ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଯେଉଁ ଶିକ୍ଷାନୁଷ୍ଠାର ପାଠାଗାର ଯେତେ କ୍ରିୟାଶୀଳ ସେ ଶିକ୍ଷାନୁଷ୍ଠାନ ସେତେ ଉନ୍ନତ। ଆନୁଷ୍ଠାନିକ ହେଉ ବା ଅଣଆନୁଷ୍ଠାନିକ ହେଉ ଶିକ୍ଷାର ଅଗ୍ରଗତିରେ ପାଠାଗାରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଭଲ ପାଠାଗାର ଟିଏ ଗୋଟିଏ ଶିକ୍ଷାନୁଷ୍ଠାନର ଅଳଙ୍କାର ରୂପେ ପରିଗଣିତ ହୋଇଥାଏ। ଏ ପରିପ୍ରେକ୍ଷୀରେ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଶିଶୁ ଦିବସରେ କୁରାଳ ନିକଟସ୍ଥ ନାଥିଆପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସମାଜ ସଂସ୍କାରକ ପରିବେଶ ପ୍ରେମୀ ଶିକ୍ଷାବିତ୍ ସ୍ବର୍ଗତ ରାସବିହାରୀ ଖଟେଇ ଓ ତାଙ୍କ ଧର୍ମପତ୍ନୀ ସ୍ବର୍ଗତ ଶଶି ଖଟେଇଙ୍କ ସ୍ମୃତିରେ ତାଙ୍କ ପରିବାର ତରଫରୁ ବିଦ୍ୟାଳୟର ‘ମୋ ସ୍କୁଲ୍’ ପାଣ୍ଠିକୁ ଦେଇଥିବା ତିରିଶ ହଜାର ଟଙ୍କା ଓ ସେ ବାବଦରେ ସରକାରଙ୍କ ଠାରୁ ମିଳିଥିବା ଦୁଇ ଗୁଣ ଅନୁଦାନକୁ ନେଇ ବହୁ ଉପାଦେୟ ପୁସ୍ତକରେ ଗଢା ଶଶି ରାସ ବିହାରୀ ପାଠାଗାରର ଶୁଭ ଉଦ୍ଘାଟନ ହୋଇଯାଇଅଛି।…
Read MoreCategory: ଅନ୍ୟାନ୍ୟ
ମଦର ଆବାସିକ ବିଦ୍ୟାଳୟର ୧୫ତମ ବାର୍ଷିକ ଉତ୍ସବ ଓ ଶିଶୁ ମହୋତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ପାଣିପୋଇଲା ଠାରେ ଗଢ଼ି ଉଠିଥିବା ମଦର ଆବାସିକ ବିଦ୍ୟାଳୟର ୧୫ତମ ବାର୍ଷିକ ଉତ୍ସବ ଓ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ କଳାପରିଷଦ ଓ ମଦର ଆବାସିକ ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଉକ୍ତ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ର ସୁନାମଧନ୍ୟ ଡା. ସିଦ୍ଧାର୍ଥ ଦାସ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏସ.କେ. ଇନାୟତ, ସମ୍ମାନିତ ଅତିଥିଭାବେ ସମାଜସେବୀ ବିଶ୍ବନାଥ ମହାପାତ୍ର, ସ୍କୁଲର ପୂର୍ବତନ ଉପସଭାପତି ଭଗବାନ ସାହୁ ଓ ଭାପୁର ମେଡିକାଲ ଅଫିସର ଡା. ପ୍ରଦୀପ କୁମାର ପାଇକରାୟ ପ୍ରମୁଖ ଯୋଗଦେଇଥିଲେ । ଏହି ସଭାରେ ଅନୁଷ୍ଠାନର ଅଧ୍ୟକ୍ଷା ପ୍ରଭାସିନୀ ନନ୍ଦ ସଭାପତିତ୍ବ କରିଥିଲେ । ବିଦ୍ୟାଳୟର କୁନି କୁନି ଶିଶୁମାନଙ୍କୁ ନେଇ ବିଭିନ୍ନ…
