହି ସେବାଉତ୍ସବ ଜିଲ୍ଲାର ଆଠୋଟି ବ୍ଲକ ପରିକ୍ରମା କରିଥିବା ବେଳେ ସେବା ଉତ୍ସବର ସ୍ବେଛାସେବୀ ମାନେ ଘର…

Read More

ସମର୍ପଣ ବୃଦ୍ଧାଶ୍ରମରେ ପିଠା ଓ ବସ୍ତ୍ର ବାଣ୍ଟିଲେ ଜିଲ୍ଲା ଶିକ୍ଷା ଅଧିକାରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମକୁ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଓ ବ୍ଳକ୍ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ମାଆର ଭାବାନାକୁ ପୋଷଣ କରି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପଟ୍ଟନାୟକ ଅନ୍ତେବାସୀ ମାନଙ୍କ ପାଇଁ ଆରିଷା, କାକରା ଆଦି ପିଠା ପ୍ରସ୍ତୁତ କରି ଆଣିବା ସହିତ ସମସ୍ତ ଅନ୍ତେବାସୀ ମାନଙ୍କୁ ବସ୍ତ୍ର ଦାନ କରିଥିଲେ। ସାଥିରେ ଥିଲେ ବ୍ଳକ୍ ଶିକ୍ଷା ଅଧିକାରୀ। ଉଭୟ ଅଧିକାରୀ ଅନ୍ତେବାସୀ ମାନଙ୍କ ସହିତ ଦହୁ ସମୟ ଅତିବାହିତ କରି ଖୁସି ଅନୁଭବ କରିଥିଲେ। ସମର୍ପଣ କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି ଓ ସଂପାଦକ ଶ୍ରୀଧର ସାହୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏତାଦୃଶ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ଗଭୀର କୃତଜ୍ଞତା ଜ୍ଞାପନ…

Read More

କୃଷ୍ଣ ଦ୍ଵୈପାୟନ ବେଦ ପାଠଶାଳାରେ ବ୍ୟାସଦେବଙ୍କ ଜୟନ୍ତୀ ପାଳିତ

ରଣପୁର, (ନୟାଗଡ଼ ଦର୍ପଣ): ଆଷାଢ ପୂର୍ଣ୍ଣିମା ତିଥି ମହର୍ଷି ବ୍ୟାସଦେବଙ୍କ ଜନ୍ମ ଜୟନ୍ତୀ। ଯାହା ପବିତ୍ର ଗୁରୁ ପୂର୍ଣ୍ଣିମା ନାମରେ ଭୁବନ ବିଦିତ। ଉକ୍ତ ଦିବସ ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଗ୍ରଣୀ ଅନୁଷ୍ଠାନ କୃଷ୍ଣ ଦ୍ଵୈପାୟନ ବେଦ ପାଠଶାଳାରେ ବ୍ୟାସଦେବଙ୍କ ଜନ୍ମ ଜୟନ୍ତୀ ତଥା ବେଦ ପାଠଶାଳାର ଏକାଦଶ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଡ. ସତ୍ୟ ନାରାୟଣ ମିଶ୍ରଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସର୍ବ ପ୍ରଥମେ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ ଓ ପୂଜାର୍ଚ୍ଚନା କରାଯାଇ ବିଦ୍ୟାର୍ଥୀ ଓ ଗୁରୁଜୀ ଜଗନ୍ନାଥ ମହାପାତ୍ର ଓ ଗୁରୁଜୀ ରାକେଶ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ଅଷ୍ଟକମ୍‌, ବ୍ୟାସ ବନ୍ଦନା, ବେଦ ପାଠ କରାଯାଇଥିଲା। ପରେ ଅନୁଷ୍ଠାନର…

Read More

ବାଲୁଗାଁରେ ସେବା ଉତ୍ସବ, ମନମୋହିଲା ଓଡିଶୀ ନୃତ୍ୟ

ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -୨୦୨୪ ଆଜି ବାଲୁଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଲୁଗାଁ ଅଂଚଳର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ଚପଲ ବଣ୍ଟନ କରିଯାଇଥିଲା। ଏହାପରେ ବାଲୁଗାଁ ଛକରେ ଏକ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ପ୍ରେରିତ ବିଭିର୍ଣ୍ଣ ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ପରେ କଲେଜ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନୟାଗଡ଼ ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲୁଗାଁର ଯୁବ…

Read More

ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗ ସଚେତନତା ସଭା ଏବଂ ସଫ୍ଟ ଟଏସ ପ୍ରଶିକ୍ଷଣ ଶିବିର

ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣ କୁଳ ନାରାୟଣ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ସଚେତନତା ସଭା ଏବଂ ସଫ୍ଟ୍ ଟୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିନିମନ୍ତେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନ ଷଡ଼ଙ୍ଗୀ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଯୋଗଦେଇଛନ୍ତି। ସେ ଧନ୍ଦାମୂଳକ ଶିକ୍ଷାର ଉପାଦେୟତା ବିଷୟରେ ମତ ଦେଇଛନ୍ତି, ମୁଖ୍ୟ ବକ୍ତା ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଦୁର୍ଗା ଚରଣ ଦାସ ଦକ୍ଷତା ବିକାଶ ଦ୍ଵାରା ନିଯୁକ୍ତି ନିଶ୍ଚିତ ଓ ଶିକ୍ଷା ବ୍ୟର୍ଥ ନୁହେଁ ବୋଲି କହିଛନ୍ତି। ସେହିପରି ଜିଲ୍ଲା ଶ୍ରମ ଓ ନିଯୁକ୍ତି ବିଭାଗ ଅଧିକାରୀ ପ୍ରଶାନ୍ତ ମଲ୍ଲିକ ଧନ୍ଦାମୂଳକ ଶିକ୍ଷା ଦ୍ଵାରା ଶିକ୍ଷାର୍ଥୀ କିପରି ଓ କେଉଁ କେଉଁ ନିଯୁକ୍ତି ପାଇପାରିବେ…

Read More

ଦଶପଲ୍ଲାରେ ସେବା ଉତ୍ସବ,
ମାଗଣା ସ୍ବାସ୍ଥ୍ୟ ଶିବିରରେ ସାମିଲ ହେଲେ ୨ଶହ ପଚାଶ ରୋଗୀ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ଠାରେ ଅନୁଷ୍ଠିତ ହେଲା ସେବା ଉତ୍ସବ। ଚଳିତ ମାସ ୧୫ତାରିଖ ଠାରୁ ୨୫ ତାରିଖ ଯାଏଁ ଦଶ ଦିନ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ସେବା ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଅଷ୍ଟମ ବାର୍ଷିକ ସେବା ମହୋତ୍ସବ କାର୍ଯ୍ୟକ୍ରମ ଆଜି ସେବା ଉତ୍ସବ ସମିତି ଓ ସୀତାରାମ ୟୁଥ କ୍ଲବ ମିଳିତ ସହଭାଗିତାରେ ଦଶପଲ୍ଲା ବ୍ଲକ ଘୁଗୁଡିପଡା ପଞ୍ଚାୟତ ଦୁର୍ଗମ ଅଞ୍ଚଳ ମର୍ଦ୍ଦାବାଡ଼ି ଠାରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୨୬୦ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ନିଃଶୁଳ୍କ ଔଷଧ ଓ ଚଷମା ବଣ୍ଟନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ଆସିଥିବା ୨ ଶହ ପଚାଶ ରୋଗୀ ଉପସ୍ଥିତ ରହି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ସୁବିଧା ପାଇଥିଲେ।…

Read More

ନୟାଗଡ଼ କେସି କ୍ଲବର ୯୮ତମ ପ୍ରତିଷ୍ଠା ଦିବସ

ନୟାଗଡ଼: ନୟାଗଡ଼ ଜିଲ୍ଲାର ସର୍ବପୁରାତନ ଅନୁଷ୍ଠାନ କେସି କ୍ଲବର ୯୮ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ବାର କାଉନସିଲ ସଭାପତି ବୃନ୍ଦାବନ ପଣ୍ଡା ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲାର ବରିଷ୍ଠ ଅଧିବକ୍ତା ମନୋରଞ୍ଜନ ମହାପାତ୍ର ଯୋଗଦାନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା କ୍ଲବର ପୁରୁଖା ସଦସ୍ୟ ପ୍ରମୋଦ ପଟ୍ଟନାୟକ ଯୋଗଦାନ କରି ଆସନ୍ତା ଦୁଇବର୍ଷ ପରେ କ୍ଳବ ଶହେ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବା ପ୍ରକାଶ କରିଥିଲେ। ଏହି ଉପଲକ୍ଷେ ଏକ ୧୦୦ତମ ଜୁବୁଲି ପାଳନ କମିଟି ଗଠନ କରିବା ସହିତ ଏବେଠାରୁ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ। ଅନ୍ୟତମ…

