ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ବାର୍ଷିକ ଗବେଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରାୟ 24 ଟି ବିଭାଗର 120ରୁ ଅଧିକ ଗବେଷକ ଅଂଶଗ୍ରହଣ କରି ନିଜ ବିଷୟବସ୍ତୁ ସମ୍ପର୍କିତ ପୋଷ୍ଟର ଉପସ୍ଥାପନ କରିଥିଲେ l ଏଥିରେ ନୟାଗଡ଼ରେ କାର୍ଯ୍ୟରତ ଯୁବ ସାମ୍ବାଦିକ ତଥା ରାଜନୀତି ବିଜ୍ଞାନ ବିଭାଗର ଗବେଷକ ଜୟେନ୍ଦ୍ର ବେହେରା ଦ୍ୱିତୀୟ ସ୍ଥାନ ଅଧିକାର କରି ସଫଳତା ହାସଲ କରିଛନ୍ତି l ଗବେଷଣାର୍ଥୀଙ୍କ ମନରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ଓ ସେମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଗବେଷଣାଲବ୍ଧ ତଥ୍ୟକୁ ଉପସ୍ଥାପନା କରିବା ଲକ୍ଷ୍ୟ ନେଇ ଏହି ଗବେଷକ ସମ୍ମିଳନୀର ଲକ୍ଷ୍ୟ l ପ୍ରତ୍ୟେକ ଗବେଷଣାର୍ଥୀ ନିଜ ନିଜ ବିଷୟବସ୍ତୁକୁ ପୋଷ୍ଟର ମାଧ୍ୟମରେ ଉପସ୍ଥାପନା କରିଥିଲେ l ଏହାର ମୂଲ୍ୟାଙ୍କନ ପାଇଁ ବିଶେଷଜ୍ଞ ଭାବରେ ଭୁବନେଶ୍ୱର ନାଇଜର, କିଟ ବିଶ୍ୱବିଦ୍ୟାଳୟ ,ବ୍ରହ୍ମପୁର ଆଇଜର, ଫକୀରମୋହନ ବିଶ୍ୱବିଦ୍ୟାଳୟ ଆଦିରୁ ଯୋଗ ଦେଇଥିଲେ l ଜୟେନ୍ଦ୍ର ରାଜନୀତି ବିଜ୍ଞାନ ଏବଂ ଗଣମାଧ୍ୟମ ସମ୍ପର୍କିତ ବିଷୟବସ୍ତୁକୁ ପୋଷ୍ଟର ମାଧ୍ୟମରେ ଉପସ୍ଥାପନା କରିବା ସହ ବିଶେଷଜ୍ଞଙ୍କ ସମସ୍ତ ପ୍ରଶ୍ନର ଯୁକ୍ତିଯୁକ୍ତ ଉପସ୍ଥାପନ କରିଥିଲେ l ଉଦଯାପନୀ ସମାରୋହରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏବଂ ପିଜି କାଉନସିଲ ଚେୟାରମ୍ୟାନ ସୁଶାନ୍ତ କୁମାର ବରାଳ ଜୟେନ୍ଦ୍ରଙ୍କୁ ପ୍ରମାଣ ପତ୍ର ଏବଂ ଟ୍ରଫି ଦେଇ ପୁରସ୍କୃତ କରିଥିଲେ l
Related posts
-
ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ସମିତିର ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ସମିତିର ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ... -
ନୟାଗଡ଼ ଜିଲ୍ଳାରେ ସକାଳ ୭ରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଭାରୀଯାନରେ ପରିବହନ ନିଷିଦ୍ଧ
ନୟାଗଡ଼, (ନୟାଗଡ଼ ଦର୍ପଣ): ମୋଟର ଯାନ ଆକ୍ଟ ୧୯୮୮(୫୯)ର ସେକ୍ସନ ୧୧୫ ଏବଂ ଓଡ଼ିଶା ମୋଟରଯାନ ରୁଲ ୧୯୯୩ର ରୁଲ ୧୭୩... -
ସରକାରୀ ଆଇ.ଟି.ଆଇ ନୟାଗଡ଼ରେ ଆଇନ ସଚେତନତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଶିକ୍ଷା ଗ୍ରହଣ ଯେପରି ଗୁରୁତ୍ଵପୂର୍ଣ୍ଣ, ସେହିପରି ସଠିକ ବିଷୟ ଚୟନ, ଅଧିକାର, କର୍ତ୍ତବ୍ୟ ଓ ଆଇନଗତ ଜ୍ଞାନ ମଧ୍ୟ...