ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମଧ୍ୟଖଣ୍ଡ ନୋଡାଲ ହାଇସ୍କୁଲ ପରିସରରେ, ବିଶିଷ୍ଠ ସମାଜସେବୀ ସ୍ବର୍ଗତ ରାମଚଂଦ୍ର ପଣ୍ଡାଙ୍କ ଶ୍ରାଦ୍ଧ ଦିବସ ଓ ସ୍ମୃତି ସଭା ଅନୁଷ୍ଠିତ ହୋଇ ଯାଇଛି। ଗତକାଲି ସଂଧ୍ୟାରେ ରାମଚନ୍ଦ୍ର ପଣ୍ଡା ମେମୋରିଆଲ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ପରିଡ଼ାଙ୍କ ସଭାପତିତ୍ବରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ସଭା ପୂର୍ବରୁ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ରାମଚଂଦ୍ର ପଣ୍ଡାଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ ସମ୍ମାନିତ ଅତିଥି ଭାବରେ ସମାଜସେବୀ ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତା ଭାବେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବଳିଆରସିଂ ଯୋଗ ଦେଇଥିବା ବେଳେ ସଙ୍ଗୀତଜ୍ଞ ଶରତ କୁମାର ସାହୁ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଣ୍ଡା ମଧ୍ୟ ସ୍ମୃତି ଚାରଣ କରିଥିଲେ।…
Read MoreCategory: ନୟାଗଡ଼ ବ୍ୟକ୍ତିତ୍ୱ
ଚାଲିଗଲେ ଶତାୟୁ ସ୍ବାଧୀନତା ସଂଗ୍ରାମୀ, ଶେଷ ସମ୍ମାନ ଦେଲାନି ପ୍ରଶାସନ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଅଂଚଳର ବିଶିଷ୍ଟ ବ୍ୟକ୍ତି ତଥାଶତାୟୁ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ସାହୁଙ୍କର ୧୦୪ବର୍ଷ ବୟସରେ ଗତକାଲି ସଂଧ୍ୟାରେ ପରଲୋକ ହୋଇଛି। ସ୍ଵର୍ଗତ ସାହୁ ଯୁବାବସ୍ଥାରେ ମହାତ୍ମା ଗାନ୍ଧୀଙ୍କ ସ୍ଵାଧୀନତା ସଂଗ୍ରାମ ଏବଂ ସ୍ଥାନୀୟ ପ୍ରଜା ଆନ୍ଦୋଳନରେ ଯୋଗଦେଇ ରାଜ ରୋଷର ଶିକାର ହୋଇଥିଲେ ସ୍ବର୍ଗତ ଲକ୍ଷ୍ମଣ ସାହୁ। ଫଳରେ ତାଙ୍କୁ ବିଭିନ୍ନ ସ୍ଥାନରେ ଥିବା ଅସ୍ଥାୟୀ ଜେଲ୍ ମାନଙ୍କରେ ରଖାଯାଇ ଅକଥନୀୟ ନିର୍ଯାତନା ଦିଆଯାଉଥିଲା। ସ୍ଵାଧୀନତା ପ୍ରାପ୍ତି ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବାଧିନତା ସଂଗ୍ରାମୀ ମାନ୍ୟତା ମିଳିଥିଲା। ତାଙ୍କର ୨ପୁଅଙ୍କ ମଧ୍ୟରୁ ବଡପୁଅ ଗ୍ରାମ ଶ୍ମଶାନରେ ତାଙ୍କୁ ମୁଖାଗ୍ନି ଦେଇଛନ୍ତି । ତାଙ୍କର ଶେଷ ଦର୍ଶନ କରିବାକୁ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କେହି ନ ପହଞ୍ଚିବା ସାଧାରଣରେ ନାପସନ୍ଦ କରାଯାଇଛି। ତାଙ୍କ ବିୟୋଗରେ ଦଶପଲ୍ଲା ଅଞ୍ଚଳରେ…
Read Moreଧାନକିଣାରେ ମାତ୍ରାଧିକ ବିଳମ୍ବ ହେଉଥିବା ଅଭିଯୋଗ ଆଣିଲେ ଜିଲ୍ଲା କଂଗ୍ରେସ ସଭାପତି
