ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ବିଂଶତମ ବାର୍ଷିକ ଉତ୍ସବ ଉପଲକ୍ଷେ ରକ୍ତଦାନ ଶିବିର ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ବିଂଶତମ ବାର୍ଷିକ ଉତ୍ସବ ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସକାଳ ୧୦ଟା ସମୟରେ ଆୟୋଜିତ ରକ୍ତଦାନ ଶିବିରକୁ ବ୍ଳକ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ଓ ପ୍ରାକ୍ତନ ଉପବନ ସଂରକ୍ଷକ ସୁରେଶ ଚନ୍ଦ୍ର ହୋତା ଉଦଘାଟନ କରିଥିଲେ।ରକ୍ତଦାନ ଶିବିରରେ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଅପରାହ୍ନ ୦୧ଟା ସମୟରେ ବିଦ୍ଯାଳୟର ଉପଦେଷ୍ଟା ହରିହର ପାତ୍ରଙ୍କ ଅଧ୍ଯକ୍ଷତାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ମୂଲ୍ଯବୋଧ ଭିତ୍ତିକ ଶିକ୍ଷା ଉପରେ ବକ୍ତବ୍ଯ ଦେଇ ଅଭିଭାବକ ମାନେ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ…

Read More

ନୟାଗଡ଼ ଶରଣକୁଳରୁ ତିନି ଜଣଙ୍କୁ ଗିରଫ, ରସୁଲଗଡ଼ ହତ୍ୟାକାଣ୍ଡ ଘଟଣା

ନୟାଗଡ଼, (ନୟାଗଡ଼ ଦର୍ପଣ): ରସୁଲଗଡ଼ ହତ୍ୟାକାଣ୍ଡ ଘଟଣା, ଏହା ପଛରେ କିଏ ଅଛି କହିଲେ DCP। ଆଜି ସକାଳେ ରସୁଲଗଡ଼ରେ ଛାତିଥରା ହତ୍ୟାକାଣ୍ଡ ଘଟିଯାଇଛି। ବିଚ୍ ରାସ୍ତାରେ ଯୁବକଙ୍କୁ କରାଯାଇଥିଲା ବିଭତ୍ସ ହତ୍ୟା । ରସୁଲଗଡ଼ ପ୍ଲାଏଓଭରେ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ମିଳିଥିଲା । ମୃତଦେହ ନିକଟରେ ଏକ ନାରଙ୍ଗି ରଙ୍ଗର ସ୍କୁଟି ଏବଂ ହେଲମେଟ୍ ପଡ଼ିଥିଲା। ପ୍ରାଣହରାଇଥିବା ଯୁବକଜଣକ ହେଲେ ଭୁବନେଶ୍ୱର ମ୍ୟୁନିସିପାଲଟି ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକ । ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ନୟାଗଡ଼ ଶରଣକୁଳରୁ ତିନି ଜଣଙ୍କୁ ଗିରଫ କରାଯାଇଥିବା ଜଣାଇଛାନ୍ତି DCP । ଗିରଫ ତିନି ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡ଼ିଛି।

Read More

ଜିଲ୍ଲା ଏଡିଇଓ ସଂଘ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ନିକଟସ୍ଥ ମୁଥାଗାଡିଆ କଲ୍ୟାଣମଣ୍ଡପଠାରେ ନୟାଗଡ଼ ଜିଲ୍ଲା ଏଡିଇଓ ସଂଘ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ବାଦଲ କୁମାର ଷଡ଼ଙ୍ଗୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ବୈଠକରେ ସଂଘର ପରିଚାଳନା ପାଇଁ ନୂତନ କମିଟି ଗଠନ କରାଯାଇଛି। ନୂତନ କମିଟି ସଭାପତି ଭାବେ ଓଡ଼ଗାଁ ବ୍ଲକର ଜିତେନ୍ଦ୍ର କୁମାର ପୃଷ୍ଟି ଓ ସମ୍ପାଦକଭାବେ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି। ସଂଘର ସୁପରିଚାଳନା ପାଇଁ ଉପଦେଷ୍ଟା ଭାବେ ବାଦଲ କୁମାର ଷଡଙ୍ଗୀ, ସରୋଜ କାନ୍ତ ରଥ, ରବୀନ୍ଦ୍ର କୁମାର ସ୍ବାଇଁ, ଅବିନାଶ ନାୟକ, ରଶ୍ମିତା ପଣ୍ଡା, ରଶ୍ମୀରେଖା ସାହୁ, ବବିତା ବସନ୍ତରା ଓ କୋଷାଧ୍ୟକ୍ଷ ଭାବେ ରଣପୁର ବ୍ଲକର ନିରଞ୍ଜନ ମିଶ୍ରଙ୍କୁ ମନୋନୀତ କରାଯାଇଛି। ଆଗାମୀ ଦିନରେ ସଂଘର ସମସ୍ତ କାର୍ଯ୍ୟକ୍ରମକୁ ସମସ୍ତ ସଭ୍ୟଙ୍କ ମତାମତକୁ ଗ୍ରହଣ କରି ଶୃଙ୍ଖଳିତ ଭାବରେ…

