ବଞ୍ଚିବାର ରାହା- ଜଙ୍ଗଲ ହିଁ ସାହା, ପରିବେଶ ଓ ବନପ୍ରେମୀ  ରାଜ କୁମାର

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ଦୃତ ଅବକ୍ଷୟ ଓ କଳ କାରଖାନା ବୃଦ୍ଧି ଯୋଗୁଁ ସମାଜ, ସଭ୍ୟତା ଓ ପରିବେଶ ପ୍ରଦୂଷଣ ହେବା ସହିତ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଏହା ପ୍ରାଣୀ ଜଗତ ପାଇଁ ସାଙ୍ଘାତିକ ସମସ୍ୟା ଭାବେ ଠିଆ ହେଇଛି । ପ୍ରତିଦିନ ବହୁ ମାତ୍ରାରେ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ଜୈବ ବିବିଧତା ଧ୍ବଂସ ହେବା ସହିତ କେତେକ ବିରଳ ପ୍ରଜାତିର ବନ୍ୟ ଜନ୍ତୁ , ପଶୁପକ୍ଷୀ ଲୋପ ପାଇ ଗଲେଣି । ମାନବ ସଭ୍ୟତା ବର୍ତ୍ତମାନ  ଦୁର୍ଦ୍ଦିନ ଓ ଘଡି ସନ୍ଧି ମୁହୂର୍ତ୍ତରେ ପହଞ୍ଚିଛି । ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଚଢ଼ିବା ସହିତ ଜଙ୍ଗଲ ବାସୀଙ୍କ ଜୀବନ ଜୀବିକାର ମୂଳଉତ୍ସ  ,ଗ୍ରାମ୍ୟ ଜଙ୍ଗଲ  ଶ୍ରୀହୀନ ହେଇ ଗଲାଣି । ଜଙ୍ଗଲ ଉପରେ ନିର୍ଭର କରୁଥିବା…

Read More

ସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ ହେଲେ ଶିକ୍ଷକ ପ୍ରତାପ କୁମାର ପରିଡ଼ା

ନୟାଗଡ଼, (ନୟାଗଡ଼ ଦର୍ପଣ):  ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନେସନାଲ କନଫରେନ୍ସ -୨୦୨୫ ପ୍ରତିଭା ସମ୍ମାନ ଓ ସାରସ୍ବତ ସମ୍ମାନ ସମାରୋହ ଉତ୍ସବ ପୁରୀ ସଂସ୍କୃତି  ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନୟାଗଡ଼ ଜିଲ୍ଲାର ଆଦର୍ଶ ଶିକ୍ଷକ, ଲେଖକ ତଥା କବି ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧନା କରାଯାଇଥିଲା ତତ୍ ସହ ଆଦର୍ଶ ଶିକ୍ଷକ ଓ ଯୁବ ଲେଖକ କବି ଭାବରେ ବେଶ୍ ଜଣଶୁଣା ବୋଲି ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଉପସ୍ଥାପନା କରିଥଲେ। ମୁଖ୍ୟ ଅତିଥି ହରିହର କାନୁନଗୋ ତିରୁପତି ବିଶ୍ବ ବିଦ୍ୟାଳୟ କୁଳପତି ଓ ଶଶଧର ପଣ୍ଡା…

