ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାସ ୧୨.୦୯.୨୦୨୫ ରୁ ୧୪.୦୯.୨୦୨୫ ପର୍ଯ୍ୟନ୍ତ ତିନିଧରି, ହାଇଦ୍ରାବାଦର ଗୋଛିୱାଲି ନିକଟସ୍ଥ G. M. C ବାଲା ଯୋଗି ଷ୍ଟାଡିୟମରେ 1st Asian Open International Taekwondo ଚାମ୍ପିୟନସିପ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଭାରତ ସମେତ ୬ଟି ଦେଶର ପ୍ରାୟ ଆଠ ଶହରୁ ଉର୍ଦ୍ଧ କ୍ରୀଡାବିତମାନେ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଚାରୋଟି ଇଭେଣ୍ଟ ରଖାଯାଇଥିଲା। ଯାହା କି – କିରୋଗୀ, ପୁମ୍-ସେ, Speed Kicking ଓ Speed Punching. ଏହି ଚାରୋଟି ଇଭେଣ୍ଟ ଭିତରୁ ଟାଏକୋଣ୍ଡୋ ସ୍କୁଲ ଅଫ ନୟାଗଡ ଏକାଡେମୀ ପକ୍ଷରୁ ଶ୍ୟାମସୁନ୍ଦର୍ ସିଂ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଶ୍ୟାମସୁନ୍ଦର୍ ସିଂ ସିନିଅର କି – କିରୋଗୀ ବିଭାଗରେ ସ୍ବର୍ଣ୍ଣପଦକ ହାସଲ କରି ନୟାଗଡ ଜିଲ୍ଲା, ଆମ ରାଜ୍ୟ ତଥା ଆମ ଦେଶ ପାଇଁ ଏକ…
Read MoreCategory: ଅନ୍ୟାନ୍ୟ
ନୟାଗଡ଼ ପୌରପରିଷଦ ପକ୍ଷରୁ ସ୍ୱଚ୍ଛତା ପକ୍ଷ ପାଳନ, ଜିଲ୍ଲାପାଳ କରାଇଲେ ଶପଥ ପାଠ
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଆ ପାଇଁ ଗଛଟିଏ, ପରିବେଶର ସ୍ୱଚ୍ଛତା ଓ ସୁରକ୍ଷା, ଗଛ ଲଗାଇବା ପାଇଁ ଅନ୍ୟକୁ ସଚେତନ ତଥା ଉତ୍ସାହିତ କରାଇବା ଉଦ୍ଦେଶ୍ୟରେ ଏକ ସଚେତନତା ରାଲି ନୟାଗଡ଼ ପୌରପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ରାଲିରେ ଏନଏସି ଉଚ୍ଚ ବିଦ୍ୟାଳୟ ଓ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ,ନୟାଗଡ଼ର ଛାତ୍ରଛାତ୍ରୀ, ସମସ୍ତ କାଉନସିଲର, ଶିକ୍ଷକ ଶିକ୍ଷୟିତ୍ରୀ, ପୌରପରିଷଦ କର୍ମଚାରୀ ତଥା ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଯୋଗଦାନ କରିଥିଲେ। ଜିଲ୍ଲା ପାଠାଗାର ଠାରୁ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ରାଲିକୁ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ପୌରାଧ୍ୟକ୍ଷା ନିରୁପମା ଖଟେଇ ଏବଂ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦାନ ପୂର୍ବକ ପତାକା ଦେଖାଇ ଉଦଘାଟନ କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ…
Read Moreରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତା: ନୟାଗଡ଼ ଜିଲ୍ଲାକୁ ୩ ସ୍ବର୍ଣ୍ଣ ପଦକ, ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଭିନନ୍ଦନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ସେପ୍ଟେମ୍ବର ମାସ ୧୦ତାରିଖ ରୁ ୧୨ ତାରିଖ ମଧ୍ୟରେ ୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଟାଇକୋଣ୍ଡ ଏବଂ ଉସୁ ପ୍ରତିଯୋଗୀତା ୨୦୨୫-୨୬ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୫ ଜଣ ଖେଳାଳି ଏବଂ ଦୁଇଜଣ ଅଫିସିଆଲ୍ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ସ୍ବର୍ଣ୍ଣ ପଦକ, ଜଣେ କାଂସ୍ୟ ଏବଂ ଅନ୍ୟ ଜଣେ ରୌପ୍ୟ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସେମାନେ ହେଲେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ନୟାଗଡ଼ର ଛାତ୍ର ସାଇ ପ୍ରସାଦ ଜଗତସିଂ ୧୪ ବର୍ଷରୁ କମ୍ ବାଳକ ବିଭାଗରେ ସ୍ବର୍ଣ୍ଣ ପଦକ ଏବଂ ପ୍ରିୟାଶୁଂ ପାଲ ୧୭ ବର୍ଷରୁ କମ୍ ବାଳକ ବିଭାଗରେ ସ୍ବର୍ଣ୍ଣ ପଦକ ଏବଂ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଏବଂ ଗବେଷଣା…
Read Moreନୟାଗଡ ଜିଲ୍ଲା ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୬୭୮୮ଟି ମାମଲା ଫଏସଲା
ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିରଣଙ୍କ ନିର୍ଦେଶକ୍ରମେ ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଆନନ୍ଦ ନାରାୟଣ ମହାରଣା ଓ ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ଵବଧାନରେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୬ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୦,୮୫,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ସେହିପରି ୧୪୨ ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୯ଟି ଫଇସଲା କରାଯାଇ ୧୪,୬୬,୧୦୦ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହଜନିତ ୧୫ଟି ମାମଲା, ଅନ୍ୟାନ୍ୟ ଫୌଜଦାରୀ ୧୯୨ଟି ମାମଲା ଫଇସଲା କରଯାଇଥିଲା ।…
Read Moreଅନ୍ତର୍ଜାତୀୟ କୈଶୋର ସମ୍ମିଳନୀରେ ଯୋଗଦେଲେ ନୟାଗଡ ଜିଲ୍ଲାର କିଶୋର କିଶୋରୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଦିଲ୍ଲୀରେ ଆୟୋଜିତ ଆନ୍ତର୍ଜାତିକ କୈଶୋର ସମ୍ମିଳନୀ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକ୍ କିଶ୍ୱରପ୍ରସାଦ ପଞ୍ଚାୟତର ବିଷ୍ଣୁପ୍ରିୟା ବେହେରାଙ୍କ ସହିତ ଦଶପଲ୍ଲା ବ୍ଲକ ନଛିପୁର ପଞ୍ଚାୟତର ସନ୍ଦୀପ ସାହୁ ଯୋଗଦେଇ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ରାଜ୍ୟରେ ପ୍ରଚଳିତ ଲିଙ୍ଗଗତ ବୈଷମ୍ୟ, ପୁଅ-ଝିଅଙ୍କ ମଧ୍ୟରେ ତାରତମ୍ୟ ଏବଂ ବାଲ୍ୟବିବାହ ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ସମସ୍ୟାଗୁଡ଼ିକୁ ଦୃଢ଼ତାର ସହ ଉପସ୍ଥାପନ କରିଛନ୍ତି। ସେଣ୍ଟର ଫର୍ କାଟାଲାଇଜିଙ୍ଗ ଚେଞ୍ଜ ଦ୍ୱାରା ଆୟୋଜିତ ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଆମେରିକା, ଆଫ୍ରିକା, କେନିୟା, ଉଗାଣ୍ଡା, ବ୍ରାଜିଲ, ଫ୍ରାନ୍ସ ସମେତ ୧୨ଟି ଦେଶର ସିଭିଲ ସୋସାଇଟି ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଷ୍ଣୁପ୍ରିୟା ଓ ସନ୍ଦିପ ନୟାଗଡ଼ ତଥା ଓଡ଼ିଶାର କିଶୋର-କିଶୋରୀମାନଙ୍କ ସମସ୍ୟା ଓ ସମ୍ଭାବନାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରି ସାମାଜିକ ପରିବର୍ତ୍ତନ ପାଇଁ ଏକ ସଶକ୍ତ…
