ନୟାଗଡ଼,(୨୭/୦୮):– ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦୨୦-୨୧ବର୍ଷ ପାଇଁ ଜିଲ୍ଲାସ୍ତରୀୟ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଛି । ବିଜୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକୁ ଜିଲ୍ଲାପାଳ ଡା. ପୋମା ଟୁଡୁ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସ୍ୱଚ୍ଛତାରେ ଉତ୍କର୍ଷ ପାଇଁ ମୋଟ ୧୦ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୨ଗୋଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ପୁରସ୍କୃତ କରାଯାଇଛି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବର୍ଗରେ ପଦ୍ମାବତୀ ଓ ଦର୍ପନାରାୟଣପୁରକୁ ଯୁଗ୍ମ ବିଜେତା ଭାବେ ପ୍ରତ୍ୟେକଙ୍କୁ ନଗଦ ଦୁଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଅନ୍ୟ ୮ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ୨ଗୋଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଯଥାକ୍ରମେ ଟ.୫୦,୦୦୦/- ଓ ଟ.୨୫,୦୦୦/- ପ୍ରୋତ୍ସାହନ ରାଶି ରୂପେ ପ୍ରଦାନ କରାଯାଇଛି । ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅତିରିକ୍ତ ଜିଲ୍ଲା…
Read MoreCategory: ସ୍ୱାସ୍ଥ୍ୟ
ଦିନକୁ ୩୦ମିନିଟ୍ ଚାଲିବା ଦ୍ୱାରା ଶରୀରକୁ ମିଳିଥାଏ ଅନେକ ଫାଇଦା
ଚାଲିବା ହେଉଛି ଏକ ପ୍ରକାର କାର୍ଡିଓଭାସ୍କୁଲାର ଏକ୍ସରସାଇଜ୍। ନିୟମିତ ୩୦ରୁ ଘଣ୍ଟେ ଚାଲିବା ଦ୍ୱାରା ବିଭିନ୍ନପ୍ରକାର ଫାଇଦା ମିଳିଥାଏ। ଆସନ୍ତୁ ଜାଣିବା ଚାଲିବାର ଫାଇଦା। ସ୍ୱାସ୍ଥ୍ୟ:- ଆପଣଙ୍କ ଓଜନ ଯେତିକି ଅଛି, ତାକୁ ନିୟନ୍ତ୍ରଣ କରିବାକୁ ହେଲେ ଚାଲିବା ହେଉଛି ଉତ୍ତମ ବ୍ୟାୟାମ। କିନ୍ତୁ, ଓଜନ କମ୍ କରିବାକୁ ଚାହୁଁଥିଲେ ଦିନକୁ ୩୦ ମିନିଟ୍ ଦ୍ରୁତ ଗତିରେ ଚାଲିବା ଦ୍ୱାରା ଲାଭ ମିଳିଥାଏ। ଚାଲିବା ଦ୍ୱାରା ଷ୍ଟ୍ରେସ୍ ଦୂର ହୋଇଥାଏ, ଶରୀରକୁ ଶକ୍ତି ମିଳିଥାଏ ଓ ଥକ୍କା ଅନୁଭବ ହୋଇନଥାଏ। ବିଶେଷଜ୍ଞ ମତରେ, ଯଦି ଆପଣ ଗୋଟେ ଘଣ୍ଟା ଦ୍ରୁତ ଗତିରେ ଚାଲୁଛନ୍ତି, ତେବେ ଦିନ ତମାମ ଆପଣଙ୍କୁ ଅଳସୁଆ ଲାଗିବା ନାହିଁ ଓ ଆପଣ ସତେଜ ଅନୁଭବ କରିବେ। ଅଫିସ୍ରେ ୮ରୁ ୧୦ ଘଣ୍ଟା ବସିରହି କାର୍ଯ୍ୟ କରୁଥିଲେ ଓଜନ ବୃଦ୍ଧି ହେବାର ଓ ପେଟ…
