ମଞ୍ଚରେ ଜୀବନ୍ତ ହେଲା ‘ସମୁଦ୍ର’: ସମ୍ବଲପୁରୀ ନାଟକରେ ଦେଖିବାକୁ ମିଳିଲା ସଭ୍ୟତା ଓ ସଂଘର୍ଷର ଅପୂର୍ବ ସମନ୍ୱୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟ୍ୟଧାରା ପକ୍ଷରୁ ଚାଲିଥିବା ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ୬ଷ୍ଠ ଦିବସରେ ‘ସୂର, ସମ୍ବଲପୁର’ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ସମ୍ବଲପୁରୀ ନାଟକ ‘ସମୁଦ୍ର’ ସଫଳତାର ସହ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଯାଇଛି। ଡକ୍ଟର ପ୍ରସନ୍ନ କୁମାର ସାହୁଙ୍କ ଲିଖିତ ଏହି ନାଟକଟି ନିଜର ନିଆରା କଥାବସ୍ତୁ ଓ ଜୀବନ୍ତ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି। ନାଟକର କାହାଣୀ ଜଣେ ଜଙ୍ଗଲୀ ଯୁବକ ‘କମ୍ବୁ’ ଓ ଜାହାଜ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ‘କ୍ୟାପଟେନ କିଶନ’ଙ୍କ ସଂଘର୍ଷମୟ ଜୀବନକୁ ନେଇ ଗତିଶୀଳ ହୋଇଥିଲା। ଏକ ନିଛାଟିଆ ଦ୍ଵୀପରେ ପ୍ରକୃତିର ନିର୍ମମତା ଏବଂ ମାନବିକତାର ପରୀକ୍ଷାକୁ ମଞ୍ଚରେ ଅତି ସୁନ୍ଦର ଭାବେ ଚିତ୍ରଣ କରାଯାଇଥିଲା। ବିଶେଷ କରି ମହାଭାରତର ପ୍ରସଙ୍ଗ ମାଧ୍ୟମରେ ନୈତିକତାର ବାର୍ତ୍ତା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା।ନାଟ୍ୟଶ୍ରୀ ମାନସ ରଞ୍ଜନ…

Read More

ସମୁଦ୍ରର ନୀଳ ଲହରୀରେ ହଜିଲା ପ୍ରେମର ସନ୍ଧାନ: ମଞ୍ଚସ୍ଥ ହେଲା ନାଟକ ‘ଇନ୍ଦ୍ରଜାଲ’

ନୟାଗଡ଼,(ନୟାଗଡ଼ ଦର୍ପଣ): ନାଟ୍ୟଧାରା ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ୫ମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଇନ୍ଦ୍ରଜାଲ’। ସମୁଦ୍ରକୂଳର ଏକ କ୍ଷୁଦ୍ର ମତ୍ସ୍ୟଜୀବୀ ପଲ୍ଲୀରୁ ରୁଷିଆର ବରଫାବୃତ ସହର ପର୍ଯ୍ୟନ୍ତ ବ୍ୟାପିଥିବା ଏକ ଅନନ୍ୟ ପ୍ରେମ କାହାଣୀକୁ ନେଇ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଅଭିନୀତ ହୋଇଯାଇଛି ଏହି ହୃଦୟସ୍ପର୍ଶୀ ତଥା ରୋମାଞ୍ଚଭରା ପ୍ରେମ ପ୍ରଣୟ ନାଟକ। ବିଶିଷ୍ଟ ନାଟ୍ୟକାର ଦୀପିକା ଦାସଙ୍କ ଦ୍ୱାରା ରଚିତ ଏହି ନାଟକକୁ ନିପୁଣତାର ସହ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି ଦେବାନନ୍ଦ ନାୟକ (ସୋନୀ)। ବିଶ୍ୱାସ ଓ ସଂଘର୍ଷର ଆଖ୍ୟାନନାଟକର କଥାବସ୍ତୁ ଗୋପାଳପୁରର ଜଣେ ସାଧାରଣ ଟୁରିଷ୍ଟ ଗାଇଡ୍ ‘ଶ୍ରୀନୁ’ ଏବଂ ରୁଷିଆରୁ ଉଚ୍ଚତର ଗବେଷଣା ଶେଷ କରି ଫେରିଥିବା ତା’ର ପିଲାଦିନର ସାଥୀ ‘ଲୀନା’କୁ କେନ୍ଦ୍ର କରି ଗତିଶୀଳ। ବହୁ ବର୍ଷ ପରେ ପିଲାଦିନର ସେହି ନିଷ୍ପାପ…

