ନୟାଗଡ଼ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ, ୨ମୃତ ୩ଗୁରୁତର

ଖଣ୍ଡପଡା,ଗଣିଆ,(ନୟାଗଡ଼ ଦର୍ପଣ): କାଳବୈଶାଖୀ ତାଣ୍ଡବ ଯୋଗୁଁ ନୟାଗଡ ଜିଲ୍ଲାର ଦୁଇଟି ପୃଥକ ସ୍ଥାନରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଓ ୩ଜଣ ଗୁରୁତର ଆହତ ହୋଇ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସତ ହେଉଛନ୍ତି। ଅଭିଯୋଗ ଅନୁଯାଇ ଆଜି ଅପରାହ୍ନ ୪ଟା ସମୟରେ ଖଣ୍ଡପଡା -ଖଲିସାହି ରାସ୍ତା ଅଁଳାପଟା ଠାରେ ୪ଜଣ ମହିଳାଙ୍କୁ ନେଇ ଏକ ଅଟୋ ଯାଉଥିବା ସମୟରେ କାଳବୈଶାଖୀ ପବନ ଯୋଗୁଁ ରାସ୍ତା କଡ଼ରେ ଥିବା ଏକ ଜାମୁ ଡାଳ ଭାଙ୍ଗି ଅଟୋ ଉପରେ ପଡିଯାଇଥିଲା। ତେବେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ଜଣ ଆହତ ହୋଇଥିଲେ। ମୃତକ ଜଣଙ୍କ ହେଲେ ଖଲିସାହି ଗ୍ରାମର ରଶ୍ମିତା ନାୟକ। ସେହିଭଳି କାଳବୈଶାଖୀ ପ୍ରଭାବରେ ଗଣିଆ ଥାନା ଅନ୍ତର୍ଗତ କିଶୋରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଗଛ ଡ଼ାଳ ଭାଙ୍ଗି ଜଣକର ମୃତ୍ୟୁ ହୋଇଥିବା…

Read More

ବଦଳିଲେ ଜିଲ୍ଲାର ୭ ଥାନା ଅଧିକାରୀ, ଅଦଳବଦଳ କଲେ ଆରକ୍ଷୀ ଅଧିକ୍ଷକ

ନୟାଗଡ଼,(ନୟାଗଡ଼ ଦର୍ପଣ): ବଦଳିଲେ ଜିଲ୍ଲାର ୭ଟି ଥାନା ଅଧିକାରୀ ଏହି ବଦଳିକୁ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି କରିଥିବା ଜଣାପଡିଛି। ସୂଚନା ଥାଉକି, ଶରଣକୁଳ ଥାନାରେ କାର୍ଯ୍ୟରତ ଇନିସ୍ପେକ୍ଟର ଜୟଦୀପ ମହାନ୍ତିଙ୍କୁ ଓଡ଼ଗାଁ ଥାନାକୁ ବଦଳି କରାଯାଇଛି । ନୂଆଗାଁ ଥାନାରେ କାର୍ଯ୍ୟରତ ପୁଲିସ ଇନିସ୍ପେକ୍ଟର ପୁଷ୍ପଲତା ବେହେରାଙ୍କୁ ଶରଣକୁଳ ଥାନାକୁ ବଦଳି କରାଯାଇଛି। ନୟାଗଡ଼ ସଦର ଥାନାରେ କାର୍ଯ୍ୟରତ ପୁଲିସ ଇନିସ୍ପେକ୍ଟର ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଛି । ରିଜର୍ଭ ପୋଲିସରେ ଥିବା ଇନିସ୍ପେକ୍ଟର ଅନିତା ସାହୁଙ୍କୁ ସଦର ଥାନାକୁ ବଦଳି କରାଯାଇଛି। ଗଣିଆ ଥାନାରେ କାର୍ଯ୍ୟରତ ଇନିସ୍ପେକ୍ଟର ବିମଳ କୁମାର ମଲ୍ଲିକଙ୍କୁ ନୂଆଗାଁ ଥାନାକୁ ବଦଳି କରାଯାଇଛି। ଭାପୁର ବିଟ୍‌ ହାଉସ୍‌ର ସବ୍‌ଇନିସପେକ୍ଟର ବିନୟ ରଞ୍ଜନ ପରିଡାଙ୍କୁ ଗଣିଆ ଥାନାର ଓଆଇସି ଭାବେ ବଦଳି କରାଯାଇଛି।…

