ପ୍ଲାଟିନମ୍ ଜୁବୁଲି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଦଣ୍ଡୋର ଉ.ପ୍ରା.ବିଦ୍ୟାଳୟ ପରିସରରେ ଉକ୍ତ ବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ୍ ଜୁବୁଲି ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ଲୋଟସଙ୍କ ସଭାପତିତ୍ୱରେ ଏହି ବୈଠକରେ ସ୍ଥାନୀୟ ଶିକ୍ଷାବିତ୍ ଡ.ଅଧିବାସ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, ସମାଜସେବୀ ଦିବାକର ପଣ୍ଡା, ରାମଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ତଥା ଏହି ବିଦ୍ୟାଳୟକୁ ପାଠପଢିବାକୁ ଆସୁଥିବା କୁରାଳ, କୋମଣ୍ଡ ଏବଂ ରଙ୍ଗଣୀପାଟଣା ଭଳି ତିନୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦଣ୍ଡୋର, ନବରତ୍ନପୁର, ପାଇକପନ୍ତିଖାରୀ, ଗୋଡିପଲ୍ଲୀ, ଲିଙ୍ଗରାଜପ୍ରସାଦ, ପଥରା ଓ ନୋତରପଲ୍ଲୀ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ଅନେକ ପୁରାତନ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏ ଅବସରରେ ଶିକ୍ଷକ ବୁଦ୍ଧିଆ ପାତ୍ରଙ୍କ ମାଧ୍ୟମରେ ପ୍ରତ୍ୟେକ ଗ୍ରାମରୁ ଦୁଇ ଜଣ ଲେଖାଏଁ କର୍ମୀଙ୍କୁ ଚୟନ କରାଯାଇ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଗାଯୋଗ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା ଏବଂ ଆସନ୍ତା ଜୁନ୍ ମାସରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ କରାଯାଇ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ ବୋଲି ସ୍ଥିର କରାଯାଇଥିଲା।ବିଦ୍ୟାଳୟର ଶିକ୍ଷକ ଯଶୋବନ୍ତ ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିଥିବାବେଳେ ବରିଷ୍ଠ ଶିକ୍ଷକ ପବିତ୍ର ମୋହନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ଜାନକୀ ପଣ୍ଡା, ସୁନିତା ସେଠୀ, ସୁଶାନ୍ତି ପଣ୍ଡା ଓ ଶିକ୍ଷକ ଜିତେନ୍ କୁମାର ଡାକୁଆ ପ୍ରମୁଖ ସହଯୋଗ କରିଥିଲେ।

Related posts