ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ଆୟୋଜିତ ଷଷ୍ଠ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଏକ ମର୍ମସ୍ପର୍ଶୀ ନାଟକ ‘ବଧୂ ବିଦାୟ’ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ସଫଳତାର ସହ ମଞ୍ଚସ୍ଥ ହୋଇଯାଇଛି। ଭୁବନେଶ୍ୱରର ବିଶିଷ୍ଟ ନାଟ୍ୟ ଅନୁଷ୍ଠାନ ‘ପଞ୍ଚଧ୍ୱନି ନାଟ୍ୟ ପରିଷଦ’ ଦ୍ୱାରା ପରିବେଷିତ ଏହି ନାଟକଟି ଦର୍ଶକଙ୍କ ମନକୁ ବେଶ୍ ଆନ୍ଦୋଳିତ କରିଥିଲା। ସାମାଜିକ ଚେତନାର ବାର୍ତ୍ତାନାଟକଟିର ମୂଳ କଥାବସ୍ତୁ ସମାଜରେ ଝିଅ ଓ ବୋହୂ ମଧ୍ୟରେ ଥିବା ପ୍ରଭେଦ ଏବଂ ମାନସିକତା ଉପରେ ପର୍ଯ୍ୟବେସିତ। ନିଜ ଝିଅ ବିଦାୟ ବେଳେ ପରିବାର ଯେଉଁ କଷ୍ଟ ଅନୁଭବ କରେ, ସେହି ସମାନ ସ୍ନେହ ଓ ସମ୍ମାନ କାହିଁକି ଜଣେ ବୋହୂକୁ ମିଳେ ନାହିଁ—ଏହି ପ୍ରଶ୍ନକୁ ନାଟକ ମାଧ୍ୟମରେ ଅତି ଚମତ୍କାର ଭାବେ ଉପସ୍ଥାପନ କରାଯାଇଛି। ରକ୍ତର ସମ୍ପର୍କ ନଥାଇ…
Read MoreCategory: ଅନ୍ୟାନ୍ୟ
ଆଜିଠାରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଠାରୁ ସପ୍ତାହବ୍ୟାପୀ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ-୨୦୨୬ ପଠାଣି ସାମନ୍ତ ଅଡିଟୋରିଅମ ଠାରେ ମଞ୍ଚସ୍ଥ ହେବାକୁ ଯାଉଛି । ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମାର୍ଚ୍ଚ ୧୫ ରୁ ୨୧ ତାରିଖ ଯାଏଁ ଏହି ନାଟକ ମହୋତ୍ସବ ଆୟୋଜନ କରୁଛି । ଏଥିରେ ଭୁବନେଶ୍ବର, ସମ୍ବଲପୁର,ବାରିପଦା, ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନେ ସେମାନଙ୍କ ନାଟକ ପରିବେଷଣ କରିବେ ବୋଲି ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତ୍ୟହ ସନ୍ଧ୍ୟା ୭ ଘ.୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ ଥିଏଟର ଶୈଳୀରେ ପ୍ରଦର୍ଶିତ ହୋଇ ସର୍ବାଧିକ ଦୁଇ ଘଣ୍ଟା ଅବଧି ମଧ୍ୟରେ ପରିସମାପ୍ତ ହେବ । ଏହି କ୍ରମରେ ୧୫ ତାରିଖ ସନ୍ଧ୍ୟାରେ…
Read Moreଇନ୍ନର ହ୍ୟୁଲି କ୍ଲବ ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ ଧୂମଧାମରେ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ), ନୟାଗଡ଼ ରୋଟାରୀ କ୍ଳବ ପରିସରରେ ଇନ୍ନର ହ୍ୟୁଲି କ୍ଲବ ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସ ଧୂମଧାମରେ ପାଳନ କରାଯାଇଅଛି । କ୍ଲବର ସଭାପତି ସ୍ନିଗ୍ଧାରାଣୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇନର ହ୍ୟୁଲି କ୍ଳବର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚ଼ିବ ଅଞ୍ଜଳି ମଛଖଣ୍ଡ, ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ। କ୍ଳବର ସଭାପତି ଶ୍ରୀମତୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହିତ ନିମନ୍ତ୍ରିତ ଅତିଥି ମାନଙ୍କ ପରିଚ଼ୟ ପ୍ରଦାନ କରିଥିଲେ। ସମ୍ପାଦିକା ରଶ୍ଚିତା ଚୌଧୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ। କ୍ଲବର ଚ଼୍ୟାଟର ସେକ୍ରେଟାରୀ ସୌଦାମିନୀ ସ୍ୱାଇଁ ଅତିଥିମାନଙ୍କୁ ମଞ୍ଚକୁ ଆହ୍ବାନ କରିଥିଲେ। ଜିଲ୍ଲାପାଳ ଶ୍ରୀମତୀ ରଥ ମହିଳା…
Read Moreନୟାଗଡରେ ଜାତୀୟ ଜନଗଣନା କ୍ଷେତ୍ର ପ୍ରଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ନୟାଗଡ, (ନୟାଗଡ଼ ଦର୍ପଣ): ଭାରତ ସରକାରଙ୍କ ଜାତୀୟ ଜନଗଣନା ୨୦୨୭ ପକ୍ଷରୁ ମାର୍ଚ୍ଚ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବ୍ରଜେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନୟାଗଡ ଜିଲ୍ଲା ଅନ୍ତର୍ଗତ ୮ଗୋଟି ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପରିଷଦର ୪୦ ଜଣ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ମଧୁମିତା ରଥଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ମାଷ୍ଟର ଟ୍ରେନର ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଖଣ୍ଡପଡ଼ା ବିଡ଼ିଓ ଅଙ୍କୁର ଅଭିଳାଷ ଏହାର ପରିଚାଳନା କରିଥିଲେ। ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ ଡେପୁଟି କଲେକ୍ଟର ପ୍ରିୟଙ୍କା ମହାନ୍ତି, ସହକାରୀ କଲେକ୍ଟର ଶୁକଦେବ ବେହେରା ଏବଂ ଜନଗଣନା ଅଧିକାରୀ ଅକ୍ଷୟ କୁମାର ନାୟକ। ପ୍ରଶିକ୍ଷଣର ଅନ୍ତିମ ଦିନରେ ଫିଲ୍ଡ ଟ୍ରେନରମାନଙ୍କୁ ନେଇ ଏକ ପ୍ରାକ୍ଟିକାଲ କାର୍ଯ୍ୟ ନୟାଗଡ ମ୍ୟୁନିସିପାଲଟିର ୧୨ ନଂ ୱାର୍ଡରେ କରାଯାଇଥିଲା।
Read Moreନୟାଗଡ଼ରେ ଶିକ୍ଷକ ସହୀଦ ଦିବସ
ନୟାଗଡ଼, (ନୟାଗଡ଼ ଦର୍ପଣ): ୦୯ ମାର୍ଚ୍ଚ, ୧୯୭୮ ଶିକ୍ଷକ ମହାସଂଘର ରାଜ୍ୟସ୍ତରୀୟ ଆନ୍ଦୋଳନରେ ଯୋଗଦେବାକୁ ଯାଉଥିବା ସମୟରେ ଟିକାତାଳ ଠାରେ ଘଟିଥିବା ମର୍ମନ୍ତୁଦ ରାସ୍ତା ଦୁର୍ଘଟଣାରେ ନୟାଗଡ଼ ଜିଲ୍ଲାର ଛ’ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହୀଦ ହୋଇଥିଲେ। ସେହି ଦିବସକୁ ଶିକ୍ଷକ ସହୀଦ ଦିବସ ଭାବରେ ନୟାଗଡ଼ କଲେଜ କାହ୍ନୁ ଚରଣ ପଟ୍ଟନାୟକ ସ୍ମୃତି ପୀଠ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି । ସ୍ମାରକୀ ପୀଠରେ ପୁଷ୍ପାଞ୍ଜଳି ପୂର୍ବକ ବକ୍ତା ମାନେ ଶିକ୍ଷକ ଆନ୍ଦୋଳନର ଗୌରବମୟ ଅଧ୍ୟାୟକୁ ରୋମନ୍ଥନ କରିବା ସହିତ ଏବେ ବି କିଭଳି ଶିକ୍ଷା ବ୍ୟବସ୍ଥା କର୍ପୋରେଟ୍ ପୁଞ୍ଜିର ଦାସତ୍ୱ ସ୍ଵୀକାର କରିଛି, ଠିକାନିଯୁକ୍ତି ସହିତ ପେନସନ ସୁବିଧାର ମୂଳଛେଦ କରାଯାଇଛି, ଶାନ୍ତି ପରିବର୍ତ୍ତେ ଯୁଦ୍ଧଖୋର ଆମେରିକାର ପଦଲେହନ କରାଯାଉଛି, ଏଥି…