Read More

ସମଗ୍ର ରାଜ୍ୟରେ ବିତର୍କର ବିଜେତା ବିଶ୍ୱବିଜିତା

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ସାହିତ୍ୟ ଏକାଡେମୀର ୬୮ ତମ ସ୍ବନକ୍ଷତ୍ର ଦିବସ ପାଳନ ଅବସରରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ର ସପ୍ତମ ଶ୍ରେଣୀ ଛାତ୍ରୀ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି ବିଶ୍ୱବିଜିତା ମହାନ୍ତି। ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ବକୃତା ପ୍ରତିଯୋଗିତାରେ ନୟାଗଡ଼ କ୍ଳଷ୍ଟର ସ୍ତରରେ ପ୍ରଥମ, ବ୍ଳକ ସ୍ତରରେ ପ୍ରଥମ ତାପରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ବକୃତା ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରି ବକୃତାରେ ବିଜେତା ହୋଇ ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି ସୁଶ୍ରୀ ବିଶ୍ବବିଜିତା। ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଆୟୋଜିତ ଏକାଡେମୀର ୬୮ତମ ସ୍ବନକ୍ଷତ୍ର ଦିବସ ପାଳନ ଅବସରରେ ମଞ୍ଚାସୀନ ଅତିଥି ଓଡିଶା ଭାଷା ସାହିତ୍ୟ ସଂସ୍କୃତି, ଉଚ୍ଚ ଶିକ୍ଷା ବିଭାଗ ମାନ୍ୟଵର ମନ୍ତ୍ରୀ…

Read More

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରାବଣ ମାସର ପ୍ରଥମ ସୋମବାର, ସକାଳୁ ଖେଳିଗଲା ଶୋକର ଛାୟା । ସ୍ତବ୍ଧ ପାଲଟିଗଲା ସାଲୁଣୀ ଗାଁ ଓ ଆଖ ପାଖ ଅଞ୍ଚଳ। ଗୋବର୍ଦ୍ଧନଙ୍କ ପରଲୋକରେ ନିରବି ଗଲେ ବନ୍ଧୁ, ପରିଜନ, ଶିଷ୍ୟ ଓ ଶୁଭେଚ୍ଛୁ। ସାରା ରାଜ୍ୟରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ମୃଦଙ୍ଗର ବାଦସାହା ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରା। ସୂଚନାନୁସାରେ, ନୟାଗଡ ବ୍ଲକ୍ ନାଟୁଗାଁ ପଞ୍ଚାୟତ ଅଧିନରେ ଥିବା ସାଲୁଣୀ ଗ୍ରାମରେ ୧୯୩୯ ମସିହା ଜନ୍ମ ଗ୍ରହଣ କରିଥିବା ଗୋବର୍ଦ୍ଧନ ବେହେରା ପଞ୍ଚମ ପାସ କରି ସାଂସ୍କୃତିକ ଲୋକକଳା ପାଲା ଜଗତରେ ମନ ବଳାଇଥିଲେ। ୧୫ବର୍ଷ ବୟସରୁ ପାଠକୁ ପଛରେ ପକାଇ ପାଲା ଜଗତରେ ମୃଦଙ୍ଗ ଧରିଥିଲେ। ଗାୟକ କେଶରୀ ସ୍ଵର୍ଗତ ଉଦୀୟନାଥ ଶର୍ମାଙ୍କ ସହ ମିଶି ପାଲା ପରିବେଷଣ କରିଆସୁଥିଲେ। ମୃଦଙ୍ଗରେ ସିଦ୍ଧହସ୍ତ ହୋଇ ସାରା ରାଜ୍ୟରେ ବାୟକ…

Read More

ବାପାଙ୍କ ମୃତ ଶରୀରକୁ ଛାତ୍ରଛାତ୍ରୀଙ୍କ ପାଇଁ କଟକ ମେଡିକାଲ କଲେଜକୁ ଦାନ କଲେ ପୁଅ ଇନ୍ଦ୍ରଜିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ମନୁଷ୍ୟର ମୃତ୍ୟୁ ଘଟିଲେ ଅନ୍ତିମ ସଂସ୍କାର କରିବାର ପ୍ରଥା ପୂର୍ବପୁରୁଷରୁ ରହି ଆସିଛି। ଆଜି ବି ସମସ୍ତେ ଏହାକୁ ପାଳନ କରି ଆସୁଛନ୍ତି, କିନ୍ତୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଶରଣକୁଳ କଟରାଝରୀ ଗ୍ରାମର କୃଷକ ନେତା ପବିତ୍ର କୁମାର ଇନ୍ଦ୍ରଜିତ୍ ଭିନ୍ନ କିଛି ଉଦାହରଣ ସୃଷ୍ଟି କରିଛନ୍ତି। ପବିତ୍ରଙ୍କ ପିତା ହଜାରୀ ବରାଡ଼ଙ୍କ (୮୬) ବର୍ଷ ବୟସରେ ମୃତ୍ୟୁ ହେବା ପରେ ପିତାଙ୍କ ମର ଶରୀରକୁ ଗାଁ ଶ୍ମଶାନରେ ଦାହ ନ କରାଇ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜକୁ ପ୍ରଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଦିନକୁ ଦିନ ବିଭିନ୍ନ ରୋଗରେ ଯୁବକ ଓ ଯୁବତୀମାନେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ମେଡିକାଲ କଲେଜ ଛାତ୍ରଛାତ୍ରୀ ପରୀକ୍ଷା-ନିରୀକ୍ଷା କରି ରୋଗର ନିରାକରଣ ଜାଣିବା…