Read More

ଜିଲ୍ଲାପାଇଁ ଗୌରବ ଆଣିଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ ହେଲେ ନୋତ୍ତର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନୋତରସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ସିବିଏସି ଦଶମ ଶ୍ରେଣୀ ପରୀକ୍ଷାରେ ମୋଟ ୮୧ଜଣ ପରୀକ୍ଷା ଦେଇଥିଲେ । ଏଥିରେ ଛାତ୍ରୀ ପ୍ରତ୍ୟାଶା ଶତପଥୀ ୯୮% ମାର୍କ ରଖି ଟପ୍ପର ହୋଇଛନ୍ତି । ପ୍ରତ୍ୟାଶା ରାଜ୍ୟ ସ୍ତରରେ ଟପ୍ପର ହୋଇଛନ୍ତି । ସେ ମୋଟ ୫୦୦ ନମ୍ବରରୁ ୪୯୦ ନମ୍ବର ରଖୁଛନ୍ତି । ସେହିପରି ଭାବେ ଶୁଭକାନ୍ତ ମାଝି ଦ୍ବିତୀୟସ୍ଥାନ ଅଧିକାର କରିଛନ୍ତି । ସେ ୯୭.୨% ମାର୍କ ରଖିଛନ୍ତି। ସେ ରାଜ୍ୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି ଦିବେଶ ଦାସ ୯୫.୨% ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉକ୍ତ ବିଦ୍ୟାଳୟରେ ୯୫ ରୁ ୧୦୦ % ମଧ୍ୟରେ ୩ ଜଣ ମେଧାବୀ ଥିବା ବେଳେ ୯୦ ରୁ ୧୦୦% ଭିତରେ ୨୧ ଜଣ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି…

Read More

ସଫଳ କୃଷି ଉଦ୍ୟୋଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବେଶ୍ ସହାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଥିବା ସଭାଗୃହ ରେ କୃଷି ବିଭାଗ ଆନୁକୁଲ୍ଯରେ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରଶିକ୍ଷଣ ଶିବିର ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବିଡ଼ିଓ ସଚିଦା ନନ୍ଦ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ସହକାରୀ କୃଷି ଅଧିକାରୀ ପୂଜା କହଁର, ଆପିକଲ ଜିଲ୍ଲା ସଂଯୋଜକ ଅବିନାଶ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସାଧାରଣ ଭାବେ ଏକ ସଫଳ କୃଷି ଉଦ୍ୟୋଗୀ ହେବା ପାଇଁ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କିଭଳି ସହାୟକ ହେବ ସେ ନେଇ ପ୍ରଶିକ୍ଷଣ…

Read More

ଖଣ୍ଡପଡା ବ୍ଳକ ପରିସରରେ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ

ଖଣ୍ଡପଡା,(ନୟାଗଡ଼ ଦର୍ପଣ): ଖଣ୍ଡପଡା ବ୍ଳକ ପରିସରରେ ସୋମବାର ସକାଳୁ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଶୁଣିଥିଲେ। ଏଥିରେ ମୋଟ ୧୧୬ଟି ବ୍ୟକ୍ତିଗତ ସମସ୍ୟା ଥିବାବେଳେ ୬ଟି ଗ୍ରାମ୍ୟ ସମସ୍ୟା, ଚାରିଜଣଙ୍କ ରେଡ୍ କ୍ରସ ସମସ୍ୟା, ୨୫ ଜଣ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ପାଇଁ ଆବେଦନ କରିଥିବା ନେଇ ସୂଚନା ରହିଛି। ସମୁଦାୟ ୧୫୧ ଟି ଅଭିଯୋଗରୁ ୭୨ଟି ତୁରନ୍ତ ସମାଧାନ ହୋଇଥିବା ଜିଲ୍ଲା ପ୍ରଶାସନ ଠାରୁ ସୂଚନା ମିଳିଛି। ତେବେ ବିଭିନ୍ନ ପଞ୍ଚାୟତରୁ କିଛି ସାଧାରଣ ଲୋକ ସେମାନଙ୍କ ସମସ୍ୟାକୁ ନେଇ ବାରମ୍ବାର ଜିଲ୍ଲା ପାଳଙ୍କ ଜନଶୁଣାଣୀ ଶିବିରକୁ ଆସୁଥିବାରୁ କ୍ଷୋଭ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା। ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ କାବ୍ୟନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟ,…