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଚଳିତ ଖରିଫ ଧାନକିଣାରେ ମାତ୍ରାଧିକ ବିଳମ୍ବ ହେଉଥିବାରୁ ଚାଷୀକୂଳଙ୍କ ଆଲୋଚନା ପାଇଁ ଆଜି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଓଡଗାଁ, ପାଣ୍ଡେରୀପଡା ଏବଂ ଗୋତିସାହି ପ୍ୟାକ୍ସ ଧାନମଣ୍ଡିକୁ ଯାଇ ଗ୍ରାଉଣ୍ଡଜିରୋରୁ ପ୍ରକୃତରେ ସୋସାଇଟି ସେକ୍ରେଟାରୀମାନେ କାହିଁକି ଧାନ କିଣୁ ନାହାଁନ୍ତି ତାହାର ରହସ୍ୟ ବାହାର କରିଛନ୍ତି। ସୋସାଇଟି ସମ୍ପାଦକ ଏବଂ ମିଲରଙ୍କ ଅସାଧୁ ମେଣ୍ଟ ହୋଇ ଗତବର୍ଷ ଭଳି ଏଫଏକ୍ୟୁ ମାନ ପରୀକ୍ଷଣ କରାନଯାଇ କୁଇଣ୍ଟାଲ ପିଛା ୧୦% କଟଣି କରିବା ପାଇଁ ବାଧ୍ୟ କରୁଛନ୍ତି ନଚେତ ଧାନ ନେବେନାହିଁ, ଏପଟେ ଚାଷୀଙ୍କୁ ମିଳିଥିବା ଟୋକନ ଅବଧି ସରିଗଲେ ଆଉ ଧାନ ନିଆଯିବ ନାହିଁ ବୋଲି ସୋସାଇଟି ସମ୍ପାଦକମାନେ ଚାଷୀଙ୍କୁ ଭୟ ଦେଖାଉଛନ୍ତି, ତେଣୁ ମିଲରମାନେ ଅଦ୍ୟାବଧି ଚାଷୀଙ୍କୁ ବସ୍ତା ସୁତୁଲି ଦେଇ ନାହାଁନ୍ତି। ଯାହାଫଳରେ ଚାଷୀ ମଣ୍ଡିକୁ…
Read Moreନୂଆବର୍ଷରେ ନୟାଗଡ଼କୁ ସ୍ୱର୍ଣ୍ଣ
ନୟାଗଡ଼ ଜିଲ୍ଲା ପାଇଁ ପୁଣି ଥରେ ଗୌରବ ଆଣିଲେ ଦଶପଲ୍ଲାର ସୁନା ଝିଅ ଝିଲ୍ଲୀ ଦଳବେହେରା। ତାମିଲନାଡୁରେ ଅନୁଷ୍ଠିତ ଜାତୀୟ ଭାରତ୍ତୋଳନ ପ୍ରତିଯୋଗିତାର ୪୯କେଜି ବର୍ଗରେ ଭାଗ ନେଇଥିଲେ ଝିଲ୍ଲୀ।
Read More୩୬ଜଣ ଟିବି ରୋଗୀଙ୍କୁ ପୋଷ୍ୟଭାବେ ଗ୍ରହଣ କଲେ ବିଧାୟକ ରମେଶ ବେହେରା
ନୂଆଗାଁ,(ନୟାଗଡ଼ ଦର୍ପଣ): ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଟିବି ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଅଧୀନରେ ଥିବା ୩୬ ଜଣ ଟିବି ରୋଗୀଙ୍କୁ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ସେମାନଙ୍କ ପାଇଁ ପ୍ରତି ମାସରେ ଉତ୍ତମ ଖାଦ୍ୟ ଓ ଔଷଧ ଚିକିତ୍ସା ଯୋଗାଇ ଦିଆଯିବ। ପିଲାମାନଙ୍କୁ ୨ କେଜି ଚାଉଳ, ୧ କେଜି ଡ଼ାଲି, ରନ୍ଧାତେଲ ୧୫୦ ଗ୍ରାମ, ପୁଷ୍ଟିକର ଡବା ଖାଦ୍ୟ ୭୫୦ ଗ୍ରାମ, କ୍ଷୀର ୪ ଲିଟର, ଅଣ୍ଡା ୩୦ଟା ରହିଛି । ସେହିଭଳି ବଡ ଲୋକମାନଙ୍କ ପାଇଁ ୩ କେଜି ଚାଉଳ, ୧.୫ କେଜି ଡାଲି, ୨୫୦ ଗ୍ରାମ ରନ୍ଧାତେଲ, ୧ କେଜି ପୁଷ୍ଟିକର ଡବା ଖାଦ୍ୟ, ୬ ଲିଟର କ୍ଷୀର, ଓ ୩୦ ଟା…
