ପ୍ରକାଶ ପାଇଲା ଚଳିତ ବର୍ଷ +୨ ଉପଶାସ୍ତ୍ରୀ ପରୀକ୍ଷା ଫଳ

ନୂଆଗାଁ,(ନୟାଗଡ଼ ଦର୍ପଣ):- ନୂଆଗାଁ ବ୍ଲକରେ ଥିବା ଏକମାତ୍ର ସଂସ୍କୃତ ମହାବିଦ୍ୟାଳୟ ମୀନକେତନ ମେମୋରିଆଲ ସଂସ୍କୃତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ। ଆଜି ପ୍ରକାଶ ପାଇଲା ଉପଶାସ୍ତ୍ରୀ ପରୀକ୍ଷା ଫଳ। ଯେଉଁଥିରେ ମୀନକେତନ ମେମୋରିଆଲ ସଂସ୍କୃତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ୯୯.୯୯% ଉତୀର୍ଣ୍ଣ ହୋଇଛନ୍ତି। ଚଳିତ ବର୍ଷ ସମୁଦାୟ ୪୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୫ଜଣ, ଦ୍ୱିତୀୟ ଶ୍ରେଣୀରେ ୨୧ଏବଂ ତୃତୀୟ ଶ୍ରେଣୀରେ ଜଣେ କୃତକାର୍ଯ୍ୟ ହୋଇଥିବା ବେଳେ ଜଣେ ଫେଲ ହୋଇଥିବା ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଭାରତୀ ଯାନୀ ୪୬୦ ନମ୍ବର ରଖି ପ୍ରଥମ ରଶ୍ମିତା ପ୍ରଧାନ ୪୫୬ ନମ୍ବର ରଖି ଦ୍ଵିତୀୟ ଏବଂ ତୁଳସି ନାୟକ ୪୫୧ ନମ୍ବର ରଖି କଲେଜ ରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।

Related posts