Read Moreଅଧପନ୍ତରିଆ ଡ୍ରେନ, ଦୁର୍ଦ୍ଦଶାରେ ସହରବାସୀ, ଜନ ଆନ୍ଦୋଳନ ପାଇଁ ଚେତାବନୀ
ନୟାଗଡ଼,(୨୨ା୮): କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ, ସେହିପରି ସହରର ବିକାଶ ଜଣାପଡ଼େ ରାସ୍ତାଘାଟ ତଥା ଡ୍ରେନ ପରିମଳ ଏବଂ ପରିଚାଳନାରୁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି ନୟାଗଡ଼ ଜିଲ୍ଲା ସଦର ମହକୁମାରେ । ନୟାଗଡ଼ ଜିଲ୍ଲା ସଦର ମହକୁମା ତଥା ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ଅଧିକାଂଶ ସ୍ଥାନରେ ଡ୍ରେନ ନଥିବାରୁ ବିଭିନ୍ନ ଅଞ୍ଚଳରେ ପାଣି ଜମି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ମ୍ୟାଲେରିଆ ଡେଙ୍ଗୁ ଆଦି ବ୍ୟାପିବାର ସମ୍ଭାବନା ସୃଷ୍ଟି ହୋଇଛି । ନୟାଗଡ଼ ମୁନିସିପାଲଟିର ବିଭିନ୍ନ ୱାର୍ଡ଼, ସାହି ବସ୍ତି ଆଦି ଅଞ୍ଚଳରେ ଡ୍ରେନ କାମ ମୁନିସିପାଲଟି ପକ୍ଷରୁ ନିର୍ମାଣ କରାଯାଇ ରକ୍ଷଣାବେକ୍ଷଣ କରାଯିବାର ନିୟମ ରହିଥିବା ବେଳେ ନୟାଗଡ଼ ସହର ମଧ୍ୟ ଦେଇ ଯାଇଥିବା ଷ୍ଟେଟ ହାଇୱେର ଦୁଇ ପାଶ୍ୱର୍ରେ ପୂର୍ତ୍ତ ବିଭାଗ ପକ୍ଷରୁ ଡ୍ରେନ ନିର୍ମାଣ…
Read Moreଜୀବନ ବିନ୍ଦୁ ଆନୁକୁଲ୍ୟରେ ୧୦୭ ୟୁନିଟ ରକ୍ତ ସଂଗ୍ରହ
ନୟାଗଡ଼,(୦୮/୦୮):- ନୟାଗଡ଼ ବ୍ଲକ ବଡ଼ପଣ୍ଡୁସର ଉଚ୍ଚ ବିଦ୍ୟାଳୟଠାରେ ୧୪ ଜୋନର କର୍ମକର୍ତ୍ତାଙ୍କୁ ନେଇ ଜୀବନ ବିନ୍ଦୁ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ନୟାଗଡ଼ ରକ୍ତ ଭଣ୍ଡାର କର୍ମଚାରୀଙ୍କ ସହଯୋଗରେ ମୋଟ ୧୦୭ ୟୁନିଟ ରକ୍ତ ସଂଗୃହିତ କରାଯାଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ, ବ୍ଲକ ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଜୀବନ ବିନ୍ଦୁ ସଂଯୋଜକ ଗୁରୁପ୍ରସାଦ ଜେନା, ବ୍ଲକ ଉପାଧ୍ୟକ୍ଷ ସୁବାସ କହଁର, ଅଜୟ ପରିଡ଼ା, ମୁନା ପଣ୍ଡା, ସୁବାସ ଜେନ. ସ୍ଥାନୀୟ ସରପଞ୍ଚ ଏବଂ ଅନ୍ୟାନ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ…