Read More

ଭକ୍ତି ସଙ୍ଗୀତ ସେମି ଫାଇନାଲ,  ଫାଇନାଲକୁ ଗଲେ ୧୩ଜଣ ପ୍ରତିଯୋଗୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା ନୟାଗଡ଼ ପକ୍ଷରୁ  ଆୟୋଜିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଆଜି ଅନୁଷ୍ଠିତ ସେମି ଫାଇନାଲରେ ୧୩ ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି ।  ସେମି ଫାଇନାଲ ପ୍ରତିଯୋଗିତାରେ ଜିଲ୍ଲାର ମୋଟ ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରୁ  ୫୭ ଜଣ ପ୍ରତିଯୋଗୀ ମନୋନୀତ ହୋଇ ସେମି ଫାଇନାଲରେ ଭାଗ ନେଇଥିଲେ । ନୟାଗଡ଼ ପୁରୁଣା ସହରସ୍ଥିତ ବୁଦ୍ଧ ମଣ୍ଡପରେ ଆୟୋଜିତ ସେମି ଫାଇନାଲରେ ବିଚାରକ ଭାବେ ସୂରଗନ୍ଧର୍ବ ନବକିଶୋର ମିଶ୍ର,ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଗୋଦାବରୀଶ ପାତ୍ର ଏବଂ ଏବଂ ବେତାର କଣ୍ଠଶିଳ୍ପୀ ରବିନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୧୩ ଜଣ ପ୍ରତିଯୋଗୀଙ୍କୁ ଫାଇନାଲ ପାଇଁ ବାଛିଥିଲେ । ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ଏହି ପ୍ରତିଯୋଗୀ ମାନେ ହେଲେ ଓମ ପ୍ରକାଶ ମହାରଣା, ବିଷ୍ନୁପ୍ରିୟା…

Read More

ନୟାଗଡ଼ ଜଙ୍ଗଲରେ ପୁଣି ଥରେ ମାଆ ହେଲା କଳା ବାଘ

ନୟାଗଡ଼, (ନୟାଗଡ଼ ଦର୍ପଣ): ଦ୍ୱିତୀୟ ଥର ପାଇଁ ମା’ ହେଲା କଳା କଲରା ପତରିଆ ବାଘ । ଏଭଳି ସୂଚନା ଦେଇଛନ୍ତି ନୟାଗଡ ବନାଞ୍ଚଳ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀ । ନୟାଗଡ ବନାଞ୍ଚଳ ଓ ମହାନଦୀ ୱାଇଲଡ଼ ଲାଇଫ ବନାଞ୍ଚଳ ଅଧୀନରେ ୪ ଗୋଟି କଳା କାଳରପତରିଆ ବାଘ ରହିଥିଲେ। ଗତ ବର୍ଷ ୨ ଟି ଛୁଆ ଜନ୍ମ କରିଥିଲେ। ଚଳିତ ବର୍ଷ କିଛି ଛୁଆ ଜନ୍ମ ଦେଇଥିବା ନଜର ଆସିଛି। ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି ପିସିସିଏଫ ପ୍ରେମ୍ କୁମର ଝା। ବାଘଟି ଛୁଆକୁ ପାଟିରେ ନେଇକି ଯାଉଥିବା ସିସି କ୍ୟାମେରାରେ କଏଦ ହୋଇଛି । କିନ୍ତୁ କେତୋଟି ଛୁଆ ଜନ୍ମ ହୋଇଛନ୍ତି ବନ ବିଭାଗ ପାଖରେ ଖବର ନାହିଁ । ବାଘ ଚଳ ପ୍ରଚଳ କ୍ୟାମେରାରେ କଏଦ ହେଲେ…