Read More“ଓଡ଼ିଆ ଗୌରବ” ସମ୍ମାନରେ ସମ୍ମାନିତ ହେବେ ଆମ ନୟାଗଡ଼ର ବ୍ୟଙ୍ଗ କବି ତଥା ଅଭିନେତା ରବୀନ୍ଦ୍ର ରାଉତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆମ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ବ୍ୟଙ୍ଗ କବି ତଥା ଅଭିନେତା ରବୀନ୍ଦ୍ର ରାଉତଙ୍କୁ ମଧ୍ୟପ୍ରଦେଶ ଇନ୍ଦୋର ଠାରେ “ଇନ୍ଦୋର ପ୍ରବାସୀ ଓଡ଼ିଆ ସମାଜ” ଦ୍ୱାରା ଉତ୍କଳ ଦିବସ ଅବସରରେ “ଓଡ଼ିଆ ଗୌରବ ୨୦୨୬” ସମ୍ମାନ ଏପ୍ରିଲ ୫ ତାରିଖରେ ସମ୍ମାନୀତ କରିବା ପାଇଁ ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇଅଛି। ରବୀନ୍ଦ୍ର ଏହା ପୂର୍ବରୁ ରାଜ୍ୟ ବାହାରେ ମୁମ୍ବାଇ ଓ ଚେନ୍ନାଇ ଠାରେ ମଧ୍ୟ ସମ୍ମାନୀତ ହୋଇଛନ୍ତି। ନୟାଗଡ଼ ସହରତଳି ଗାଁ ମୁକ୍ତାପୁରରେ ଏକ କ୍ଷୁଦ୍ର ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ରବୀନ୍ଦ୍ର ୨୦୧୦ ମସିହାରେ ପଲି୍ଟିକାଲ ସର୍କସରେ ଭାଗନେଇ ସେହିବର୍ଷ ରାଜ୍ୟସ୍ତରରେ ବିଜୟୀ ହୋଇ ନୟାଗଡ଼ ଜିଲ୍ଲାକୁ ଗୌରାବାନ୍ୱିତ କରିଥିଲେ। ରବିନ୍ଦ୍ର ଅନେକ ଓଡ଼ିଆ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ଏହା ସହ “ବ୍ୟଙ୍ଗ କଲମ” ଭଳି ଏକ…
Read Moreନୟାଗଡ଼ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ। ଆସନ୍ତା ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତ ସରକାରଙ୍କ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ମାଇଁ ଭାରତ ନୟାଗଡ଼ ଓ ସେବା ଉତ୍ସବ ସମିତି ମିଳିତ ଆନୁକୂଲ୍ୟରେ ଅସ୍ମିତା ଦିବସ ପାଳନ କରାଯିବ। ଏନେଇ ଆଜି ନୟାଗଡ଼ ଜିଲ୍ଲା ପରିଷଦ ସଭା ଗୃହ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର, ଆଇନଜୀବି ଚନ୍ଦ୍ର ବିଜୟୀ ମିଶ୍ର ଉପସ୍ଥିତ ଥିଲେ। ସମ୍ମିଳନୀକୁ ସେବା ଉତ୍ସବ କୋଷାଧକ୍ଷ ପରମେଶ୍ୱର ସାହୁ ସଂଯୋଜନା କରିଥିଲେ। ନୟାଗଡ଼ ଖେଳ ପଡିଆଠାରେ ଆସନ୍ତା ୮ ତାରିଖ…
Read Moreନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓକିଲସଂଘ ଗୃହ ଉଦଘାଟିତ
ଦୀର୍ଘଦିନର ଦାବୀ ପରେ ସାକାରହେଲା ଓକିଲ ସଙ୍ଘର ଦାବୀ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଓକିଲ ମାନଙ୍କ ବ୍ୟବହାର ପାଇଁ ବହୁ ପ୍ରତିକ୍ଷୀତ ଓକିଲ ସଙ୍ଘ ଗୃହ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ କରକମଳରେ ଏବଂ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଉପସ୍ଥିତିରେ ଶୁଭ ଉଦଘାଟନ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶଙ୍କ ଅଧ୍ୟକ୍ଷତାର ଆୟୋଜିତ ଉଦ୍ଘାଟନୀ ସଭାରେ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା। ଖଣ୍ଡପଡା ଓକିଲ ସଙ୍ଘ ସଭାପତି ସଂଗ୍ରାମ ମିଶ୍ର, ସମ୍ପାଦକ ବିକ୍ରମ କେଶରୀ ଦେଓ, ଓଡଗାଁ ଓକିଲ ସଙ୍ଘ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଦଶପଲ୍ଲା ଓକିଲ ସଙ୍ଘ ସଭାପତି ସୁଶାନ୍ତ କୁମାର ପାତ୍ର ଏବଂ ଦଲିଲ ଲେଖକ ମୋହରିର…