Read Moreଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧୪ଜଣ ଷ୍ଟାଫନର୍ସ ନିଯୁକ୍ତ
ନୟାଗଡ଼,(୦୮/୦୮):- ସ୍ୱାସ୍ଥ୍ୟସେବାକୁ ସୁଧାର ଆଣିବାକୁ ରାଜ୍ୟ ସରକାର ଉଦ୍ୟମ କରି ଚାଲିଥିବା ବେଳେ ଅନ୍ୟାନ୍ୟ ବ୍ୟବସ୍ଥା ସହ ଏବେ ନିଯୁକ୍ତି ପ୍ରକିୟା ମଧ୍ୟ ଜୋରଦାର କରି ଚାଲିଥିବା ଜଣାପଡ଼ିଛି । ନୟାଗଡ଼ ଜିଲ୍ଲାରେ ଗତ ସପ୍ତାହରେ ୧୧୪ ଜଣ ଷ୍ଟାଫ ନର୍ସଙ୍କୁ ନିଯୁକ୍ତି ପାଇବା ସହ ସେମାନେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ୮ ଜଣ, ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୧୬ ଜଣ, ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୧୦ ଜଣ, ନୂଆଗଡ଼ିଆସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୧୫ ଜଣ, ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୧୮ ଜଣ, ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୮ ଜଣ, ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୧୩ ଜଣ, ବଡ଼ପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୧୨ ଜଣ,…
Read Moreଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ତରଫରୁ ରକ୍ତଦାନ ଶିବିର
ନୟାଗଡ଼, (୦୬/୦୮):- ନୟାଗଡ଼ ସର୍କିଟ ହାଉସ ନିକଟସ୍ଥ ଭାରତ ବିକାଶ ପରିଷଦ ଭବନରେ କୋଭିଡ୍ ନିୟମ ପାଳନ କରି ଶାଖା ଅଧ୍ଯକ୍ଷ ହରେକୃଷ୍ଣ ସାହୁଙ୍କ ନେତୃତ୍ବରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳ ୦୯ଟା ସମୟରେ ଆୟୋଜିତ ରକ୍ତଦାନ ଶିବିରକୁ ନୟାଗଡ଼ ପୌରପରିଷଦର କାର୍ଯ୍ଯନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ମୁଖ୍ଯଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲା ବେଳେ ପରିଷଦର କ୍ଷେତ୍ରୀୟ ସଚିବ ଶ୍ରୀଧର ସାହୁ, ଶାଖା ଉପାଧ୍ୟକ୍ଷ ପ୍ରସନ୍ନ କୁମାର ବସନ୍ତିଆ, ଶାଖା ସଚିବ ଅନାଦି ଚରଣ ମହାନ୍ତି, ପ୍ରାକ୍ତନ ସଚିବ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ପ୍ରଫୁଲ କୁମାର ନାୟକ, ସେବାସଚିବ ଦୁର୍ଯ୍ୟୋଧନ ସାହୁ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଦାମୋଦର ସାହୁ ଆଦି କାର୍ଯ୍ଯକର୍ତ୍ତାମାନେ ଉପସ୍ଥିତ ଥିଲେ। ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୨୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ଳଡ…
Read Moreନିରବ ହୃଦ୍ଘାତ ପୂର୍ବରୁ ଜାଣିରଖନ୍ତୁ ଏ ସଙ୍କେତ
ପ୍ରତିି ୧୫ ଜଣରେ ୫ଜଣ ହୃଦ୍ଘାତରେ ପ୍ରାଣ ହରାଉଛନ୍ତି ସର୍ବେକ୍ଷଣରୁ ପ୍ରକାଶିତ । ବର୍ତମାନ ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟାରେ ମହିଳା ହୃୃଦ୍ରୋଗରେ ଆକ୍ରାନ୍ତ ହେଉଛନ୍ତି । ବିଶେଷଜ୍ଞଙ୍କ ମତରେ ଏବେର ପରିସ୍ଥିତିରେ ମହିଳାଙ୍କ ଉପରେ କାମର ଚାପ ବଢ଼ୁଥିବାରୁ ସେମାନେ ହୃଦ୍ଘାତର ଶିକାର ହେଉଛନ୍ତି । ୩୦ ବର୍ଷ ଅତିକ୍ରମ କରିବା ପରେ ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ । ନିରବ ହୃଦ୍ଘାତ ହେବା ପୂର୍ବରୁ କୌଣସି ସଂକେତ ଜଣାପଡ଼ି ନଥାଏ । ଡାକ୍ତରୀ ଭାଷାରେ ଏହାକୁ ‘ସାଇଲେଂଟ ମାୟୋକାର୍ଡିଆଲ୍ ଇନଫାର୍କସନ୍ କୁହାଯାଏ । ଏହି ରୋଗରେ ହୃଦ୍ଯନ୍ତ୍ରଣା ଆଦୌ ହୋଇନଥାଏ । ଶବ ବ୍ୟବଚ୍ଛେଦରେ ହିଁ ହୃଦ୍ଘାତ ହୋଇଥିବାର ଜଣାପଡ଼େ । ଉଭୟ ପୁରୁଷ ଓ ମହିଳା ନିଜ ଖାଦ୍ୟପାନୀୟ ତଥା ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ନିତାନ୍ତ ଆବଶ୍ୟକ…
Read Moreବର୍ଷାଦିନେ ପରିବାକୁ ପରଖନ୍ତୁ
ବର୍ଷାଦିନେ ପରିବାକୁ ପରଖନ୍ତୁ ପନିପରିବାରେ ପୋକ ହେବା ଏକ ସାଧାରଣ କଥା । ତେବେ ବର୍ଷାଋତୁରେ ଏହି ପୋକଜୋକ ଅଧିକ ପରିମାଣରେ ହୋଇଥାନ୍ତି । ଏଣୁ ସତର୍କତା ଅବଲମ୍ବନ କରି ରୋଷେଇ କରିବା ଉଚିତ । ଶାଗ, ଫୁଲକୋବି, ବନ୍ଧାକୋବି ଅବା ଅନ୍ୟାନ୍ୟ ପ୍ରକାର ପରିବା, ଏସବୁକୁ ଭଲଭାବେ ଧୋଇବା ସହ ନଖ ଉଷୁମ ପାଣିରେ ଲୁଣ ଓ ହଳଦୀ ମିଶାଇ ସେଥିରେ ପରିବା କିଛି ସମୟ ରଖନ୍ତୁ ଏପରି କଲେ ସେଥିରୁ ପୋକଜୋକ ମରିଯାଇଥାନ୍ତି । – ଭଲଭାବେ ପରିବାକୁ ପରିଷ୍କାର ନ କରି ଖାଇଲେ ପେଟ ସଂକ୍ରମଣ ହେବା ସହ ଅନ୍ୟାନ୍ୟ ରୋଗ ହେବାର ଭୟ ବଢ଼ିଥାଏ । – ସବୁଜ ରଙ୍ଗର ପୋକ ଆଖିକୁ ମଧ୍ୟ ଦେଖାଯାଏନାହିଁ । ଏଣୁ ପରିବା ସବୁକୁ ଦିନବେଳା ହିଁ କାଟି ପରିଷ୍କାର ପରି ଫ୍ରିଜରେ ରଖିନେବା…