Read More

ଜିଲ୍ଲା ପାଇଁ ଗୌରବ ଆଣିଲେ ନୟାଗଡ଼ ଜିଲ୍ଲାର ୫ଜଣ ମହିଳା, ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ପରିଚାଳିତ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ନୟାଗଡ଼ ଜିଲ୍ଲାରୁ ୫ଜଣ ମହିଳା ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ପରୀକ୍ଷାରେ ଉତିର୍ଣ୍ଣ ହୋଇଛନ୍ତି । ନୟାଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଣ୍ଡୁସର ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଯାଜ୍ଞସେନୀ ସାହୁ ଓଇଏସ ପରୀକ୍ଷାରେ ୧୮ତମ ସ୍ଥାନରେ ରହି ସଫଳତା ହାସଲ କରିଛନ୍ତି। ସେ ସମଗ୍ର ଜିଲ୍ଲାରେ ପ୍ରଥମ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମହେନ୍ଦ୍ର ସାହୁ ଓ ସୁପ୍ରିୟା ସାହୁଙ୍କ ସୁକନ୍ୟା ଅମ୍ରିତା ସାହୁ । ସେ ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଠିକା ଭାବେ ଶିକ୍ଷକତା କରୁଥିଲେ। ସେ ୧୯ ନମ୍ବର ସ୍ଥାନରେ ଓଇଏସରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମହିଳା ଓ ସମନ୍ବିତ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ…

Read More

ଦୁଇ ଦେଶଦ୍ରୋହୀ ଗିରଫ ପରେ ଗାଁ’ ଛାଡି ଫେରାର ହେଲେ ପରିବାର ଲୋକେ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦେଶବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଏସ୍‌ଟିଏଫ୍ ଟିମ୍ ନୟାଗଡ଼ ଜିଲ୍ଲାର ଦୁଇ ଯୁବକଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ନୟାଗଡ଼ ବ୍ଳକ ଅନ୍ତର୍ଗତ ଇଟାମାଟି ଥାନା ଅଧୀନ ବଡ଼ପଣ୍ଡୁସର ଗ୍ରାମର ପଠାଣିସାମନ୍ତ ଲେଙ୍କା(୩୫) ଓ ଦଶପଲ୍ଲା ବ୍ଳକର ସାକେଣି ଗ୍ରାମର ସରୋଜ କୁମାର ନାୟକ ଓରଫ୍ ଅମିତ୍‌(୨୬)। ନୟାଗଡ଼ ଜିଲ୍ଲାର ଏହି ଦୁଇ ଯୁବକଙ୍କ ଗିରଫ ଏବେ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବଡ଼ପଣ୍ଡୁସର ଗ୍ରାମର କିଛି ବ୍ୟକ୍ତିଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ପଠାଣିସାମନ୍ତ ଲେଙ୍କା ଆଇଟିଆଇ ଶିକ୍ଷକତା ସହିତ ଗ୍ରାମରେ ଟ୍ୟୁସନ୍ ମଧ୍ୟ କରୁଥିଲେ। ସବୁବେଳେ ଚୁପ୍‌ଚାପ୍ ରୁହନ୍ତି। ତାଙ୍କ ବିଷୟରେ କାହା ପାଖରେ ବିଶେଷ କିଛି ଖବର ନଥାଏ। ତେବେ, ଗତ ମାର୍ଚ୍ଚ ମାସରେ କୋଲକାତା ପୁଲିସର ଏକ ଟିମ୍ ଇଟାମାଟି ପୁଲିସ ସହାୟତରେ ତାଙ୍କ ଘରେ…

Read More

ମାତୃ ଦିବସରେ ମା’ଆଖିରେ ଲୁହ, ୪ବର୍ଷ ହେଲା ପୁଅ ନିଖୋଜ

ନୟାଗଡ଼,(ନୟାଗଡ଼ ଦର୍ପଣ): ମାତୃ ଦିବସରେ ମାଆ ଓ ସନ୍ତାନଙ୍କ ମଧ୍ୟରେ ଥିବା ଅନାବିଳ ସ୍ନେହ ମମତାକୁ ନେଇ ମା’ ହସି ହସି ବାତ୍ସଲ୍ୟର ସ୍ନେହଭରା ଲୁହ ଆଖିରୁ ଗଡ଼େଇ ଦେଉଥିଲା ବେଳେ ଆଜି କିନ୍ତୁ ଗୋଟିଏ ମା’ ପ୍ରାୟ ୪ ବର୍ଷ ହେଲା ଏକମାତ୍ର ପୁଅର ବିଚ୍ଛେଦରେ ଲୁହ ବଦଳରେ ରକ୍ତ ଗଡାଉଥିବା ଦେଖିବାକୁ ମିଳିଛି। ଏକମାତ୍ର ପୁଅର ବିଚ୍ଛେଦରେ ବାହୁନି ବାହୁନି ଭୂଇଁରେ କାନ୍ଦି ଲୋଟି ଗଡୁଥିବା ଏମିତି ମା’ହେଉଛି ହୁଲାସ ପେଣ୍ଠୋଇ । ଘର ହେଉଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ତଥା ନୟାଗଡ଼ ସଦର ଥାନା ଅନ୍ତର୍ଗତ ମାଳିସାହି ଗ୍ରାମ ପାଟୁଳି ସାହିରେ । ଅଭିଯୋଗ ଅନୁଯାୟୀ ପୁଅ ରମେଶ (୨୮) ଫେରିବା ବାଟକୁ ଅପେକ୍ଷା କରି କରି ନିରାଶ ହେବା ପରେ ୨୦୨୧ ମସିହା ଜାନୁଆରୀ ୧୩ ରେ ପୁଅର ବାପା…