Read Moreଆସନ୍ତା ୨୪ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ନୟାଗଡ଼ ବଜାର ବନ୍ଦ
ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘଦିନରୁ ଚାଲିଥିବା ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ଦାବି ଏବଂ ଓଡିଶା ବଜେଟ ୨୦୨୬-୨୭ରେ ନୟାଗଡରେ ହୋମିଓପ୍ୟାଥିକ ମେଡିକାଲ କଲେଜ ପ୍ରତିଷ୍ଠା ହେବା ନେଇ ଘୋଷଣା ସମ୍ବନ୍ଧେ ଆଜି ଜୟ ନୟାଗଡ଼ ଫାଉଣ୍ଡେସନ ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଭବିଷ୍ୟତ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଅଛି। ହୋମିଓପ୍ୟାଥିକ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା କରିବା ଭଲ କଥା, କିନ୍ତୁ ନୟାଗଡ଼ ସଦର ମହକୁମାରେ ଭେଷଜ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଗତକାଲି ବି ଥିଲା, ଆଜି ବି ଅଛି ଓ ଅସନ୍ତାଦିନରେ ବି ରହିବ। ତେଣୁ ନୟାଗଡ଼ିଆଙ୍କ ହକ ତଥା ଦାବିକୁ ତ୍ୱରାନ୍ୱିତ କରିବା ପାଇଁ ଆସନ୍ତା ତା୨୪.୦୨.୨୦୨୬ରିଖ ସକାଳ ୬ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ନୟାଗଡ଼ ବଜାର ବନ୍ଦ ଡାକରା ଦିଆଯାଇଛି।…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ଆର୍ଟ ଅଫ୍ ଭଲ୍ଯୁଣ୍ଟରଜିମ୍ ଶୀର୍ଷକ ଆଲୋଚନା ଚକ୍ର
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ବେଛାସେବୀ ମାନଙ୍କର ସେବା ଭାବକୁ ବିକାଶ କରିବା ପାଇଁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ସଭାଗୃହରେ ଆର୍ଟ ଅଫ୍ ଭଲ୍ଯୁଣ୍ଟରଜିମ୍ ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ଯ ଆଲୋଚକ ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇ ଜଣେ ସ୍ବେଛାସେବୀ କେଉଁ କେଉଁ ଗୁଣର ଅଧିକାରୀ ହେବା ଆବଶ୍ଯକ ସେ ବିଷୟରେ ଆଲୋକପାତ କରିବା ସହିତ ସମାଜସେବାର ସଜ୍ଞାକୁ ବ୍ଯାପକ ଭାବରେ ଆଲୋଚନା ଓ ପର୍ଯ୍ଯାଲୋଚନା କରିଥିଲେ। ଅନ୍ଯତମ ଆଲୋଚକ ଭାବେ ଗଣିଆ ଉନୟନ କମିଟିର ସଭାପତି ଉଷାରାଣୀ ପଟ୍ଟନାୟକ, ନୟାଗଡ଼ କ୍ଳବ୍ ର ସଭାପତି ଅଶୋକ କୁମାର ନାୟକ, ବରିଷ୍ଠ ଶିକ୍ଷାବିତ୍ ହରିହର ପାତ୍ର , କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ…
Read More