Read More

ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୩୩ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ନୟାଗଡ଼ରେ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ

ନୟାଗଡ଼, (ନୟାଗଡ଼ ଦର୍ପଣ): ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ ତଥା ୩୩ତମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ନୟାଗଡ଼ସ୍ଥିତ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ପୌରପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ, ପୌର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଜାତା କୁମାରୀ…

Read More

ନୟାଗଡ଼ର ପୂର୍ବତନ ନଗରପାଳ ଭବାନୀ ଶଙ୍କର ଦାଶଙ୍କ ପରଲୋକ

ନୟାଗଡ଼, (ନୟାଗଡ଼ ଦର୍ପଣ): ତତ୍କାଳୀନ ନୟାଗଡ଼ ଏନଏସି (ମ୍ୟୁନିସିପାଲିଟି)ର ପୂର୍ବତନ ଅଧ୍ୟକ୍ଷ ଭବାନୀ ଶଙ୍କର ଦାଶ ଆଜି ପୂର୍ବାହ୍ନରେ ହୃଦଘାତ ଯୋଗୁଁ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ଦାଶ ତତ୍କାଳୀନ ଜନତା ଦଳର ଜଣେ ବେଶ ପ୍ରଭାବଶାଳୀ ତଥା ଟାଣୁଆ ରାଜନେତା ଥିବା ବେଳେ ନୟାଗଡ଼ ଏନଏସିର ଅଧ୍ୟକ୍ଷ ଭାବରେ ତା ୧୭.୦୩. ୧୯୯୨ ରୁ ୦୨.୦୮.୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।  ଏହି ସମୟରେ ସେ ନୟାଗଡ଼ର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ର ଟାଣୁଆ ନେତା ସ୍ବର୍ଗତ ଭାଗବତ ବେହେରାଙ୍କ ଅତ୍ୟନ୍ତ ନିକଟତର ଥିଲେ। ଜଣେ ଟାଣୁଆ ତଥା ଉତ୍ସର୍ଗୀକୃତ ରାଜନୈତିକ ନେତା ଭାବେ ସମଗ୍ର ଜିଲ୍ଲାରେ ସେ ବେଶ ଜଣାଶୁଣା ଥିଲେ। ଅନ୍ୟପକ୍ଷରେ ସେ ଜଣେ ଉତ୍ସାହୀ ସାମ୍ବାଦିକ ଭାବେ…

Read More

ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଶ୍ରଦ୍ଧା ଦିବସ ପାଳନ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ପୂଜ୍ୟ ପୂଜା ସମିତି, ଦଶପଲ୍ଲାର ଆୟୋଜନ କ୍ରମେ ଏପ୍ରିଲ ୧୩ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଇଲେଭେନ ଷ୍ଟାର କ୍ଲବ୍ରର ସଭା ଗୃହରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଓଡ଼ିଶାର ପ୍ରଥମ ବ୍ୟକ୍ତି ଯିଏକି ଗାନ୍ଧିଜୀଙ୍କ ନିକଟକୁ ଯାଇ ସାବରମତି ଗାନ୍ଧିଜୀଙ୍କ ଆଶ୍ରମରେ ରହି ଅସହଯୋଗ ଆନ୍ଦଳନରେ ଯୋଗଦେଇଥିଲେ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ୫୯ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଅଛି। ସମିତିର ସଭାପତି ତଥା ବିଶିଷ୍ଟ ଆଇନଜୀବି ଶରତ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଯାଇଅଛି। ସଭାର ପ୍ରାରମ୍ଭରେ ସମସ୍ତେ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହିସଭାରେ ମୁଖ୍ୟବକ୍ତା ଅଧ୍ୟାପକ ଅଲେଖ କୁମାର ସ୍ୱାଇଁ ସଂଗ୍ରାମୀଙ୍କ ଜୀବନୀ ଓ ଆଦର୍ଶ ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଦଶପଲ୍ଲା ବରିଷ୍ଠ…

