ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାହିତ୍ୟ ଓ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ସୃଜନ ସମାବେଶ-୨୦୨୩ ସ୍ଥାନୀୟ କେସି କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ଏହି ସାହିତ୍ୟ କାର୍ଯ୍ୟକ୍ରମକୁ ନାଟ୍ୟଭୂଷଣ ଡ଼.ବିଜୟ ଚୌଧୁରୀ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ‘ବୋଉ’ ଶୀର୍ଷକ ଏକ କବିତା ପାଠର ପ୍ରତିଯୋଗିତା ଉପସ୍ଥିତ କବିମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କବି ଲକ୍ଷ୍ମଣ କୁମାର ନାୟକଙ୍କୁ ୧୧ଶହ ଟଙ୍କା ପୁରସ୍କାର ସହିତ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରା ଯାଇଥିବା ବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କବି ଯଶୋବନ୍ତ ପଟ୍ଟନାୟକଙ୍କୁ ୭ଶହ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କବି ସୁରେଶ ଚନ୍ଦ୍ର ପରିଡ଼ାଙ୍କୁ ୫ଶହ ଟଙ୍କା ପୁରସ୍କାର ପ୍ରଦାନ କରାଯାଇ ପ୍ରୋତ୍ସାହିତ କରାଯାଇଥିଲା। କବିତା ଗୁଡିକୁ…
Read MoreCategory: ସାହିତ୍ୟ
ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଚତୁର୍ଥ ସଂଧ୍ୟା
ମଣିଷ ବହି ତିଆରି କରେ, ବହି ମଣିଷ ତିଆରି କରେ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଚତୁର୍ଥ ସଂଧ୍ୟାରେ ଅତିଥି ଭାବେ ବରିଷ୍ଠ ଓଡ଼ିଆ ଭାଷା ସାହିତ୍ୟିକ ଡ. ନାରାୟଣ ପଣ୍ଡା, ନାଟ୍ୟକାର ନାରାୟଣ ସାହୁ, କଥାକାର ଶୁଭ୍ରାଂଶୁ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ଲେଖା ଚାଲୁଥାଉ, ସାହିତ୍ୟରେ ସମ୍ବେଦନା ବଞ୍ଚି ରହୁ ବୋଲି କଥାକାର ଶୁଭ୍ରାଂଶୁ ପଣ୍ଡା କହିଥିଲେ। ଅନ୍ୟତମ ଅତିଥି ଶ୍ରୀଯୁକ୍ତ ସାହୁ ତାଙ୍କ ବକ୍ତବ୍ୟରେ, ଜ୍ଞାନ ନଥିଲେ କିଛି ପାଇ ପାରିବ ନାହିଁ ବୋଲି କହିଥିଲେ। ଦୀପ ଜଳିବାକୁ ଚାହୁଁ ଥିଲେ ଜ୍ଞାନର ଦୀପ ଜାଳ ବୋଲି କହିଥିଲେ। ପ୍ରଫେସର ଡ. ପଣ୍ଡା ତାଙ୍କ ବକ୍ତବ୍ୟରେ, ନୟାଗଡ଼ ମାଟି ସାହିତ୍ୟ ଓ…
Read Moreନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଦ୍ୱିତୀୟ ସଂଧ୍ୟା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ବେଶ ଆଦୃତି ଲାଭ କରିଛି। ଦ୍ୱିତୀୟ ସଂଧ୍ୟାରେ ଅତିଥି ଭାବେ ବରିଷ୍ଠ କଥାକାର ଡ. ଅଜୟ ସ୍ଵାଇଁ, କଥାଶିଳ୍ପୀ ଡ. ଅରବିନ୍ଦ ରାୟ, ସାହିତ୍ୟ ଘର ସଂଯୋଜକ ଡ. ଶୁଭଶ୍ରୀ ଲେଙ୍କା, କବି ଓ ପ୍ରକାଶକ ବନୋଜ ତ୍ରିପାଠୀ ଯୋଗ ଦେଇଥିଲେ। ଫେସବୁକରେ କବିତା ଲେଖି ବହି ପ୍ରକାଶ କରିଦେଲେ କେହି କବି ହୋଇ ଯାଏନି। କବିକୁ ଈଶ୍ୱର ବୋଲି କୁହାଯାଏ ବୋଲି ପ୍ରକାଶକ ଶ୍ରୀଯୁକ୍ତ ତ୍ରିପାଠୀ କହିଥିଲି। ଲେଖକଙ୍କଠାରୁ ବଡ ହେଉଛନ୍ତି ପାଠକ। ସମସ୍ତେ ଲେଖକ ନୁହେଁ, ପାଠକ ହେବା ଆବଶ୍ୟକ ବୋଲି କହିଥିଲେ। ଦୁଃଖ ବେଳେ ବହିର ଆବଶ୍ୟକତା ପଡ଼ିଥାଏ ବୋଲି କହିଥିଲେ। ପାଠକ ଲେଖକକୁ ଈଶ୍ୱରଠାରୁ ଅଧିକ…