Read Moreନୂଆଗାଁ ବ୍ଲକ୍ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ପଂଚାୟତସମିତି ସଭାଗୃହରେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ସାହୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଆଜିର ଏହି ଶିବିରରେ ସମୁଦାୟ ୧୦୯ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୦୫ଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୨ଗୋଟିର ଶୁଣାଣି କରାଯାଇ ସମୁଦାୟ ୧୭ଗୋଟି କେସର ତତ୍କାଳ ସମାଧାନ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୨ଜଣ ଦରଖାସ୍ତକାରୀଙ୍କୁ ଆର୍ଥିକ ସହାୟତା ମଂଜୁର କରାଯାଇଥିବା ବେଳେ ଅନ୍ୟାନ୍ୟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜନଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି, ଉନ୍ନୟନ ଅଧିକାରୀ- ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ…
Read Moreନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ‘ଶିଶୁ ଦିବସ ଓ ଶିଶୁ ଶିବିର” ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଶିଶୁ ଦିବସ ଓ ଶିଶୁ ବାଟିକାର ଶିଶୁ ଶିବିର ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ପୂର୍ବତନ ପରିଚାଳନା ସମିତି ସଭାପତି ସର୍ବେଶ୍ୱର ପଟନାୟକ, ବର୍ତ୍ତମାନର ସଭାପତି କେଶବ ଚନ୍ଦ୍ର ରାଉତରାୟ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କବି ଗୋଦାବରୀଶ ମିଶ୍ର, ପୂର୍ବତନ ସଂକୁଳ ପ୍ରମୂଖ ତଥା ରଣପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ରଙ୍ଗନାଥ ବେହେରା ଯୋଗଦେଇ ଶିଶୁମାନଙ୍କୁ ଶିଶୁଦିବସର ମହତ୍ୱ ନେହେରୁଙ୍କ ଜୀବନୀ ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ। ଉକ୍ତ ଉତ୍ସଵରେ ପ୍ରାୟ ୯୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ପଟ୍ଟନାୟକ ବିଦ୍ୟାଳୟ ପାଠାଗାରକୁ କିଛି ପୁସ୍ତକ ସମର୍ପଣ କରିଥିଲେ। ଏହାପରେ ଶିଶୁବାଟିକା ବିଭାଗର ଶିଶୁ ଶିବିର ଅନୁଷ୍ଠିତ ହୋଇଥିଲା। ପରିଚାଳନା ସମିତିର ସଦସ୍ୟା ସସ୍ମିତା…
Read Moreଉତ୍କଳ କଳା ଓ ସାଂସ୍କୃତିକ ପ୍ରତିଷ୍ଠାନ ତରଫରୁ ରାଜ୍ଯସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ର ସାଂସ୍କୃତିକ ଅଙ୍ଗ ହେଉଛି ଉତ୍କଳ କଳା ଓ ସାଂସ୍କୃତିକ ପ୍ରତିଷ୍ଠାନ। ଏହି ପ୍ରତିଷ୍ଠାନ ତରଫରୁ ଓଡିଶାର ୩୦ ଟି ଜିଲ୍ଲା ରେ ରାଜ୍ଯ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇ ଯାଇଛି। ନୟାଗଡ଼ ଜିଲ୍ଲା ଶାଖା ତରଫରୁ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଏହି ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ କନିଷ୍ଠ ବର୍ଗ ଓ ୬ଷ୍ଠ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବରିଷ୍ଠ ବର୍ଗ ଦୁଇ ଭାଗରେ ବିଭକ୍ତ କରାଯାଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ଯାଳୟରୁ କନିଷ୍ଠ ବର୍ଗରେ ୧୦୨ ଜଣ ଓ ବରିଷ୍ଠ ବର୍ଗ ରେ ୧୦୮ ଜଣ…
Read Moreବିଭିନ୍ନ ବିଭାଗରେ ପ୍ରଫେସର ନଥିବା ଯୋଗୁଁ ୟୁଜିସି A’ଗ୍ରେଡ଼ ମାନ୍ୟତାରୁ ବାଦ ପଡିଲା ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପିଜି ଶ୍ରେଣୀ ଖୋଲାଯାଇ ନଥିବା ଏବଂ ଉଚ୍ଚ ଶିକ୍ଷାର ଗୁଣାତ୍ମକ ମାନ ପାଇଁ ଅଭିଜ୍ଞ ପ୍ରଫେସର ନଥିବା ଯୋଗୁଁ ୬୭ବର୍ଷର ଏହି ପୁରୁଣା କଲେଜକୁ ୟୁଜିସିର ସମ୍ମାନ ଜନକ ଏ ଗ୍ରେଡ଼ ମାନ୍ୟତା ପାଇବାରୁ ବଞ୍ଚିତ ହୋଇଥିବା ନେଇ ପୁରାତନ ଛାତ୍ର ତଥା ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଉଦବେଗ ପ୍ରକାଶ କରିଛନ୍ତି। ୟୁଜିସି ନାକ ଟିମ ପରିଦର୍ଶନ ପାଇଁ କଲେଜ କର୍ତୃପକ୍ଷ ଆଡମ୍ବରପୂର୍ଣ୍ଣ ବର୍ଣ୍ଣlଢ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ମଧ୍ୟ ୟୁଜିସି ଗାଇଡ଼ଲାଇନ ଅନୁସାରେ ନାକ ଟିମ ସଦସ୍ୟମାନେ କଲେଜର ବିଭିନ୍ନ ବିଭାଗକୁ ତନ୍ନତନ୍ନ କରି ଯାଞ୍ଚ କରି ୟୁଜିସି ଅନୁଦାନରେ କଲେଜ ଉନ୍ନତ ଭିତ୍ତିଭୂମି ଖେଳପଡିଆ ଥିଲାବେଳେ ଏଯାବତ ପ୍ରତ୍ୟେକ ବିଭାଗରେ ପିଜି ସ୍ନାତ୍ତକୋତ୍ତର ଶିକ୍ଷା ପାଇଁ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ…
Read Moreଜିଲ୍ଲାସ୍ତରୀୟ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ‘ସୃଜନ’ ଠାରେ ରାଜ୍ୟ ଆଇନ୍ ସେବା ପ୍ରାଧିକରଣ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ମିଳିତ ସହଯୋଗରେ ବିଶାଳ ଆଇନ୍ ସଚେତନତା ଶିବିର ଏବଂ ଏହା ଉପରେ ଏକ ବୈଠକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିବାର ଅଦାଲତ ବିଚାରପତି ପ୍ରଦୀପ କୁମାର ମହାନ୍ତ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଲିଲି ସେନାପତି, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି ମଂଚରେ ଉପସ୍ଥିତ ରହି ଆଇନ୍ ସଚେତନତା ଦିବସ ପାଳନ ତାତ୍ପର୍ଯ୍ୟ ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବିଚାର ବିଭାଗୀୟ ମାଜଷ୍ଟ୍ରେଟ୍ ପ୍ରଜ୍ଞା ପାରମିତା ମହାପାତ୍ର, ବରିଷ୍ଠ ଦେୱାନୀ ଅଦାଲତ…
Read Moreନୟାଗଡ଼ ସଦର ମହକୁମାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ସାହୁଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଆଜି ସମୁଦାୟ ୧୨୧ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୧୦୩ଗୋଟି ଅଭିଯୋଗର ଶୁଣାଣି କରାଯାଇ ସମୁଦାୟ ୩୮ଗୋଟି କେସର ତତ୍କାଳ ସମାଧାନ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୧୩ଜଣ ଏବଂ ଜିଲ୍ଲା ରେଡ୍କ୍ରସ ସଂସ୍ଥାରୁ ୦୫ଜଣ ଦରଖାସ୍ତକାରୀଙ୍କୁ ଆର୍ଥିକ ଅନୁଦାନ ଅନୁମୋଦନ କରାଯାଇଥିଲା । ଅବଶିଷ୍ଟ କେସଗୁଡ଼ିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଜନଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି,ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ତହସିଲଦାର ନୟାଗଡ଼, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୟାଗଡ଼, ଡେପୁଟୀ…
Read Moreପ୍ଲାଷ୍ଟିକ୍ ଫ୍ରି ପରିବେଶ ଗଠନ ପାଇଁ ଅନନ୍ୟା ଫାଉଣ୍ଡେସନ୍ ପକ୍ଷରୁ ନିଆରା ପ୍ରୟାସ, ପଲିଥିନ ବଦଳରେ ବାଉଁଶ ଚାଙ୍ଗୁଡ଼ି
ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେସନ ତରଫରୁ କାର୍ତ୍ତିକ ମାସ ସାରା ନୟାଗଡ଼ ଜିଲ୍ଲାର ଶହେରୁ ଉର୍ଦ୍ଧ୍ବ ମନ୍ଦିର ସଫେଇ କରିବା ପରେ ଏହାର ସମାପନ ଦିବସ ପାଳନ କରାଯାଇଛି। ଏକ ମାସ ଧରି ଚାଲିଥିବା ସଫେଇ କାର୍ଯ୍ୟକ୍ରମର ସମାପନ ଦିବସରେ ଅନନ୍ୟା ଫାଉଣ୍ଡେସନ ତରଫରୁ କିଛି ନିଆରା କାର୍ଯ୍ୟକ୍ରମ କରାଯାଇଛି। ସୂଚନାଯୋଗ୍ୟ ଯେ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ମାସେ ଧରି ମନ୍ଦିର ଗୁଡିକରୁ ପ୍ଲାଷ୍ଟିକ ସଂଗ୍ରହ କରି ବୈଜ୍ଞାନିକ ପଦ୍ଧତିରେ ପୁନଃଚକ୍ରଣ କରାଯାଉଛି। ଆଜିର ଏହି ସମାପନ ଦିବସରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଓ ସୁନାଖଳା ସରପଞ୍ଚ ତଥା ସ୍ୱଚ୍ଛତା ପାଇଁ ରାଷ୍ଟ୍ରପତି ପୁରସ୍କାର ପାଇଥିବା ଯୁବ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ ଉପସ୍ଥିତ…
Read Moreନୟାଗଡ଼ରେ ନିଯୁକ୍ତି ମେଳା, ୫ଗୋଟି ବ୍ଲକରୁ ୬୫୪ଜଣ ପ୍ରାର୍ଥୀଙ୍କର ନିଯୁକ୍ତି ନିମନ୍ତେ ନାମ ପଂଜୀକରଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ନୟାଗଡ଼, ଦଶପଲ୍ଲା, ଓଡ଼ଗାଁ, ରଣପୁର, ନୂଆଗାଁ ବ୍ଲକର ୧୮ରୁ ୩୫ବର୍ଷର ଯୁବକ ଯୁବତୀମାନଙ୍କର ବିଭିନ୍ନ କମ୍ପାନୀରେ ନିଯୁକ୍ତି ନିମନ୍ତେ ପୋଲିସ ଟ୍ରେନିଂ ପଡ଼ିଆରେ ଏକ ନିଯୁକ୍ତି ମେଳା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ। ପରେ ପରେ ଜିଲ୍ଲା ନିୟୋଜନ ଅଧିକାରୀ ଦୁର୍ଗା ଚରଣ ଦାସଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା- ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ଅଧ୍ୟକ୍ଷ ସରକାରୀ ପଲିଟେକନିକ୍ ଓଡ଼ଗାଁ, ଅଧ୍ୟକ୍ଷ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଖୁଟୁବନ୍ଧ, ଡି.ପି.ଏମ(ଓ.ଏଲ.ଏମ) ସଂଜୟ କୁମାର ମହାପାତ୍ର, ଜିଲ୍ଲା…
Read More