Read Moreନୟାଗଡ଼ ମାଟିର ଗର୍ବ ଓ ଗୌରବ ପ୍ରଫେସର ଗୋପବନ୍ଧୁ ମିଶ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ବର୍ତ୍ତମାନ ବନାରସ୍ ହିନ୍ଦୁ ୟୁନିଭରସିଟିରେ ସଂସ୍କୃତ ବିଭାଗର ପ୍ରଫେସର ଥିବା ଖ୍ୟାତନାମା ସାହିତ୍ୟିକ, ଗବେଷକ ପ୍ରଫେସର ଗୋପବନ୍ଧୁ ମିଶ୍ର ପାଇବେ ସାହିତ୍ୟ ଏକାଡେମୀ ପୁରସ୍କାର। ମହାନ୍ କଥାକାର “ମନୋଜ ଦାସ” ଙ୍କ ଉପନ୍ୟାସ “ଅମୃତର ଫଳ”ର ଅନୁବାଦ ” ଅମୃତ ଫଳମ୍” ପାଇଁ ସଂସ୍କୃତ ଭାଷାର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। ପ୍ରଫେସର ମିଶ୍ର ଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲା ର ବିରୁଡା ଗାଁ ମୋର ସୈାଭାଗ୍ୟ ଯେ ଏମିତି ଜଣେ ପ୍ରଥିତଯଶା ବ୍ୟକ୍ତିଙ୍କ ସହ ମିଶିବାର ସୁଯୋଗ ପାଇଛି। ଏହା ପୂର୍ବରୁ ପ୍ରଫେସର ମିଶ୍ର ଶ୍ରୀ ସୋମନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ମଧ୍ୟ ଥିଲେ।
Read More“ଓଟିଭି”ର ନୟାଗଡ଼ ଜିଲ୍ଲା ସାମ୍ବାଦିକ ଭାବେ ଯୋଗଦେଲେ ଜୟେନ୍ଦ୍ର
ନୟାଗଡ଼:,(ନୟାଗଡ଼ ଦର୍ପଣ): ‘ଓଟିଭି’ ରେ ଯୋଗଦେଲେ ଯୁବ ସାମ୍ବାଦିକ ଜୟେନ୍ଦ୍ର। ନୟାଗଡ଼ ଜିଲ୍ଲା ପ୍ରତିନିଧି ଭାବେ ଦାୟିତ୍ୱ ନେଇଛନ୍ତି ।ଆଜି ଠାରୁ ଆନୁଷ୍ଠାନିକ ଭାବେ ସେ କାର୍ଯ୍ୟାରମ୍ଭ କରିଛନ୍ତି। ପୂର୍ବରୁ ଜୟେନ୍ଦ୍ର ବେହେରା ” ଇଟିଭି ଭାରତ “ରେ କାର୍ଯ୍ୟ କରୁଥିଲେ। ତେବେ ଇଟିଭି ନେଟୱାର୍କ ଛାଡ଼ି ଆଜି ଠାରୁ ‘ଓଟିଭି’ରେ କାର୍ଯ୍ୟଆରମ୍ଭ କରିଛନ୍ତି ସେ । ଏ ନେଇ ଅନେକ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
Read Moreପଠାଣି ସାମନ୍ତଙ୍କ ୧୮୮ତମ ଜୟନ୍ତୀ: କୁମାର ବାପି ଏବଂ ରବିନ୍ଦ୍ର ମହାପାତ୍ରଙ୍କ ଭଜନରେ ଝୁମିଲେ ଦର୍ଶକ
ନୟାଗଡ଼,(ନୟାଗଡ଼ ଦର୍ପଣ): ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ,ନୟାଗଡ଼ ପକ୍ଷରୁ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖରଙ୍କ ୧୮୮ତମ ଜନ୍ମ ଜୟନ୍ତୀ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସାମନା ଯଦୁମଣି ମଣ୍ଡପରେ ମହା ସମାରୋହରେ ପାଳିତ ହୋଇ ଯାଇଅଛି। ଶ୍ରୀଜଗନ୍ନାଥ ମନ୍ଦିର ସାମନାରେ ଅନୁଷ୍ଠିତ ଭଜନ ସମାରୋହରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ କୁମାର ବାପି ଏବଂ ରବିନ୍ଦ୍ର ମହାପାତ୍ର ଭଜନ ପରିବେଶଣ କରିଥିବା ବେଳେ ଉପସ୍ଥିତ ଦର୍ଶକମାନେ ବେଶ ବିମୋହିତ ହୋଇଥିଲେ । ପ୍ରଥମେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ଜୟନ୍ତୀ ସମାରୋହକୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଯୋଗଦାନ କରି ଉଦଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଆୟକର କମିଶନର ଶରତ ଚନ୍ଦ୍ର ଦାଶ ଏବଂ ବିଶିଷ୍ଟ ଅତିଥିଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ବିଶିଷ୍ଟ ସାମ୍ବାଦିକ କିଶୋର ଦ୍ୱିବେଦୀ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ…