Read Moreନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଓ ଜିଲ୍ଲା ସଂସ୍କୃତି ପରିଷଦ ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ବୁଧବାର ଉଦଘାଟିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ଦକ୍ଷୀଣକାଳୀ ପଡ଼ିଆଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟକ ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ମୁଖ୍ୟ ଅତିଥି ଭାବେ ଖାତନାମା ସାହିତ୍ୟିକ ଡ. ଗୈାରହରୀ ଦାସ ସମ୍ମାନିତ ଅତିଥି ଭାବେ ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଯୋଗ ଉଦଘାଟନ କରିଥିଲେ । ନୟାଗଡ଼ ମାଟିରେ ବସ୍ତୁ ଅପେକ୍ଷା ଭାବକୁ ବେଶି ଗୁରୁତ୍ୱ ଦିଆଯାଇଥାଏ ବୋଲି ମୁଖ୍ୟ ଅତିଥି ଡ. ଦାସ କହିଥିଲେ । ବିଧାୟକ ଡ଼ଃ. ସାହୁ ତାଙ୍କ ବକ୍ତବ୍ୟରେ ସମାଜରେ ମହୁମାଛିଙ୍କ ସଂଖ୍ୟା କମ ଓ ମଶାଙ୍କ ସଂଖ୍ୟା ଅଧିକ ବୋଲି କହିଥିଲେ । ଏହା ସହିତ ଅନେକ ଉପାଦେୟ…
Read Moreନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ପ୍ରସ୍ତୁତି ବୈଠକ
‘ବହି ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ସୃଷ୍ଟି ପାଇଁ ସଚେତନତା ଆବଶ୍ୟକ’ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ପୁସ୍ତକ ମହୋସବକୁ ରୂପାନ୍ତରିତ କରାଯାଇ ଚଳିତ ବର୍ଷ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଆୟୋଜନ କରାଯାଇଛି । ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ସଂଯୋଜକ ସଂଜୟ କୁମାର ସ୍ୱାଇଁଙ୍କ ଆବହକତ୍ୱରେ ନୟାଗଡ଼ ବ୍ଲକ ସଭାଗୃହରେ ଆୟୋଜିତ ପ୍ରସ୍ତୁତି ବୈଠକରେ ନୟାଗଡ଼ ଜିଲ୍ଲାର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ସାମିଲ ହୋଇଛନ୍ତି । କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ବୈଠକର ଆଭିମୁଖ୍ୟ ଉପସ୍ଥାପନ କରିଥିବା ବେଳେ ସାମ୍ବାଦିକ ଅନୀଲ କୁମାର ପଣ୍ଡା ସାହିତ୍ୟ ସଭା ପାଇଁ…
Read Moreଅନ୍ ଲାଇନ୍ ମାଧ୍ୟମରେ ଅନୁବାଦକମାନଙ୍କର ଜାତୀୟ ସମ୍ମିଳନୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ଅନୁବାଦ ଯୋଗୁଁ ଭାଷା ମଧ୍ୟରେ ଦୂରତା କମିବା ସମ୍ଭବ ହୋଇପାରିଛି। ବିଶ୍ବ ସାହିତ୍ୟ କେବଳ ଅନୁବାଦ ଯୋଗୁଁ କୋଣେ ଅନୁକୋଣେ ଥିବା ପ୍ରତ୍ୟେକ ଭାଷାଭାଷୀ ଲୋକଙ୍କ ପାଖରେ ପହଞ୍ଚିପାରିଛି। ପ୍ରତ୍ୟେକ ଭାଷାର ନିଜସ୍ବ ଶୈଳୀ ଏବଂ ବିଶିଷ୍ଟତା ରହିଛି, ଅନୁବାଦ କଲାବେଳେ ଅନୁବାଦକ ଏଥିପ୍ରତି ଯଥେଷ୍ଟ ସତର୍କ ହେବା ଆବଶ୍ୟକ। ସର୍ବୋପରି ଭାରତ ଭଳି ଏକ ବହୂଭାଷୀ ଦେଶରେ ଅନୁବାଦ ତଥା ଅନୁବାଦକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଦେଶର ବିଶିଷ୍ଟ ଅନୁବାଦକମାନେ ମତପ୍ରକାଶ କରିଛନ୍ତି। ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ୧୨ତମ ଜାତୀୟ ଅନୁବାଦକ ସମ୍ମିଳନୀ ଅନଲାଇନ୍ ମାଧ୍ୟମରେ ଆୟୋଜିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅନୂଦିତ ବହୁଭାଷୀ କାବ୍ୟପାଠ ସହ ” ଅନୁଭବରେ ଅନୁବାଦକ” ଶୀର୍ଷକ ଆଲୋଚନାଚକ୍ର ଭାରତର ବିଭିନ୍ନ ରାଜ୍ୟର ଅନୁବାଦକମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଅନୁବାଦ ସାହିତ୍ୟର ସଂଯୋଜକ ଶରତ…
Read Moreପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ସାହିତ୍ୟ ମହାକୁମ୍ଭ ଉଦଯାପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ, ନୟାଗଡ଼ ପକ୍ଷରୁ ୨ ଦିନ ବ୍ୟାପି ଅନୁଷ୍ଠିତ ନୟାଗଡ଼ ସାହିତ୍ୟ ମହାକୁମ୍ଭ ଆଜି ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ସଭାଗୃହରେ ଉଦଯାପିତ ହୋଇଯାଇଛି। ପ୍ରଥମ ଦିବସରେ ଅତିଥିଭାବେ ନୟାଗଡ଼ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ, ଗାଳ୍ପିକ ସୁରେଶ ଛୋଟରାୟ, କଥାକାର ତପନ ମହାପାତ୍ର, ଯୁବ କଥାକାର/ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା, ହାଡ଼ିବନ୍ଧୁ ମହାକୁଢ଼, ଡ.ଅଶୁତୋଷ ମିଶ୍ର, ଅଧ୍ୟାପକ ରବି ଶତପଥୀ, ଅଶୋକ ମଲ୍ଲ, ଗୋଦାବରିଶ ମିଶ୍ର, ପ୍ରଭାତ ମିଶ୍ର ପ୍ରମୁଖ ଯୋଗଦାନ କରି ଗଳ୍ପ ଓ କବିତା କାହିଁକି ଓ କିପରି ଲେଖା ଯାଏ ସେ ସମ୍ପର୍କରେ ଆଲୋଚନା କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠିତ ବ୍ୟଙ୍ଗ ଦରବାର କାର୍ଯକ୍ରମରେ ଅତିଥିଭାବେ ବ୍ୟଙ୍ଗକାର ଶ୍ରୀଯୁକ୍ତ ସତ୍ୟାନାଶ, ବ୍ରଜ ସୁବୁଦ୍ଧି, ରବିନ୍ଦ୍ର ରାଉତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।…
Read Moreସାହିତ୍ୟ ଓ ସମ୍ବର୍ଦ୍ଧନା ଉତ୍ସବରେ ଦୁଲୁକିଲା ଓଡ଼ଗାଁ ମାଟି
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଇନଡୋର୍ ଷ୍ଟାଡ଼ିୟମ ପରିସରରେ ଶ୍ରୀ ଶ୍ରୀ ରଘୁନାଥ ସାରସ୍ବତ ସଂସଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କବି, ଲେଖକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ସାରସ୍ୱତ ସାଧକସାଧିକାଗଣଙ୍କ ଉପସ୍ଥିତିରେ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ ଜିଲ୍ଲାର ପ୍ରତି ବ୍ଲକରୁ କବି,କବିୟିତ୍ରୀ,ସାହିତ୍ୟିକ, ଲେଖକ,ଗାଳ୍ପିକ, ନାଟ୍ୟକାର ମାନଙ୍କ ସମାଗମ ଘଟିଥିଲା।ଅନୁଷ୍ଠାନର ସଭାପତି ପଞ୍ଚାନନ ପଣ୍ତାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା କଥାକାର ଦାଶ ବେନହୁର ଯୋଗ ଦେଇଥିବାବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଉଦଘାଟକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ଚକ୍ର ସୁଦର୍ଶନ କ୍ଷେତ୍ର ଭଦ୍ରକର ଗୁରୁମା ଆଚାର୍ଯ୍ୟା ଅନ୍ନପୂର୍ଣ୍ଣା ଦେବୀ, ଓଡ଼ିଶା ସାହିତ୍ୟ ଏକାଡେମୀ ଜିଲ୍ଲାସଦସ୍ୟ ଅଶୋକ କୁମାର ନାୟକ,ଅନୁଷ୍ଠାନର ପ୍ରତିଷ୍ଠାତା ଲୋକନାଥ ମିଶ୍ର (ଭରଦ୍ବାଜ), ସଂପାଦକ ଭାବଗ୍ରାହୀ ମହାପାତ୍ର, ଉପଦେଷ୍ଟା ଦିବାକର…
