ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଓ ଆଙ୍କାକ୍ଷା ହାଟ ଉଦଘାଟନ ବେଳେ ସାମ୍ବାଦିକଙ୍କୁ ଅସମ୍ମାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିଡୟମ୍ ପ୍ରାଙ୍ଗଣରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣତା ଅଭିଯାନ ସମ୍ନାନ ସମାରୋହ ଓ ଆଙ୍କାକ୍ଷା ହାଟ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ଦାଶ ପ୍ରମୁଖ ଯୋଗଦେଇଥିଲେ । ପଠାଣି ସାମନ୍ତ ପ୍ରେକ୍ଷାଳୟ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଜରିଆରେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖବର…

Read More

ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଏବଂ ଜିଲ୍ଲାସ୍ତରୀୟ ଆକାଂକ୍ଷା ହାଟ ଉଦ୍‌ଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଏବଂ ଜିଲ୍ଲାସ୍ତରୀୟ ଆକାଂକ୍ଷା ହାଟ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରଶାନ୍ତ ଦାସ, ମଣ୍ଡଳ ଉନ୍ନୟନ ଅଧିକାରୀ ଦଶପଲ୍ଲା ଓ ଖଣ୍ଡପଡ଼ା ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ୨୦୨୩ ମସିହାରୁ ଦେଶରେ ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି । ନୟାଗଡ଼…

Read More

ରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ
“ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ କହିଲେ ବିଧାୟକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡ଼ାରୋଡସ୍ଥ ରୋଟାରୀ ଭବନରେ କ୍ଳବର ୩୬ତମ ଅଧିଷ୍ଠାନ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗ ଦେଇ ରୋଟାରିଆନ ମାନଙ୍କର ସମାଜ ସେବା ମନୋବୃତ୍ତିକୁ ପ୍ରସଂଶା କରିଥିଲେ। ରୋଟାରୀ କ୍ଳବର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ପାଇଁ  ମୁଖ୍ଯ ଅତିଥି ସମସ୍ତ ରୋଟାରିଆନ ମାନଙ୍କୁ ମଧ୍ଯ ସାଧୁବାଦ ଜଣାଇବା ସହିତ ସେବା ହିଁ ମାନବ ଜୀବନକୁ ସାର୍ଥକ କରିଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଯୋଗଦେଇ ରୋଟାରୀ କ୍ଳବର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ପାଇଁ ବିଦାୟୀ ସଭାପତି ଶ୍ରୀକାନ୍ତ କୁମାର ଖଟେଇଙ୍କୁ ସାଧୁବାଦ ଜଣାଇବା ସହିତ ୨୦୨୫-୨୬ ବର୍ଷ ପାଇଁ ନୂତନ ଭାବେ…

Read More

ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଆନୁସଙ୍ଗିକ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ସେବା ଯୋଗାଇବାର ଉତ୍ସାହ ହେଲେ, ସବୁଦିନ ସେବା ଉତ୍ସବ ହେବ। ସେବା କରିବା ପାଇଁ ସଚେତନତା ସୃଷ୍ଟି କରିବା ସହ ଯୁବପିଢ଼ିଙ୍କୁ ଏଥିରେ ଅଧିକରୁ ଅଧିକ ସାମିଲ କରିବାର ଆବଶ୍ୟକତା ଅଛି। ସମାଜରେ ସେବା ଭାବନା ଜଗିଲେ ଯାଇ ହି ଏକ ସମୃଦ୍ଧ  ଉତ୍ସାହ ଭରିବ। ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧୫ତାରିଖରୁ ଅନୁଷ୍ଠିତ ଅଷ୍ଟମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବରେ  ଯୋଗଦେଇ ମଂଚାସୀନ ଅତିଥିମାନେ ଏଭଳି ମତ ରଖିଛନ୍ତି। ଗତ ଜୁଲାଇ ୧୫ ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ୩୦ ତାରିଖ ଯାଏଁ ଅନୁଷ୍ଠିତ ହୋଇଯାଇଥିବା  ଏହି ଜିଲ୍ଲାସ୍ଥରୀୟ ଉତ୍ସବରେ ଜିଲ୍ଲାର ୨ହଜାର ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ରାସନ ଓ ଆର୍ଥିକ ସହାୟତା ସାଙ୍ଗକୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଯାଇଥିଲା। ଚଳିତ ବର୍ଷ ଏହି ସେବାଉତ୍ସବ ଜିଲ୍ଲାର…