Read Moreବିଦେଶ ମାଟିରେ ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତି ରଂଜନଙ୍କ ଆଉଏକ ସଫଳତା
ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଲା ସଫଳତାର କାହାଣୀ ଦଶପଲ୍ଲା,(ନୟାଗଡ଼ ଦର୍ପଣ); ଆମେରିକାରେ ଗବେଷଣାରତ ଓଡିଆ ବୈଜ୍ଞାନିକ ତଥା ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତି ରଂଜନ ବେହେରାଙ୍କୁ ମିଳିଛି ଆଉଏକ ସଫଳତା। ତାଙ୍କର ସଫଳତାର କାହାଣୀ ଇଷ୍ଟ୍ ଟେନିସ ଷ୍ଟେଟ୍ ୟୁନିଭର୍ସିଟିର ବାର୍ଷିକ ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଛି। ଯାହାକି ସମଗ୍ର ରାଜ୍ୟ ତଥା ଦେଶପାଇଁ ଏହା ଗୈାରବର ବିଷୟ। ଏହି ପତ୍ରିକାରେ କେବଳ ଗବେଷଣାରେ ଉଲ୍ଲେଖନୀୟ ତଥ୍ୟ ହାସଲ କରିଥିବା ଯୁବ ବୈଜ୍ଞାନିକଙ୍କ କାହାଣୀ ପ୍ରକାଶ କରିଥାଏ। ଯାହାକି ଚଳିତ ୨୦୨୨ ମସିହାରେ ସମଗ୍ର ବିଶ୍ବର ୨ଜଣ ବୈଜ୍ଞାନିକଙ୍କ କାହାଣୀ ପ୍ରକାଶ ପାଇଛି। ଜ୍ୟୋତିଙ୍କ ସମେତ ଅନ୍ୟ ଜଣେ ବୈଜ୍ଞାନିକ ହେଉଛନ୍ତି ଆଫ୍ରିକା ମହାଦେଶର। ଜ୍ୟୋତି ରଂଜନଙ୍କ ଗବେଷଣା ମୁଖ୍ୟତଃ ଖାଦ୍ୟ ନିରାପତ୍ତା ଉପରେ ପର୍ଯ୍ୟବେଷିତ। ସେ ଗଛ ମାନଙ୍କରୁ କିଭଳି ତୈଳ ଉତ୍ପାଦନ…
Read Moreପ୍ରତିଦିନ ପାଞ୍ଚଜଣ ଅସହାୟଙ୍କ ନିମନ୍ତେ ଜଳଖିଆ ବ୍ୟବସ୍ଥାର ଶୁଭାରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରତିଦିନ ପାଞ୍ଚଜଣ ଅସହାୟ ଦୁଃଖିରଙ୍କି ଲୋକମାନଙ୍କ ପାଇଁ ମାଗଣାରେ ସକାଳ ଜଳଖିଆ ବଣ୍ଟନ ବ୍ୟବସ୍ଥା ଆଜି ପୁରୁଣା ସହରସ୍ଥିତ “ଶିବ କ୍ୟାଣ୍ଟିନ” ଦୋକାନରେ ଶୁଭାରମ୍ଭ ହୋଇଯାଇଛି। ଜଳଖିଆ ବଣ୍ଟନ ବ୍ୟବସ୍ଥାର ଆରମ୍ଭ କରିଥିବା ଉଦ୍ୟୋଗୀ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏ ଦିଗରେ ହେବାକୁଥିବା ସମସ୍ତ ଖର୍ଚ୍ଚ ନିଜେ ବହନ କରିବେ ବୋଲି ସୂଚନା ଦେଇଛନ୍ତିମ ପ୍ରତ୍ୟେକ ଦିନ ଜଣକୁ ୨୦ ଟଙ୍କା ହିସାବରେ ପାଞ୍ଚ ଜଣଙ୍କୁ ଶହେ ଟଙ୍କା ଖର୍ଚ୍ଚରେ ଜଳଖିଆ ଯୋଗାଇ ଦିଆଯିବ। ଶ୍ରୀ ପଟ୍ଟନାୟକ ବଞ୍ଚିଥିବା ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମ ଚାଲୁ ରଖିବେ ବୋଲି ଘୋଷଣା କରିଥିଲେ । ଉକ୍ତ ମହତ କାର୍ଯ୍ୟକ୍ରମରେ ସହରର ବହୁ ବରେନ୍ୟ ବ୍ୟକ୍ତି ଯୋଗଦେଇ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିରୁପମା ପଟ୍ଟନାୟକ, କାଉନସିଲର କିଷାନ କୁମାର ଦାସ, ଲକ୍ଷ୍ମୀଧର ମହାପାତ୍ର, ନୟାଗଡ଼ ପୋୖରାଧ୍ୟକ୍ଷାଙ୍କ…
Read More