Read Moreପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକଙ୍କ ୨୮ତମ ଶ୍ରାଦ୍ଧ ଦିବସ
ନୟାଗଡ଼, (ନୟାଗଡ଼ ଦର୍ପଣ): ପାଠାଗାର ଆନ୍ଦୋଳନର ପ୍ରମୁଖ ପୁରୋଧା ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ୨୮ତମ ଶ୍ରାଦ୍ଧବାର୍ଷିକୀ ପାଳନର ଅବସରରେ ନୟାଗଡ଼ ରେ ଅବସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ମୁନିସିପାଲିଟି ଅଧକ୍ଷା ନିରୁପମା ଖଟେଇ, ଜିଲା ସଂସ୍କୃତି ବିଭାଗ ଅଧିକାରିଣୀ ସୁଜାତା ସାହୁ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀକାନ୍ତ ଖଟେଇଙ୍କ ସହିତ ନୟାଗଡ଼ ର ପ୍ରମୁଖ ସାମାଜିକ ଅନୁଷ୍ଠାନ ପୂଜ୍ୟପୂଜା କମିଟି, ରୋଟାରୀ କ୍ଲବ, ସିଭିଲ ସୋସାଇଟି, ନୟାଗଡ଼ କ୍ଲବ୍, ଇନର ହୁଇଲ କ୍ଲବ, ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷା କେନ୍ଦ୍ର, ତଥାସ୍ତୁ, ତେଜସ୍ବିନି ପ୍ରମୁଖର ସଦସ୍ୟମାନେ ମାଲ୍ୟାର୍ପଣ କରିବା ସହ ଦାସିଆ ଅଜାଙ୍କ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ବେଳେ ଶରତ ଚନ୍ଦ୍ର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ…
Read Moreନୟାଗଡ଼ରେ ଜିଲ୍ଲାସ୍ତରୀୟ ଫୁଟୁବଲ ରେଫରୀ ମନୋନୟନ ପରୀକ୍ଷା ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ନୟାଗଡ ଜିଲ୍ଲାସ୍ତରୀୟ ଫୁଟୁବଲ ରେଫରୀ ମନୋନୟନ ପରୀକ୍ଷା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ରେଫରୀ ମନୋନୟନ ପରୀକ୍ଷାକୁ କଟକ ସ୍ଥିତ ଫାଓର ମୁଖ୍ୟ ରେଫରୀ ଦୁର୍ଗା ମାଧବ ନାୟକ ଉପସ୍ଥିତ ରହି ବୈଷୟିକ ଦୃଷ୍ଟି କୋଣରୁ ପରକ୍ଷିବା ସହ ପ୍ରାକ୍ଟିକାଲ ପରୀକ୍ଷାକୁ ନିୟନ୍ତ୍ରଣ କରିଥିଲେ। ପୂର୍ବରୁ ଏହି ରେଫରୀ ମନୋନୟନ ପ୍ରକ୍ରିୟାର ଥିଓରୀ ପରୀକ୍ଷା ସମାପ୍ତ ହୋଇଯାଇଥିବା ବେଳେ ଏହି ସମସ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ଆଲୋକ କୁମାର ଦାଶ, ଜିଲ୍ଲା ଆଥଲେଟିକ ଆସୋସିଏସନର ଉପ ସଭାପତି ଭବାନୀଶଙ୍କର ଦାସ, ସମ୍ପାଦକ ଅଶେଷ ଦାସ, ଯୁଗ୍ମ ସମ୍ପାଦକ ବିନାୟକ ପ୍ରସାଦ ରାଓଙ୍କ ସମେତ ଜିଲ୍ଲା ଆଥଲେଟିକ ଆସୋସିଏସନର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଗେଇ ନେଇଥିଲେ।
Read Moreଶିକ୍ଷକ ଆନ୍ଦୋଳନର ପ୍ରମୁଖ ନେତା ତଥା ଦକ୍ଷ ଶିକ୍ଷା ସଙ୍ଗଠକ ଅଲେଖ ବେହେରାଙ୍କୁ ବିପୁଳ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ସଭାକକ୍ଷରେ ପ୍ରାକ୍ତନ ଶିକ୍ଷକ, ଶିକ୍ଷକ ଆନ୍ଦୋଳନର ପ୍ରମୁଖ ନେତା ତଥା ଦକ୍ଷ ଶିକ୍ଷା ସଙ୍ଗଠକ ଅଲେଖ ବେହେରାଙ୍କୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିପୁଳ ଉତ୍ସାହ ଉଦ୍ଦୀପନା ସହିତ ଗୁରୁ ପୂଜନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ଷୀୟାନ ଶିକ୍ଷକ ଲିଙ୍ଗରାଜ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ପରିଚାଳନା କରିଥିଲେ ପ୍ରାକ୍ତନ ଛାତ୍ର ବିଶ୍ଵନାଥ ମହାପାତ୍ର। ଅଧ୍ୟାପିକା ନୀଳିମା ନନ୍ଦ ସର୍ବପ୍ରଥମେ ଗୁରୁବନ୍ଦନା ପାଠ କଲାପରେ ଗୁରୁଜୀଙ୍କ ଶତାଧିକ ପୁରାତନ ଛାତ୍ରଛାତ୍ରୀ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ ପୂର୍ବକ ଗୁରୁ ପ୍ରଣାମ କରିଥିଲେ। ଅତିଥିଭାବେ ଯୋଗ ଦେଇ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଓ ଦଶପଲ୍ଲାର ବିଧାୟକ ରମେଶ ଚନ୍ଦ୍ର ବେହେରା ଗୁରୁ ଶିଷ୍ୟ ସମ୍ପର୍କର ପବିତ୍ର ବନ୍ଧନ, ଗୁରୁ ପୂଜନର ମହନୀୟ ପରମ୍ପରା ଓ…
Read Moreମରାମତି ହେଉନି ଭଙ୍ଗା ଗେଟ, ଗାଈଗୋରୁଙ୍କ ଆଡ଼ାସ୍ଥଳୀ ପାଲଟିଛି ନୟାଗଡ଼ ରେଳଷ୍ଟେସନ
ନୟାଗଡ଼,(ନୟାଗଡ଼ ଦର୍ପଣ): ରକ୍ଷଣା ବେକ୍ଷଣ ଅଭାବ ତଥା ରେଳ ବିଭାଗର ପରିଚାଳନା ଗତ ତ୍ରୁଟି ପାଇଁ ନୟାଗଡ଼ ଟାଉନ ରେଳ ଷ୍ଟେସନ ଏବେ ବୁଲା ଗାଈଗୋରୁଙ୍କ ଆଡାସ୍ଥଳୀ ପାଲଟିଛି। ସେହିପରି ସଫେଇ କାର୍ଯ୍ୟ ଠିକ ଭାବରେ ହେଉ ନଥିବାରୁ ଷ୍ଟେସନ ପରିସର ମଧ୍ୟରେ ଅଳିଆ ଆବର୍ଜନା କୁଢ଼ କୁଢ଼ ହୋଇ ଜମା ହେବା ସହିତ ବିଭିନ୍ନ ଅନାବନା ଗଛଲତା ଷ୍ଟେସନ ଚତୁର୍ପାଶ୍ୱରେ ଉଠି ଲଟାବୁଦାରେ ପରିପୂର୍ଣ୍ଣ ହେବାରେ ଲାଗିଛି। ବର୍ଷା ଦିନେ ଏହି ଲଟାବୁଦା ମଧ୍ୟରୁ ସାପ ବିଛା ଆଦି ସରୀସୃପ ଜାତୀୟ ଜୀବଜନ୍ତୁ ବାହାରି ଯାତ୍ରୀମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଏଠାରେ କେହି ସ୍ଥାୟୀ ସଫେଇ କର୍ମଚାରୀ ନଥିବାରୁ ଏପରି ପରିବେଶ ସୃଷ୍ଟି ହେଉଥିବା ଜାଣିବାକୁ ମିଳିଛି।ରେଳ ବିଭାଗ ପକ୍ଷରୁ ଷ୍ଟେସନ ପରିମଳ ଏବଂ ସଫେଇ ବାବଦକୁ ମାସିକ ମାତ୍ର ୮ହଜାର ଟଙ୍କା ଅନୁଦାନ…
Read Moreଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ସମାରୋହ
ନୟାଗଡ଼, (ନୟାଗଡ଼ ଦର୍ପଣ): ଗୁରୁଦିବସ ଅବସରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେଇଥିଲା। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ମୁଖ୍ୟଅତିଥିଭାବରେ ଯୋଗଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସନ୍ଧ୍ୟାରାଣୀ ରାଉତ, ବନଲତା ବେହେରା , ଡିଆଇଟିର ଅଧକ୍ଷ ଶ୍ରୀ ଯୁକ୍ତ ବିଜୟ କୁମାର ତ୍ରିପାଠୀ ଏବଂ ଆଠ ଗୋଟି ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ ଉପସ୍ଥିତ ରହି ସମ୍ବର୍ଦ୍ଧିତ ପ୍ରତିଭୂମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ସମାଜରେ ଶିକ୍ଷକମାନେ ଶିକ୍ଷାର୍ଥୀମାନଙ୍କର ପଥ ପ୍ରଦର୍ଶକ ହେବେ ହେବା ପାଇଁ ଉପଦେଶ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଗୁରୁ ହିଁ ଆମ ସଂସ୍କୃତିର ଉର୍ଜା ବୋଲି ଅଭିଭାଷଣ ଦେଉଥିଲେ। ସ୍ବାଗତ ଅଭିଭାଷଣରେ ଆମରେ ଅତିରିକ୍ତ ଜିଲ୍ଲା ଶିକ୍ଷା…
Read More