Read More

ଓଡଗାଁରେଦୀକ୍ଷାନ୍ତ ଗ୍ରହଣ ଉତ୍ସବ

ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଖୁପଦର ଠାରେ ୫୪ଜଣ ସ୍କାଉଟ୍ ଓ ୫୪ଜଣ ଗାଇଡର ଛାତ୍ରଛାତ୍ରୀଙ୍କୁ ନେଇ ଦୀକ୍ଷାନ୍ତ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଣ୍ଡ୍ ଗାଇଡ୍ ରାଜ୍ୟ ସଂଯୋଜକ ତଥା ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ନାୟକ ଯୋଗଦେଇଥିଲେ। ଦୀକ୍ଷାନ୍ତ ଗ୍ରହଣ ଉତ୍ସବ ରେ ସ୍କାଉଟ୍ ଗାଇଡ୍ ମାନଙ୍କଦ୍ୱାରା ଜାତୀୟ ସଙ୍ଗୀତ,ସ୍କାଉଟ୍ ପ୍ରାର୍ଥନା ଓ ଝଣ୍ଡା ଗୀତ ଗାନ କରାଯାଇଥିଲା।ସ୍କାଉଟ୍ ମାଷ୍ଟର ପଞ୍ଚାନନ ପଣ୍ଡା, ଗାଇଡ୍ କ୍ୟାପଟେନ୍ ସୌଦାମିନୀ ମହାପାତ୍ର, ଜ୍ଞାନଲିପ୍ସା ପ୍ରିୟଦର୍ଶିନୀ, କବ୍ ମାଷ୍ଟର ରଞ୍ଜନ କୁମାର ଦାଶ ଛାତ୍ର ଛାତ୍ରୀ ମାନଙ୍କୁ ଦୀକ୍ଷାନ୍ତ ଗ୍ରହଣ କରାଇ ବ୍ୟାଚ୍, ସ୍କାର୍ପ ଓ ଟୋପି ପ୍ରଦାନ କରାଇଥିଲେ।ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନ ସମସ୍ତଙ୍କୁ ମିଷ୍ଟାନ୍ନ…

Read More

ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ଜ୍ଞାନବିଜ୍ଞାନ ମେଳା ଓ ସଂସ୍କୃତି ମହୋତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଓ ସଂସ୍କୃତି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀ ଗୋପୀନାଥ ସାହୁ ମା ସାରଦାଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ସମସ୍ତଙ୍କ ପାଇଁ ଆଶିଷ ଭିକ୍ଷା କରିଥିଲେ। ବିଦ୍ୟାଳୟ ର ପ୍ରଧାନାଚାର୍ଯ୍ୟ ନିର୍ଣ୍ଣାୟକ ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସେମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା। ମୁଖ୍ୟଅତିଥି ଶ୍ରୀ ଗୋପୀନାଥ ସାହୁ ଦୈନନ୍ଦୀନ ଜୀବନରେ ବିଜ୍ଞାନ ର ଆବଶ୍ୟକତା, ଛାତ୍ରଛାତ୍ରୀ ଙ୍କ ମନରେ ବିଜ୍ଞାନ ମନସ୍ଥତା ସୃଷ୍ଟି ନିମନ୍ତେ ପତ୍ରପତ୍ରିକା ପଠନ ନିମନ୍ତେ ଅଧ୍ୟୟନ ମନୋବୃତି ର ବିକାଶ ହେବା ଇତ୍ୟାଦି ସମ୍ପର୍କ ରେ ଆହ୍ୱାନ ଦେଇଥିଲେ। ବୈଜ୍ଞାନିକ ମାନଙ୍କ ଉଦାହରଣ ଦେଇ ନିଜେ ପ୍ରତ୍ୟେକ ଛାତ୍ର ବିଜ୍ଞାନୀ ହେବାପାଇଁ ପ୍ରେରଣା…

Read More

ରିଜର୍ଭ ପୋଲିସ୍ କାର୍ଯ୍ଯାଳୟ ପରିସରରେ ନୟାଗଡ଼ ପୋଲିସ ଓ ରୋଟାରୀ କ୍ଳବ୍ ତରଫରୁ ମେଗା ରକ୍ତଦାନ ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ରକ୍ତ ଦାନ ମହତ୍ ଦାନ। ରକ୍ତ ଦାନ ଦ୍ବାରା ଆଉ ଗୋଟିଏ ଜୀବନ ବଞ୍ଚି ପାରୁଥିବା ବେଳେ ଅନ୍ୟ ମୁଁହରେ ହସ ଫୁଟାଇ ମହାପୁଣ୍ୟ ଅର୍ଜନ କରିବାର ବଳିଷ୍ଠ ମାଧ୍ଯମ ହେଉଛି ରକ୍ତଦାନ। ଏହି ଭଳି ଏକ ମହତ୍ ପ୍ରୟାସରେ ନୟାଗଡ଼ ପୋଲିସ୍ ଓ ରୋଟାରୀ କ୍ଳବ୍ ନୟାଗଡ଼ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି ଏକ ମେଗା ରକ୍ତଦାନ ଶିବିର। ଏହି ଶିବିରରୁ ମୋଟ ୧୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଓ ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ନେତୃତ୍ବରେ ଆୟୋଜିତ ଏହି ମେଗା ରକ୍ତଦାନ ଶିବିରକୁ ନୟାଗଡ଼ ଜିଲ୍ଲାପାଳ ସ୍ବାଧାଦେବ ସିଂହ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼…

Read More