Read More

ସାମ୍ବାଦିକ ସୁରକ୍ଷା ଆଇନ, ଅବସରପ୍ରାପ୍ତ ସାମ୍ବାଦିକଙ୍କ ପାଇଁ ପେନସନ, ସ୍ୱାସ୍ଥ୍ୟ ବୀମାକୁ ୧୦ଲକ୍ଷ ଟଙ୍କାକୁ ବୁଦ୍ଧି ପାଇଁ ଦାବିପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଆହ୍ୱାନ କ୍ରମେ ଆଜି ନୟାଗଡ ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସାମ୍ବାଦିକ ସୁରକ୍ଷା ଆଇନ, ଅବସରପ୍ରାପ୍ତ ସାମ୍ବାଦିକଙ୍କ ପାଇଁ ପେନସନ ଲାଗୁ କରିବା, ସ୍ୱାସ୍ଥ୍ୟ ବୀମାକୁ ୧୦ଲକ୍ଷ ଟଙ୍କାକୁ ବୁଦ୍ଧି ସହ ଏଥିରେ ପିତାମାତା ଏବଂ ୨୫ବର୍ଷରୁ ଉର୍ଦ୍ଧ ନିର୍ଭରଶୀଳ ସନ୍ତାନସନ୍ତତିଙ୍କୁ ସାମିଲ କରିବା ନେଇ ଦାବି କରାଯାଇଛି । ଦେଶର ୧୮ଟି ରାଜ୍ଯରେ ସାମ୍ବାଦିକ ପେନସନ୍ ଯୋଜନାରେ ୧୫ହଜାରଟଙ୍କା ଦିଆଯାଉଥିବାବେଳେ ଓଡିଶାରେ ଏହାକୁ ତୁରନ୍ତ ଲାଗୁ କରିବା ପାଇଁ ଦାବି କରାଯାଇଛି । ଆୟୁଷ୍ମାନ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ଯ ବୀମା ଯୋଜନାରୁ ବାଦ୍ ଦିଆଯିବା ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରାଯାଇଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଜନଶୁଣାଣି…

Read More

ବାଲିଘାଟ ବନ୍ଦ ନିର୍ଦ୍ଦେଶନାମା ନାମକୁ ମାତ୍ର ହୋଇଥିବା ଅଭିଯୋଗ କଲେ ନୟାଗଡର ବରିଷ୍ଠ କଂଗ୍ରେସ ନେତା

ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ବର୍ଷାରୁତୁ ପାଇଁ ଖଣି ବିଭାଗ ନିୟମ ଅନୁସାରେ ନୟାଗଡ ଜିଲ୍ଲାର ସମସ୍ତ ସୈରାତ ବାଲିଘାଟ ବନ୍ଦ ରଖିବା, ବାଲିଘାଟ ନିଲାମଧାରୀ ମାନେ ମେସିନରୀ ଏବଂ କର୍ମଚାରୀ ପ୍ରତ୍ୟାହାର କରିବା ପାଇଁ ଜିଲ୍ଲା ଖଣି ଅଧିକାରୀ ପତ୍ରସଂଖ୍ୟା ୧୯୮୩/୦୮. ୦୭. ୨୦୨୫ଦ୍ୱାରା ସମସ୍ତ ବାଲିଘାଟ ନୀଲାମଧାରୀଙ୍କ ଲଘୁଖଣିଜ ବାଲି ଉତ୍ତୋଳଳ ପ୍ରକ୍ରିୟା ନିଲମ୍ବନ ଆଦେଶ କେବଳ ନାମକୁ ମାତ୍ର ଜାରିଜରାଯାଇଛି କିନ୍ତୁ ବାସ୍ତବରେ ଖଣି ଅଧିକାରୀ, ଖଣ୍ଡପଡା ଏସ୍ଡ଼ିପିଓ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ମିଳିତ ଚକ୍ରାନ୍ତରେ ରାତିରେ ଶହଶହ ଟ୍ରିପ ବାଲି ଚୋରାଚାଲାଣ ଚାଲିଛି। ନୟାଗଡ ସହରକୁ ଆସୁଥିବା ବାଲି ଟ୍ରିପ ପ୍ରତି ୨୦ହଜାର ଟଙ୍କା ନିଆଯାଉଛି। ପ୍ରତ୍ୟେକ ବାଲି ଟ୍ରିପ ପିଛା ଦୁଇରୁ ତିନି ହଜାର ଟଙ୍କା ବେଆଇନ ଆଦାୟ କରାଯାଇ ଚୋରା ବାଲି ଚାଲାଣକୁ ପୋଲିସ ଖଣିବିଭାଗ ପ୍ରଶାସନ ଆଖି…

Read More

ସମଗ୍ର ରାଜ୍ୟରେ ବିତର୍କର ବିଜେତା ବିଶ୍ୱବିଜିତା

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ସାହିତ୍ୟ ଏକାଡେମୀର ୬୮ ତମ ସ୍ବନକ୍ଷତ୍ର ଦିବସ ପାଳନ ଅବସରରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ର ସପ୍ତମ ଶ୍ରେଣୀ ଛାତ୍ରୀ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି ବିଶ୍ୱବିଜିତା ମହାନ୍ତି। ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ବକୃତା ପ୍ରତିଯୋଗିତାରେ ନୟାଗଡ଼ କ୍ଳଷ୍ଟର ସ୍ତରରେ ପ୍ରଥମ, ବ୍ଳକ ସ୍ତରରେ ପ୍ରଥମ ତାପରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ବକୃତା ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରି ବକୃତାରେ ବିଜେତା ହୋଇ ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି ସୁଶ୍ରୀ ବିଶ୍ବବିଜିତା। ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଆୟୋଜିତ ଏକାଡେମୀର ୬୮ତମ ସ୍ବନକ୍ଷତ୍ର ଦିବସ ପାଳନ ଅବସରରେ ମଞ୍ଚାସୀନ ଅତିଥି ଓଡିଶା ଭାଷା ସାହିତ୍ୟ ସଂସ୍କୃତି, ଉଚ୍ଚ ଶିକ୍ଷା ବିଭାଗ ମାନ୍ୟଵର ମନ୍ତ୍ରୀ…

Read More

ନୟାଗଡ଼ର ଉଭୟ ବନଖଣ୍ଡ ଅଧିକାରୀଙ୍କ ବଦଳି

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବନଖଣ୍ଡ ଅଧିକାରୀଙ୍କ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ଯେଉଁଥିରେ ୩୪ ଜଣ ବନଖଣ୍ଡ ଅଧିକାରୀଙ୍କ ବଦଳି ହୋଇଛି। ଏହା ମଧ୍ୟରେ ନୟାଗଡ଼ର ଉଭୟ ବନଖଣ୍ଡ ଅଧିକାରୀ (ଟେରିଟୋରିଆଲ ଓ ବନ୍ୟପ୍ରାଣୀ)ଙ୍କ ବଦଳି ହୋଇଛି । ଟେରିଟୋରିଆଲ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଓଡ଼ିଶା କାର୍ଯ୍ୟାଳୟକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ କୁଚିଣ୍ଡା ବନଖଣ୍ଡ ଅଧିକାରୀ ଦେବାର୍ଚ୍ଚନ ବେହେରାଙ୍କୁ ନିଯୁକ୍ତି ମିଳିଛି। ସେହିଭଳି ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଫାଲ୍‌ଗୁନୀ ସାରଥୀ ମଲିକଙ୍କର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) କାର୍ଯ୍ୟାଳୟକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଓଡ଼ିଶା କାର୍ଯ୍ୟାଳୟରେ ଥିବା ଅମରେଶନାଥ ପ୍ରଧାନଙ୍କୁ…

Read More

ଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନରେ ସେବା ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକରେ ନବମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ରଙ୍ଗଣୀ ପାଟଣା, ଓଡ଼ଗାଁ, କଜଳେଇପଲ୍ଲୀ, ଶରଣକୁଳ ଆଦି ବିଭିର୍ଣ୍ଣ ସ୍ଥାନରେ ଗରିବ, ଅସହାୟମାନଙ୍କୁ ବସ୍ତ୍ର, ଚପଲ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଅନ୍ୟପକ୍ଷେ ଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଅବହେଳିତ ଅବସ୍ଥାରେ ଥିବା ମାଟିଆ କେଳା ସାମ୍ପ୍ରଦାୟର ଲୋକମାନଙ୍କୁ ରାସନ, ଖାଦ୍ୟ ଓ ବସ୍ତ୍ର, ଚପଲ ଆଦି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଏମସିଏଲ, ଷ୍ଟେଟବ୍ୟାଙ୍କ ଅଫଇଣ୍ଡିଆ, ଇଡକୋ, ଇମ୍ଫା, ଓମ୍ଫେଡ ପ୍ରମୁଖ ସହଯୋଗ କରିଥିଲେ। ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ତତ୍ତ୍ଵବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବା ଉତ୍ସବ କାର୍ଯ୍ୟକାରୀ ସଦସ୍ୟ ସୁନୀଲ କୁମାର ପଟ୍ଟନାୟକ, ବଳଭଦ୍ର ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ…

Read More

ନୟାଗଡ଼ ଇନର ହୁଇଲ କ୍ଲବର ଅଧିଷ୍ଠାନ ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ରୋଟାରୀ କ୍ଲବର ସଭାଗୃହରେ ଇନର ହୁଇଲ କ୍ଲବର ଅଧିଷ୍ଠାନ ଦିବସ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରରେ ମୁଖ୍ୟଅତିଥି ଭାବେ ନୟାଗଡ଼ ପୌରାଞ୍ଚଳର ପୋୖରାଧ୍ୟକ୍ଷା ନିରୁପମା ଖଟେଇ ଯୋଗ ଦେଇଥିବା ବେଳେ ଓ ସମ୍ମାନିତ ଅତିଥିଭାବେ DLSAର  ମୁଖ୍ୟ ଅଞ୍ଜଳି ମଛଖଣ୍ଡ ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ନିମନ୍ତ୍ରିତ ଅତିଥି ନିଜ ଅଭିଭାଷଣରେ କ୍ଲବର ସମସ୍ତ ସଦସ୍ୟାମାନଙ୍କୁ ବହୁ ଉପାଦେୟ କଥା କହିଥିଲେ। ଚଳିତ ବର୍ଷର ନୂତନ ସଭାପତି ରୁପେ ଦାୟିତ୍ଵ ଗ୍ରହଣ କରିଥିବା ସ୍ନିଗ୍ଧାରାଣୀ ପଟ୍ଟନାୟକ ଅଭିଭାଷଣ ମାଧ୍ୟମରେ ସମସ୍ତଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇବା ସଙ୍ଗେସଙ୍ଗେ ଇନର ହୁଇଲ କ୍ଲବର କାର୍ଯ୍ୟକାରିତା ଚଳିତ ବର୍ଷ କିପରି ସଫଳତାର ଶୀର୍ଷରେ ପହଞ୍ଚି ପାରିବ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା…

Read More