Read More

ଓଡ଼ିଆ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜି ଅପରାହ୍ନ ଘ. ୪. ୩୦ମି. ସମୟରେ ସମ୍ମାନୀୟ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ୦୧. ୦୪. ୨୦୨୬ ରୁ ୧୪. ୦୪. ୨୦୨୬ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡ଼ିଆ ନବବର୍ଷ ସମୟକୁ “ଓଡ଼ିଆ ପକ୍ଷ ” ପାଳନ କରାଯିବାକୁ ନିର୍ଦେଶ ରହିଥିବାରୁ ନୟାଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କିପରି ସୁଚାରୁରୂପେ କରାଯିବ ସେଥିପାଇଁ ଆଲୋଚନା କରାଗଲା l ଏହି ସବୁ କାର୍ଯ୍ୟକ୍ରମରେ  କିପରି ଜନସାଧାରଣ ସାମିଲ ହୋଇ ପାରିବେ ସେ ବିଷୟରେ ଆଲୋଚନା କରାଗଲା l ବ୍ଲକସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟକ୍ରମ ଲୋକାଭିମୁଖୀ କରାଯିବାକୁ ସମ୍ମାନୀୟା ଜିଲ୍ଳାପାଳଙ୍କର ପରାମର୍ଶ ରହିଲା l ଏହି କାର୍ଯ୍ୟକ୍ରମରେ  ଏଥିରେ  ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ,…

Read More

ନୟାଗଡ଼ରେ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମେଳା: ମଞ୍ଚସ୍ଥ ହେଲା ଭାବପୂର୍ଣ୍ଣ ନାଟକ ‘ବଧୂ ବିଦାୟ’

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଏକ ମର୍ମସ୍ପର୍ଶୀ ନାଟକ ‘ବଧୂ ବିଦାୟ’ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ସଫଳତାର ସହ ମଞ୍ଚସ୍ଥ ହୋଇଯାଇଛି। ଭୁବନେଶ୍ୱରର ବିଶିଷ୍ଟ ନାଟ୍ୟ ଅନୁଷ୍ଠାନ ‘ପଞ୍ଚଧ୍ୱନି ନାଟ୍ୟ ପରିଷଦ’ ଦ୍ୱାରା ପରିବେଷିତ ଏହି ନାଟକଟି ଦର୍ଶକଙ୍କ ମନକୁ ବେଶ୍ ଆନ୍ଦୋଳିତ କରିଥିଲା। ସାମାଜିକ ଚେତନାର ବାର୍ତ୍ତାନାଟକଟିର ମୂଳ କଥାବସ୍ତୁ ସମାଜରେ ଝିଅ ଓ ବୋହୂ ମଧ୍ୟରେ ଥିବା ପ୍ରଭେଦ ଏବଂ ମାନସିକତା ଉପରେ ପର୍ଯ୍ୟବେସିତ। ନିଜ ଝିଅ ବିଦାୟ ବେଳେ ପରିବାର ଯେଉଁ କଷ୍ଟ ଅନୁଭବ କରେ, ସେହି ସମାନ ସ୍ନେହ ଓ ସମ୍ମାନ କାହିଁକି ଜଣେ ବୋହୂକୁ ମିଳେ ନାହିଁ—ଏହି ପ୍ରଶ୍ନକୁ ନାଟକ ମାଧ୍ୟମରେ ଅତି ଚମତ୍କାର ଭାବେ ଉପସ୍ଥାପନ କରାଯାଇଛି। ରକ୍ତର ସମ୍ପର୍କ ନଥାଇ…

Read More

ଆଜିଠାରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଠାରୁ ସପ୍ତାହବ୍ୟାପୀ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ-୨୦୨୬ ପଠାଣି ସାମନ୍ତ ଅଡିଟୋରିଅମ ଠାରେ ମଞ୍ଚସ୍ଥ ହେବାକୁ ଯାଉଛି । ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମାର୍ଚ୍ଚ ୧୫ ରୁ ୨୧ ତାରିଖ ଯାଏଁ ଏହି ନାଟକ ମହୋତ୍ସବ ଆୟୋଜନ କରୁଛି । ଏଥିରେ ଭୁବନେଶ୍ବର, ସମ୍ବଲପୁର,ବାରିପଦା, ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନେ ସେମାନଙ୍କ ନାଟକ ପରିବେଷଣ କରିବେ ବୋଲି ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ  ସୂଚନା ଦିଆଯାଇଛି। ପ୍ରତ୍ୟହ ସନ୍ଧ୍ୟା ୭ ଘ.୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ ଥିଏଟର ଶୈଳୀରେ ପ୍ରଦର୍ଶିତ ହୋଇ ସର୍ବାଧିକ ଦୁଇ ଘଣ୍ଟା ଅବଧି ମଧ୍ୟରେ ପରିସମାପ୍ତ ହେବ । ଏହି କ୍ରମରେ ୧୫ ତାରିଖ ସନ୍ଧ୍ୟାରେ…