Read Moreସମ୍ବର୍ଦ୍ଧନା ପରିବାରର ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ପାଳିତ
ଶରଣକୁଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶରଣକୁଳ ଠାରେ ସମ୍ବର୍ଦ୍ଧନା ପରିବାର ଦ୍ୱାରା ୨୦୨୨ ବର୍ଷ ପାଇଁ ସମ୍ବର୍ଦ୍ଧନା ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ପାଳିତ ହୋଇଯାଇଛି। ପ୍ରତିଷ୍ଠାତା ସଦସ୍ୟ ଦୀନବନ୍ଧୁ ମହାପାତ୍ର, ଗୋଦାବରୀ ବସନ୍ତିଆ ଏବଂ ସୁଶାନ୍ତ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନିରାକାର ସ୍ୱାଇଁ ମହୋଦୟ ସଭାପତିତ୍ୱ ଏବଂ ହରିପ୍ରିୟା ଦ୍ବିବେଦୀ ସମ୍ପାଦନା ଭାର ସୁଚାରୁରୂପେ ନିର୍ବାହ କରିଥିଲେ। ସେବା, ସଂସ୍କୃତି ଓ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସାରା ଓଡ଼ିଶାରେ ଶରଣକୁଳ ମାଟି ନିଜର ଉତ୍କର୍ଷତା ଐତିହାସିକ ଯୁଗରୁ ପ୍ରତିପାଦିତ କରି ଆସିଛି। ଲଡୁବାବାଙ୍କ ଦୀପାବଳି ଯାତ୍ରା ସମୟରେ ଓ ଶ୍ରୀକ୍ଷେତ୍ର ପୁରୀରେ ସେବା କ୍ଷେତ୍ରରେ ମୁରାରୀ ତ୍ରିପାଠୀଙ୍କ ଉଲ୍ଲେଖନୀୟ କାର୍ଯ୍ୟର ପୁନରାଲୋଚନା କରିବା ସହ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ। ଅଭିମନ୍ୟୁ ସାମନ୍ତସିଂହାରଙ୍କ ଶିକ୍ଷା ଗୁରୁ…
Read Moreନୟାଗଡ଼ ଜିଲ୍ଲା ଲେଖକ ପରିଷଦର ବାର୍ଷିକଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ୨୮ତମ ବାର୍ଷିକଉତ୍ସବ ଉପଲକ୍ଷେ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ସଭାପତିତ୍ୱରେ ଦେଉଳି ଗ୍ରାମରେ ଥିବା କୃଷି ଉଦ୍ୟାନ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ପ୍ରାରମ୍ଭରେ ପରିଷଦର ସମ୍ପାଦକ ସଭିଙ୍କୁ ସ୍ବାଗତକରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l କରୋନା ସଙ୍କଟ ଯୋଗୁଁ ଗତ ଦୁଇବର୍ଷ ହେଲା ବାର୍ଷିକଉତ୍ସବ ଆୟୋଜିତ ହୋଇନଥିବା ଏବଂ କାର୍ଯ୍ୟକାରୀ କମିଟିର କାର୍ଯ୍ୟକାଳ ପୁରା ହେଇସାରିଥିବା ବେଳେ ନୂତନ କମିଟି ଗଠନ ଉପଲକ୍ଷେ ସାମ୍ବିଧାନିକ ବୈଠକ ଉପରେ ଆଲୋଚନା ପାଇଁ ପ୍ରସ୍ତାବ ରଖିଥିଲେ l ସମ୍ପାଦକଙ୍କ ପ୍ରସ୍ତାବ ଅନୁଯାୟୀ ଆଗାମୀ ନଭେମ୍ବର ୨0 ତାରିଖ ରବିବାର ଦିନ ବାର୍ଷିକ ଉତ୍ସବ ପାଇଁ ଦିନ ଧାର୍ଯ୍ୟ କରାଯିବା ସହିତ ଡିସେମ୍ବର ୧୧ ତାରିଖରେ ସାମ୍ବିଧାନିକ ବୈଠକ ଡକାଯାଇ ପରିଷଦର ନୂତନ କର୍ମକର୍ତ୍ତା…
Read More