ନୟାଗଡ଼, (ନୟାଗଡ଼ ଦର୍ପଣ): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍)ର ଶତବାର୍ଷିକୀ ଉତ୍ସବ ସ୍ଥାନୀୟ ନବୀନ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହେଇଯାଇଛି। ୧୯୨୫ ମସିହା ବିଜୟା ଦଶମୀ ତିଥିରେ ଡାକ୍ତର କେଶବ ବଳିରାମ ହେଡଗେୱାର ସଂଘ ପ୍ରତିଷ୍ଠା କରିଥିଲେ । ସଂଘ ଗଠନର ଲକ୍ଷ୍ୟ ହେଉଛି ଦେଶର ନାଗରିକଙ୍କ ମଧ୍ୟରେ ସାଂସ୍କୃତିକ ସଚେତନତା, ଅନୁଶାସନ, ସେବା ଓ ସାମାଜିକ ଦାୟିତ୍ୱକୁ ପ୍ରୋତ୍ସାହନ କରିବା। ଏହି ପରିପ୍ରେକ୍ଷୀରେ ନୟାଗଡରେ ୧୫୦ରୁ ଊର୍ଦ୍ଧ୍ବ ସ୍ଵୟଂସେବକ ପୂର୍ଣ୍ଣ ଗଣବେଶରେ ଖଣ୍ଡପଡ଼ା ରୋଡସ୍ଥିତ ହନୁମାନ ମନ୍ଦିରରୁ ବାହାରି ନବୀନ କଲ୍ୟାଣ ମଣ୍ଡପଠାରେ ପହଞ୍ଚିଥିଲେ। ମଞ୍ଚ ସମ୍ମୁଖରେ ସ୍ବୟଂସେବକଙ୍କ ଦ୍ବାରା ଶାରୀରିକ ପ୍ରଦର୍ଶନ, ବ୍ୟାୟାମ, ଦଣ୍ଡ ପ୍ରୟୋଗର ପ୍ରଦର୍ଶନୀ କରାଯାଇଥିଲା। ନଗର କାର୍ଯ୍ୟବାହ ନରସିଂହ ସାହୁ ମଞ୍ଚସ୍ଥ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ବାଲାରସେନ ପାତ୍ର ଉପସ୍ଥିତ ଥିଲେ। ସଂଘର ଅଖଳ ଭାରତୀୟ ସହ ସଦ୍ଭାବନା ପ୍ରମୁଖ ଡ. ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ସଂଘର ଗୌରବମୟ ଇତିହାସ ସମ୍ପର୍କରେ କହିଥିଲେ। ଜିଲ୍ଲା ସଂଘଚାଳକ ହରପ୍ରସାଦ ରଣସିଂହ, ନଗର ସଂଘଚାଳକ ଦୟାନିଧି ରଥ, ଜିଲ୍ଲା ପ୍ରଚାର ପ୍ରମୁଖ ରାହୁଲ ରଞ୍ଜନ ଚୌଧୁରୀ ଉପସ୍ଥିତ ଥିଲେ।
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତାବ୍ଦୀ ଉଦ୍ଘାଟନୀ ଉତ୍ସବ ସହ ନଗର ପରିକ୍ରମା