Read More

ଇନ୍ନର ହ୍ୟୁଲି କ୍ଲବ ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ ଧୂମଧାମରେ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ), ନୟାଗଡ଼ ରୋଟାରୀ କ୍ଳବ ପରିସରରେ ଇନ୍ନର ହ୍ୟୁଲି କ୍ଲବ ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ ଧୂମଧାମରେ ପାଳନ କରାଯାଇଅଛି । କ୍ଲବର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇନର ହ୍ୟୁଲି କ୍ଳବର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚ଼ିବ ଅଞ୍ଜଳି ମଛଖଣ୍ଡ, ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ। କ୍ଳବର ସଭାପତି ଶ୍ରୀମତୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହିତ ନିମନ୍ତ୍ରିତ ଅତିଥି ମାନଙ୍କ ପରିଚ଼ୟ ପ୍ରଦାନ କରିଥିଲେ। ସମ୍ପାଦିକା ରଶ୍ଚିତା ଚୌଧୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ। କ୍ଲବର ଚ଼୍ୟାଟର ସେକ୍ରେଟାରୀ ସୌଦାମିନୀ ସ୍ୱାଇଁ ଅତିଥିମାନଙ୍କୁ ମଞ୍ଚକୁ ଆହ୍ବାନ କରିଥିଲେ। ଜିଲ୍ଲାପାଳ ଶ୍ରୀମତୀ ରଥ ମହିଳା…

Read More

ନୟାଗଡରେ ଜାତୀୟ ଜନଗଣନା କ୍ଷେତ୍ର ପ୍ରଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ନୟାଗଡ, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଜାତୀୟ ଜନଗଣନା ୨୦୨୭ ପକ୍ଷରୁ ମାର୍ଚ୍ଚ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବ୍ରଜେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନୟାଗଡ ଜିଲ୍ଲା ଅନ୍ତର୍ଗତ ୮ଗୋଟି ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦର ୪୦ ଜଣ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ମଧୁମିତା ରଥଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ମାଷ୍ଟର ଟ୍ରେନର ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଖଣ୍ଡପଡ଼ା ବିଡ଼ିଓ ଅଙ୍କୁର ଅଭିଳାଷ ଏହାର ପରିଚାଳନା କରିଥିଲେ। ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ ଡେପୁଟି କଲେକ୍ଟର ପ୍ରିୟଙ୍କା ମହାନ୍ତି, ସହକାରୀ କଲେକ୍ଟର ଶୁକଦେବ ବେହେରା ଏବଂ ଜନଗଣନା ଅଧିକାରୀ ଅକ୍ଷୟ କୁମାର ନାୟକ। ପ୍ରଶିକ୍ଷଣର ଅନ୍ତିମ ଦିନରେ ଫିଲ୍ଡ ଟ୍ରେନରମାନଙ୍କୁ ନେଇ ଏକ ପ୍ରାକ୍ଟିକାଲ କାର୍ଯ୍ୟ ନୟାଗଡ ମ୍ୟୁନିସିପାଲଟିର ୧୨ ନଂ ୱାର୍ଡରେ କରାଯାଇଥିଲା।

