ସେମି ଫାଇନାଲକୁ ଉନ୍ନୀତ ହେଲେ ୨୪ ଯୁବ କଣ୍ଠଶିଳ୍ପୀ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ନୟାଗଡ଼ କ୍ଳବ୍ ତରଫରୁ ବିଗତ ଚାରିବର୍ଷ ହେଲା ଅନୁଷ୍ଠିତ ହୋଇଆସୁଛି ଭଏସ୍ ଅଫ୍ ନୟାଗଡ଼। ଆଜିର କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦ୍ଘାଟନ କରିଥିବା ବେଳେ ପ୍ରତିଯୋଗୀ ତଥା ଅତିଥିମାନଙ୍କୁ ସ୍ବାଗତ କରିଥିଲେ ଅବିନାଶ ସାହୁ। ନୟାଗଡ଼ କ୍ଲବର ସଭାପତି ଅଶୋକ କୁମାର ନାୟକ ସଦସ୍ୟ ଅରୁଣ କୁମାର ମହାନ୍ତି, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ଲକ୍ଷ୍ମୀ ନାରାୟଣ ରଥ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ୧୨ରୁ…
Read MoreCategory: ମନୋରଞ୍ଜନ
ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା, କୃଷି ମେଳା ଓ ପୁସ୍ତକ ମହୋତ୍ସବର ପ୍ରଥମ କୋର କମିଟି ବୈଠକ
ଡିସେମ୍ବର ୨୪ରୁ ୨୮ତାରିଖ ଜିଲ୍ଲା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା, କୃଷି ମେଳା ଓ ପୁସ୍ତକ ମହୋତ୍ସବର ପ୍ରଥମ କୋର କମିଟି ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅପରାହ୍ନ ୩ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିରକ୍ତ ଜିଲ୍ଲାପାଳ ରୋଜିନା ଦାସ ମଂଚାସୀନ ପୁରୀ ସାଂସଦ ଡା. ସମ୍ବିତ୍ ପାତ୍ର, ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର…
Read Moreଭଏସ୍ ଅଫ୍ ନୟାଗଡ଼ ସିଜିନ-୫
ଚଳିତ ବର୍ଷ ନଭେମ୍ବର ୨୪ ତାରିଖ ରବିବାର ଠାରୁ ଆରମ୍ଭ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଏକ ଅନନ୍ଯ ଅନୁଷ୍ଠାନ ନୟାଗଡ଼ କ୍ଳବ୍ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ସଂଗୀତ ପ୍ରତିଯୋଗିତା “ଭଏସ୍ ଅଫ୍ ନୟାଗଡ଼” କେବଳ ନୟାଗଡ଼ ନୁହେଁ ରାଜ୍ଯର ଏକ ସଫଳ ସଂଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ। ସଂଗୀତ ସାଧନା କରୁଥିବା ଛାତ୍ରଛାତ୍ରୀ ଓ ଯୁବ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ତଥା ରାଜ୍ଯ ସ୍ତରରେ ସେମାନଙ୍କୁ ପରିଚିତ କରାଇବା ଆମର ପ୍ରଧାନ ଲକ୍ଷ୍ଯ। ପ୍ରକାଶ ଥାଉକି, ଗତ ଚାରିବର୍ଷ ମଧ୍ଯ ରେ ହୋଇଥିବା ପ୍ରତିଯୋଗିତାର ୦୫ ଜଣ ପ୍ରତିଭାବାନ କଳାକାର ଆଜି ରାଜ୍ଯ ସ୍ତରରେ ନିଜସ୍ବ ପରିଚୟ ସ୍ରୁଷ୍ଟି କରି ପାରିଛନ୍ତି। ଚଳିତ ବର୍ଷ ନଭେମ୍ବର ୨୪ ତାରିଖ ରବିବାର ଦିନ ନୟାଗଡ଼ ୟୁନିଟେକ୍ କଲେଜ ରେ ପ୍ରଥମ ପର୍ଯ୍ଯାୟ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ…
Read Moreନୟାଗଡ଼ର ପ୍ରସିଦ୍ଧ ବୋଇତ ବନ୍ଦାଣ ଉତ୍ସବ ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣାସହର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀ ମନ୍ଦିର ପଡ଼ିଆଠାରେ ବୋଇତ ବନ୍ଦାଣ ଉତ୍ସବ-୨୦୨୪ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ କଳିଙ୍ଗ ହସ୍ପିଟାଲ ନିର୍ଦ୍ଦେଶିକା ନିଲାଞ୍ଜନା ମୁଖାର୍ଜୀ, ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ନୟାଗଡ଼ ପୁରୁଣା ସହରରେ ଐତିହ୍ୟ ଓ ସଂସ୍କୃତିକୁ ଉଜ୍ଜିବୀତ କରିବା ସହ ବର୍ଷ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି । ଏହି ଅବସରରେ ମୁଖ୍ୟ ଅତିଥି ଡ଼ଃ. ସାହୁ କହିଥିଲେ ଯେ, ନୟାଗଡ଼ ପୁରୁଣା ସହରର ବାସିନ୍ଦାମାନେ ଏହି କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବେ ପ୍ରତି ବର୍ଷ ଆୟୋଜନ କରି ଆସୁଛନ୍ତି ଏବଂ ଏହା ବର୍ଷକୁ…
Read Moreଭାପୁରରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସରସ୍ବତୀ ଶିଶୁ ମନ୍ଦିର, ଭାପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭାପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୟାଧର ପରିଡ଼ା ଯୋଗଦାନ କରି ଭକ୍ତି ସଙ୍ଗୀତ ପ୍ରତିଯୋଗିତାକୁ ଉଦଘାଟନ କରିବା ସହିତ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବାରେ ସଙ୍ଗୀତଧାରାର ଅଭିନଵ ପ୍ରାୟସକୁ ଭୁୟସୀ ପ୍ରଶଂସା କରିଥିଲେ । ଏହି ପ୍ରତିଯୋଗିତାରେ ଭାପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର ୨୮ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ ପ୍ରଶାନ୍ତ କୁମାର ଦାଶ, ଜୟଶ୍ରୀ ଦେବୀ ଏବଂ ଉଦିତ ନାରାୟଣ ଦାଶ ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୬ ଜଣ କଣ୍ଠଶିଳ୍ପୀଙ୍କୁ…
Read Moreସଂଗୀତ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଷ୍ଟାର ଅଫ ନୟାଗଡର ପ୍ରଥମ ଅଡିସନ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ସଂଗୀତ ପ୍ରତିଭା ମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା ଉଦ୍ଦେଶ୍ୟରେ ଷ୍ଟାର ଅଫ ନୟାଗଡ କାର୍ଯ୍ୟକ୍ରମର ପ୍ରଥମ ଅଡିସନ ସ୍ଥାନୀୟ ସତ୍ୟମ କମ୍ପ୍ୟୁଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତା ରେ ଶ୍ରେଷ୍ଠ ପ୍ରଦର୍ଶନ କରି ୫ ପ୍ରତିଯୋଗୀ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ୧୮ ଜଣ ଦ୍ବିତୀୟ ପର୍ଯ୍ୟାୟ କୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମିଫାଇନାଲରେ ପ୍ରବେଶ କରିଥିବା ପ୍ରତିଯୋଗୀ ମାନେ ହେଲେ ସୁଚିସ୍ମିତା ଡୋରା, ଲିପ୍ସା ରାଣୀ ପଣ୍ଡା, ସେଖ୍ ତୌଫିକ ଅଲ୍ଲୀ, ଇପ୍ସିତା ପ୍ରିୟଦର୍ଶନୀ ଓ ଅମ୍ରିତା ରଥ । ସେହିପରି ଦ୍ବିତୀୟ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନେ ହେଲେ ଲକ୍ଷ୍ମୀପ୍ରିୟା ନାୟକ, ଆଦିତ୍ୟ ଗୁମାନ ସିଂ, ଆଶୁତୋଷ ବେହେରା, ଅଂଶୁମାନ ମହାପାତ୍ର, ଗାୟତ୍ରୀ ଦଳବେହେରା, ପିଙ୍କିନା ନାୟକ, ଅନ୍ନପୂର୍ଣ୍ଣା ପାତ୍ର, ଜଗନ ବେହେରା,ଗୁଡୁ…
Read Moreଡ୍ୟାନ୍ସ ନୟାଗଡ ଡ୍ୟାନ୍ସର ସେମି ଫାଇନାଲ ଅନୁଷ୍ଠିତ, ଫାଇନାଲକୁ ଗଲେ ୧୦ ପ୍ରତିଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ ର ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟ ର ଗୋଲ୍ଡେନ ଜୁବୁଲି ହଲ୍ ରେ ଏହାର ସେମି ଫାଇନାଲ ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ଜିଲ୍ଲାପରିଷଦ ର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦଘାଟନ କରିଥିଲେ ଏବଂ ଅତିଥି ଭାବରେ ନୟାଗଡ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ , ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ଦାମୋଦର ସାହୁ ଯୋଗ ଦେଇଥିଲେ। ଅତିଥି ମାନେ ନୟାଗଡ଼ର ଛୋଟ ଛୋଟ ପିଲାଙ୍କର ନୃତ୍ୟ ପ୍ରତିଭା ର ଭୂୟସୀ ପ୍ରଶଂସା କରିଥିଲେ ଏବଂ ସେମାନେ ଯେପରି ଏହି। ସୃଜନିକା ମାଧ୍ୟମରେ ରାଜ୍ୟରେ ଓ ଦେଶରେ ନାଁ କରନ୍ତୁ, ସେଥିପ୍ରତି ଯତ୍ନଶୀଳ ହେବା ପାଇଁ ପ୍ରେରଣା ଦେଇଥିଲେ। ପରିଷଦର…
Read Moreସମୟ ଚକରେ ରଣପୁର ମହାବିଦ୍ୟାଳୟ
ଆଜି ମନେପଡେ ସେଇ ସୁନେଲୀ ଅତୀତର କଥା। କେଡେବେଗି ସେଇ ଦିନ ଗୁଡ଼ିକ କାଳ ଖଣ୍ଡରେ ଲୀନ ହୋଇଗଲା। ୧୯୭୮ ମସିହା ଜୁଲାଇ ମାସ ୨୭ ତାରିଖ ଦିନ ରଣପୁର ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଆଜି ଜୁଲାଇ ୨୭,୨୦୨୪କୁ ୪୬ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଏମିତିକା ହିସାବ କଲେ ମନ୍ଦାକିନୀ ନଦୀରେ କେତେ କେତେ ଜଳରାଶି ପ୍ରବାହିତ ହୋଇ ସାରିଛି ତାର ପ୍ରମାଣ ନିଜେ ସ୍ଵୟଂ ସେଇ ମନ୍ଦାକିନୀ ନଦୀ ହିଁ ଦେଇ ପାରିବ। ସମ୍ମୁଖ ଭାଗରେ ଦଣ୍ଡାୟମାନ ହୋଇ ରହିଥିବା ମଣିନାଗ ପାହାଡ ତା’ର ସୁଖଦୁଃଖର ମୁକାସାକ୍ଷୀ ପରି ପ୍ରତ୍ୟୟ ହୁଏ। ୯.୫୨ଏକର ପରିମିତ ଜମିର ପରିସୀମା ବା ଚଉହଦୀକୁ ଜାବୁଡି ଧରି ନୀରବ ଓ ନିରବଚ୍ଛିନ୍ନ ଭାବରେ ଶିକ୍ଷାଦାନ କାର୍ଯ୍ୟରେ ଜଡ଼ିତ ରହି ରଣପୁର ଅଞ୍ଚଳର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପ୍ରତିଷ୍ଠିତ ହୋଇ…
Read Moreସୁଶାନ୍ତ ପାତ୍ରଙ୍କ ‘ଲଡ଼ୁବାବା ପାର କରେଗା’ ଭଜନ ଲୋକାର୍ପିତ
ଶରଣକୁଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ବତ ସାଧକ ସୁଶାନ୍ତ ପାତ୍ରଙ୍କ ସୁମଧୁର ଭଜନ ‘ଲଡ଼ୁବାବା ପାର କରେଗା’ ଲୋକାପିର୍ତ ହୋଇ ଯାଇଛି। ଶ୍ରୀ ପାତ୍ରଙ୍କ ଏହି ଭଜନ ଅତିଥିମାନଙ୍କ କରକମଳରେ ଶରଣକୁଳ ବିଜେ ପ୍ରଭୁ ଶ୍ରୀ ଶ୍ରୀ ଲଡୁବାବାଙ୍କ ପୀଠ ପରିସରରେ ଲୋକାର୍ପିତ ହୋଇଛି। ଆୟୋଜିତ ଏହି ଭଜନ ଲୋକାର୍ପଣ ଉତ୍ସବରେ ନୟାଗଡ଼ ନିଜେ ଲେଖକ ସୁଶାନ୍ତ ପାତ୍ର, ସମାଜସେବୀ ଦାମୋଦର ସାହୁ, ଅଧ୍ୟାପିକା ନୀଳିମା ନନ୍ଦ, ଦେବେନ୍ଦ୍ର ପ୍ରସାଦ ପରମଗୁରୁ, ଶିକ୍ଷକ ପରମାନନ୍ଦ ସ୍ବାଇଁ, ଯୋଗଗୁରୁ ବୈକୁଣ୍ଠ ନାଥ ପ୍ରଧାନ, ଦୀନବନ୍ଧୁ ମହାପାତ୍ର, ସାମ୍ବାଦିକ ଜୟକୃଷ୍ଣ ସାହୁ, ଯୁବ କବି ନୀଳମାଧବ ମିଶ୍ର, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ବରିଷ୍ଠ ସାହିତ୍ୟିକ କବି କଲ୍ଲୋଳ ଗୋଦାବରୀ ବସନ୍ତିଆ, କବି କୁସୁମ ନିରାକାର ସ୍ଵାଇଁ, ବିଶିଷ୍ଟ ସାରସ୍ବତ ସାଧକ ତଥା ଗୁରୁକୁଳ ପବଲିସିଙ୍ଗ ହାଉସର ସତ୍ତ୍ଵାଧିକାରୀ ଡ.ସୁରେଶଚନ୍ଦ୍ର…
Read Moreନୟାଗଡ଼ରେ ସୁନାବେଶ ଭଜନ ସମାରୋହ
ନୟାଗଡ଼,(ନୟାଗଡ଼ ଦର୍ପଣ): ବଡ଼ ଦାଣ୍ଡ ଭାରି ଭିଡ଼ ଟିକେ ହାଉଲେ ଯିବୁ, ନରେନ୍ଦ୍ର ପୋଖରୀ ଚହଲି ପଡିବ ମାଇଲେ ଖପରା କାତି ସଙ୍ଗୀତରେ ଭାବମୟ ହୋଇ ପଡିଛନ୍ତି ଭକ୍ତ ଏବଂ ଶ୍ରଦ୍ଧାଳୁ। ନୟାଗଡ଼ରେ ବାହୁଡ଼ା ଯାତ୍ରା ଅବସରରେ ବଡ଼ ଏକାଦଶୀ ଦିନ ଚତୁର୍ଦ୍ଧାମୂର୍ତ୍ତୀ ସୁନାବେଶରେ ରଥ ଉପରେ ଦର୍ଶନ ଦେବା ଅବସରରେ ଭଜନ ଅମୃତ ଧାରାରେ ଭିଜିଥିଲେ ଭକ୍ତବୃନ୍ଦ । ଜିଲ୍ଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଭଜନ ସନ୍ଧ୍ୟାକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନାଟ୍ୟ ଭୁଷଣ ଡକ୍ଟର ବିଜୟ କୁମାର ଚୌଧୁରୀ ଏବଂ ଦେବୋତ୍ତର ମ୍ୟାନେଜର ତାପସ କୁମାର ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ସ୍ଥାନୀୟ କଳାକାର ସଙ୍ଗୀତ ପ୍ରେମୀ ବୁଲୁ ମିଶ୍ରଙ୍କ ସଂଯୋଜନାରେ “ଅନୁଗୁଳସ୍ଥିତ ଶ୍ରୀ ଜଗନ୍ନାଥ ଭଜନ ସନ୍ଧ୍ୟା” ଦଳ ଭଜନ ପରିବେଷଣ କରିଥିଲେ। ସ୍ବନାମଧନ୍ୟ…
Read More