Read More

ଜିଲ୍ଲାର ବିଭିନ୍ନ ବ୍ଲକର ପଛୁଆ ବର୍ଗ ସର୍ଭେ କେନ୍ଦ୍ର ପରିଦର୍ଶନ କଲେ ପର୍ଯ୍ୟବେକ୍ଷକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡିଶା ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ କାର୍ଯ୍ୟ ସାରା ରାଜ୍ୟରେ ଚାଲୁ ରହିଛି । ମେ ୧ ତାରିଖରୁ ମେ ୨୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ଏଥି ନିମନ୍ତେ ନୟାଗଡ଼ଜିଲ୍ଲାରେ ସମସ୍ତ ବ୍ଲକରେ ବିଭିନ୍ନ ସର୍ଭେ କେନ୍ଦ୍ର ମାନ ଖୋଲାଯାଇଛି। ନୟାଗଡ଼ ଜିଲ୍ଲା ଦାୟିତ୍ବରେ ଥିବା ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ନାୟକ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ପରିଦର୍ଶନ କରିଛନ୍ତି । ନୟାଗଡ଼ ଜିଲ୍ଲାର ନୟାଗଡ଼ ପୌରାଞ୍ଚଳ, ନୟାଗଡ଼ ବ୍ଲକ, ଓଡ଼ଗାଁ ଏନଏସି, ଓଡ଼ଗାଁ ବ୍ଲକ ଓ ନୂଆଗାଁ ବ୍ଲକ ଗସ୍ତ କରିଛନ୍ତି । ଏହି ସର୍ଭେ କେବଳ ଓଡ଼ିଶା ସରକାରଙ୍କ ଦ୍ବାରା ଅଧିସୂଚୀତ ୨୧୧ ପ୍ରକାର ପଛୁଆ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ପରିବାରର ମୁଖ୍ୟ କିମ୍ବା ଘରର ବରିଷ୍ଠ ସଦସ୍ୟ…

Read More

ବିଭିନ୍ନ ସର୍ଭେକେନ୍ଦ୍ର ପରିଦର୍ଶନ କଲେ ରାଜ୍ୟ ପର୍ଯ୍ୟବେକ୍ଷକ, ଡିଡବ୍ଲୁଓ ଏବଂ ନୂଆଗାଁ ବିଡ଼ିଓ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରେ ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ଚାଲିଥିବା ବେଳେ ନୂଆଗାଁ ବ୍ଲକର ବିଭିନ୍ନ ସର୍ଭେ କେନ୍ଦ୍ର ପରିଦର୍ଶନ କରିଛନ୍ତି ପଛୁଆବର୍ଗ କମିଶନର ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ ଏବଂ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର। ନୂଆଗାଁ ବ୍ଲକର ହରିପୁର, ବାହାଡାଝୋଲା, ସିଙ୍ଗାରପଲ୍ଲୀ, ଗାତେରୀ, ମହିପୁର, ଚାହାଳି, ଢେଙ୍କେଣା ଏବଂ ଦୁରୁଦୁରା ପଞ୍ଚାୟତର ସର୍ଭେ କେନ୍ଦ୍ର ପରିଦର୍ଶନ କରି ପଛୁଆ ବର୍ଗ ଲୋକମାନଙ୍କ ସାମାଜିକ ଏବଂ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରିବା ସହ ଲୋକମାନଙ୍କୁ ସଚେତନ କରିଥିଲେ ରାଜ୍ୟ ପର୍ଯ୍ୟବେକ୍ଷକ। ଏହି ଗ୍ରସ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟବେକ୍ଷକ, ଡିଡ଼ବ୍ଲୁଓ ଦୟାନିଧି ନାୟକ ଏବଂ ନୂଆଗାଁ ବ୍ଲକ୍ ବିଡ଼ିଓଙ୍କ ସହିତ ଡବ୍ଲୁଇଓ ମଳୟ ରଞ୍ଜନ ଚିନାରା, ବରିଷ୍ଠ ରାଜସ୍ୱ ସହକାରୀ…

Read More