Read Moreଆସନ୍ତୁ ଜାଣିବା ଆଇସ୍କ୍ରିମ୍ ବିଷୟରେ
ଆସନ୍ତୁ ଜାଣିବା ଆଇସ୍କ୍ରିମ୍ ବିଷୟରେ କିଛି ଜଣା ଅଜଣା କଥା– କୁହାଯାଏ ଆଇସ୍କ୍ରିମ୍ର ପ୍ରଚଳନ ଖ୍ରୀ.ପୂ ୪ର୍ଥ ଶତାବ୍ଦୀରୁ ହୋଇଥିଲା। ରୋମ୍ର ସମ୍ରାଟ ନିରୋ ପ୍ରଥମେ ବରଫ, ମହୁ ଓ ଫଳରସରୁ ଏହାକୁ ପ୍ରସ୍ତୁତ କରି ବ୍ୟବହାର କରୁଥିଲେ । ଆମେରିକାରେ ଏକ ନିର୍ଦ୍ଦିଷ୍ଟ ଭେରାଇଟିକୁ ଇସ୍କ୍ରିମ୍ କୁହାଯାଉଥିବା ବେଳେ ଇଟାଲୀରେ ସବୁପ୍ରକାରକୁ ସେଇ ଗୋଟିଏ ନାମ ଆଇସ୍କ୍ରିମ ଦିଆଯାଇଥାଏ । ବିଭିନ୍ନ ସ୍ୱାଦର ଆଇସ୍କ୍ରିମ ମଧ୍ୟରୁ ଭାନିଲା ଏବଂ ଚକୋଲେଟ୍ ଫ୍ଲେଭର ମୁଖ୍ୟଅଟେ। ୟୁରୋପ ଓ ବ୍ରିଟେନ୍ର ଆଇସ୍କ୍ରିମ ସର୍ବାଧିକ ବ୍ୟବହୃତ ହୁଏ । ଏଠାରେ ବର୍ଷକୁ ଜଣପିଛା ପ୍ରାୟ ୮ଲିଟର ବ୍ୟବହାର କରାଯାଏ । କୋନ୍ ଆକାରରେ ମିଳୁଥିବା ଆଇସ୍କ୍ରିମ୍ର ବ୍ୟବହାର ୧୯୦୪ ମସିହାରେ ସେଣ୍ଟଲୁଇସ୍ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମେଳାରେ ସର୍ବପ୍ରଥମେ ପ୍ରଚଳିତ ହୋଇଥିଲା । ୧୯୮୮ ମସିହାରେ କାନାଡ଼ାର ଆଲବଟା ସ୍ଥିତ ଏଡ଼୍ମଂଟନରେ…
Read Moreଜୈବିକ ସାର ପ୍ରସ୍ତୁତ ଖାଦ୍ୟ ଆପଣାଇ ନେବା, ସୁସ୍ଥ ନିରୋଗ ରହି ଦୀର୍ଘ ଜୀବନ ଆମେ ବଞ୍ଚିବା
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଶିକ୍ଷିତ ଯୁବକଙ୍କ ଜୈବିକ କୃଷିର ନୂଆ ଅଧ୍ୟାୟ ଦିନ ଥିଲା ଲୋକେ ସାର ଭାବିଲେ ଗାଈ ଗୋରୁ, ଛେଳି, ମହିଷି ଇତ୍ୟାଦିଙ୍କ ଖତକୁ ବୁଝୁଥିଲେ। କେତେକ କ୍ଷେତ୍ରରେ ରାଶି, ବାଦାମ, କରଞ୍ଜ, ମହୁଲ ଓ ନିମରୁ ପ୍ରସ୍ତୁତ ପିଡ଼ିଆ ସହିତ ଦେଶୀୟ ବିହନକୁ ପାରମ୍ପରିକ ଉପାୟରେ ବ୍ୟବହାର କରି ସୁସ୍ଥ ଓ ନିରୋଗ ଜୀବନ ଯାପନ କରୁଥିଲେ। ସେତେବେଳେ ନା ଥିଲା କୃତ୍ରିମ ସାର ନା ସରକାରୀ ବିହନ ଅଭାବର ଅଭିଯୋଗ। କିନ୍ତୁ ସମୟ ବଦଳିବା ସହିତ ଲୋକେ ହାଇବ୍ରିଡ୍ ବିହନ ଓ ରାସାୟନିକ ସାର ସହିତ ଏତେ ଅଭ୍ୟସ୍ତ ଯେ ନିଜ ନିଜ ହାତ ପାଆନ୍ତାର ଜିନିଷକୁ ଭୁଲିଗଲେ। କୃଷି ଉତ୍ପାଦନ ବଢିଲା ସତ ହେଲେ ରାସାୟନିକ ସାର ପ୍ରୟୋଗ ଜନିତ ରୋଗ ବ୍ୟାଧିରେ ଲୋକ ହନ୍ତସନ୍ତ ହୋଇ ପୁଣି ସେହି ଜୈବିକ…
Read More