ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୫୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ରଚନା କରିଛନ୍ତି। ଯାହା ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ଉପଲକ୍ଷେ ଆଜି ଅପରାହ୍ନ ୦୨ଟା ସମୟରେ ବିଦ୍ଯାଳୟ ପରିସରରେ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଏକ ଅଭିନନ୍ଦନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ଭଗବାନ ଆଚାର୍ଯ୍ୟ , ଲେଙ୍କୁଡିପଡା ଉଚ୍ଚ ବିଦ୍ଯାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ସ୍ବାଇଁ,ବରିଷ୍ଠ ଶିକ୍ଷକ ମାଣିକେଶ୍ଵର ସ୍ବାଇଁ,ପ୍ରଫୁଲ୍ଲ କୁମାର ପ୍ରଧାନ ଯୋଗଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ଗୋଟିଏ ଗୋଲାପ ଫୁଲ ଦେଇ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ।…
Read MoreCategory: ଶିକ୍ଷା
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସମ୍ବାଦ ଓ ଆମ ଓଡିଶା ପରିବାର ତରଫରୁ ସ୍ବାଭିମାନ ଦିବସ ତଥା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ହୋଇ ଯାଇଛି। ସର୍ବପ୍ରଥମେ ମଧୁବାବୁଙ୍କ ପ୍ରତିଛବିରେ ଧୂପପୁଷ୍ପ ଅର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶିକ୍ଷାକେନ୍ଦ୍ରର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନେ ମଧୁବାବୁଙ୍କ ପରି ସ୍ବାଭିମାନ ଭାବେ ଜୀବନ ଧାରଣ କରିବା ପାଇଁ ଉଦବୋଧନ ଦେଇଥିଲା ବେଳେ ବକ୍ତା ଭାବେ ବିଶିଷ୍ଟ ସାହିତ୍ଯିକ ନାଟ୍ଯ ଭୂଷଣ ଡକ୍ଟର ବିଜୟ କୁମାର ଚୌଧୁରୀ ଯୋଗଦେଇ ମଧୁସୂଦନ ଦାସଙ୍କ ଜୀବନୀ ଆଲୋଚନା କରିବା ସହିତ “କାଳିଆ ଘୋଡାରେ ଚଢିବି ମଧୁ ବାବୁ…
Read Moreତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ହେବ ପାଠପଢ଼ା, ତାପରେ ଗ୍ରୀଷ୍ମ ଛୁଟି
ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖ୍ ରାଜ୍ୟ ସରକାର ଚଳିତଅପ୍ରେଲ ୨୨ (ସୋମବାର)ରୁ ୨୪ ତାରିଖ (ବୁଧବାର) ପର୍ଯ୍ୟନ୍ତ ତିନିଦିନ ପାଇଁ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଚଳିତ ଅପ୍ରେଲ (ଗୁରୁବାର)ଠାରୁ ଗ୍ରୀଷ୍ମ ଛୁଟି ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ।
Read Moreତାପମାତ୍ରା ବୃଦ୍ଧି ଯୋଗୁଁ ତିନିଦିନ ସ୍କୁଲ ବନ୍ଦ ରହିବ
ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ସଂପ୍ରତି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ତିନିଦିନ ପାଇଁ ବନ୍ଦ କରିଛନ୍ତି । ଚଳିତ ଅପ୍ରେଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
Read Moreନୂଆଗାଁ ବ୍ଲକରେ ବସୁଧା, ଭୂଗୋଳ ପ୍ରଶିକ୍ଷଣ ଶିବିର ଉଦଯାପିତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ବସୁଧା, ଭୂଗୋଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ବିଆରସିସି ଜ୍ୟୋତ୍ସ୍ନାରାଣୀ ସେଠୀ, ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା କୁମାରୀ ଦାଶ ପ୍ରମୁଖ ଯୋଗ ଦେଇ ଏହି ତାଲିମ ଶିବିର ର ମହତ୍ତ୍ଵ ଉପରେ ବର୍ଣ୍ଣନା କରିଥଲେ।ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟ ହାସଲ ପାଇଁ ଉନ୍ନତ ମାନର ଶିକ୍ଷାଦାନ ଅପରିହାର୍ଯ୍ୟ ତେଣୁ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଭୂଗୋଳ ବିଷୟ କୁ ଅଧିକ ଗୁରୁତ୍ୱାରୋପ କରାଯାଇଛି।ଜଗତୀକରଣ ପରେ ପରେ ସମଗ୍ର ବିଶ୍ଵରେ ଗୋଟିଏ ଦେଶ ଅନ୍ୟ ଏକ ଦେଶ ଉପରେ ନିର୍ଭର ଶୀଳ ହୋଇପଡିଛି।ତେଣୁ ଭୂଗୋଳ ଶିକ୍ଷଣ ଦ୍ଵାରା ସମଗ୍ର ବିଶ୍ଵ…