Read More

ନୟାଗଡ଼ରେ ଶିକ୍ଷକ ସହୀଦ ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ୦୯ ମାର୍ଚ୍ଚ, ୧୯୭୮ ଶିକ୍ଷକ ମହାସଂଘର ରାଜ୍ୟସ୍ତରୀୟ ଆନ୍ଦୋଳନରେ ଯୋଗଦେବାକୁ ଯାଉଥିବା ସମୟରେ ଟିକାତାଳ ଠାରେ ଘଟିଥିବା ମର୍ମନ୍ତୁଦ ରାସ୍ତା ଦୁର୍ଘଟଣାରେ ନୟାଗଡ଼ ଜିଲ୍ଲାର ଛ’ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହୀଦ ହୋଇଥିଲେ। ସେହି ଦିବସକୁ ଶିକ୍ଷକ ସହୀଦ ଦିବସ ଭାବରେ ନୟାଗଡ଼ କଲେଜ କାହ୍ନୁ ଚରଣ ପଟ୍ଟନାୟକ ସ୍ମୃତି ପୀଠ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି ‌। ସ୍ମାରକୀ ପୀଠରେ ପୁଷ୍ପାଞ୍ଜଳି ପୂର୍ବକ ବକ୍ତା ମାନେ ଶିକ୍ଷକ ଆନ୍ଦୋଳନର ଗୌରବମୟ ଅଧ୍ୟାୟକୁ ରୋମନ୍ଥନ କରିବା ସହିତ ଏବେ ବି କିଭଳି ଶିକ୍ଷା ବ୍ୟବସ୍ଥା କର୍ପୋରେଟ୍ ପୁଞ୍ଜିର ଦାସତ୍ୱ ସ୍ଵୀକାର କରିଛି, ଠିକାନିଯୁକ୍ତି ସହିତ ପେନସନ ସୁବିଧାର ମୂଳଛେଦ କରାଯାଇଛି, ଶାନ୍ତି ପରିବର୍ତ୍ତେ ଯୁଦ୍ଧଖୋର ଆମେରିକାର ପଦଲେହନ କରାଯାଉଛି,‌ ଏଥି…

Read More

“ଓଡ଼ିଆ ଗୌରବ” ସମ୍ମାନରେ ସମ୍ମାନିତ ହେବେ ଆମ ନୟାଗଡ଼ର ବ୍ୟଙ୍ଗ କବି ତଥା ଅଭିନେତା ରବୀନ୍ଦ୍ର ରାଉତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆମ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ବ୍ୟଙ୍ଗ କବି ତଥା ଅଭିନେତା ରବୀନ୍ଦ୍ର ରାଉତଙ୍କୁ ମଧ୍ୟପ୍ରଦେଶ ଇନ୍ଦୋର ଠାରେ “ଇନ୍ଦୋର ପ୍ରବାସୀ ଓଡ଼ିଆ ସମାଜ” ଦ୍ୱାରା ଉତ୍କଳ ଦିବସ ଅବସରରେ “ଓଡ଼ିଆ ଗୌରବ ୨୦୨୬”  ସମ୍ମାନ ଏପ୍ରିଲ ୫ ତାରିଖରେ ସମ୍ମାନୀତ କରିବା ପାଇଁ ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇଅଛି। ରବୀନ୍ଦ୍ର ଏହା ପୂର୍ବରୁ ରାଜ୍ୟ ବାହାରେ ମୁମ୍ବାଇ ଓ ଚେନ୍ନାଇ ଠାରେ ମଧ୍ୟ ସମ୍ମାନୀତ ହୋଇଛନ୍ତି।  ନୟାଗଡ଼ ସହରତଳି ଗାଁ ମୁକ୍ତାପୁରରେ ଏକ କ୍ଷୁଦ୍ର ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ରବୀନ୍ଦ୍ର ୨୦୧୦ ମସିହାରେ ପଲି୍ଟିକାଲ ସର୍କସରେ ଭାଗନେଇ ସେହିବର୍ଷ ରାଜ୍ୟସ୍ତରରେ ବିଜୟୀ ହୋଇ ନୟାଗଡ଼ ଜିଲ୍ଲାକୁ ଗୌରାବାନ୍ୱିତ କରିଥିଲେ। ରବିନ୍ଦ୍ର ଅନେକ ଓଡ଼ିଆ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ଏହା ସହ “ବ୍ୟଙ୍ଗ କଲମ” ଭଳି ଏକ…

Read More

ନୟାଗଡ଼ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ। ଆସନ୍ତା ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତ ସରକାରଙ୍କ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ମାଇଁ ଭାରତ ନୟାଗଡ଼ ଓ ସେବା ଉତ୍ସବ ସମିତି ମିଳିତ ଆନୁକୂଲ୍ୟରେ  ଅସ୍ମିତା ଦିବସ ପାଳନ କରାଯିବ। ଏନେଇ ଆଜି ନୟାଗଡ଼ ଜିଲ୍ଲା ପରିଷଦ ସଭା ଗୃହ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର,  ଆଇନଜୀବି ଚନ୍ଦ୍ର ବିଜୟୀ ମିଶ୍ର ଉପସ୍ଥିତ ଥିଲେ। ସମ୍ମିଳନୀକୁ ସେବା ଉତ୍ସବ କୋଷାଧକ୍ଷ ପରମେଶ୍ୱର ସାହୁ ସଂଯୋଜନା କରିଥିଲେ। ନୟାଗଡ଼ ଖେଳ ପଡିଆଠାରେ ଆସନ୍ତା ୮ ତାରିଖ…

Read More