Read More

ଜିଲ୍ଲାପାଳଙ୍କ ନିଆରା ଚିନ୍ତାଧାରା ଏବଂ ଅଭିନଵ ପଦକ୍ଷେପ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିଆରା ଚିନ୍ତାଧାରା ଯୋଗୁଁ ସମଗ୍ର ଜିଲ୍ଲାରେ ପ୍ରଶଂସାର ପାତ୍ର ସାଜିଛନ୍ତି। ନୂଆବର୍ଷ ଉପଲକ୍ଷେ ବିଭିନ୍ନ ପଦାଧିକାରୀ, ରାଜନେତା, ସାମାଜିକ ସଂଗଠନ ତଥା ଜନସାଧାରଣଙ୍କ ପକ୍ଷରୁ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଫୁଲତୋଡ଼ା,ଡ଼ାଇରୀ, କ୍ୟାଲେଣ୍ଡର ଆଦି ଉପହାର ସ୍ୱରୂପ ପ୍ରଦାନ କରାଯାଇଥାଏ। ମାତ୍ର ଏଭଳି ଉପହାର କୌଣସି କାମରେ ଆସି ନଥାଏ ବରଂ ଏହା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଅଯଥାରେ ପାଣିରେ ପଡ଼ିଥାଏ। ତେବେ ଚଳିତ ବର୍ଷ ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଯୁବ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ବହୁ ବର୍ଷରୁ ଚାଲି ଆସିଥିବା ଏହି ପରମ୍ପରାକୁ ଭାଙ୍ଗ କରିଛନ୍ତି। ସେ ଏକ ସ୍ୱତନ୍ତ୍ର ଚିଠି ଜରିଆରେ ଜିଲ୍ଲାର ସମସ୍ତ ପଦାଧିକାରୀ ତଥା ସର୍ବସାଧାରଣଙ୍କୁ ନୂଆବର୍ଷ ଉପଲକ୍ଷେ କୌଣସି ଡ଼ାଇରୀ, କ୍ୟାଲେଣ୍ଡର ଏବଂ…

Read More

ଚିନ୍ମୟ ମିଶନ ପକ୍ଷରୁ ୧୧ରେ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ, ନୟାଗଡ଼ ଶାଖା ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀମଦଭାଗବତଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଚଳିତ ମାସ ୧୧ ତାରିଖରେ ପିଟିଏସ ରୋଡ଼ରେ ଅବସ୍ଥିତ ଭାରତ ବିକାଶ ପରିଷଦ ଭବନରେ ଅନୁଷ୍ଠିତ ହେବ। ଜୁନିୟର ଏବଂ ସିନିୟର ଦୁଇଟି ବିଭାଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଚିନ୍ମୟ ମିଶନ ପକ୍ଷରୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯିବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ଚିନ୍ମୟ ମିଶନ, ନୟାଗଡ଼ ଶାଖା ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ପୌରୋହିତ୍ୟରେ ଭାରତ ବିକାଶ ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମିଶନ ସଂଯୋଜିକା ଶ୍ରାବଣୀ ମିଶ୍ର, ଅର୍ଥ ସଚିବ ପ୍ରଦୀପ କୁମାର ସାହୁଙ୍କ ସମେତ ସଦସ୍ୟ ଉଦୟନାଥ ନାୟକ, ଅରୁଣ କୁମାର ମହାନ୍ତି,ପ୍ରସନ୍ନ କୁମାର ବସନ୍ତିଆ, ପ୍ରଫୁଲ…