Read Moreପ୍ଲାଟିନମ୍ ଜୁବୁଲି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଦଣ୍ଡୋର ଉ.ପ୍ରା.ବିଦ୍ୟାଳୟ ପରିସରରେ ଉକ୍ତ ବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ୍ ଜୁବୁଲି ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ଲୋଟସଙ୍କ ସଭାପତିତ୍ୱରେ ଏହି ବୈଠକରେ ସ୍ଥାନୀୟ ଶିକ୍ଷାବିତ୍ ଡ.ଅଧିବାସ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, ସମାଜସେବୀ ଦିବାକର ପଣ୍ଡା, ରାମଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ତଥା ଏହି ବିଦ୍ୟାଳୟକୁ ପାଠପଢିବାକୁ ଆସୁଥିବା କୁରାଳ, କୋମଣ୍ଡ ଏବଂ ରଙ୍ଗଣୀପାଟଣା ଭଳି ତିନୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦଣ୍ଡୋର, ନବରତ୍ନପୁର, ପାଇକପନ୍ତିଖାରୀ, ଗୋଡିପଲ୍ଲୀ, ଲିଙ୍ଗରାଜପ୍ରସାଦ, ପଥରା ଓ ନୋତରପଲ୍ଲୀ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ଅନେକ ପୁରାତନ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏ ଅବସରରେ ଶିକ୍ଷକ ବୁଦ୍ଧିଆ ପାତ୍ରଙ୍କ ମାଧ୍ୟମରେ ପ୍ରତ୍ୟେକ ଗ୍ରାମରୁ ଦୁଇ ଜଣ ଲେଖାଏଁ କର୍ମୀଙ୍କୁ…
Read Moreପ୍ରଵେଶ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ଦିଆଗଲା ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା
ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ପ୍ରଥମ ଶ୍ରେଣୀରେ ଅଦ୍ୟାବଧି ନାମ ଲେଖାଇଥିବା ଚଉଦ ଜଣ ଛାତ୍ରଛାତ୍ରୀଙ୍କୁ ଫୁଳଚନ୍ଦନ, ମିଷ୍ଟାନ୍ନ, ବହି ଓ ପେନସିଲ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା। ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ସଂଚାଳନାରେ ଆୟୋଜିତ ଉତ୍ସବରେ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍, ସଲିମ୍ ଇବ୍ରାହିମ୍ ତଥା ଚଳିତ ବର୍ଷ ନାମ ଲେଖା ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଶିକ୍ଷୟିତ୍ରୀ ସୁଷମା ବିଶ୍ଵାଳ ପ୍ରମୁଖ ଆଜିର ପ୍ରଵେଶ ଉତ୍ସବରେ ସହଯୋଗ କରିଥିଲେ। ମୋ ସ୍କୁଲ୍ କମିଟି ସଭାପତି ଭଗବାନ୍ ଜେନା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ ଅତିଥି ଭାବରେ ଯୋଗଦେଇ କୋମଳମତି ଛାତ୍ରଛାତ୍ରୀଙ୍କୁ ମାଗଣା ପୁସ୍ତକ ଓ ଉପହାର ଦେଇ ସ୍ୱାଗତ କରିଥଲେ। କାର୍ଯକ୍ରମ ପରିଶେଷରେ କ୍ରୀଡ଼ା ଶିକ୍ଷକ ଜିତେନ୍ଦ୍ର ଗୁରୁ ଧନ୍ୟବାଦ୍ ଅର୍ପଣ…
