ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଜେମାଦେଇପୁର ପାଟଣା ରାଜପାଟଣା ମିନି ଷ୍ଟାଡିୟମ ଠାରେ ପଞ୍ଚାୟତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଆଜି ଦ୍ବିତୀୟ ସଂନ୍ଧ୍ୟା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ମୁଖ୍ୟଅତିଥିଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ଦେବଦତ୍ତ ପଣ୍ଡା, ନୟାଗଡ଼ ବ୍ଲକ ବିଡିଓ ପଦ୍ମଚରଣ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ବ୍ଲକ ଉପାଧ୍ଯକ୍ଷା ଲକ୍ଷ୍ମୀପ୍ରିୟା ସାହୁ, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବିନ୍ଦ୍ର ସାହୁ, ସ୍ଥାନୀୟ ସରପଞ୍ଚ ସଦାଶିବ ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟଅତିଥି ତାଙ୍କ ଅଭିଭାଷଣରେ ପଞ୍ଚାୟତ ସ୍ତରରେ ଏଭଳି ଆୟୋଜନ କୌଣସି ସ୍ଥାନରେ ଦେଖିବାକୁ ମିଳିନାହିଁ ବୋଲି ପ୍ରକାଶ କରିବା ସହ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ । ଏହି ମହୋତ୍ସବ ଦ୍ବାରା ସମସ୍ତ ବର୍ଗର ଲୋକମାନେ ଉପକୃତ ହୋଇ ପାରିବେ। ମହିଳା ମା’ ମାନଙ୍କର ଏସଏଚଜି ମାଧ୍ୟମରେ ଯେଉଁ ବିକ୍ରିବଟା କରୁଛନ୍ତି ଏଥିରେ ସେମାନେ ସ୍ବାବଲମ୍ବି ହୋଇପାରିବେ । ଏଥି ସହିତ ବିଭିନ୍ନ ସ୍ଥାନରୁ ଆସୁଥିବା ବ୍ୟବସାୟୀମାନେ ମହୋତ୍ସବ ମାଧ୍ୟମରେ ଲାଭବାନ ହୋଇପାରିବେ ବୋଳି ପ୍ରକାଶ କରିଥିଲେ।

ଆଜିର କାର୍ଯକ୍ରମକୁ ବରିଷ୍ଠ ଆଇନଜିବି ନିରଞ୍ଜନ ମିଶ୍ର ପରିଚାଳନା କରିଥିଲେ । ନୟାଗଡ଼ ପଞ୍ଚାୟତ ସମିତି ଓ ଓରମାସ ସହାୟତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ଅବସରରେ ବିଭିନ୍ନ ପ୍ରଦର୍ଶନୀ ପଲ୍ଲୀଶ୍ରୀ ମେଳା ସହିତ ଦର୍ଶକଙ୍କ ମନୋରଞ୍ଜନ ପାଇଁ ସୁରସନ୍ଧ୍ୟା ମେଲୋଡି ଆୟୋଜନ କରାଯାଇଛି । ଶିତୁଆ ରାତିରେ କଣ୍ଠଶିଳ୍ପୀ ଅର୍ପିତା ଚୋଧୁରୀ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ଏଥି ସହିତ ଯୋଡି ଶଙ୍ଖ ଦର୍ଶକଙ୍କ ମନ ମୋହିଥିଲା । ଆଜିର ଶିତୁଆ ରାତିରେ ଦର୍ଶକଙ୍କ ଘମାଘୋଟ ଭିଡ଼ ଦେଖୁବାକୁ ମିଳିଥିଲା । ଏହି ଅବସରରେ ବିଭିନ୍ନ ନୟାଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ଏବଂ କାର୍ଯ୍ୟ ପାଇଁ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