Read More

ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜନ୍ମ ଜୟନ୍ତୀ ଅବସରରେ ପୁଷ୍ପମାଲ୍ଯାର୍ପଣ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶାର ଯେଉଁ ବ୍ଯକ୍ତି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରି ଓଡ଼ିଆଙ୍କ ଦୁରବସ୍ଥା ଓ ଦୁଃଖ ଦୁର୍ଦ୍ଦଶା ଜଣାଇ ଥିଲେ ସେ ହେଉଛନ୍ତି ଗାନ୍ଧୀ ବାଦୀ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଓଡିଶାର ମହାନାୟକ ଗାନ୍ଧୀଙ୍କ ପ୍ରିୟ ଓଡିଆ ପୂଜ୍ୟ ବିପ୍ଳବୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଙ୍କର ୧୩୫ତମ ଜୟନ୍ତୀ ଅବସରରେ ଆଜି ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ଥାପିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯାର୍ପଣ କରାଯାଇଛି। ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମ୍ରତି ପରିଷଦ ସଂପାଦକ ପ୍ରଦୀପ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସ୍ମୃତି ଚାରଣ କରିଥିଲେ। ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଥିଲେ…

Read More

ସମ୍ବାଦ ପରମ୍ପରା ଓ ନୟାଗଡ ଲାଇଟ୍ ର ଜନ୍ମୋତ୍ସବ

ସମାଜ ସଂସ୍କାର ସମସ୍ତ ସାମ୍ବାଦିକ ମାନଙ୍କର ଦାୟିତ୍ଵ ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡରୁ ପ୍ରକାଶିତ ସାପ୍ତାହିକ ସମ୍ବାଦ ପତ୍ର ‘ସମ୍ବାଦ ପରମ୍ପରା’  ଓ ଇଂରାଜୀ ପାକ୍ଷିକ ‘ନୟାଗଡ ଲାଇଟ୍’ର  ୨୪ ତମ ଏବଂ ୯ମ ଜନ୍ମୋତ୍ସବ ସ୍ଥାନୀୟ କେ.ସି. କ୍ଲବ୍ ଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଏବଂ ନୟାଗଡ ପୌରପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ, ପ୍ରାକ୍ତନ ଅଧ୍ୟକ୍ଷ ଜନାବ୍ ଓମାର ମଲିକ୍ ଓ ଅଶୋକ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ କହିଥିଲେ ଯେ, ସମାଜ ସଂସ୍କାର ସମସ୍ତ ସାମ୍ବାଦିକମାନଙ୍କର ଗୁରୁ ଦାୟିତ୍ବ ହେବା ଆବଶ୍ୟକ। ସାମ୍ବାଦିକମାନଙ୍କ ବିନା ଶାନ୍ତି ଓ ପ୍ରଗତି ଅସମ୍ଭବ। ଇତ୍ୟ ଅବସରରେ ଏକ ଶୀତ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା ଏବଂ ଏଥିରେ…

Read More

ଚାଷୀଙ୍କ ପାଇଁ ବିଜେଡିର ବିକ୍ଷୋଭ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଅଦିନିଆ ଲଗାଣ ବର୍ଷାରେ ବ୍ୟାପକ ଫସଲ ନଷ୍ଟ,କ୍ଷୟକ୍ଷତି ସଠିକ ଆକଳନ ଓ କ୍ଷତିପୂରଣ ଦାବି ନୟାଗଡ଼,(ନୟାଗଡ଼ ଦର୍ପଣ): ଅଦିନିଆ ଲଗାଣ ବର୍ଷାରେ ନୟାଗଡ଼ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ତାହାର ସଠିକ ଆକଳନ ଓ କ୍ଷତି ପୂରଣ ଦାବିରେ ଆଜି ବିଜୁ ଜନତା ଦଳ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରଣପୁର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ବିଜେଡି ନେତ୍ରୀ ଇରାନୀ ରାୟ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭ ଓ ଦାବିପତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ପଡିଆରେ ବିକ୍ଷୋଭ ସମାବେଶ ହୋଇଥିଲା।…

Read More