Read Moreଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡିଶାର ନୟାଗଡ଼ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ହାଉସିଂ ବୋର୍ଡ ନିକଟସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଠାରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ନୟାଗଡ଼ ଜିଲ୍ଲା ସ୍ତରୀୟ ଶୈକ୍ଷିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ପ୍ରମୁଖ ସମାଜସେବୀ ଶ୍ରୀଧର ସାହୁଙ୍କ ସଭାପତିତ୍ବରେ କର୍ମଶାଳା ଆରମ୍ଭ ହୋଇଥିଲା । ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ମହାସଚିବ ଡା.କରୁଣା କର ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କର୍ମଶାଳାକୁ ଉଦଘାଟନ କରିଥିଲା ବେଳେ ସର୍ବ ପ୍ରଥମେ ମୁଖ୍ଯ ଅତିଥିଙ୍କ ଦ୍ବାରା ଛେନାପୋଡ଼ କାଟି ଓ ବାଣ୍ଟି ବିଶ୍ବ ଛେନାପୋଡ଼ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସଂସ୍ଥାନର ବରିଷ୍ଠ କାର୍ଯ୍ଯକର୍ତ୍ତା ଆଲୋକ ପ୍ରଭା ମହାନ୍ତି, ଗୌରାଙ୍ଗ ଚରଣ ପ୍ରଧାନ ଓ କୁରୁକ୍ଷେତ୍ର ଧାଙ୍ଗଣା ମାଝି ଯୋଗଦେଇ ବିଦ୍ୟାଳୟର ଶୈଖିକ ବ୍ଯବସ୍ଥା କିପରି ଶୃଙ୍ଖଳିତ ହେବ, ଶିଶୁ…
Read Moreଜାତୀୟ ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୨ଶିକ୍ଷକଙ୍କ ଯୋଗଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ସ୍ଥିତ ପଣ୍ଡିତ ସୁନ୍ଦରଲାଲ ଶର୍ମା ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭୋକେସନାଲ୍ ଏଜୁକେସନ୍ ଦ୍ବାରା ଜାତୀୟ ସ୍ତରରେ ଗତ ୫ ଦିନ ଧରି ଚାଲିଥିବା କାପାସିଟି ବଲଡିଙ୍ଗ ଅଫ ଟିଚର୍ସ ଫର୍ ଭୋକେସନାଲାଇଜେନ୍ ଅଫ୍ ଏଜୁକେସନ୍ ଟ୍ରେନିଂ ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୪୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନେ ମାଷ୍ଟର ଟ୍ରେନର୍ ଭାବରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ନୟାଗଡ଼ ଜିଲ୍ଲାରୁ ଦୁଇ ଜଣ ଶିକ୍ଷକ ଯୋଗଦାନ କରିଥିଲେ।ନୟାଗଡ଼ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହରେକୃଷ୍ଣପୁରର ଶିକ୍ଷୟିତ୍ରୀ କାଦମ୍ବିନୀ ମହାପାତ୍ର ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଶ୍ୟାମଘନପୁରର ସହକାରୀ ଶିକ୍ଷକ ରବୀନ୍ଦ୍ର କୁମାର ପ୍ରଧାନ ମାଷ୍ଟର ଟ୍ରେନର ଭାବେ ଯୋଗଦାନ କରିଥିଲେ। ଶିକ୍ଷକତା ବୃତ୍ତିର ପ୍ରକୃତ ଲକ୍ଷ୍ୟ ହେଉଛି ପିଲାମାନଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ ରୋଜଗାରକ୍ଷମ କରେଇବା। ପିଲାମାନଙ୍କ…
Read Moreସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ
ଚାରି ସପ୍ତାହ ଭିତରେ ଅତିରିକ୍ତ ସତ୍ୟପାଠ ଦାଖଲ କର ନୟାଗଡ଼, (ନୟାଗଡ଼ ଦର୍ପଣ): ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ମାନ୍ୟବର ସୁପ୍ରିମକୋର୍ଟ ଡବ୍ଲୁ.ପି (ସି) ୧୩୨; ୨୦୧୬ ତା: ୨୮/୧୦/୨୦୨୧ ରେ ଏକ ରାୟ ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ସରକାରୀ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟର ନ୍ୟାୟଧିଶ ସିଟି ରବିକୁମାର ଓ ରାଜେଶ ବିନ୍ଦଲଙ୍କ ଖଣ୍ଡ ପୀଠରେ ସେହି ରାୟ ଉପରେ ଆଜି ଶୁଣାଣି ହୋଇଥିଲା। ଏହି ଶୁଣାଣିରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟ ସମସ୍ତ ରାଜ୍ୟକୁ ଚ଼ାରି ସପ୍ତାହ ଭିତରେ ଅତିରିକ୍ତ ଆଫିଡ଼େଭିଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପୁନର୍ବାସ ପରିଷଦରେ ନାମ ପଞ୍ଜିକରଣ କରିଥିବା…
Read More