Read More

ପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ସ୍ମୃତିଚାରଣ ଏବଂ ୩୨ତମ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର ପିସ ଆଣ୍ଡ ଡେଭଲପମେଣ୍ଟ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ରାଜନେତା, ସାହିତ୍ୟିକ, ଶିକ୍ଷାବିତ୍, ନାଟ୍ୟକାର ସମାଜସେବୀ ତଥା ପୂର୍ବତନ ବିଧାୟକ ନୟାଗଡ଼ ସ୍ୱର୍ଗତ ବଂଶୀଧର ସାହୁଙ୍କ ସ୍ମୃତିରେ ପ୍ରତିବର୍ଷ ପରି ଚଳିତ ବର୍ଷ ୩୨ତମ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ୨୦୨୫ ବଂଶୀଧର ମହାବିଦ୍ୟାଳୟ, ଇଟାମାଟି ପରିସରରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧକ୍ଷ ମନୋଜ କୁମାର ସାହୁଙ୍କ ପରିଚାଳନାରେ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ଼. ଜ୍ୟୋତି ରଞ୍ଜନ ସାମନ୍ତରାୟ, ମୁଖ୍ୟ ବକ୍ତା ଭାବେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼. ଆଶୁତୋଷ ମିଶ୍ର, ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଶେଖ ଅବଦୁଲ…

Read More

ନାଟ୍ୟରଥି ଗୋବିନ୍ଦ ଶୂରଦେଓଙ୍କ ୧୪୧ତମ ଜୟନ୍ତୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ଅନ୍ୟତମ ବରପୁତ୍ର, ବହୁମୁଖୀ ପ୍ରତିଭା,ମହାନ ନାଟ୍ୟକାର ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ନାଟ୍ୟରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ୧୪୧ତମ ଜନ୍ମ ଜୟନ୍ତୀ ‘ମୈତ୍ରୀ ଯୁବ ସଂସଦ’, ‘ନାଟ୍ୟଧାରା ‘ ଏବଂ ‘ସଙ୍ଗୀତଧାରା’ର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ପ୍ରତ୍ୟୁଷରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ନାଟ୍ୟରଥିଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପ ଏବଂ ମାଲ୍ୟାର୍ପଣ କରାଯିବା ସହିତ ସ୍ବର୍ଗତ ନାଟ୍ୟରଥିଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରାଯାଇଥିଲା।ସ୍ୱର୍ଗତ ଗୋବିନ୍ଦ ଶୂରଦେଓ ନାଟକ ରଚନା ସହିତ ଚିତ୍ରସଜ୍ଜା,ମଞ୍ଚସଜ୍ଜା,ନାଟ୍ୟ ନିର୍ଦ୍ଦେଶନା, ଗୀତିକାର, ସଙ୍ଗୀତ ସଂଯୋଜନା, କଣ୍ଠଦାନ,ଅଭିନୟ ତଥା ଅଭିନେତା ମାନଙ୍କର ବେଶସଜ୍ଜା ଆଦି ନାଟକର ବିଭିନ୍ନ ବିଭାଗରେ ବିଚକ୍ଷଣ ଭାବେ ସଫଳ ହୋଇ ସୃଷ୍ଟି କରିଥିଲେ କିମ୍ବଦନ୍ତୀ । ସେହିପରି ରାସଲୀଳାକୁ ଅତ୍ୟାଧୁନିକ ନାଟ୍ୟରୂପ ଦେବାରେ ନାଟ୍ୟରଥି ଗୋବିନ୍ଦ…

Read More