ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ପ୍ରଥମ ଶ୍ରେଣୀରେ ଅଦ୍ୟାବଧି ନାମ ଲେଖାଇଥିବା ଚଉଦ ଜଣ ଛାତ୍ରଛାତ୍ରୀଙ୍କୁ ଫୁଳଚନ୍ଦନ, ମିଷ୍ଟାନ୍ନ, ବହି ଓ ପେନସିଲ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା। ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ସଂଚାଳନାରେ ଆୟୋଜିତ ଉତ୍ସବରେ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍, ସଲିମ୍ ଇବ୍ରାହିମ୍ ତଥା ଚଳିତ ବର୍ଷ ନାମ ଲେଖା ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଶିକ୍ଷୟିତ୍ରୀ ସୁଷମା ବିଶ୍ଵାଳ ପ୍ରମୁଖ ଆଜିର ପ୍ରଵେଶ ଉତ୍ସବରେ ସହଯୋଗ କରିଥିଲେ। ମୋ ସ୍କୁଲ୍ କମିଟି ସଭାପତି ଭଗବାନ୍ ଜେନା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ ଅତିଥି ଭାବରେ ଯୋଗଦେଇ କୋମଳମତି ଛାତ୍ରଛାତ୍ରୀଙ୍କୁ ମାଗଣା ପୁସ୍ତକ ଓ ଉପହାର ଦେଇ ସ୍ୱାଗତ କରିଥଲେ। କାର୍ଯକ୍ରମ ପରିଶେଷରେ କ୍ରୀଡ଼ା ଶିକ୍ଷକ ଜିତେନ୍ଦ୍ର ଗୁରୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ପ୍ରଵେଶ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ଦିଆଗଲା ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା
